ପାଣିରେ ପଡ଼ିଲା ୪୮ କୋଟି

ଭୁବନେଶ୍ୱର, ୫।୧୧(ବ୍ୟୁରୋ): ଚାଷଜମିକୁ ପାଣି ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ଜିଲାରେ ନିର୍ମାଣ କରୁଛନ୍ତି ଜଳସେଚନ ପ୍ରକଳ୍ପ। କେନାଲ ସମ୍ପ୍ରସାରଣ, ମରାମତି, ଖନନ ମଧ୍ୟ ହେଉଛି। ଏଥିଲାଗି ସରକାରୀ ତହବିଲରୁ ଖର୍ଚ୍ଚ ହେଉଛି ବହୁ କୋଟି ଟଙ୍କା। ହେଲେ ଜଳ ସମ୍ପଦ ବିଭାଗ ଯନ୍ତ୍ରୀଙ୍କ ଅପାରଦର୍ଶିତା ଯୋଗୁ ଯେଉଁ ଉଦ୍ଦେଶ୍ୟରେ ପ୍ରକଳ୍ପ ନିର୍ମାଣ କରାଯାଉଛି ତାହା କାମରେ ଆସୁନାହିଁ। ବର୍ଷାଦିନେ ବି ଡ୍ୟାମଗୁଡିକ ଖାଲି ପଡୁଛି। ଟିକସଦାତାଙ୍କ ଅର୍ଥରେ ତଳୁ ଉପରୁ ଯାଏ ଯନ୍ତ୍ରୀମାନେ ମାଲାମାଲ ହେଉଥିବାବେଳେ କୃଷିକାର୍ଯ୍ୟ ସମୟରେ ଚାଷୀଙ୍କୁ ପାଣି ଟୋପାଏ ମିଳୁନାହିଁ। କେବଳ ଏତିକି ନୁହେଁ, କେନାଲ ଶଯ୍ୟାକୁ ସିମେଣ୍ଟ କଂକ୍ରିଟ୍‌ (କେନାଲ ଲାଇନିଂ) କରିବାରେ ମଧ୍ୟ ବ୍ୟାପକ ହେରଫେର୍‌ ହେଉଛି। ଏସବୁ କାର୍ଯ୍ୟରେ ୨୦୧୦ରୁ ୨୦୧୮ ମଧ୍ୟରେ ପ୍ରାୟ ୪୮ କୋଟି ଟଙ୍କା ବରବାଦ ହୋଇଛି। କମ୍ପଟ୍ରୋଲର ଆଣ୍ଡ ଅଡିଟର୍ସ ଜେନେରାଲ (ସିଏଜି) ଏଭଳି ଏକ ବଡ଼ଧରଣର ଦୁର୍ନୀତିର ପର୍ଦ୍ଦାଫାଶ କରିଛନ୍ତି।
ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି, ଜଳସେଚନ ପ୍ରକଳ୍ପ ନିର୍ମାଣ କରିବା ପୂର୍ବରୁ କୌଣସି ସର୍ବେକ୍ଷଣ କରାଯାଉନାହିଁ। ପ୍ରକଳ୍ପ ନିର୍ମାଣ ପୂର୍ବରୁ ଏଥିରେ ପାଣି ରହିବ କି ନାହିଁ ସେକଥା ପ୍ରତି ଧ୍ୟାନ ଦିଆଯାଇନାହିଁ। ଏଥିରେ ସରକାରୀ ରାଜକୋଷରୁ ୩୩.୨୨ କୋଟି ଟଙ୍କା ବରବାଦ ହୋଇଛି। ଓଡ଼ିଶା ସମନ୍ବିତ ଜଳସେଚିତ ଏବଂ ଜଳ ପରିଚାଳନା ନିବେଶ କାର୍ଯ୍ୟକ୍ରମ ଅନ୍ତର୍ଗତ ୮୧୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ଗୋହିରା ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏହି ପ୍ରକଳ୍ପ ଲାଗି ୭ଟି ପ୍ୟାକେଜ ମାଧ୍ୟମରେ ୨୦୧୦ ସେପ୍ଟେମ୍ବରରୁ ୨୦୧୨ ମଧ୍ୟରେ ୨୨.୬୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ପ୍ରକଳ୍ପ କାର୍ଯ୍ୟ ୨୦୧୨ରୁ ୨୦୧୪ ମାର୍ଚ୍ଚ ମଧ୍ୟରେ ଶେଷ କରାଯିବାକୁ ସ୍ଥିର ହୋଇଥିଲା। ହେଲେ ଏହି କାର୍ଯ୍ୟ ୨୦୧୨ରୁ ୨୦୧୫ ମଧ୍ୟରେ ଶେଷ ହୋଇଥିଲା। ଠିକାଦାରଙ୍କୁ ଏ ବାବଦରେ ୨୮.୦୬ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଏହାଛଡା କମାଣ୍ଡ ଏରିଆକୁ ଜଳ ବିତରଣ ନିମନ୍ତେ ୧୨୦ ଜଳାଶୟରୁ ୭୧ଟି ନିର୍ମାଣ ପାଇଁ ୫.୧୬ କୋଟି ଟଙ୍କା ଦିଆଯାଇଥିଲା। ଏହି କାର୍ଯ୍ୟ ୨୦୧୨ରୁ ୨୦୧୪ ମଧ୍ୟରେ ସମ୍ପନ୍ନ ହୋଇଥିଲା।
ଓଡ଼ିଶା ଲୋକ ନିର୍ମାଣ ବିଭାଗ ସଂହିତା (ଓପିଡବ୍ଲ୍ୟୁଡି କୋଡ୍‌)ର ଧାରା ୩.୪.୧୯(କ) ଅନୁସାରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରି ଜଳର ଉତ୍ସ, ବର୍ଷର ବିଭିନ୍ନ ସମୟରେ ଜଳର ଉପଲବ୍ଧତା ଓ ବ୍ୟବହାରଯୋଗ୍ୟ ଜଳର ପରିମାଣ ବିଷୟରେ ଅନୁଧ୍ୟାନ କରିବା ବାଧ୍ୟତାମୂଳକ। ତେବେ ଏ ସବୁକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ଗୋହିରା ଜଳସେଚନ ପ୍ରକଳ୍ପକୁ ଅନୁଧ୍ୟାନ କରିବା ପରେ ସିଏଜି ଜାଣିବାକୁ ପାଇଛନ୍ତି ଯେ, ନିର୍ମାଣ କାର୍ଯ୍ୟର ଠିକ୍‌ ପୂର୍ବରୁ ଅର୍ଥାତ ରବି କୃଷି ଋତୁ ୨୦୦୯-୧୧ରେ କୌଣସି ଜଳ ଉପଲବ୍ଧ ନ ଥିଲା। ଏହଛଡ଼ା ୨୦୧୧-୧୫ ମଧ୍ୟରେ କମାଣ୍ଡ ଏରିଆକୁ ଜଳ ଯୋଗାଣ ପରିମାଣ ୫୫୦ରୁ ୪୩୦୯ ହେକ୍ଟର ମଧ୍ୟରେ ରହିଥିଲା। କେବଳ ସେତିକି ନୁହେଁ, ୨୦୧୬ରୁ ୨୦୧୮ ମଧ୍ୟରେ ଡ୍ୟାମଟି ଶୁଖିଲା ପଡ଼ିଥିଲା। ଏଥିଯୋଗୁ ସରକାରଙ୍କୁ ୩୩.୨୨ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି।
ଅନ୍ୟ ପକ୍ଷରେ କେନାଲ ଶଯ୍ୟାରେ କଂକ୍ରିଟ ମୋଟେଇ ବୃଦ୍ଧି କରାଯାଇ ସରକାରଙ୍କୁ ୧୪.୩୮ କୋଟି ଟଙ୍କାର ଚୂନ ଲଗାଯାଇଛି। ଭାରତୀୟ ମାନକ ସଂସ୍ଥା କେନାଲ ଶଯ୍ୟାରେ ସିମେଣ୍ଟ କଂକ୍ରିଟ ନିର୍ମାଣ କରିବା ପାଇଁ ଆଇଏସ୍‌ ୩୮୭୩:୧୯୯୩ରେ ପ୍ରସ୍ତାବ ଦେଇଥିଲେ। ସେହି ମାନକ ଅନୁଯାୟୀ ଲାଇନିଂର ମୋଟେଇ କେନାଲର ଜଳଧାରଣ କ୍ଷମତା ଉପରେ ନିର୍ଭର କରେ। ବ୍ରହ୍ମପୁର ଜଳସେଚନ ଡିଭିଜନର ନଥିପତ୍ର ଯାଞ୍ଚ କରିବା ପରେ ସିଏଜି ଜାଣିବାକୁ ପାଇଛନ୍ତି ଯେ, ୧୫ଟି କେନାଲର ଉନ୍ନତୀକରଣ କାର୍ଯ୍ୟ ପାଇଁ ମୁଖ୍ୟଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅଧୀକ୍ଷଣ ଯନ୍ତ୍ରୀ ଯାଏ ୫୧.୩ କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ୨୦୧୪ ମେ’ରୁ ୨୦୧୭ ସେପ୍ଟେମ୍ବର ମଧ୍ୟରେ ୫୭.୬୯ କୋଟି ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିଲା। ୨୦୧୫ରୁ ୨୦୧୮ ମଧ୍ୟରେ କାର୍ଯ୍ୟଗୁଡିକ ଶେଷ ହେବାର ଥିଲା। ମାତ୍ର ୨୦୧୮ ଯାଏ କାର୍ଯ୍ୟ ଚାଲୁ ରହିଥିଲା। ଇତିମଧ୍ୟରେ ଠିକାଦାରଙ୍କୁ ୪୭.୭୭ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟଗୁଡିକରେ ମୁଖ୍ୟତଃ ଏମ୍‌-୧୫ ଗ୍ରେଡ୍‌ ସିମେଣ୍ଟ କଂକ୍ରିଟ ଦ୍ୱାରା ଲାଇନିଂ ନିର୍ମାଣ ହେବାର ଥିଲା। କେନାଲ ପ୍ରଣାଳୀଗୁଡିକର ନିଷ୍କାସନ କ୍ଷମତା ୦.୦୬ରୁ ୧୦.୩୮ କ୍ୟୁସେକ୍‌ ମଧ୍ୟରେ ରହିଥିଲା। ଲାଇନିଂର ମୋଟେଇକୁ ଏମ୍‌-୧୫ ଗ୍ରେଡ୍‌ରୁ ୬୦/୭୫ ମି.ମି.ରେ ସୀମିତ ରଖିବା ପରିବର୍ତ୍ତେ ଏମ୍‌-୧୦/୧୫ ଗ୍ରେଡ୍‌ ୧୫୦ ମି.ମି. ମୋଟେଇ ବିଶିଷ୍ଟ କଂକ୍ରିଟ୍‌ ଲାଇନିଂ ବ୍ୟବସ୍ଥା ହୋଇଥିଲା। ଅତିରିକ୍ତ କଂକ୍ରିଟ ଲାଇନିଂର ବ୍ୟବସ୍ଥା ଭାରତୀୟ ମାନକକୁ ଉଲ୍ଲଂଘନ କରୁଥିଲା। ଫଳରେ ୧୫.୫୨ କୋଟି ଟଙ୍କା ଅଯଥା ବ୍ୟୟ ହୋଇଥିବା ସିଏଜିଙ୍କ ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?