କମର ଭାଙ୍ଗିଦେଲା କଟକଣା

ଅନୁଗୋଳ ଅଫିସ, ୫।୧୧:  କରୋନା କାରଣରୁ ଚଳିତବର୍ଷ ପୂଜା ଉତ୍ସବ ନିରାଡମ୍ବରରେ ପାଳନ କରାଯାଇଛି। ଫଳରେ ପ୍ରତିବର୍ଷ ଏହି ସମୟରେ ହେଉଥିବା କୋଟି କୋଟି ଟଙ୍କାର ବ୍ୟବସାୟ ମାଡ଼ ଖାଇଯାଇଛି। ମହାମାରୀକୁ ଦୃଷ୍ଟିରେ ରଖି ସରକାର ପର୍ବ ପାଳନ ନେଇ ସ୍ବତନ୍ତ୍ର ନିୟମାବଳୀ ଜାରି କରୁଥିବାରୁ ଦୀପାବଳିରେ ମଧ୍ୟ ସେପରି କିଛି ଆଶଙ୍କା କରାଯାଉଥିଲା। କିନ୍ତୁ ବାଣ ବ୍ୟବସାୟ ଓ ଫୁଟାଇବା ସମ୍ପୂର୍ଣ୍ଣ ନିଷେଧ ଘୋଷଣା ଏହି ସିଜିନ୍‌ ବ୍ୟବସାୟୀଙ୍କ କମର ଏକପ୍ରକାର ଭାଙ୍ଗିଦେଇଛି। ସରକାର ଏହି କଟକଣା ଲଗାଇବାର ବହୁ ପୂର୍ବର ଅନେକ ବ୍ୟବସାୟୀ ବାଣ କିଣିସାରିଥିବା ବେଳେ ଆହୁରି କେତେଜଣ ଏଥିପାଇଁ ମହାଜନଙ୍କୁ ବଇନା ମଧ୍ୟ ଦେଇସାରିଛନ୍ତି। ତେଣୁ ସମ୍ପୃକ୍ତ ବ୍ୟବସାୟୀମାନେ ଅର୍ଥ କିପରି ଫେରିପାଇବେ ତାହାକୁ ନେଇ ଚିନ୍ତାରେ ପଡ଼ିଥିବାରୁ ସରକାର କ୍ଷତିପୂରଣ ଦିଅନ୍ତୁ ବୋଲି ଦାବି ହେଉଛି।
ପ୍ରତିବର୍ଷ ଦୀପାବଳିରେ ଅନୁଗୋଳ ସହରରେ ପ୍ରାୟ କୋଟିଏ ଟଙ୍କାର ବାଣ ବ୍ୟବସାୟ ହୋଇଥାଏ। ମାତ୍ର ୩ରୁ ୪ ଦିନ ପାଇଁ ଷ୍ଟାଡିୟମରେ ଏହି କିଣାବିକା ହେଉଥିଲେ ବି ଦାମୀ ବାଣ କିଣିବାକୁ ସହରବାସୀଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲେ। ଅଧିକ ବିକ୍ରି ହେଉଥିବା ବାଣର ଚାହିଦାକୁ ଦେଖି ବରାଦ ଦିଆଯାଇଥାଏ। ଏଥିସହ ନୂଆ ପ୍ରକାରର ତିଆରି ପାଇଁ ଆଗୁଆ ଟଙ୍କା ଦିଆଯାଇଥାଏ। ଚଳିତବର୍ଷ ଚାଇନାରୁ ଆସିବାର ନ ଥିଲେ ମଧ୍ୟ ଦେଶର ବିଭିନ୍ନ ରାଜ୍ୟରୁ ବାଣ ଆସିବା ଆରମ୍ଭ ହୋଇଥିଲା। ଅନୁଗୋଳର କାରବାର କରୁଥିବା ମହାଜନ ବା ହୋଲସେଲରମାନେ ଏହାକୁ ଆଣି ଅନ୍ୟ ବ୍ୟବସାୟୀମାନଙ୍କୁ ଯୋଗାଇ ଦେଉଥିବା ଦେଖାଯାଇଥିଲା। ଏହି ବେପାରରୁ ସର୍ବାଧିକ ଲାଭ ମିଳୁଥିବାରୁ କିଛି ବ୍ୟକ୍ତି ଲୋକାଲ ତିଆରି ଉପରେ ଗୁରୁତ୍ୱ ଦେଇଥିଲେ। କିନ୍ତୁ ସରକାର କଟକଣା ସମ୍ପର୍କରେ ହଠାତ୍‌ ଘୋଷଣା କରିବା ପରେ ଗୋଦାମ ମାଲିକଙ୍କ ଠାରୁ ଆରମ୍ଭ କରି ଛୋଟ ବ୍ୟବସାୟୀମାନେ ହରଡ଼ଘଣାରେ ପଡ଼ିଛନ୍ତି। ଅନ୍ୟପକ୍ଷରେ ସଚେତନ ସହରବାସୀ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି।
୬ ମାସ ଖର୍ଚ୍ଚ ଉଠିଯାଏ
ବାଣ ବ୍ୟବସାୟ ପାଇଁ ବର୍ଷକ ପୂର୍ବରୁ ପ୍ରସ୍ତୁତି ହୋଇଥାଏ। ଷ୍ଟାଡିୟମରେ ମାତ୍ର ୩ ଦିନ ବ୍ୟବସାୟରେ ୩ ଲକ୍ଷ ଟଙ୍କାର ବାଣ ବିକ୍ରି ହୋଇଯାଏ। ଏଥିରୁ ମିଳୁଥିବା ଲାଭ ଅର୍ଥରେ ୬ ମାସର ଖର୍ଚ୍ଚ ଉଠିଯାଏ। କିନ୍ତୁ ଚଳିତ ବର୍ଷ ବିକ୍ରି ଓ ଫୁଟାଇବା ଉପରେ କଟକଣା ଲାଗିବା ପରେ ବ୍ୟବସାୟୀଙ୍କ ଚିନ୍ତା ବଢ଼ିଯାଇଛି।
-ରାହୁଲ କୁମାର ଦାସ, ବ୍ୟବସାୟୀ, ଅନୁଗୋଳ

ଘର ଚଳାଇବା ମୁସ୍କିଲ ହୋଇଯିବ
ବିଭିନ୍ନ ସିଜନ ବ୍ୟବସାୟ ଚଳିତବର୍ଷ ମାଡ଼ ଖାଇଯାଇଛି। ଉତ୍ସବବିହୀନ ପୂଜା ପରି ଦୀପାବଳିରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଏହି ବ୍ୟବସାୟୀମାନଙ୍କ କମର ଭାଙ୍ଗି ଦେଇଛି। ତେଣୁ ପରିବାର ଚଳାଇବା କଷ୍ଟକର ହୋଇପଡ଼ିବ। ୨୦ ବର୍ଷ ବ୍ୟବସାୟରେ ଏହା ପ୍ରଥମ ଘଟଣା।
-ପ୍ରଭୁଦତ୍ତ ସାହୁ, ବ୍ୟବସାୟୀ, ଅନୁଗୋଳ

ଲଗାଯାଇଥିବା ଅର୍ଥ କେମିତି ଫେରିବ
ବାଣ ବ୍ୟବସାୟର ନିଶା ଅଲଗା ଓ ଲାଭ ମଧ୍ୟ ନିଆରା। ବେପାର ପରେ ବଳକା ସବୁକୁ ଫୁଟାଇ ମଜା ନିଆଯାଏ। ହେଲେ ଏବର୍ଷର କଟକଣା କଷ୍ଟଦାୟକ। କେତେଜଣ ବ୍ୟବସାୟୀ ବାଣ କିଣି ସାରିଥିବା ବେଳେ ଆଉ କେତେଜଣ ବଇନା ଦେଇଥିବାରୁ କିପରି ଅର୍ଥ ଫେରିପାଇବେ ସେ ନେଇ ଚିନ୍ତିତ ହୋଇପଡ଼ିଛନ୍ତି।
-ଅଭିନାଶ ଜେନା, ବ୍ୟବସାୟୀ , ଅନୁଗୋଳ

ସବୁ ବେପାର ବୁଡ଼ାଇଲା
କରୋନା ଚଳିତବର୍ଷ ସବୁ ବେପାର ବୁଢ଼ାଇଛି। ବାଣ ବ୍ୟବସାୟରୁ ବାହାରୁଥିବା ଲାଭରୁ ଅନ୍ୟ କ୍ଷତି ଭରଣା ହୋଇଥାଏ। ଏଥର କିନ୍ତୁ ଓଲଟା ହୋଇଗଲା। ପାଖାପାଖି ୮ରୁ ୧୦ ଲକ୍ଷ ଟଙ୍କାର ମାଲ୍‌ ଆସିବାର ଥିଲା। ଏ ନେଇ ମହାଜନଙ୍କୁ ଅଗ୍ରିମ ଦିଆଯାଇଥିଲା। କିନ୍ତୁ ସରକାର କଟକଣା ଲଗାଇବା ପରେ ପାଦ ତଳୁ ମାଟି ଖସି ଯାଇଛି।
ରଶ୍ମିରଞ୍ଜନ ସାମଲ, ବ୍ୟବସାୟୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri