Posted inଜାତୀୟ

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଯୋଧପୁର,୯।୧୨: ରାଜସ୍ଥାନର ଯୋଧପୁରର ଏକ ଗ୍ରାମରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ଏହି ଘଟଣାରେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜିଲା କଲେକ୍ଟର ହିମାଂଶୁ ଗୁପ୍ତାଙ୍କ ଅନୁଯାୟୀ, ଭୁଙ୍ଗରା ଗ୍ରାମରେ ଏକ ବିବାହ ସମୟରେ ଘରେ ନିଆଁ ଲାଗିଯିବା ପରେ ପ୍ରାୟ ୬୦ ଜଣ ଆହତ ହୋଇଥିଲେ। ୬୦ ଆହତଙ୍କ ମଧ୍ୟରୁ ୪୨ ଜଣଙ୍କୁ ଏମ୍‌ଜିଏଚ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଆହତଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଥିବା ନେଇ ରାଷ୍ଟ୍ରିୟ ଲୋକତାନ୍ତ୍ରିକ ପାର୍ଟିର ନାଗୌରର ଏମ୍‌ପି ହନିମାନ ବେନିୱାଲ ଏମ୍‌ଜିଏଚ୍‌ ହସ୍ପିଟାଲରେ ଆହତମାନଙ୍କୁ ଭେଟି କହିଛନ୍ତି। ଆହୁରି କହିଛନ୍ତି, ଆହତ ସଂଖ୍ୟା ଆଗକୁ ବଢିପାରେ ଏବଂ ମୃତକଙ୍କ ସମ୍ପର୍କୀୟଙ୍କୁ ୨୫-୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଉ। ଯେଉଁମାନେ ପ୍ରାୟ ୪୦% ପୋଡି ଯାଇଛନ୍ତି ସେମାନଙ୍କ ଚିକିତ୍ସା ପାଇଁ ମଧ୍ୟ ଉପଯୁକ୍ତ ବ୍ୟବସ୍ଥା କରାଯିବା ଉଚିତ୍‌। ଦୁର୍ଘଟଣା ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବା ଉଚିତ ବୋଲି ଏମ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୬ ଘଣ୍ଟା ପରେ ମିଳିଲା ସିଦ୍ଧାର୍ଥଙ୍କ ମୃତଦେହ

ବେଙ୍ଗାଲୁରୁ,୩୧।୭: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଏମ୍‌. କୃଷ୍ଣାଙ୍କ ଜ୍ୱାଇଁ କେଫ୍‌ କଫି ଡେ’ର ମାଲିକ ଭିି.ଜି. ସିଦ୍ଧାର୍ଥଙ୍କ ମୃତଦେହ ୩୬ ଘଣ୍ଟା ପରେ ଉଦ୍ଧାର କରାଯାଇଛି।...

ଅଜାନ୍‌ ସମୟରେ ବାଜି ପାରିବନି ହନୁମାନ ଚାଳିଶା

ନାଶିକ,୧୮।୪: ଅଜାନ୍‌ ସମୟରେ ହନୁମାନ ଚଲିଶା ସହରରେ ବାଜିବାକୁ ଦିଆଯିବ ନାହିଁ ବୋଲି ମହାରାଷ୍ଟ୍ରର ନାଶିକ ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅନୁଯାୟୀ, ହନୁମାନ ଚାଳିଶା...

ପଞ୍ଚମ ଥର ଲାଗି ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନେଫ୍ୟୁ ରିଓ

କୋହିମା,୭ ।୩: ନାଗାଲାଣ୍ଡ ରାଜନୀତିର ବରିଷ୍ଠ ନେତା ନେଫ୍ୟୁ ରିଓ ମଙ୍ଗଳବାର ଅର୍ଥାତ୍ ୭ ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜଧାନୀ କୋହିମାରେ...

କେରଳରେ ପ୍ରଥମ ମୁଣ୍ଡ ନେଲା କରୋନା

କୋଚି,୨୮।୩: କେରଳରେ କରୋନା ଭାଇରସ୍‌ ସଂକ୍ରମଣରେ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଶନିବାର କୋଚିର ଏକ ହସ୍ପିଟାଲରେ ଜଣେ ୬୯ବର୍ଷୀୟ ବୃଦ୍ଧଙ୍କ କରୋନାରେ ମୃତ୍ୟୁ...

ପୁଣି ଲକ୍‌ଡାଉନ୍‌ ମୁହାଁ ଦେଶ, ୧୦ ରାଜ୍ୟର ୨୭ ଜିଲାରେ କରୋନା ବେକାବୁ…

ନୂଆଦିଲ୍ଲୀ,୧୧।୧୨: କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ନେଇ ଦେଶରେ ପୁଣି ଆତଙ୍କ ସୃଷ୍ଟି ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶର ୧୦ ରାଜ୍ୟର ୨୭...

ଯୌନ ନିର୍ଯାତନା ମାମଲା, ହାଇକୋର୍ଟଙ୍କ ‘ସ୍କିନ୍‌ ଟୁ ସ୍କିନ୍‌ କଣ୍ଟାକ୍ଟ’ ଫଇସଲା ଖାରଜ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୮।୧୧: ଯୌନ ନିର୍ଯାତନା ମାମଲାରେ ବମ୍ବେ ହାଇକୋର୍ଟଙ୍କ ସ୍କିନ୍‌ ଟୁ ସ୍କିନ୍‌ କଣ୍ଟାକ୍ଟ ଫଇସଲାକୁ ସୁପ୍ରିମ୍‌କୋର୍ଟ ଖାରଜ କରି ଦେଇଛନ୍ତିି। ଶୀର୍ଷ କୋର୍ଟ ଏହି ପ୍ରସଙ୍ଗରେ...

କର୍ନାଟକ ମନ୍ତ୍ରିମଣ୍ଡଳର ହେଲା ସମ୍ପ୍ରସାରଣ

ବେଙ୍ଗାଲୁରୁ,୨୦।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପାଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ମଙ୍ଗଳବାର କରାଯାଇଛି। ଏଥିରେ ୧୭ ଜଣ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି। ଜୁଲାଇ ୨୬ ତାରିଖରେ...

ଜାଣିପାରିଲେନି ଖାଇଦେଲେ ବିଷଧର ମାଛ

ପାଟନା,୨୮।୭: ବିଷଧର ମାଛ ଖାଇବା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ବିହାରର ଛପ୍ରା ଜିଲାର ଦରିୟାପୁରରେ। ମୃତକ...

Advertisement
Archives

Model This Week