Posted inଜାତୀୟ

ଖଲିସ୍ତାନୀ ଆତଙ୍କବାଦୀଙ୍କ ସହ ସମ୍ପୃକ୍ତ ୪୮ ସ୍ଥାନରେ ଚଢ଼ାଉ

ଫିରୋଜପୁର,୨୬ା୯: ଖଲିସ୍ତାନୀ ଆତଙ୍କବାଦୀ ଲଖବୀର ସିଂ ଲଣ୍ଡା ଓ ତାଙ୍କ ସହଯୋଗୀମାନଙ୍କ ସହ ସମ୍ପୃକ୍ତ ବିଭିନ୍ନ ସ୍ଥାନରେ ପଞ୍ଜାବ ପୋଲିସ ସୋମବାର ଚଢ଼ାଉ କରିଛି। ଫିରୋଜପୁର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ୪୮ଟି ସ୍ଥାନରେ ଏକସଙ୍ଗେ ତଲାସି କରାଯାଇଥିଲା। ଫିରୋଜପୁରର ଜିରା ଅଞ୍ଚଳରେ ଦାଦାବଟି ଆଦାୟରେ ଲଖବୀର ଓ ତାଙ୍କ ଗ୍ୟାଙ୍ଗ ସଦସ୍ୟ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଉକ୍ତ ଗ୍ୟାଙ୍ଗ୍‌ର ୨ ଜଣ ମୁଖାପିନ୍ଧା ବ୍ୟକ୍ତି ଜଣେ ଦୋକାନୀଙ୍କୁ ଗୁଳି କରିଥିଲେ। ଲଖବୀର ଏବଂ ହରଓ୍ବିନ୍ଦର ସିଂ ସାନ୍ଧୁ ଓରଫ ରିଣ୍ଡାଙ୍କୁ ଧରାଇଦେଲେ ୧୦ ଲକ୍ଷ ଏବଂ ବାବର ଖାଲ୍‌ସା ଇଣ୍ଟରନ୍ୟାଶନାଲ୍‌ର ୩ ଜଣ କାର୍ଯ୍ୟକର୍ତ୍ତାଙ୍କ ସମ୍ପର୍କରେ ସୂଚନା ଦେଲେ ୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ନିକଟରେ ଏନ୍‌ଆଇଏ ଘୋଷଣା କରିଥିଲା। ଭାରତରେ ଶାନ୍ତି ଓ ସାମ୍ପ୍ରଦାୟିକ ସଦ୍‌ଭାବରେ ବ୍ୟାଘାତ ସୃଷ୍ଟି କରିବା ଏବଂ ପଞ୍ଜାବରେ ଆତଙ୍କ ଖେଳାଇବା ଲକ୍ଷ୍ୟରେ ଲଖବୀର ଓ ତାଙ୍କ ସହଯୋଗୀମାନେ ସମ୍ପୃକ୍ତ ଥିବାନେଇ ଏନ୍‌ଆଇଏ ମାମଲା ରୁଜୁ କରି ସେମାନଙ୍କୁ ଖୋଜୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜିତୁ ମୁଣ୍ଡାଙ୍କୁ ମିଳିଲା ନ୍ୟାୟ: ମଲ୍ଲିପଶି ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ, ନବୀନଙ୍କ ହସ୍ତକ୍ଷେପ ପରେ…

ପାଟଣା,୨୩।୬(ବୀର କିଶୋର ଦାଶ): କେନ୍ଦୁଝରର ଜିତୁ ମୁଣ୍ଡାଙ୍କ କେସ୍‌ରେ ଅବହେଳା ପାଇଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ ହୋଇଛନ୍ତି। କେନ୍ଦୁଝର ଜିଲା ମଲ୍ଲୀପଶି ସ୍ଥିତ ଓଡ଼ିଶା…

ପାକିସ୍ତାନକୁ କଡ଼ା ଟାର୍ଗେଟ କଲେ ୟୁକେ ପ୍ରଧାନମନ୍ତ୍ରୀ ଦୌଡ଼ରେ ଥିବା ନାଇଜେଲ ଫାରେଜ, ଜାଣନ୍ତୁ ଭାରତ ପ୍ରତି ତାଙ୍କର ମତ କ’ଣ

ଲଣ୍ଡନ,୨୩।୬: କିର ଷ୍ଟାର୍ମରଙ୍କ ଇସ୍ତଫା ପରେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ଦୌଡ଼ରେ ନାଇଜେଲ ଫାରେଜ ଜଣେ ଦୃଢ଼ ଦାବିଦାର ଭାବରେ ଉଭା ହୋଇଛନ୍ତି। ରିଫର୍ମ ୟୁକେର…

ସ୍କୁଲରୁ ଲଗାତର ଚୋରି, ଦୁର୍ବୃତ୍ତମାନଙ୍କୁ ଧରିବାରେ ପୋଲିସ ବିଫଳ

ଅମରପାଲି,୨୩ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ୍‌ ଅନ୍ତର୍ଗତ ବହଳପଦର କ୍ଲଷ୍ଟରର ଭାଲୁଡୁଙ୍ଗୁରୀ ସରକାରୀ ୟୁପି ସ୍କୁଲରେ ବାରମ୍ବାର ଚୋରି ହେଉଥିବାବେଳେ ଏ ପର୍ଯ୍ୟନ୍ତ ଦୁର୍ବୃତ୍ତମାନଙ୍କୁ ଧରିବାରେ…

ଶିକ୍ଷାବିତ୍‌ଙ୍କ ଅକାଳ ବିୟୋଗ: ଚକ୍ଷୁ ଦାନ କରି ସାଜିଲେ ଉଦାହରଣ

ନୂଆପଡ଼ା/ସିନାପାଲି,୨୩ା୬(ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଅଞ୍ଚଳର ଶିକ୍ଷାବିତ୍‌ ଜଗନ୍ନାଥ ନାୟକଙ୍କ ୫୨ ବର୍ଷ ବୟସରେ ରବିବାର ଅକାଳ ବିୟୋଗ ଘଟିଛି। ଛାତିରେ ଯନ୍ତ୍ରଣା ଅନୁଭବ…

ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପରମାଣୁ କାର୍ଯ୍ୟକ୍ରମକୁ ନେଇ ନେଲା ୟୁଟର୍ନ

ତେହରାନ,୨୩।୬: ଯେତେବେଳେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଆଗକୁ ବଢୁଛି, ଇରାନ ଏହାର ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ୟୁ-ଟର୍ନ ନେଇଛି। ଏହା ଚୁକ୍ତିନାମା…

ଅଟୋ ରାଲି ଶୁଭାରମ୍ଭରେ ତ୍ରିରଙ୍ଗା ଉଡାଇଲେ ବିଧାୟକ, ଭିଡିଓ ଭାଇରାଲ ପରେ…

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅଟୋରିକ୍ସା ମାଲିକ ସଂଘ ରବିବାର ସଂଘର ୨୭ତମ ବାର୍ଷିକ ଉତ୍ସବ ପାଳନ କରିଥିଲା। ଏହି ଅବସରରେ ସକାଳ ପ୍ରାୟ ୮ଟାରେ ବରଗଡ଼…

ବିକ୍ରି ନ ହୋଇ ଖୋଲା ଆକାଶ ତଳେ ପଡିରହିଛି ଧାନ: ମାଡ଼ି ଆସିଲା ବର୍ଷା

ବରଗଡ଼,୨୩।୬(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଚାଷକାର୍ଯ୍ୟ ଆରମ୍ଭ କରିବା ସମୟ ଆସି ଯାଇଛି। ହେଲେ ଟୋକନ ସମସ୍ୟା ଯୋଗୁ ଏପର୍ଯ୍ୟନ୍ତ ରବିରେ ଅମଳ ଧାନକୁ ଅନେକ ଚାଷୀ ବିକ୍ରି…

କାତାରରେ ବିସ୍ଫୋରଣ: ୧୨ ଭାରତୀୟଙ୍କ ସମେତ ୧୩ ମୃତ

ଦୁବାଇ,୨୩ା୬(ପି.ଟି.): କାତାରର ରାସ୍‌ ଲାଫାନ୍‌ ଶିଳ୍ପାଞ୍ଚଳ ସହରରେ ଥିବା ଏକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟି ୧୨ ଭାରତୀୟଙ୍କ ସମେତ ୧୩ ଜଣ ପ୍ରାଣ ହରାଇଛନ୍ତି। ରବିବାର ସନ୍ଧ୍ୟାରେ ଶିଳ୍ପାଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri