Odisha Elections 2024
Posted inଫୁରସତ

୫ ବର୍ଷରେ ୪୫୧ ହାତୀଙ୍କ ମୃତ୍ୟୁ

ଭଞ୍ଜନଗର,୧୨ା୮(ବାବୁଲା ପ୍ରଧାନ): ଶନିବାର ବିଶ୍ୱ ହସ୍ତୀ ଦିବସ। ତେଣୁ ହାତୀମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ଶନିବାର ପୂର୍ବାହ୍ନରେ ଲାଲସିଂ ନର୍ସରୀ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଦକ୍ଷିଣ ଘୁମୁସର ବନଖଣ୍ଡ ପକ୍ଷରୁ ମଧ୍ୟ ବିଭିନ୍ନ ରେଞ୍ଜରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ହାତୀ ସୁରକ୍ଷା ପାଇଁ ସଚେତନତା କରାଯାଉଛି ସତ କିନ୍ତୁ ହାତୀ ମୃତ୍ୟୁ ରୋକିବାରେ ବିଭାଗ ଫେଲ୍‌ ମାରୁଛି। ୨୦୧୮ ଏପ୍ରିଲ ପହିଲାରୁ ୨୦୨୩ ଅଗଷ୍ଟ ୧୦ ତାରିଖ ସୁଦ୍ଧା ରାଜ୍ୟରେ ୪୫୧ ହାତୀଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରେ ଗଞ୍ଜାମ ଜିଲାରେ ୨୧ ହାତୀଙ୍କ ମୃତ୍ୟୁ ହୋଇଛି। ବିଗତ ଏକ ବର୍ଷ ମଧ୍ୟରେ କେବଳ ଉତ୍ତର ଘୁମୁସର ବନଖଣ୍ଡରେ ୮ ହାତୀଙ୍କ ମୃତ୍ୟୁ ହୋଇଛି।
ବିଗତ ୫ ବର୍ଷ ମଧ୍ୟରେ ୫୦ ହାତୀ ବିଷକ୍ରିୟା ଏବଂ ଶିକାର ଯୋଗୁ ପ୍ରାଣ ହରାଇଥିବା ଏକ ତଥ୍ୟରୁ ଜଣାପଡିଛି। ବିଦ୍ୟୁତ୍‌ ଆଘାତରେ ୮୪, ଟ୍ରେନ୍‌ ଧକ୍କାରେ ୨୨, ରାସ୍ତା ଦୁର୍ଘଟଣାରେ ୪, ସ୍ବାଭାବିକ ଭାବେ ୧୭୪ ହାତୀଙ୍କ ମୃତ୍ୟୁ ହୋଇଛି। ୧୦୫ ହାତୀ ମୃତ୍ୟୁର କାରଣ ଜଣାପଡିନାହିଁ। ସେଥିମଧ୍ୟରେ ଅଧିକାଂଶ ଶିକାର ଯୋଗୁ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ୧୨ଟି ହାତୀ ମରିବା ପରେ କାର୍ଯ୍ୟାନୁଷ୍ଠାନ ଭୟରେ ବିଭାଗୀୟ କର୍ମଚାରୀମାନେ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିଛନ୍ତି। ଅପରପକ୍ଷେ ୨୦୧୭ରେ ଶେଷଥର ପାଇଁ ରାଜ୍ୟରେ ହାତୀ ଗଣନା ହୋଇଥିଲା। ୨ ବର୍ଷ ପରେ ପୁଣି ହାତୀ ଗଣନା ହେବା କଥା। କିନ୍ତୁ କରୋନା ଯୋଗୁ ଗଣନା ସେ ସମୟରେ ହୋଇପାରି ନ ଥିଲା। ଇତିମଧ୍ୟରେ ୬ ବର୍ଷରୁ ଊର୍ଦ୍ଧ୍ୱ ବିତିଗଲାଣି, କିନ୍ତୁ ହାତୀ ଗଣନା ହୋଇପାରିନାହିଁ। ୨୦୨୪ ମେ’ ମାସରେ ହାତୀ ଗଣନା ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ବିଭାଗୀୟ ସମନ୍ବୟ ଏବଂ ସଚେତନତା ଲୋଡ଼ା ବୋଲି ପରିବେଶବିତ୍‌ ରଞ୍ଜିତ ପଟ୍ଟନାୟକ କହିଛନ୍ତି।

କରିଡର ବିଜ୍ଞପ୍ତି ପ୍ରକାଶନରେ ବିଳମ୍ବ

ହାତୀମାନଙ୍କ ସୁରକ୍ଷା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ହାଇକୋର୍ଟ ଏବଂ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ପକ୍ଷରୁ ହାତୀମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। ରାଜ୍ୟରେ ୧୪ଟି ହାତୀ କରିଡର ଅଛି। ସେଥିମଧ୍ୟରୁ ଅଧିକାଂଶ କରିଡର ହାତୀମାନଙ୍କ ଚଳପ୍ରଚଳ ପାଇଁ ଅସୁରକ୍ଷିତ ହୋଇପଡିଛି। ଗତ ୨୦୨୧ ଅଗଷ୍ଟ ୧୭ ତାରିଖରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ପୂର୍ବାଞ୍ଚଳ ଜୋନ ପକ୍ଷରୁ ହାତୀ କରିଡର ବିଜ୍ଞପ୍ତି ପ୍ରକାଶ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ରାଜ୍ୟ ସରକାର ଉକ୍ତ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବାରେ ବିଳମ୍ବ କରିଥିଲେ। ଫଳରେ ଗତ ମାର୍ଚ୍ଚ ୧୪ରେ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ କଲେ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗ୍ରୀନ୍‌ ଟ୍ରିବ୍ୟୁନାଲ ପକ୍ଷରୁ ନିର୍ଦ୍ଦେଶନାମା ଆସିଥିଲା। ଏନ୍‌ଜିଟି ଆକ୍ଟ ୨୦୧୦ ଧାରା ୨୬ ଅନୁସାରେ ୩ ବର୍ଷ ଜେଲ ଦଣ୍ଡାଦେଶ ନଚେତ୍‌ ୧୦ କୋଟି ଟଙ୍କା ଜରିମାନା ହେବ ବୋଲି କୁହାଯାଇଥିଲା। ଏଥିସହ କାର୍ଯ୍ୟରେ ଅବହେଳା ପାଇଁ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବନି ବୋଲି ଟ୍ରିବ୍ୟୁନାଲ କୈଫିୟତ ମାଗିଥିଲେ, ଯାହାକୁ ନେଇ ରାଜ୍ୟ ସରକାର ଉକ୍ତ ନିର୍ଦ୍ଦେଶନାମା ବିରୋଧରେ ହାଇକୋର୍ଟର ଆଶ୍ରୟ ନେଇଥିଲେ। ବର୍ତ୍ତମାନ ଉକ୍ତ ନିର୍ଦ୍ଦେଶନାମା ଉପରେ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି, ସୌହାର୍ଦ୍ଦ୍ୟ ରକ୍ଷା ଜରୁରୀ

ଆତଙ୍କବାଦ ବିରୋଧୀ ଦିବସ ପ୍ରତିବର୍ଷ ମେ’ ୨୧ରେ ଭାରତରେ ପାଳନ କରାଯାଏ। ଆତଙ୍କବାଦ ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ଆତଙ୍କବାଦ ବିରୋଧରେ ଏକତାର ବାର୍ତ୍ତା...

ଇଭିଏମକୁ ଫୁଲମାଳ ପିନ୍ଧାଇଲେ ସ୍ବାଧୀନ ପ୍ରାର୍ଥୀ

ନାସିକ: ଚଳିତ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇ ଯାଇଛି। ତେବେ ଏହି ନିର୍ବାଚନ ଚାଲିଥିବାବେଳେ ମହାରାଷ୍ଟ୍ରର ନାସିକରୁ ଏକ...

ପ୍ରେମିକଙ୍କୁ ଭେଟିବା ପାଇଁ ୧୫୦୦ କିଲୋମିଟର ଗଲେ ଯୁବତୀ, ବିମାନରୁ ଓହ୍ଲାଇବା ପରେ ଯାହା ଘଟିଲା, ଜାଣିଲେ…

ଅନଲାଇନ ଡେଟିଂ ସବୁବେଳ ପାଇଁ ବିପଦପୂର୍ଣ୍ଣ ଅଟେ। ଅନେକ ଯୁବତୀ/ଯୁବକଙ୍କ ପାଇଁ ଏହା ବହୁତ ମଜାଦାର ହୋଇଥିବା ବେଳେ ଆଉ କିଛି ଯୁବତୀ ଯୁବକ ଏଥିରେ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

ପ୍ରଥମ ରୋଜଗାରର ଶିହରଣ ଏବେ ବି ଅନୁଭବ କରେ:ସୌମ୍ୟଶ୍ରୀ ପାଣିଗ୍ରାହୀ

ସବୁବେଳେ ନାହିଁ ନାହିଁର ଜୀବନ ଜିଇଆସିଥିବା, ସବୁକଥାରେ କାଣ୍ଟଛାଣ୍ଟ କରୁଥିବା, ଅୟସର ସ୍ବପ୍ନ ଦେଖିବାକୁ ନିଜ ମନକୁ ହାଲ୍‌କା ଭାବେ ଆକଟ କରୁଥିବା ୨୦/୨୨ ବର୍ଷର...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ଶିର୍ଲି

ସିଙ୍ଗାପୁର: ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି। ତାଙ୍କର ୧୭...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri