Posted inଫୁରସତ

୫ ବର୍ଷରେ ୪୫୧ ହାତୀଙ୍କ ମୃତ୍ୟୁ

ଭଞ୍ଜନଗର,୧୨ା୮(ବାବୁଲା ପ୍ରଧାନ): ଶନିବାର ବିଶ୍ୱ ହସ୍ତୀ ଦିବସ। ତେଣୁ ହାତୀମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ଶନିବାର ପୂର୍ବାହ୍ନରେ ଲାଲସିଂ ନର୍ସରୀ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଦକ୍ଷିଣ ଘୁମୁସର ବନଖଣ୍ଡ ପକ୍ଷରୁ ମଧ୍ୟ ବିଭିନ୍ନ ରେଞ୍ଜରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ହାତୀ ସୁରକ୍ଷା ପାଇଁ ସଚେତନତା କରାଯାଉଛି ସତ କିନ୍ତୁ ହାତୀ ମୃତ୍ୟୁ ରୋକିବାରେ ବିଭାଗ ଫେଲ୍‌ ମାରୁଛି। ୨୦୧୮ ଏପ୍ରିଲ ପହିଲାରୁ ୨୦୨୩ ଅଗଷ୍ଟ ୧୦ ତାରିଖ ସୁଦ୍ଧା ରାଜ୍ୟରେ ୪୫୧ ହାତୀଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରେ ଗଞ୍ଜାମ ଜିଲାରେ ୨୧ ହାତୀଙ୍କ ମୃତ୍ୟୁ ହୋଇଛି। ବିଗତ ଏକ ବର୍ଷ ମଧ୍ୟରେ କେବଳ ଉତ୍ତର ଘୁମୁସର ବନଖଣ୍ଡରେ ୮ ହାତୀଙ୍କ ମୃତ୍ୟୁ ହୋଇଛି।
ବିଗତ ୫ ବର୍ଷ ମଧ୍ୟରେ ୫୦ ହାତୀ ବିଷକ୍ରିୟା ଏବଂ ଶିକାର ଯୋଗୁ ପ୍ରାଣ ହରାଇଥିବା ଏକ ତଥ୍ୟରୁ ଜଣାପଡିଛି। ବିଦ୍ୟୁତ୍‌ ଆଘାତରେ ୮୪, ଟ୍ରେନ୍‌ ଧକ୍କାରେ ୨୨, ରାସ୍ତା ଦୁର୍ଘଟଣାରେ ୪, ସ୍ବାଭାବିକ ଭାବେ ୧୭୪ ହାତୀଙ୍କ ମୃତ୍ୟୁ ହୋଇଛି। ୧୦୫ ହାତୀ ମୃତ୍ୟୁର କାରଣ ଜଣାପଡିନାହିଁ। ସେଥିମଧ୍ୟରେ ଅଧିକାଂଶ ଶିକାର ଯୋଗୁ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ୧୨ଟି ହାତୀ ମରିବା ପରେ କାର୍ଯ୍ୟାନୁଷ୍ଠାନ ଭୟରେ ବିଭାଗୀୟ କର୍ମଚାରୀମାନେ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିଛନ୍ତି। ଅପରପକ୍ଷେ ୨୦୧୭ରେ ଶେଷଥର ପାଇଁ ରାଜ୍ୟରେ ହାତୀ ଗଣନା ହୋଇଥିଲା। ୨ ବର୍ଷ ପରେ ପୁଣି ହାତୀ ଗଣନା ହେବା କଥା। କିନ୍ତୁ କରୋନା ଯୋଗୁ ଗଣନା ସେ ସମୟରେ ହୋଇପାରି ନ ଥିଲା। ଇତିମଧ୍ୟରେ ୬ ବର୍ଷରୁ ଊର୍ଦ୍ଧ୍ୱ ବିତିଗଲାଣି, କିନ୍ତୁ ହାତୀ ଗଣନା ହୋଇପାରିନାହିଁ। ୨୦୨୪ ମେ’ ମାସରେ ହାତୀ ଗଣନା ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ବିଭାଗୀୟ ସମନ୍ବୟ ଏବଂ ସଚେତନତା ଲୋଡ଼ା ବୋଲି ପରିବେଶବିତ୍‌ ରଞ୍ଜିତ ପଟ୍ଟନାୟକ କହିଛନ୍ତି।

କରିଡର ବିଜ୍ଞପ୍ତି ପ୍ରକାଶନରେ ବିଳମ୍ବ

ହାତୀମାନଙ୍କ ସୁରକ୍ଷା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ହାଇକୋର୍ଟ ଏବଂ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ପକ୍ଷରୁ ହାତୀମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। ରାଜ୍ୟରେ ୧୪ଟି ହାତୀ କରିଡର ଅଛି। ସେଥିମଧ୍ୟରୁ ଅଧିକାଂଶ କରିଡର ହାତୀମାନଙ୍କ ଚଳପ୍ରଚଳ ପାଇଁ ଅସୁରକ୍ଷିତ ହୋଇପଡିଛି। ଗତ ୨୦୨୧ ଅଗଷ୍ଟ ୧୭ ତାରିଖରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ପୂର୍ବାଞ୍ଚଳ ଜୋନ ପକ୍ଷରୁ ହାତୀ କରିଡର ବିଜ୍ଞପ୍ତି ପ୍ରକାଶ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ରାଜ୍ୟ ସରକାର ଉକ୍ତ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବାରେ ବିଳମ୍ବ କରିଥିଲେ। ଫଳରେ ଗତ ମାର୍ଚ୍ଚ ୧୪ରେ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ କଲେ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗ୍ରୀନ୍‌ ଟ୍ରିବ୍ୟୁନାଲ ପକ୍ଷରୁ ନିର୍ଦ୍ଦେଶନାମା ଆସିଥିଲା। ଏନ୍‌ଜିଟି ଆକ୍ଟ ୨୦୧୦ ଧାରା ୨୬ ଅନୁସାରେ ୩ ବର୍ଷ ଜେଲ ଦଣ୍ଡାଦେଶ ନଚେତ୍‌ ୧୦ କୋଟି ଟଙ୍କା ଜରିମାନା ହେବ ବୋଲି କୁହାଯାଇଥିଲା। ଏଥିସହ କାର୍ଯ୍ୟରେ ଅବହେଳା ପାଇଁ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବନି ବୋଲି ଟ୍ରିବ୍ୟୁନାଲ କୈଫିୟତ ମାଗିଥିଲେ, ଯାହାକୁ ନେଇ ରାଜ୍ୟ ସରକାର ଉକ୍ତ ନିର୍ଦ୍ଦେଶନାମା ବିରୋଧରେ ହାଇକୋର୍ଟର ଆଶ୍ରୟ ନେଇଥିଲେ। ବର୍ତ୍ତମାନ ଉକ୍ତ ନିର୍ଦ୍ଦେଶନାମା ଉପରେ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?