Posted inଜାତୀୟ

ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନାଁରେ ନାମିତ ହେଲା ବିମାନବନ୍ଦର

ନୂଆଦିଲ୍ଲୀ,୧୬।୧୦: ଦେଶର ୨୪ ବିମାନବନ୍ଦର ଏବଂ ୫ ଟର୍ମିନାଲକୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନାମରେ ନାମିତ କରାଯାଇଛି। ଆର୍‌ଟିଆଇ ବଳରେ ଏହି ସୂଚନା ମିଳିଛି। ଗତ ସେପ୍ଟେମ୍ବର ୨୮ ଶହୀଦ ଭଗତ ସିଂଙ୍କ ୧୧୫ତମ ଜନ୍ମବାର୍ଷିକୀରେ ଚଣ୍ଡିଗଡ଼ ଅନ୍ତର୍ଜାତୀୟ ବିମାନବନ୍ଦରକୁ ତାଙ୍କ ନାମରେ ନାମିତ କରାଯାଇଥିଲା।

୪ଟି ବିମାନବନ୍ଦରକୁ ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କ ନାମରେ ନାମିତ କରାଯାଇଛି। ସେଗୁଡ଼ିକ ହେଲା ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର, ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର, ବାରାଣସୀର ଲାଲ୍‌ବାହାଦୂର ଶାସ୍ତ୍ରୀ ବିମାନବନ୍ଦର ଏବଂ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂ ବିମାନବନ୍ଦର। ଭୁବନେଶ୍ୱର ବିମାନବନ୍ଦରକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରାଯାଇଛି। ସେହିପରି ଅନ୍ୟ କେତେକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାମରେ ବିମାନବନ୍ଦର ରହିଛି। ବିଶିଷ୍ଟ ବ୍ୟକ୍ତିଙ୍କ ନାମରେ ନାମିତ ଟର୍ମିନାଲ ମଧ୍ୟରେ ରହିଛି ଚେନ୍ନାଇର ଆନ୍ନା ଅନ୍ତର୍ଜାତୀୟ ଟର୍ମିନାଲ, କାମରାଜ ଘରୋଇ ଟର୍ମିନାଲ, ହାଇଦ୍ରାବାଦରେ ଦୁଇଟି ଏନ୍‌.ଟି. ରାମାରାଓ ଟର୍ମିନାଲ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ବଳ ନିୟୋଜିତ କର: ହାଇକୋର୍ଟ

କୋଲକାତା, ୧୬ା୬ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସବୁ ଜିଲାରେ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ କରିବାକୁ ଗୁରୁବାର କାଲ୍‌କାଟା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୪୮ ଘଣ୍ଟା...

ଗାନ୍ଧୀ ଶାନ୍ତି ପୁରସ୍କାର ସହ ଏକ କୋଟି ଟଙ୍କାର ପୁରସ୍କାର ରାଶି ନେବ ନାହିଁ ଗୀତା ପ୍ରେସ, କହିଲା ସମ୍ମାନ ନେବି ଧନରାଶି ନୁହେଁ

ଗୋରଖପୁର,୧୯।୬: ଗୀତା ପ୍ରେସ ଟ୍ରଷ୍ଟ ଗାନ୍ଧୀ ଶାନ୍ତି ପୁରସ୍କାରରେ ମିଳିବାକୁ ଥିବା ଏକ କୋଟି ଟଙ୍କାର ଧନରାଶି ନେବାକୁ ମନା କରି ଦେଇଛି। ଟ୍ରଷ୍ଟିମାନେ କହିଛନ୍ତି...

ସରକାରୀ କର୍ମଚାରୀଙ୍କୁ ତ୍ରିରଙ୍ଗା କିଣି ଏହାର ଫଟୋ ଅପଲୋଡ୍‌ କରିବାକୁ ନିର୍ଦ୍ଦେଶ…

ଭୋପାଳ, ୧୪।୮ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଥିବା ଭାଜପାକାର୍ଯ୍ୟାଳୟରେ ତ୍ରିରଙ୍ଗା ବିକ୍ରି ହେଉଛି। ଏହା ସହିତ ସରକାରୀ କର୍ମଚାରୀମାନଙ୍କୁ ନିଜ ଟଙ୍କା ସହିତ ତ୍ରିରଙ୍ଗା...

ଖାଲକୁ ଖସିଲା ବସ: ୫ମୃତ, ୩୪ ଆହତ

ଶିମଲା,୧୦।୩: ହିମାଚଳପ୍ରଦେଶରେ ଭୋର୍‌ ୬ଟା ୪୫ରେ ଏକ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟିଛି। ଭରମୋର-ପାଠାଣକୋଟ ଜାତୀୟ ରାଜପଥର ଚେହଲିଠାରେ ଏକ ଯାତ୍ରୀବାହୀ ବସ ଖାଲକୁ ଖସି...

‘ମୋତେ କାରଗିଲ୍‌ ଯିବାକୁ ଦେଉନାହାନ୍ତି’

ଶ୍ରୀନଗର,୧।୧୧: ନ୍ୟାଶନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ମଙ୍ଗଳବାର ଭାଜପା ସରକାରକୁ ଟାର୍ଗେଟ୍‌ କରିଛନ୍ତି। କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର ଅଧିକାରୀମାନେ ତାଙ୍କୁ କାଗ୍‌ଗିଲ ଯିବାକୁ...

ରବିବାରଠାରୁ କରୋନା ଟିକାର ତୃତୀୟ ଡୋଜ୍‌…

ନୂଆଦିଲ୍ଲୀ, ୯।୪ : ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ କରୋନା ଟିକାର ତୃତୀୟ ଡୋଜ୍‌...

ଘରେଥିବା ସଜ୍ଞାହୀନ ଲୋକଙ୍କୁ କବାଟ ଭାଙ୍ଗି ଉଦ୍ଧାର କରାଯାଉଛି

ଭାଇଜାଗ,୭।୫: ଆନ୍ଧ୍ରପ୍ରଦେଶର ଭାଇଜାଗରେ ଥିବା ଏଲ୍‌ଜି ପଲିମର୍ସରେ ଗୁରୁବାର ସକାଳୁ ହୋଇଥିବା ଗ୍ୟାସ ଲିକ୍‌ ପରେ ସେଠାକାର ଆଖପାଖରେ ଥିବା ହଜାର ହଜାର ଲୋକ ଅସୁସ୍ଥ...

ଜାନୁୟାରୀ ୨୬ ପରେଡରେ ସ୍ବାଧୀନତାର ୭୫ ବର୍ଷ-ନାରୀଶକ୍ତି ଆଧାରିତ ପ୍ରଜ୍ଞାପନ ମେଢ଼ ପାଇଁ ପ୍ରସ୍ତାବ ଜାରି କଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୧୩।୯ : ଆସନ୍ତା ବର୍ଷ ୨୦୨୩ ଜାନୁୟାରୀ ୨୬ ପରେଡରେ କେନ୍ଦ୍ର ସରକାର ତିନୋଟି ସ୍ବତନ୍ତ୍ର ଥିମ ଆଧାରିତ ପ୍ରଜ୍ଞାପନ ମେଢ଼ ପାଇଁ ପ୍ରସ୍ତାବ...

Advertisement
Archives

Model This Week