ଶିକ୍ଷାନୁଷ୍ଠାନର ୫କି.ମି. ମଧ୍ୟରେ ହେବ ଡିଇଏଲ୍‌ଇଡି ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର, ୧୩।୧୦(ବ୍ୟୁରୋ): କରୋନା ପାଇଁ ଚଳିତ ବର୍ଷ ଡିଇଏଲ୍‌ଇଡି (ଡିପ୍ଲୋମା ଇନ୍‌ ଏଲିମେଣ୍ଟାରି ଏଜୁକେଶନ) ପରୀକ୍ଷାର୍ଥୀମାନେ ବାସସ୍ଥାନରୁ ଦୂରରେ ରହି ପରୀକ୍ଷା ଦେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ସେମାନେ ପାଠ ପଢ଼ୁଥିବା ଡିଆଇଇଟି/ଇଟିଇଆଇ/ଡିଆର୍‌ସି ଆଦି ଶିକ୍ଷା ପ୍ରତିଷ୍ଠାନ ସେମାନଙ୍କ ଘରଠାରୁ ବହୁ ଦୂରରେ ହୋଇଥିବାରୁ ପରୀକ୍ଷା ସମୟରେ ରହିବା ସମସ୍ୟାକୁ ନେଇ ବେଶ୍‌ ଚିନ୍ତିତ ହୋଇପଡିଛନ୍ତି। କେତେଜଣ ପରୀକ୍ଷାର୍ଥୀ ଅନ୍‌ଲାଇନ୍‌ ପରୀକ୍ଷା ପାଇଁ ମଧ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୋମବାର ବୈଠକ ବସିଥିଲା। ଚଳିତ ବର୍ଷର ଡିଇଏଲ୍‌ଇଡିର ପରୀକ୍ଷା ସେଣ୍ଟରଗୁଡ଼ିକ ପ୍ରତି ଶିକ୍ଷା ପ୍ରତିଷ୍ଠାନର ୫ କି.ମି. ମଧ୍ୟରେ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ପରୀକ୍ଷାର୍ଥୀମାନେ ପାଠ ପଢ଼ୁଥିବା ନିଜ ଡିଆଇଇଟି/ଇଟିଇଆଇ/ଡିଆର୍‌ସିରେ ଯଥାସମ୍ଭବ ରହିବାର ବ୍ୟବସ୍ଥା କରାଯିବ। ଯେଉଁ ପରୀକ୍ଷାର୍ଥୀମାନେ ଏହି ରହଣି ସୁବିଧା ଉପଲବ୍ଧ କରିବାକୁ ଚାହୁଁ ନ ଥିବେ, ସେମାନେ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରଗୁଡ଼ିକ ମଧ୍ୟରୁ କେଉଁଠି ସୁବିଧାରେ ପରୀକ୍ଷା ଦେଇପାରିବେ ସେ ବିଷୟରେ ନିଜ ଶିକ୍ଷାନୁଷ୍ଠାନ ମାଧ୍ୟମରେ ଜଣାଇଲେ ସେଥିପାଇଁ ଅନୁମତି ଦିଆଯିବା ସହ ଆବଶ୍ୟକ ବ୍ୟବସ୍ଥା ହେବ। ଆସନ୍ତା ୧୮ ତାରିଖ ସୁଦ୍ଧା ପରୀକ୍ଷାକେନ୍ଦ୍ର ଚୟନ ନେଇ ଛାତ୍ରୀଛାତ୍ରମାନେ ଅପ୍‌ସନ ରଖିପାରିବେ। ଏ ନେଇ ବୋର୍ଡ ତରଫରୁ ଯଥାଶୀଘ୍ର ବିଜ୍ଞପ୍ତି ଜାରି କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।
ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଥର୍ମାଲ ସ୍କ୍ରିନିଂ ସହିତ ସାନିଟାଇଜେଶନର ବ୍ୟବସ୍ଥା କରାଯାଇ କୋଭିଡ୍‌-୧୯ ମାର୍ଗଦର୍ଶିକା ଅନୁଯାୟୀ ପରୀକ୍ଷା ପରିଚାଳନା କରାଯିବ। ଆବଶ୍ୟକ ହେଲେ ପରୀକ୍ଷା ସୂଚୀରେ ସାମୟିକ ପରିବର୍ତ୍ତନ କରାଯାଇପାରେ।
ନଭେମ୍ବର ୪ରୁ ଏହି ପରୀକ୍ଷା ଆରମ୍ଭ ହେବ ଓ ପ୍ରାୟ ୧୩,୫୦୦ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ପରୀକ୍ଷାକୁ ଅଫ୍‌ଲାଇନରେ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ ଅଖିଳ ଭାରତ ଛାତ୍ରସଂଘ ଓ ନିଖିଳ ଓଡ଼ିଶା ଡିଏଲ୍‌ଏଡ୍‌ ଛାତ୍ରସଂଘ ଏହାର ତୀବ୍ର ବିରୋଧ କରିଥିଲା। ବିକଳ୍ପ ବ୍ୟବସ୍ଥା କରିବା ପାଇଁ ଛାତ୍ରୀଛାତ୍ରଙ୍କ ପକ୍ଷରୁ ସୋମବାର ପ୍ରତିବାଦ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାୟାମ କରିବା ପୂର୍ବରୁ ହାଲିଆ ଲାଗୁଛି କି? ଯଦି ହଁ, ତେବେ…

ବ୍ୟାୟାମ ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ଏହାପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ବ୍ୟାୟାମ…

ବରଗଡ଼ରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ବରଗଡ଼,୩୧ା୮(ପ୍ରେମାନନ୍ଦ ଖମାରୀ): ସାରା ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରି ରହିଥିବାବେଳେ ବରଗଡ଼ ଜିଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅତି ଭୟଙ୍କର ବର୍ଷା ହେବାର ଆଶଙ୍କା ଦେଖାଦେଇଛି।…

ୟୁରୋପର ସର୍ବୋଚ୍ଚ ଶୃଙ୍ଗରେ ଭାରତୀୟ ମହିଳା

ଲକ୍ଷ୍ନୌ, ୩୧ା୮ (ପି.ଟି.) : ଲକ୍ଷ୍ନୌର ୪୩ ବର୍ଷୀୟା ଶିବାନୀ ମେହରୋତ୍ରା ସାଂସାରିକ ବନ୍ଧନରେ ଥାଇ ମଧ୍ୟ ବିଶ୍ୱର ଉଚ୍ଚତମ ଶୃଙ୍ଗଗୁଡ଼ିକୁ ଚଢ଼ି ନିଜର ଦୃଢ଼ ଇଚ୍ଛାଶକ୍ତିର…

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri