ଟ୍ରକ ମାଲିକ ସଂଘ ସଦସ୍ୟଙ୍କୁ ଆକ୍ରମଣ କରି ବନ୍ଧା ହେଲେ

ଗୋପାଳପୁର,୮ା୪(ଡି.ଏନ.ଏ.): ଲୋଡିଂକୁ ନେଇ ଏକ ଟ୍ରକ ମାଲିକ ସଂଘର ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବ୍ରହ୍ମପୁର ପାଣିଗ୍ରାହୀପେଣ୍ଠ ସାହିର ଅଶୋକ କୁମାର ସେଠୀ, ଫାଷ୍ଟଗେଟ୍‌ ଗାୟତ୍ରୀନଗରର ନିଶିକାନ୍ତ ସେଠୀ, ଲୋଚାପଡ଼ାର ଜୟରାମ ପାଢ଼ୀ, ଅନ୍ଧପସରା ରୋଡର ରାଧାମଧବ ସାହୁ ଓ ରାମନଗରର ପ୍ରଶାନ୍ତ କୁମାର ମହାରଣା ।

ଗୋଳନ୍ଥରା ଥାନା ଅନ୍ତର୍ଗତ ସୋର୍ଲା ରୋଡ଼ଠାରେ କୋଲକତା ସ୍ପ୍ରିଙ୍ଗ୍‌ ଲୋଡିଂକୁ ନେଇ ଗଞ୍ଜାମ ଜିଲା ମଲ୍‌ଟି ଏକ୍ସିଲ ଟ୍ରକ ସଂଘ ଓ ଗଞ୍ଜାମ ଟ୍ରକ ମାଲିକ ସଂଘ ମଧ୍ୟରେ ଗତ କିଛିଦିନ ହେଲା ବାଦବିବାଦ ଲାଗି ରହିଥିଲା। ହଳଦିଆପଦରଠାରେ ମଲ୍‌ଟି ଏକ୍ସିଲ ଟ୍ରକ ସଂଘ ସଦସ୍ୟ ବିକ୍ରମ କେଶରୀ ପଟ୍ଟନାୟକ ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟରେ ଥିବା ବେଳେ ଗତ ୪ରେ ଗଞ୍ଜାମ ଟ୍ରକ ମାଲିକ ସଂଘର ସଦସ୍ୟମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣରେ ବିକ୍ରମ ଗୁରୁତର ଆହତ ହୋଇଥିଲେ। ଗୋଳନ୍ଥରା ପୋଲିସ ପହଞ୍ଚତ୍ବା ପରେ ଆକ୍ରମଣକାରୀମାନେ ସେଠାରୁ ଚମ୍ପଟ ମାରିଥିଲେ। ବିକ୍ରମଙ୍କ ଏତଲା କ୍ରମେ ନଂ. ୧୧୨/୨୨ରେ ୪୦ରୁ ଊର୍ଦ୍ଧ୍ୱ ଜଣଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଥିଲା। ଉକ୍ତ ମାମଲାରେ ଫେରାର୍‌ ଥିବା ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ବ୍ରହ୍ମପୁର ସଦର ଏସ୍‌ଡିପିଓ ଶିବ ଶଙ୍କର ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ମୁଏଥାଇ ପ୍ରତିଯୋଗିତା: ୨୭ ପଦକ ସହ ସୁନ୍ଦରଗଡ଼ ଚାମ୍ପିୟନ

ବଣାଇ, ୨୬।୧୨(ସ୍ବ.ପ୍ର.)-ଓଡ଼ିଶା ଅଲମ୍ପିକ ସ୍ବୀକୃତିପ୍ରାପ୍ତ ଓଡ଼ିଶା ମୁଏଥାଇ ୟୁନିୟନ ଏବଂ ଆର୍ଟସ ଟେମ୍ପୁଲର ୯ମ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଗତ ୨୩ ଓ ୨୪ ତାରିଖରେ ଅନୁଷ୍ଠିତ...

୭ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ଜଳେଶ୍ୱର, ୧୮।୧୦-ଜଳେଶ୍ୱର ଅବକାରୀ ବିଭାଗ ଦ୍ୱାରା ବୁଧବାର ୩୦୫ ଗ୍ରାମ (୩୨ଲକ୍ଷ ଟଙ୍କା)ର ବ୍ରାଉନ୍‌ସୁଗାର ଧରାପଡ଼ିବା ପରେ ପୁଣି ଗୁରୁବାର ଜଳେଶ୍ୱର ପୋଲିସ ଦ୍ୱାରା ୭୦ଗ୍ରାମ୍‌ର...

ଅସରାଏ ବର୍ଷାରେ ସ୍କୁଲ ପରିସର ଜଳମଗ୍ନ

ଖଣ୍ଡପଡ଼ା,୨୪ା୬ (ସ୍ବ.ପ୍ର.):  ଖଣ୍ଡପଡ଼ା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ଳାଟିନମ ଜୁବୁଲି ଉତ୍ସବ କିଛିଦିନ ତଳେ ପାଳନ କରାଯାଇଥିଲା। ମୋ ସ୍କୁଲ କମିଟି ଏବଂ ପୂର୍ତ୍ତ ବିଭାଗ...

ବେଦାନ୍ତକୁ କଞ୍ଚାମାଲ ଯୋଗାଇବା ଦାବି କଲେ ଅଞ୍ଚଳବାସୀ

ଲାଞ୍ଜିଗଡ଼,୩୦।୧୧(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବେଦାନ୍ତକୁ ଖଣି ଓ କଞ୍ଚାମାଲ ଯୋଗାଇବା ଦାବିରେ ଲାଞ୍ଜିଗଡ଼ ଅଞ୍ଚଳବାସୀ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ...

ହନିଫ୍‌ ମାର୍ଗର ପୁନରୁଦ୍ଧାର ଦାବି

ଭଦ୍ରକ ଅଫିସ,୧୨।୫: ଭଦ୍ରକ ପୌରାଞ୍ଚଳ ଅଧୀନ ମୋଚି ଛକଠାରୁ ପୁରୁଣାବଜାର ପର୍ଯ୍ୟନ୍ତ ଯାଇଥିବା ଗୁରୁତ୍ୱପୂର୍ଣ୍ଣ ରାସ୍ତା(ହନିଫ୍‌ ମାର୍ଗ)ର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏହି ରାସ୍ତା ଉପରେ ପ୍ରତ୍ୟେହ...

ଗଣିଆ ପଞ୍ଚାୟତ ସମିତିର ୭ମ ଅଧିବେଶନ: ଶିକ୍ଷା, ସ୍ବାସ୍ଥ୍ୟ, କୃଷି ସମସ୍ୟାକୁ ଗୁରୁତ୍ୱ

ଗଣିଆ,୧୮ା୧(ଡି.ଏନ୍‌.ଏ.): ଗଣିଆ ବ୍ଲକ ସଦ୍‌ଭାବନା ଗୃହଠାରେ ଶୁକ୍ରବାର ପଞ୍ଚାୟତ ସମିତିର ୭ମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ...

ବାଉଁଶ ବାନ୍ଧି ଗାଁ ରାସ୍ତା ବନ୍ଦ କଲେ ମହିଳା

ଭଦ୍ରକ ଅଫିସ, ୨୬ା୩- କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ନିୟମ କଡାକଡି କରାଯାଇଛି। ହେଲେ କଟକଣାକୁ ନ ମାନି କେତେକ ଲୋକ...

ପୁଣି ଦବିଲା ଘସିପୁରା ଭିଆଇପି ରୋଡ୍‌

ଘସିପୁରା, ୩।୧(ଡି.ଏନ.ଏ.)-ଆନନ୍ଦପୁର ସହରରେ ପୂର୍ତ୍ତ ବିଭାଗ ପକ୍ଷରୁ ନବନିର୍ମିତ ଖପରାଖାଇ-ଘସିପୁରା ଭିଆଇପି ରୋଡ୍‌ ବୈତରଣୀ ଡଙ୍ଗାଘାଟ ନିକଟରେ ପୁଣି ଥରେ ଦବିଯାଇଛି। ଦବିଯିବା କାରଣରୁ ରାସ୍ତା...

Advertisement
Archives

Model This Week