ଭୁବନେଶ୍ୱର,୨ା୯(ବ୍ୟୁରୋ) : ଋଣ କରାଇ ଦେବା ନାଁରେ ଲୋକଙ୍କଠାରୁ ଲୁଟୁଛନ୍ତି ଘରୋଇ ବ୍ୟାଙ୍କ୍ କର୍ମଚାରୀ। ସେମାନେ ଜଣେ ବୈଜ୍ଞାନିକଙ୍କଠାରୁ ମଧ୍ୟ ୫ଲକ୍ଷ ଟଙ୍କା ଠକି ନେଇଛନ୍ତି। ଠକେଇର ଶିକାର ହୋଇଛନ୍ତି ଏୟାରପୋର୍ଟରେ ଥିବା ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକ ଅଶୋକ କୁମାର ମଲ୍ଲିକ। ସେ ଏନେଇ ଶହୀଦନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ଖୋଳତାଡ଼ ଆରମ୍ଭ କରିଛି। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିବା ସହ ସମସ୍ତ କାଗଜପତ୍ର ଯାଞ୍ଚ କରୁଥିବା ଜଣାପଡିଛି।
ଅଭିଯୋଗ ଅନୁଯାୟୀ, ଅଶୋକ ଏୟାରଫିଲ୍ଡ ଥାନା ଭିମଟାଙ୍ଗୀ ଅଞ୍ଚଳରେ ପରିବାର ସହ ରୁହନ୍ତି। ୨୦୧୬ରେ ତାଙ୍କ ସ୍ତ୍ରୀ ପଡୋଶୀ ମହିଳାଙ୍କ ସହିତ ମିଶିି ଏସ୍ଏଚ୍ଜି ଗ୍ରୁପ୍ କରିଥିଲେ। ଏହି ଗ୍ରୁପ୍ ଏକ ଘରୋଇ ଫାଇନାନ୍ସ ସଂସ୍ଥାରୁ ୨୪ ପ୍ରତିଶତ ସୁଧରେ ୪ ଲକ୍ଷ ୧୯ ହଜାର ୫୭୩ ଟଙ୍କା ଲୋନ୍ ନେଇଥିଲେ। ଏହି ଲୋନ୍ ଟଙ୍କା ଅଶୋକଙ୍କ ଦରମା ଆକାଉଣ୍ଟରୁ କଟୁଥିଲା। ୨୦୧୮ରେ ଶହୀଦନଗର ଥିବା ଏକ ଘରୋଇ ବ୍ୟାଙ୍କ୍ର ଜଣେ କର୍ମଚାରୀ ଅଶୋକଙ୍କୁ ଭେଟି କମ୍ ସୁଧରେ ଲୋନ୍ କରାଇ ଦେବାକୁ କହିଥିଲେ। ଏପରି କି ତାଙ୍କ ବ୍ୟାଙ୍କ୍ରୁ ଅଢେଇ ଲକ୍ଷ ଟଙ୍କା ଲୋନ୍ ଉଠାଇ ପୂର୍ବ ଫାଇନାନ୍ସ ସଂସ୍ଥାକୁ ଶୁଝି ଦେବାକୁ କହିଥିଲେ। ଅଶୋକ ତାଙ୍କୁ ବିଶ୍ୱାସ କରି ନିଜର ଇଲେକ୍ଟ୍ରି ବିଲ, ଆଧାରକାର୍ଡ ସହ ସମସ୍ତ ଦସ୍ତଖତ ଦେଇଥିଲେ। ସମସ୍ତ କାଗଜପତ୍ର ନେବାପରେ ଉକ୍ତ ବ୍ୟକ୍ତିଜଣକ ଅଢେଇ ଲକ୍ଷ ଟଙ୍କାର ଏକ ଚେକ୍ ସଙ୍ଗେ ସଙ୍ଗେ ଧରାଇଥିଲେ। ଅଶୋକ ଲୋନ୍ ନେଇଥିବା ଅଢେଇ ଲକ୍ଷ ପାଇଁ ମାସକୁ ଇଏମ୍ଆଇ ୬ହଜାର ୬ଶହ ଟଙ୍କା ଦେବାକୁ ପଡୁଥିଲା। ୨୦୧୯ରେ ଉକ୍ତ ଘରୋଇ ବ୍ୟାଙ୍କ୍ର କୋଲକାତା ମୁଖ୍ୟ ଶାଖାରୁ ଅଶୋକଙ୍କୁ ଫୋନ୍ କଲ୍ ଆସିଥିଲା। ତାଙ୍କର ମାସିକ ଇଏମ୍ଆଇ ୧୭ ହଜାର ୫୫୦ ଟଙ୍କା ହୋଇଥିବାବେଳେ ୬ହଜାର ୬ଶହ ଟଙ୍କା ଜମା କରୁଥିବାରୁ ଲୋନ୍ ଡିଫଲ୍ଟ ହୋଇଥିବା କହିଥିଲେ। ଏହାଶୁଣି ଅଶୋକ ଶହୀଦନଗରସ୍ଥିତ ଉକ୍ତ ଘରୋଇ ବ୍ୟାଙ୍କ୍କୁ ଯାଇ ଯାଞ୍ଚ କରିବା ପରେ ତାଙ୍କ ନାମରେ ୮ଲକ୍ଷ ଟଙ୍କା ଲୋନ୍ ହୋଇଥିବା ଜାଣିବାକୁ ପାଇଲେ। ଉକ୍ତ ବ୍ୟାଙ୍କ୍ କର୍ମଚାରୀଜଣକ ଅଶୋକଙ୍କ ଅଜାଣତରେ ତାଙ୍କ ନାମରେ ୮ଲକ୍ଷ ଟଙ୍କା ଲୋନ୍ କରି ତାଙ୍କୁ ଅଢେଇ ଲକ୍ଷ ଟଙ୍କା ଦେଇ ବାକି ୫ ଲକ୍ଷରୁ ଅଧିକ ଟଙ୍କା ନିଜେ ହଡ଼ପ କରିନେଇଥିବା ଜଣାପଡିଛି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

