Advertisement

୪୫୩.୧୧ କୋଟି ଟଙ୍କାରେ ହେବ ବୃହତ୍‌ ଜଳ ଯୋଗାଣ ପ୍ରକଳ୍ପ

ବରଗଡ଼ ଅଫିସ, ୧୬।୧୦: ବରଗଡ଼ ଜିଲାରେ ଏକ ବୃହତ୍‌ ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପ ହେବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫୩ କୋଟି ୧୧ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ରବିବାର ବରଗଡ଼ରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ପୂର୍ବତନ ରାଜ୍ୟ ସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ପ୍ରକଳ୍ପ ଦ୍ବାରା ଜିଲାର ୩ବ୍ଲକ ଅଧୀନରେ ଥିବା ୫୮ଟି ପଞ୍ଚାୟତ ଅନ୍ତର୍ଗତ ୩୧୬ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୨ଲକ୍ଷ ୯୧ହଜାର ୨୯୦ ଜନସାଧାରଣ ବିଶୁଦ୍ଧ ପାନୀୟ ଜଳ ପାଇ ପାରିବେ। ଭଟଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ କହିଥିଲେ, ମହାନଦୀରୁ ପାଣି ଆସିବ ଏବଂ ଅମ୍ବାଭୋନା ବ୍ଳକ ତାମଦେଇଠାରେ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ ହେବ। ସେଠାରୁ ପାଇପ୍‌ ଯୋଗେ ଅମ୍ବାଭୋନା ବ୍ଳକର ୧୫ ପଞ୍ଚାୟତ ଅନ୍ତର୍ଗତ ୧୦୪, ଭଟଲି ବ୍ଲକର ୧୬ ପଞ୍ଚାୟତ ଅନ୍ତର୍ଗତ ୮୪ ଏବଂ ସୋହେଲା ବ୍ଲକର ୨୭ ପଞ୍ଚାୟତ ଅନ୍ତର୍ଗତ ୧୨୮ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେବ। ଏହାଦ୍ବାରା ଅଞ୍ଚଳରେ ଆଉ ପାନୀୟଜଳର ଅଭାବ ପରିଲକ୍ଷିତ ହେବ ନାହିଁ ବୋଲି ବିଧାୟକ ସିଂ କହିଥିଲେ। ଖବରଦାତା ସମ୍ମିଳନୀରେ ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ସାଧୁ ନେପାକ, ଅମ୍ବାଭୋନା ବ୍ଳକ ଅଧ୍ୟକ୍ଷ କୀର୍ତ୍ତିଚନ୍ଦ୍ର ଦୁଆନ, ଭଟଲି ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ‘ୟାସ’ ନେଇ ପ୍ରସ୍ତୁତି: ହୋମଆଇସୋଲଶନରୁ କୋଭିଡ୍‌ ରୋଗୀଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ

ଛତ୍ରପୁର,୨୩।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ସମସ୍ତ ବ୍ଲକ ସ୍ତରୀୟ ଓ ଏନ୍‌ଏସି ସ୍ତରୀୟ ଅଧିକାରୀ ମାନଙ୍କୁ ସମ୍ଭାବ୍ୟ ବାତ୍ୟା ନିମନ୍ତେ ପ୍ରସ୍ତୁତ ରହିବାପାଇଁ ଜିଲାପାଳ ବିଜୟା ଅମୃତା...

କୋଇଲା ଉଦ୍ୟୋଗରୁ ପୁଞ୍ଜି ନିବେଶ ପ୍ରତ୍ୟାହାର ଦାବି: ଖଣି ବନ୍ଦ ଆନ୍ଦୋଳନ

ତାଳଚେର,୨୪।୯(ନି.ପ୍ର.): ଅନୁଗୋଳ ଜିଲା ବିଏମ୍‌ସି, ଆଇଏନ୍‌ଟିୟୁସି, ଏଆଇଟିୟୁସି ଶ୍ରମିକ ସଂଗଠନ ପକ୍ଷରୁ କୋଇଲା ଉଦ୍ୟୋଗରୁ ଶତ ପ୍ରତିଶତ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ପ୍ରତ୍ୟାହାର ଦାବିରେ ମଙ୍ଗଳବାର...

ଋତୁସ୍ରାବର ସମସ୍ୟା ସମାଧାନ କରିବ ‘ପ୍ରୀତି’

ଯାଜପୁର ଅଫିସ,୪।୩ : ଋତୁସ୍ରାବ ପାଇଁ ମହିଳାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଯାଜପୁର ଜିଲା ଦାନଗଦୀ ବ୍ଲକ ଟୋଲକାନି ଗ୍ରାମର ଯୁବ...

ଶିକାରକୁ ଯିବା ହେଲା କାଳ: ଗୁଳି ମାଡ଼ରେ ଶିକାରୀ ମୃତ, ବାପାଙ୍କ ସମେତ ୩ ଅଟକ

ଦାରିଙ୍ଗବାଡ଼ି,୨।୧୨(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଜଙ୍ଗଲକୁ ଶିକାର ପାଇଁ ଯିବା ଜଣେ ଯୁବକଙ୍କ ପାଇଁ କାଳ ହୋଇଛି। ଗୁଳିମାଡ଼ରେ ସହଯୋଗୀମାନଙ୍କ ସହ ଯାଇଥିବା ଶିକାରୀଙ୍କ ମୃତ୍ୟୁ...

୩ ରୁପା ମୂର୍ତ୍ତି ଉଦ୍ଧାର

ବାଲୁଗାଁ,୨୧ା୧୦(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବାଲୁଗାଁ ନିକଟ ଛେଡାପଦରସ୍ଥିତ ଶାଳିଆ ନଦୀର ଝିଞ୍ଜିରି ଶଙ୍ଖଠାରୁ ରବିବାର ୩ ରୁପା ନିର୍ମିତ ମୂର୍ତ୍ତି ଉଦ୍ଧାର ହୋଇଛି। ନୂଆ ଭଳି...

ବାଟ ହୁଡୁଛି ସର୍ବଶିକ୍ଷା ଅଭିଯାନ ଯୋଜନା

ମହାକାଳପଡ଼ା,୫ା୯(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଉପାନ୍ତ ଅଞ୍ଚଳରେ ସର୍ବଶିକ୍ଷା ଅଭିଯାନ ଯୋଜନା ବାଟ ହୁଡିଛି। କୋମଳମତି ଶିଶୁ ନିଜର ଭୋକିଲା ପେଟ ପାଇଁ ମା’ ପଛରେ ଖାଦ୍ୟ...

ବରିଷ୍ଠ ଆଦିବାସୀ ନେତା କୁମୁଟି ମାଝିଙ୍କ ପରଲୋକ

ଭବାନୀପାଟଣା, ୨୮।୩ (ଡି.ଏନ.ଏ.): ବରିଷ୍ଠ ଆଦିବାସୀ ନେତା ତଥା ନିୟମଗିରି ସୁରକ୍ଷା ସମିତିର ପୂର୍ବତନ ସଭାପତି କୁମୁଟି ମାଝିଙ୍କ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ୭୨ ବର୍ଷ...

ଗାଡ଼ି ସହ ଲକ୍ଷାଧିକ ଟଙ୍କାର କାଠ ଜବତ: ଜଣେ ଗିରଫ

ଠାକୁରମୁଣ୍ଡା,୩୦।୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅଞ୍ଚଳରୁ ବନ କର୍ମଚାରୀ ସୋମବାର ରାତିରେ ଚୋରା କାଠ ବୋଝେଇ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଜବତ...

Advertisement
Archives

Model This Week