Posted inଖେଳ

ଜାତୀୟ ସିନିୟର ରଗ୍‌ବୀ ସେଭେନ୍ସ: ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ୱର, ୧୭।୭(କ୍ରୀଡ଼ା ପ୍ରତିନିଧି): ବିହାରର ପାଟଣାସ୍ଥିତ ପାଟଳିପୁତ୍ର ଷ୍ଟାଡିୟମରେ ଜାତୀୟ ସିନିୟର ରଗ୍‌ବୀ ସେଭେନ୍ସ (ମହିଳା/ପୁରୁଷ) ଚାମ୍ପିୟନଶିପ୍‌ ଚଳିତମାସ ୧୯ରୁ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ଓଡ଼ିଶା ମହିଳା ଓ ପୁରୁଷ ଦଳ ଘୋଷିତ ହୋଇଛି। ଏଥିରେ କେବଳ ରାଜ୍ୟ ଦଳ ଗୁଡ଼ିକ ଅଂଶଗ୍ରହଣ କରିବା ନିୟମ ରହିଛି। ଜାତୀୟ ସିନିୟର ରଗ୍‌ବୀ ୩୬ତମ ନ୍ୟାଶନାଲ ଗେମ୍ସ ପାଇଁ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟଭାବେ ପରିଚିତ। ଏହା ବ୍ୟତୀତ ଏସିଆ ରଗ୍‌ବୀ ସେଭେନ୍ସ ଟ୍ରଫି ପାଇଁ ଭାରତୀୟ କ୍ୟାମ୍ପକୁ ଏହି ପ୍ରତିଯୋଗିତାରୁ ଖେଳାଳି ଚୟନ ହେବା କାର୍ଯ୍ୟକ୍ରମ ରହିଛି। ଏସିଆ ରଗ୍‌ବୀ ସେଭେନ୍ସ (ମହିଳା/ପୁରୁଷ) ପ୍ରତିଯୋଗିତା ଅଗଷ୍ଟ ୧୦ ଓ ୧୧ ଦୁଇଦିନଧରି ଅନୁଷ୍ଠିତ ହେବ।
ମହିଳା ଦଳ: ମଞ୍ଜୁଲତା ପ୍ରଧାନ, ପୁନମ ସିଂ, ରଜନୀ ଶବର, ସୋନି ମନ୍ଦାଙ୍ଗି, ପାର୍ବତୀ କିସ୍କୁ, ଜେନାମଣି ନାୟକ, ସୁମିତ୍ରା ନାୟକ, ହୁପି ମାଝି(ଅଧିନାୟିକା), ଦୁମୁନି ମାରାଣ୍ଡି, ତନୟା ଶବର, ବାସନ୍ତା ପାଙ୍ଗି, ମମତା ପାତ୍ରୋ।
ପୁରୁଷ ଦଳ: ମୁନା ମୁର୍ମୁ, ନାରାୟଣ ସାହୁ, ସୁଶାନ୍ତ ବେହେରା, ବିକ୍ରାନ୍ତ କୁମାର ରାଉତ (ଅଧିନାୟକ), ବିଭୂତି ଭୂଷଣ ସେଠୀ, ରନତ୍ାକର ହେମ୍ବ୍ରମ, ଶାନାଓ୍ବାଜ ଅହମଦ, ଶଶାଙ୍କ ଶେଖର ତ୍ରିପାଠୀ, ବଳରାମ ନାୟକ, ରାଜକିଶୋର ମୁର୍ମୁ, ସୁଗୁଧା ମାଝି, ସମୀର ମଲିକ।


Enter your email to get our daily news in your inbox.

All Right Reserved By Dharitri.Com

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ହର୍ମୁଜ ପ୍ରଣାଳୀରେ ଇରାନ ଅଭିମୁଖେ ଯାଉଥିବା ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ; ଆମେରିକା କଲାଣି ଏମିତି ଦାବି ଚିନ୍ତାରେ ପଡ଼ିଲାଣି ସାରା ବିଶ୍ୱ

ତେହରାନ,୩୧।୫: ଶନିବାର ଆମେରିକା ଚେତାବନୀ ଦେଇଛି ଯେ ଆବଶ୍ୟକ ହେଲେ ଇରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ପ୍ରସ୍ତୁତ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର କହିଛନ୍ତି…

ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ…

ସୂର୍ଯ୍ୟା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଏନକାଉଣ୍ଟରରେ ନିହତ; ମା’ କହିଲେ: ‘ଘର ଉପରେ ମଧ୍ୟ ବୁଲଡୋଜର ଚଲାଇ ଦିଅ’

ନୂଆଦିଲ୍ଲୀ,୩୧।୫: ଗାଜିଆବାଦରେ ସୂର୍ଯ୍ୟା ଚୌହାନ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଆସଦ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି। ପୋଲିସ ଇନ୍ଦିରାପୁରମରେ ଆସଦକୁ ଏନକାଉଣ୍ଟରରେ ନିଯୁକ୍ତ କରିଥିଲା। ଏହି…

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri