ଦୁଇ ସପ୍ତାହରେ ଗିରଫ ହେଲେଣି ୫ ସରକାରୀ ବାବୁ

ଭୁବନେଶ୍ୱର,୧୬।୧(ସତ୍ୟଜିତ୍‌ ରାଉତ):ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଭିଜିଲାନ୍ସ ଜାଲରେ ଧରାପଡୁଛନ୍ତି। ଚଳିତ ବର୍ଷ ଆରମ୍ଭରୁ ଏଭଳି ବାବୁଙ୍କ ଉପରେ ଭିଜିଲାନ୍ସ କଡ଼ା ନଜର ରଖିଛି। ଜାନୁଆରୀ ମାସର ୨ ସପ୍ତାହରେ ୫ ଅଧିକାରୀଙ୍କୁ ଗିରଫକରି କଡ଼ା ଚେତାବନୀ ଦେଇଛି। ଗିରଫ ହୋଇ ଜେଲ ଯାଇଥିବା ଅଧିକାରୀଙ୍କ ମଧ୍ୟରେ ଫରେଷ୍ଟ ଗାର୍ଡ, ରାଜସ୍ବ ନିରୀକ୍ଷକ, ଏଏସ୍‌ଆଇ, ଏମ୍‌ଭିଆଇ ଓ ଟ୍ରାଫିକ୍‌ ଇନ୍ସପେକ୍ଟର ରହିଛନ୍ତି। ରିପୋର୍ଟ ଅନୁଯାୟୀ, ନବରଙ୍ଗପୁର ଜିଲା ଜଗନ୍ନାଥପୁର ବିଟ୍‌ ଫରେଷ୍ଟ ଗାର୍ଡ ବିନାୟକ ଚନ୍ଦ୍ର ସୋରୀ ଜାନୁଆରୀ ୪ରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ବାଇକରେ ୧ ଲକ୍ଷ ୫୩ ହଜାର ଟଙ୍କା ନେଇ ଖାତିଗଡ଼ାରୁ ଜଗନ୍ନାଥପୁର ଯାଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ। କେନ୍ଦୁଝର ଜିଲା ବିଲେଇପଦା ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ମୀର ମହମ୍ମଦ ଖାନ୍‌ ଜଣେ ବ୍ୟକ୍ତିଙ୍କ ମ୍ୟୁଟେଶନ କେସ୍‌ର ତଦନ୍ତ ରିପୋର୍ଟ ଓ ଜମିପଟ୍ଟା କରାଇଦେବାକୁ ୨୦ ହଜାର ଲାଞ୍ଚ ନେଉଥିବାବେଳେ ଜାନୁଆରୀ ୬ରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ସେହିପରି ଗତ ଜାନୁଆରୀ ୮ରେ ଜୟପୁର ଟାଉନ ଥାନା ଏଏସ୍‌ଆଇ ଅନିଲ କୁମାର ନାୟକ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ଜଣେ ବ୍ୟକ୍ତିଙ୍କ ଗାଡ଼ି ମୁକୁଳାଇବାକୁ ଏଏସ୍‌ଆଇ ଅନିଲ ୫ ହଜାର ଟଙ୍କା ନେବାବେଳେ ଗିରଫ ହୋଇଥିଲେ।
ଅନ୍ୟପକ୍ଷରେ ନୟାଗଡ଼ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ର ମୋଟର ଭେଇକିଲ୍‌ ଇନ୍ସପେକ୍ଟର (ଏମ୍‌ଭିଆଇ) ପଞ୍ଚାନନ ବେହେରା ଭିଜିଲାନ୍ସ ସ୍କାନରକୁ ଆସିଥିଲେ। ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଜାନୁଆରୀ ୯ରେ ଭିଜିଲାନ୍ସ ପଞ୍ଚାନନଙ୍କ ଘର ସମେତ ୭ଟି ସ୍ଥାନରେ ଚଢ଼ାଉକରି ୩୧ ପ୍ଲଟ୍‌, ଏକାଧିକ କୋଠା ସମେତ ଅନ୍ୟାନ୍ୟ ସମ୍ପତ୍ତି ଠାବ କରିଥିଲା। ପରେ ପଞ୍ଚାନନଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟଚାଲାଣ କରିଥିଲା। ସେହିପରି ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ର ଓଏମ୍‌ଭିଡି ଟ୍ରାଫିକ୍‌ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ବେହେରା ୧୧ଲକ୍ଷ ୧୯ହଜାର ୧୫୦ଟଙ୍କା ନେଇ ଅସ୍ତରଙ୍ଗସ୍ଥିତ ଘରକୁ ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ଗତ ୧୧ ତାରିଖ ରାତିରେ ଗିରଫ ହୋଇଥିଲେ। ଏପରିକି ଯାଞ୍ଚବେଳେ ଦୁଇଟି ଘରୁ ଆଉ ୧୩.୮୦ଲକ୍ଷ ଟଙ୍କା ମିଳିଥିଲା। ସୂଚନାଯୋଗ୍ୟ, ଗତବର୍ଷ ଅର୍ଥାତ୍‌ ୨୦୨୩ରେ ଭିଜିଲାନ୍ସ ୧୬୬ଜଣ ବାବୁଙ୍କୁ ଗିରଫ କରିଥିବାବେଳେ ଚଳିତବର୍ଷ ବ୍ୟାପକ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

ତନିସ୍କର ବିବାହ ସମ୍ଭାର ‘ରିଭା’

ଭୁବନେଶ୍ୱର,୨୯।୪:ତନିସ୍କର ବହୁ ପ୍ରତୀକ୍ଷିତ ତଥା ସୂକ୍ଷ୍ମ କାରିଗରିରେ ନିର୍ମିତ ବିବାହ ସମ୍ଭାର ‘ରିଭା’ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଏକ ଉତ୍ସର୍ଗୀକୃତ ବିବାହ ଅଳଙ୍କାର ଉପ-ବ୍ରାଣ୍ଡ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri