ଗାଈ ଚରାଇବାକୁ ଯାଇ ୫ ଦିନ ହେଲା ଯୁବକ ନିଖୋଜ: ଏସ୍‌ପି ଅଫିସ ଘେରିଲେ ଗ୍ରାମବାସୀ

ଖୋର୍ଦ୍ଧା ଅଫିସ,୨୮ା୧୦: ଖୋର୍ଦ୍ଧା ଟାଉନ୍‌ ଥାନା କୁମ୍ବିଲୋ ଗ୍ରାମର ସନ୍ତୋଷ ବେହେରା(୨୨) ଗତ ୫ଦିନ ହେଲା ନିଖୋଜ ଅଛନ୍ତି। ଅଭିଯୋଗ ସତ୍ତ୍ବେ ଚୁପ୍‌ ବସିଛି ପୋଲିସ। ଏହାର ପ୍ରତିବାଦରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଗୁରୁବାର ଏସ୍‌ପି ଅଫିସ ଘେରାଉ କରିଛନ୍ତି। ଏସ୍‌ପି ରାଜକିଶୋର ଦୋରାଙ୍କ
ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି।

ମିଳିଥିବା ସୂଚନାନୁଯାୟୀ, ଲକ୍ଷ୍ମୀଧର ବେହେରାଙ୍କ ପୁଅ ସନ୍ତୋଷ ଓରଫ ରାଜା ଗତ ୨୪ ତାରିଖ ଗାଈ ଚରାଇବାକୁ ଯାଇ ଫେରି ନ ଥିଲେ। ୨୫ ତାରିଖରେ ତାଙ୍କ ବାପା ଲକ୍ଷ୍ମୀଧର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଥାନାରେ ୪୨/୨୧ରେ ଏକ ନିଖୋଜ ମାମଲା ରୁଜୁ ହୋଇଛି। ଲକ୍ଷ୍ମୀଧରଙ୍କ ଅଭିଯୋଗ ଅନୁଯାୟୀ ଘଟଣା ଦିନ ପତିନବର ଗ୍ରାମର କେତେଜଣ ଯୁବକ କୌଣସି କାରଣକୁ ନେଇ ଘରକୁ ଆସି ରାଜାଙ୍କୁ ଖୋଜିବା ସହ ଧମକଚମକ ଦେଇଥିଲେ। ଅପରାହ୍ନରେ ଗୋରୁ ଗାଁକୁ ଫେରିଥିଲେ। ରାଜା ଫେରି ନ ଥିଲେ। ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ସତ୍ତ୍ବେ ପୋଲିସ ଚୁପ୍‌ ବସିଛି ବୋଲି ପରିବାର ଲୋକେ ଗଣମାଧ୍ୟମ ଆଗରେ କହିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି ବୋଲି ଏସ୍‌ପିଓ ସୁଶୀଲ ମିଶ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସୁରକ୍ଷିତ ଷ୍ଟାଡିୟମ ପୁରୁଣା ଗ୍ୟାଲେରି : ରକ୍ଷଣାବେକ୍ଷଣ କରିବାକୁ ଦାବିପତ୍ର

ଅନୁଗୋଳ ଅଫିସ, ୧୦।୮ – ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ସ୍ବାଧୀନତା ଦିବସ ପାଳନ ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଛି। କିନ୍ତୁ ମହାଆଡମ୍ବରରେ ପାଳନ ହେବାକୁ...

‘ଧାନର ଏନ୍ତୁଡ଼ି ଶାଳ ଓଡ଼ିଶାର ମାଟି’

ବାଲେଶ୍ୱର ଅଫିସ,୫।୧-ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ନୂଆପାଢ଼ୀ ସ୍ଥିତ ନୂତନ ପରିସରରେ ସ୍ନାତକୋତ୍ତର ପରିଷଦ ତରଫରୁ ସ୍ବଦେଶୀ ପ୍ରଜାତିର ଖାଦ୍ୟଶସ୍ୟ, ପନିପରିବାର ଉପାଦେୟତା ଏବଂ ଏହାର ସଂରକ୍ଷଣ...

୪୫ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ

ଜଗତ୍‌ସିଂହପୁର ଅଫିସ, ୩ା୧୨: ସମ୍ଭାବ୍ୟ ବାତ୍ୟା ‘ଜଓ୍ବାଦ’ର ମୁକାବିଲ ପାଇଁ ଜିଲାର ୪୫ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ସମେତ ସ୍କୁଲ ଗୃହ, ଅଙ୍ଗନୱାଡି...

କେଶିଙ୍ଗାରେ ସ୍ବାଧୀନତା ଦିବସ

କେଶିଙ୍ଗା, ୧୫।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେଶିଙ୍ଗା ସହରରେ ଥିବା ବିଦ୍ୟାପୀଠ ଖେଳପଡ଼ିଆଠାରେ ଗୁରୁବାର ୭୩ତମ ସ୍ବାଧୀନତା ଦିବସ ନାଗରିକ କମିଟି ପକ୍ଷରୁ ପାଳିତ ହୋଇଯାଇଛି। ଏଥିରେ...

କୁନି କାନ୍ଧରେ ପରିବାରର ବୋଝ ଘଟଣା: ଅସହାୟ ପବିତ୍ରଙ୍କ ପରିବାକୁ ଭେଟିଲେ କେନ୍ଦ୍ରାପଡ଼ା ଜିଲାପାଳ

ମାର୍ଶାଘାଇ,୭।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଆଠବାଟିଆ ଗ୍ରାମର ଅସହାୟ ପବିତ୍ର ବେହେରାଙ୍କ ପରିବାର ବିଷୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶୁକ୍ରବାର ଜିଲାପାଳ...

ରାସ୍ତାରେ ଭାସୁଛି ନର୍ଦ୍ଦମା ପାଣି

ବୁଗୁଡ଼ା,୧୭ା୭(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ଗୋଲିଆ ଗ୍ରାମ ୫ନଂ. ୱାର୍ଡରେ ଥିବା ତେଲୁଗୁସାହି ରାସ୍ତା ମରାମତି ଅଭାବରୁ ଖାଲଖମାରେ ଭର୍ତ୍ତି ହୋଇଛି। ଏହାର ମରାମତି ଲାଗି ଗ୍ରାମବାସୀ...

୧୧ ଶ୍ରମିକ ଧରାପଡ଼ିି କ୍ୱାରାଣ୍ଟାଇନ୍‌ରେ ରହିଲେ

କେନ୍ଦୁଝର,୨୨ା୪(ଡି.ଏନ୍‌.ଏ.): ପଶ୍ଚିମବଙ୍ଗ ରାଜ୍ୟ ବର୍ଦ୍ଧମାନ ଜିଲାର ୧୧ଜଣ ଶ୍ରମିକ ଝୁମ୍ପୁରା ଅଞ୍ଚଳରେ ରହି ନିର୍ମାଣ କାର୍ଯ୍ୟ କରୁଥିଲେ। କରୋନା ପାଇଁ ଲକ୍‌ଡାଉନ୍‌ ହୋଇଯିବାରୁ ନିର୍ମାଣ କାର୍ଯ୍ୟ...

ଟ୍ରେଲରରୁ ୬୦ରୁ ଊର୍ଦ୍ଧ୍ୱ ଶ୍ରମିକ ଉଦ୍ଧାର, ୧୦ ହଜାର ଜରିମାନା

ଭଦ୍ରକ ଅଫିସ, ୩୧ା୩- ୧୬ ନଂ. ଜାତୀୟ ରାଜପଥ ନିକଟରେ ଏକ ଶ୍ରମିକ ବୋଝେଇ ଟ୍ରେଲରକୁ ସୋମବାର ସନ୍ଧ୍ୟାରେ ପରିବହନ ବିଭାଗ ଜବତ କରିଛି। ଉକ୍ତ...

Advertisement


Archives

Model This Week