ଡାକ୍ତର ସମସ୍ୟା

ଡ. ବାସନ୍ତୀ ମହାନ୍ତି

ଏକଥା ସତ ଯେ ଏବେ ରୋଗ ଓ ରୋଗୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି। ତଦନୁସାରେ ଅଧିକ ଡାକ୍ତର ଓ ଡାକ୍ତରଖାନାର ଆବଶ୍ୟକ ହେଉଛି। ଏହା କେବଳ ଆମ ଦେଶର ନୁହେଁ ସମଗ୍ର ବିଶ୍ବର ସମସ୍ୟା। ମନେହେଉଛି ସାରା ପୃଥିବୀ ଏବେ ଅସୁସ୍ଥ।
ରୋଗକୁ ନିପାତ ଓ ରୋଗୀଙ୍କୁ ସୁସ୍ଥ କରିବା ପାଇଁ ଆମ ପାଖରେ ଆବଶ୍ୟକ ପରିମାଣର ସାଧନ ନାହିଁ। ସେଥିପାଇଁ ଆମ ପିଲାମାନେ କେତେବେଳେ ଅନ୍ୟ ଦେଶକୁ ଯାଇ ପାଠ ପଢ଼ୁଛନ୍ତି ତ ଆଉ କେତେବେଳେ ଦେଶରେ ପାଠପଢି ଉଚ୍ଚତର ଶିକ୍ଷା ଓ ଗବେଷଣା ପାଇଁ ପରିସର ନ ଥିବାରୁ ଓ ସେମାନଙ୍କୁ ଯଥାସମ୍ଭବ ପାରିଶ୍ରମିକ ନ ମିଳିବାରୁ ବିଦେଶମୁହାଁ ହେଉଛନ୍ତି। ଭାରତରେ ମେଡିକାଲ କଲେଜ ସଂଖ୍ୟା କମ୍‌। ଡାକ୍ତର ହେବାକୁ ଲକ୍ଷ୍ୟଧାର୍ଯ୍ୟ କରିଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ବେଶି। ଲୋକସଂଖ୍ୟା ଅନୁସାରେ ସେହି ସଂଖ୍ୟକ ଡାକ୍ତରଖାନା, ଡାକ୍ତର ଓ ଅର୍ଦ୍ଧମେଡିକାଲ କର୍ମଚାରୀ ମଧ୍ୟ ନାହାନ୍ତି। ଗୋଟିଏ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ହାରାହାରି ଚାରିଶହ କୋଟି ଟଙ୍କା ବିନିଯୋଗ କରିବାକୁ ହୋଇଥାଏ। ଜଣେ ଛାତ୍ର ପିଛା ଦଶରୁ କୋଡ଼ିଏ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୁଏ। ଘରୋଇ ମେଡିକାଲ କଲେଜଗୁଡିକ ପିଲା ପିଛା କୋଟିଏ ଟଙ୍କା ପର୍ଯ୍ୟନ୍ତ ବି ଦାବି କରନ୍ତି। ପି.ଜି. ଓ ସୁପର ସ୍ପେଶାଲ ପାଇଁ ତ କୋଟିଏରୁ ଊଦ୍ଧର୍‌ବ ଟଙ୍କା ଖର୍ଚ୍ଚ କରି ଘରୋଇ କଲେଜରେ ପିଲାମାନେ ପାଠ ପଢିଥାଆନ୍ତି।
ତେଣୁ ଆର୍ଥିକ ଅସ୍ବଚ୍ଛଳ ଅଥଚ ମେଧାବୀ ଛାତ୍ରୀଛାତ୍ର ମେଡିକାଲ ପାଠ ଅଧ୍ୟୟନ କରିପାରନ୍ତି ନାହିଁ। ପୂର୍ବରୁ ଓଡ଼ିଶାରେ ଘରୋଇ ମେଡିକାଲ କଲେଜ ନ ଥିଲା। ଯେଉଁ ତିନୋଟି ସରକାରୀ କଲେଜ ଥିଲା ସେଥିରେ ସିଟ୍‌ ସଂଖ୍ୟା କମ୍‌ ଥିଲା। ସେଥିପାଇଁ ଆଗଧାଡିର ପିଲାମାନେ ହିଁ ସେଥିରେ ପଢ଼ିବାକୁ ସୁଯୋଗ ପାଉଥିଲେ। ଉଚ୍ଚତର ଅଧ୍ୟୟନ ଓ ଗବେଷଣା ପାଇଁ ଭିତ୍ତିଭୂମି ଅଭାବରୁ ପାଠ ପଢ଼ିସାରି ସେମାନେ ଯେତେବେଳେ ବିଦେଶ ଯାଆନ୍ତି ସେଠାରେ ଖୁବ୍‌ ସୁନାମ ଅର୍ଜନ କରିଥାଆନ୍ତି।
ଭାରତ ଅପେକ୍ଷା ବହୁଗୁଣିତ ପାରିଶ୍ରମିକ ପ୍ରଲୋଭନ ଦେଖାଇ ସେମାନେ ଏହି ଡାକ୍ତରମାନଙ୍କୁ ସେ ଦେଶଗୁଡ଼ିକରେ ନିଯୁକ୍ତି ଦେଇଦିଅନ୍ତି।
ଗତ ଦୁଇ ଦଶନ୍ଧି ମଧ୍ୟରେ ଦେଶରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବହୁ ସୁଧାର ଆସିଲାଣି। ଛାତ୍ରୀଛାତ୍ରଙ୍କ ଡାକ୍ତରୀ ବିଦ୍ୟା ପଢିବାକୁ ଆଗ୍ରହ ଅନୁଭବ କରି ଅନେକ ସରକାରୀ ଓ ବେସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ହେଲାଣି। ଦିନ ଥିଲା ଛାତ୍ରୀଛାତ୍ର ମେଡିକାଲ ଓ ଇଞ୍ଜିନିୟରିଂ ଉଭୟ ଶିକ୍ଷାକୁ ସମ ପରିମାଣରେ ଗୁରୁତ୍ୱ ଦେଉଥିଲେ। କହିବାକୁ ଗଲେ ଦୁହିଁଙ୍କ ଭିତରେ କାହାର ଗୁରୁତ୍ୱ ବେଶି ସେଥିପାଇଁ ପ୍ରଚ୍ଛନ୍ନ ପ୍ରତିଯୋଗିତା ଚାଲୁଥିଲା। ଇଞ୍ଜିନିୟରିଂ ପାଠପଢ଼ା ସରିବା ପରେ ଆଜିକାଲିକା ପରି ଚାକିରି ପାଇଁ ସମସ୍ୟା ବା ସଙ୍କଟ ହେଉ ନ ଥିଲା । ତେଣୁ ପିଲାମାନେ ଡାକ୍ତର ହେବା ବଦଳରେ ଇଞ୍ଜିନିୟର ହେବା ପାଇଁ ପସନ୍ଦ କରୁଥିଲେ। ପାଠ ପରେ ପ୍ରଥମ ଶ୍ରେଣୀର ମେଧାମାନେ ବିଦେଶ ଯାଇ ସେଠାରେ ନିଜର ଜୀବିକା ନିର୍ବାହ କରୁଥିଲେ ତ ଦ୍ବିତୀୟ ଶ୍ରେଣୀର ମେଧାବୀ ଛାତ୍ରୀଛାତ୍ର, ଯେଉଁମାନେ ବିଦେଶକୁ ଯାଇ ପାରନ୍ତି ନାହିଁ ସେମାନେ ବହୁ ରାଷ୍ଟ୍ରୀୟ କମ୍ପାନୀରେ କାମ କରୁଥିଲେ। ସେହିମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବହୁ ପରିମାଣରେ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ହୋଇଥିଲା। ଘରେ ଘରେ ଇଞ୍ଜିନିୟରିଂ ଛାତ୍ର ବାହାରିଲେ। କିନ୍ତୁ ଖୁବ୍‌ଶୀଘ୍ର ପରିସ୍ଥିତି ବଦଳିଗଲା। ଆମେରିକାରେ ସୃଷ୍ଟି ହେଲା ଆର୍ଥିକ ମାନ୍ଦାବସ୍ଥା। ବହୁ ସଂଖ୍ୟକ ଇଞ୍ଜିନିୟର ଚାକିରି ହରାଇଲେ। ସେମାନଙ୍କ ଭବିଷ୍ୟତ ଅନିଶ୍ଚିତ ହୋଇଗଲା। ଫଳରେ ଛାତ୍ରୀଛାତ୍ରମାନେ ଏବେ ଡାକ୍ତରୀ ପଢିବା ପାଇଁ ସବୁତକ ସାମର୍ଥ୍ୟ ବିନିଯୋଗ କରୁଛନ୍ତି। ବଡ଼ କଥା ହେଲା ଡାକ୍ତର ହେବା ପାଇଁ ସେମାନେ ଯେତିକି ନିଷ୍ଠା ପ୍ରଦର୍ଶନ କରୁଛନ୍ତି, ଅଭିଭାବକଙ୍କ ଯେତିକି ସମର୍ଥନ ମିଳୁଛି ସେତିକି ଅନ୍ୟ ଯେ କୌଣସି କ୍ଷେତ୍ର ପାଇଁ ଚେଷ୍ଟା କଲେ ଛାତ୍ରୀଛାତ୍ରମାନେ ହତାଶ ହୁଅନ୍ତେ ନାହିଁ। କ୍ୟାରିୟର ଗଢ଼ିବା ପାଇଁ ଏବେ ପରିସରର ଅଭାବ ନାହିଁ। କିନ୍ତୁ ଡାକ୍ତର ହେବାର ସ୍ବପ୍ନଭଙ୍ଗ ଯନ୍ତ୍ରଣାରେ ଛଟପଟ ହୋଇ ଯେତେ ଛାତ୍ରୀଛାତ୍ର ଅବସାଦଗ୍ରସ୍ତ ହେଉଛନ୍ତି, ଆତ୍ମହତ୍ୟା କରୁଛନ୍ତି ତାହା ଏବେ ଚିନ୍ତାଜନକ ସମସ୍ୟା ହୋଇପଡିଛି।
ରାଜସ୍ଥାନର କୋଟା ଏକ ଆତ୍ମହତ୍ୟାପ୍ରବଣ ସହର ନାମରେ କୁଖ୍ୟାତି ଅର୍ଜନ କରିଛି। ମେଡିକାଲ କୋଚିଂ ନେବା ପାଇଁ ସାରା ଭାରତବର୍ଷରୁ ଛାତ୍ରୀଛାତ୍ର ଏହି ସ୍ଥାନକୁ ଆସିଥାଆନ୍ତି। ଅନେକେ ଏଥିରେ ସଫଳତା ମଧ୍ୟ ହାସଲ କରି ଥାଆନ୍ତି, ଯେଉଁମାନେ ବିଫଳ ହୁଅନ୍ତି ସେମାନଙ୍କ ମଧ୍ୟରେ ଖୁବ୍‌ ହତାଶା ଭାବ ସୃଷ୍ଟି ହୋଇ ଥାଏ, ସେମାନଙ୍କ ମଧ୍ୟରେ ଆତ୍ମହତ୍ୟାପ୍ରବଣତା ଦେଖାଯାଏ। ଏହି ପରିସ୍ଥିତିକୁ ସମ୍ମୁଖୀନ ହେବା ପାଇଁ କର୍ତ୍ତୃପକ୍ଷଙ୍କ ତରଫରୁ ଅନେକ ବ୍ୟବସ୍ଥା କରାଯାଇଛି। ଏ ସମସ୍ୟାଗୁଡ଼ିକୁ ଦୃଷ୍ଟିରେ ରଖି ଅଭିଭାବକମାନେ ବିଦେଶକୁ ନିଜ ନିଜର ସନ୍ତାନମାନଙ୍କୁ ପଠାଇ ଥାଆନ୍ତି। ସବୁଠାରୁ ବଡ଼ କଥା ହେଲା କେତେକ ରାଷ୍ଟ୍ରରେ ମେଡିକାଲ ପଢିବା ପାଇଁ ପ୍ରବେଶିକା ପରୀକ୍ଷା ଦେବାକୁ ପଡେ ନାହିଁ। ଭାରତର ଘରୋଇ ମେଡିକାଲ କଲେଜ ଅପେକ୍ଷା ଖୁବ୍‌କମ ଖର୍ଚ୍ଚରେ ପାଠ ପଢ଼ା ହୋଇଯାଏ। କିନ୍ତୁ ପଢିସାରିଲା ପରେ ସେମାନଙ୍କ ପାଇଁ ଆହୁରି ସମସ୍ୟା ରହିଛି ସେ କଥା ଖୁବ୍‌ କମ୍‌ ଲୋକ ଚିନ୍ତା କରନ୍ତି। ୟୁକ୍ରେନ୍‌, ଆର୍ମେନିଆ ଆଦି ରାଷ୍ଟ୍ରରେ ମେଡିକାଲ କଲେଜରେ ପାଠ ପଢ଼ିଥିଲେ ଛାତ୍ରୀଛାତ୍ରମାନଙ୍କୁ ସିଧାସଳଖ ଭାରତରେ ସେବା କରିବାକୁ ସୁଯୋଗ ମିଳେ ନାହିଁ।
ସେଥିପାଇଁ ସେମାନଙ୍କୁ ଫରେନ ମେଡିକାଲ ଗ୍ରାଜୁଏଶନ ପରୀକ୍ଷା ଦେବାକୁ ପଡ଼େ। ସମସ୍ୟା ହେଲା ଏମାନଙ୍କ ମଧ୍ୟରୁ ପ୍ରତିବର୍ଷ ମାତ୍ର ୧୬ ପ୍ରତିଶତ ଛାତ୍ରୀଛାତ୍ର ଏହି ପରୀକ୍ଷାରେ ସଫଳତା ହାସଲ କରନ୍ତି। ଏବେ ଯୁଦ୍ଧ ଆକ୍ରାନ୍ତ ୟୁକ୍ରେନ୍‌ରେ ପଢୁଥିବା ଛାତ୍ରୀଛାତ୍ର, ସେମାନଙ୍କ ଅଭିଭାବକ ଓ ଆମ ସରକାର କେତେ ଉଦ୍‌ବେଗଗ୍ରସ୍ତ ହୋଇଥିଲେ ସମସ୍ତଙ୍କ ଅଙ୍ଗନିଭା କଥା। ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଛାତ୍ରୀଛାତ୍ର ବାହାର ଦେଶକୁ ପଢିବା ନିମନ୍ତେ ଯାଉଛନ୍ତି।
ଆମ ଦେଶର କୋଟି କୋଟି ଟଙ୍କା ବାହାରକୁ ଯାଉଛି, ଯେଉଁ ଡାକ୍ତରମାନେ ବାହାରୁଛନ୍ତି ସେମାନେ ସମସ୍ତେ ଆମ ଦେଶକୁ ସେବା ଯୋଗାଇଦେବା ପାଇଁ ଯୋଗ୍ୟ ବିବେଚିତ ହୋଇ ପାରୁନାହାନ୍ତି। କରୋନା କାଳରେ ଆମ ଦେଶ ଭିତରେ ସୁରଟ ଫେରନ୍ତା ଦାଦନମାନଙ୍କଠାରୁ ଆମେ ଯାହା ଶିକ୍ଷା କଲୁ ଏବେ ୟୁକ୍ରେନ୍‌ ଫେରନ୍ତା ଡାକ୍ତରୀ ଛାତ୍ରୀଛାତ୍ରମାନଙ୍କଠାରୁ ମଧ୍ୟ ତାହା ଶିଖିବା। ତଫାତ୍‌ ଏତିକି ଯେ ୟୁକ୍ରେନ୍‌ ଫେରନ୍ତାଙ୍କ ଦାୟିତ୍ୱ ସରକାର ନେଇଥିବା ବେଳେ ଦାଦନମାନେ ମରିପଡି ନିଜ ମାଟିକୁ ଫେରିଲେ।
ପୁନର୍ବାର ଏପରି ସଙ୍କଟ ନ ହେଉ ଏଥିପାଇଁ ଆମକୁ ସତର୍କ ରହିବାକୁ ହେବ। ଅନେକ ଜନହିତକର ପଦକ୍ଷେପ ନେବାକୁ ପଡିବ। ଆମ ଦେଶର ଚାହିଦା ଅନୁଯାୟୀ ଡାକ୍ତରୀ କଲେଜ ଖୋଲିବା, ଆବଶ୍ୟକ ସିଟ୍‌ ସଂଖ୍ୟା ବୃଦ୍ଧି, ପାରାମେଡିକାଲ ଛାତ୍ରୀଛାତ୍ରଙ୍କୁ ତାଲିମ ଓ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି ନିମନ୍ତେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ। ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଯେଉଁ ଚାରି ଶହ କୋଟି ଟଙ୍କାର ବଜେଟ ଓ ଯେଉଁ ବିସ୍ତୃତ ଭିତ୍ତିଭୂମି କଥା କୁହାଯାଉଛି, ବୈଦେଶିକ ରାଷ୍ଟ୍ରଗୁଡ଼ିକରେ ଏତେ ସବୁ ନୀତିନିୟମ ଧରା ଯାଏ ନାହିଁ। ଖୁବ୍‌ କମ୍‌ ଖର୍ଚ୍ଚରେ ସେଠାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇ ଥାଏ। ସେହି ହେତୁ କମ୍‌ ଖର୍ଚ୍ଚରେ ପିଲାମାନେ ପଢି ପାରନ୍ତି। ଆମ ଦେଶରେ ମଧ୍ୟ ଏହିପରି ମେଡିକାଲ କଲେଜ ସ୍ଥାପନ କରାଯାଇ ପାରନ୍ତା। ଆମ ଦେଶର ମେଡିକାଲ କଲେଜର ସଂଖ୍ୟା ବୃଦ୍ଧି କରିବା ସଙ୍ଗେ ସଙ୍ଗେ ମେଡିକାଲ ପଢିବା ଖର୍ଚ୍ଚ କମ୍‌ କରିବାକୁ ହେବ। ନ ହେଲେ ଦିନ ଆସିବ କେବଳ ଧନିକ ବର୍ଗର ସନ୍ତାନମାନେ ଡାକ୍ତର ହେବେ, ଗରିବ ଲୋକଙ୍କ ପାଇଁ ଏହା ସ୍ବପ୍ନ ହୋଇ ରହିଯିବ।
ମୋ:୯୪୩୭୦୩୩୦୭୪
basantimohanty12@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri