୧୧ ଜିଲାରେ ସ୍ବଳ୍ପ ବୃଷ୍ଟିପାତ

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ଚଳିତବର୍ଷ ରାଜ୍ୟରେ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇଛି। ସାରା ଦେଶରେ ୧୫ ସ୍ଥାନରେ ସ୍ବାଭାବିକ ବର୍ଷା ହୋଇଥିବାବେଳେ ୨୧ ସ୍ଥାନରେ ବର୍ଷାର ପରିମାଣ କମ୍‌ ରହିଛି। ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୩୧ ପ୍ରତିଶତ କମ୍‌ ବର୍ଷା ହୋଇଛି। ସୁନ୍ଦରଗଡ଼, ମୟୂରଭଞ୍ଜ, ଗଜପତି, ଅନୁଗୋଳ, ଦେବଗଡ଼, କନ୍ଧମାଳ, ବୌଦ୍ଧ, ରାୟଗଡ଼ା, କେନ୍ଦୁଝର, ବଲାଙ୍ଗୀର, ବାଲେଶ୍ୱର ଆଦି ୧୧ ଜିଲାରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଅଧିକାଂଶ ବ୍ଲକ୍‌ରେ ଧାନ ତଥା ଅଣଧାନ ଫସଲ ଗୁରୁତର ପ୍ରଭାବିତ ହେବା ସମ୍ଭାବନା ରହିଛି। ଆଉ କିଛିଦିନ ମଧ୍ୟରେ ଯଦି ଭଲ ବର୍ଷା ନ ହୁଏ ତେବେ ରାଜ୍ୟରେ ମରୁଡ଼ି ହୋଇଯିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରୁଛନ୍ତି।
ଅନ୍ୟପକ୍ଷରେ ୨୪ ତାରିଖ ବୁଧବାର ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହା ଲଘୁଚାପରେ ପରିଣତ ହେଲେ ୨୫, ୨୬ ଓ ୨୭ ତାରିଖରେ ପ୍ରବଳ ବର୍ଷା ହେବ। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚାନୁସାରେ, ୨୫ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ରହିଛି। ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ସୁନ୍ଦରଗଡ଼, ଦେବଗଡ଼, ନବରଙ୍ଗପୁର, କଳାହାଣ୍ଡି ଓ ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ହେବ। ତେବେ ୨୬ ତାରିଖରେ ଦେବଗଡ଼, ସମ୍ବଲପୁର, କଟକ, ଅନୁଗୋଳ, ଢେଙ୍କାନାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବାବେଳେ କେରାପୁଟ, କଳାହାଣ୍ଡି, କନ୍ଧମାଳ, ସୋନପୁର, ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ଜଗତସିଂହୁପର, ଖୋର୍ଦ୍ଧା, ପୁରୀ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବ। ସେହିପରି ୨୭ ତାରିଖରେ ସମ୍ବଲପୁର, ବରଗଡ଼, ବୌଦ୍ଧ, କଳାହାଣ୍ଡି ଓ ନବରଙ୍ଗପୁରରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ପୁରୀ, ଗଞ୍ଜାମ, ନୂଆପଡ଼ା, ବଲାଙ୍ଗୀର, କୋରାପୁଟ ଓ କନ୍ଧମାଳରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆଶଙ୍କା କରିଛି। ସେପଟେ ମଙ୍ଗଳବାର ସନ୍ଧ୍ୟା ୫ଟା ସୁଦ୍ଧା କେନ୍ଦୁଝରରେ କେନ୍ଦୁଝରଗଡ଼ରେ ସର୍ବାଧିକ ୩୨ ମିଲିମିଟର ବର୍ଷା ହୋଇଥିବାବେଳେ କୋରାପୁଟରେ ୨୪ମିମି, ବାରିପଦାରେ ୧ମିମି ବର୍ଷା ରେକର୍ଡ କରାଯାଇଛି।
ଫସଲ ସୁପରିଚାଳନା ପାଇଁ ଓୟୁଏଟିର ପରାମର୍ଶ
ରାଜ୍ୟରେ ସ୍ବଳ୍ପ ବୃଷ୍ଟି ଯୋଗୁ ମରୁଡ଼ି ଆଶଙ୍କା। ସେପଟେ ଲଘୁଚାପ ହେଲେ ବର୍ଷା ସମ୍ଭାବନା। ଏପରିସ୍ଥିତିରେ ଚାଷୀମାନେ କିପରି ଫସଲର ସୁପରିଚାଳନା କରିବେ ସେଥିପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ପକ୍ଷରୁ କୃଷି ପରାମର୍ଶ ଦିଆଯାଇଛି। ଯେଉଁଠି ଧାନ ବୁଣାବୁଣି ସରିଯାଇଛି, ସେଠି ପାଣିପାଗ ବିଭାଗର ବର୍ଷାର ପୂର୍ବାନୁମାନ ଅନୁଯାୟୀ ଧାନ ଫସଲକୁ ନଷ୍ଟ ନ କରି ଅପେକ୍ଷା କରିବାକୁ କୁହାଯାଇଛି। ଯେଉଁ ଜମିରେ ରୁଆ ସରିଯାଇଛି, ସେଠି ଧାନ ଫସଲକୁ ବଞ୍ଚାଇବା ପାଇଁ ଫସଲ ରକ୍ଷାକାରୀ ଜଳସେଚନ କରିବାକୁ ପରାମର୍ଶ ଦିଆଯାଇଛି। ଏହି ସମୟରେ ତଳିଘରାରେ ମହିଷା, ମୂଳଶଢ଼ା ଓ ବୀଜାଣୁଜନିତ ପତ୍ରପୋଡ଼ା ରୋଗ ଲାଗିବାର ଆଶଙ୍କା ରହିଥିବାରୁ ନିରାକରଣ ବ୍ୟବସ୍ଥା ପାଇଁ ଚାଷୀମାନେ ପଦକ୍ଷେପ ନେବା ଉଚିତ। ବର୍ଷା ଜଳ ପାଇବା ପରେ ପ୍ରଥମେ ମଝିଆଳି ଜମିରେ ଓ ପରେ ଖାଲୁଆ ଜମିରେ ରୁଆ କାର୍ଯ୍ୟ ସାରିବାକୁ କୁହାଯାଇଛି। ସେହିପରି ଯେଉଁ ଢିପ ଜମିରେ ଧାନ ଫସଲ ହେବାର ଆଉ ସମ୍ଭାବନା ନାହିଁ ସେଠାରେ ଅଣଧାନ ଯେପରିକି ମକା, ମାଣ୍ଡିଆ, ମୁଗ, ବିରି, ବରଗୁଡ଼ି, ରାଶି, କନ୍ଦମୂଳ ଇତ୍ୟାଦି ଚାଷ କରିବାକୁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ପଡ଼ୁଥିବା ମୁଗ, ବିରି ବିହନ ପାଇଁ ଚାଷୀମାନେ ବିହନ ନିଗମ ସହିତ ଯୋଗାଯୋଗ କରନ୍ତୁ। ସଅଳ ଅମଳ ପାଇଁ ଫୁଲକୋବି, ବନ୍ଧାକୋବି, ବିଲାତିବାଇଗଣ, ଲଙ୍କା, ବାଇଗଣ ଓ ଖରିଫ୍‌ ପିଆଜ ପଲିଥିନ୍‌ ମଞ୍ଚା ତଳେ ଉଚ୍ଚ ତଳିଘରା କରି ତଳି ପକାଇବାକୁ ଓୟୁଏଟି ପକ୍ଷରୁ କୃଷକମାନଙ୍କୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?