Posted inଜାତୀୟ

୪୩ ଲକ୍ଷ ଶିଶୁ ମେଦବହୁଳତାର ଶିକାର

ନୂଆଦିଲ୍ଲୀ,୧୮।୯: ଦେଶରେ ଜନ୍ମରୁ ୫ ବର୍ଷ ମଧ୍ୟରେ ପ୍ରାୟ ୪୩ ଲକ୍ଷରୁ ଅଧିକ ଶିଶୁ ମେଦବହୁଳତାର ଶିକାର ହୋଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ସରକାରଙ୍କ ଦ୍ୱାରା ପରିଚାଳିତ ଶିଶୁ ସୁରକ୍ଷା କେନ୍ଦ୍ରଗୁଡ଼ିକର ଡାଟା ମଧ୍ୟ ଏହି ସର୍ଭେର ଯଥାର୍ଥତାକୁ ଦର୍ଶାଉଛି। ଉଲ୍ଲେଖଯୋଗ୍ୟ ବିଷୟ ହେଲା, ସାରା ଦେଶରେ ପରିଚାଳିତ ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକର ୬% ଲେଖାଏ ପିଲା ଉଭୟ ମେଦବହୁଳତା ଓ କୁପୋଷଣର ଶିକାର ହୋଇଛନ୍ତି।
ଶିଶୁଙ୍କ ଯତ୍ନ ସମ୍ପର୍କିତ ଡାଟା ସଂଗ୍ରହ କରୁଥିବା ଆପ୍‌ ‘ପୋଷଣ ଟ୍ରାକର’ର ସୂଚନା ଅନୁସାରେ ଜନ୍ମରୁ ୫ବର୍ଷ ମଧ୍ୟରେ ୪୩,୪୭,୩୮୭ ଜଣ ଶିଶୁ ମେଦବୃଦ୍ଧିର ଶିକାର ହେଉଛନ୍ତି।

ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ବିହାର, ରାଜସ୍ଥାନ, ଉତ୍ତରାଖଣ୍ଡ ସମେତ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମେଦବୃଦ୍ଧି ହାର ଜାତୀୟ ହାରଠାରୁ ୬% ଅଧିକ। ଶିଶୁଙ୍କ ମଧ୍ୟରେ ମେଦବୃଦ୍ଧି ହାର ଗତ କିଛି ବର୍ଷ ହେଲା ବୃଦ୍ଧି ପାଇବାରେ ଲାଗିଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସଭେର୍ର୍ (ଏନ୍‌ଏଫ୍‌ଏଚ୍‌ଏସ୍‌) ୪ ତୁଳନାରେ ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ଶିଶୁଙ୍କ ମେଦବୃଦ୍ଧି ହାର କ୍ରମାଗତ ଭାବେ ବଢ଼ିଥିବା ଦର୍ଶାଯାଇଛି। ୨୦୨୧ରେ ‘ପୋଷଣ ଟ୍ରାକର’ ଆପ୍‌ ଆରମ୍ଭ ନ ହେଉଣୁ ଏନ୍‌ଏଫ୍‌ଏଚ୍‌ଏସ୍‌ ଦ୍ୱାରା ଉପରୋକ୍ତ ସର୍ଭେ କରାଯାଇଥିଲା।

ଏନ୍‌ଏଫ୍‌ଏଚ୍‌ଏଚ୍‌-୫ର ସୂଚନାନୁସାରେ ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ମିଜୋରାମ, ଅରୁଣାଚଳ ପ୍ରଦେଶ ଏବଂ ଜମ୍ମୁ-କଶ୍ମୀରରେ ମେଦବହୁଳ ଶିଶୁଙ୍କ ସଂଖ୍ୟା ସର୍ବାଧିକ। ଏହା ପଛକୁ ସିକିମ୍‌ ଓ ତ୍ରିପୁରା ରହିଛି। ସେହିପରି ମଧ୍ୟପ୍ରଦେଶ, ବିହାର ଏବଂ ଆନ୍ଧ୍ରପ୍ରଦେଶରେ ମେଦବହୁଳ ଶିଶୁଙ୍କ ସଂଖ୍ୟା ଦେଶରେ ସର୍ବନିମ୍ନ। ତାମିଲନାଡ଼ୁ ଓ ଗୋଆ ବ୍ୟତୀତ ଦେଶର ଅଧିକାଂଶ ରାଜ୍ୟରେ ଜନ୍ମରୁ ୫ ବର୍ଷ ମଧ୍ୟରେ ମେଦବହୁଳ ଶିଶୁଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ବୋଲି ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ଦର୍ଶାଯାଇଛି। ଓ୍ବାଲର୍‌ଡ ଓବେସିଟି ଫେଡେରେଶନ୍‌ ଦ୍ୱାରା ପ୍ରକାଶିତ ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ବିଶ୍ୱସ୍ତରରେ ମୋଟା ଶିଶୁଙ୍କ ସଂଖା ବୃଦ୍ଧି ପାଇବାରେ ଲାଗିଛି।

ଏଥିରୁ ଭାରତ ବାଦ୍‌ ପଡ଼ିନି। ଯଦି ଏଥିପ୍ରତି ଗୁରୁତ୍ୱ ଦିଆ ନ ଯାଏ ତେବେ ଭାରତରେ ୨୦୩୫ ସୁଦ୍ଧା ବାର୍ଷିକ ୯.୧% ଶିଶୁ ମେଦବୃଦ୍ଧିର ଶିକାର ହେବେ। ୨୦୨୦ରେ ଭାରତରେ ବାଳକଙ୍କ ମଧ୍ୟରେ ମେଦବୃଦ୍ଧି ଆଶଙ୍କା ମାତ୍ର ୩% ଥିବାବେଳେ ଏହା ଆଗାମୀ ୧୨ ବର୍ଷ ପରେ ୧୨% ବୃଦ୍ଧି ପାଇବ। ସେହିପରି ବାଳିକାଙ୍କ ସଂଖ୍ୟାକୁ ଦେଖିଲେ ଆଗାମୀ ୧୨ ବର୍ଷ ପରେ ସେମାନଙ୍କଠାରେ ମେଦବୃଦ୍ଧି ଆଶଙ୍କା ୭% ବୃଦ୍ଧି ପାଇବ ବୋଲି ଏହି ସର୍ଭେରେ କୁହାଯାଇଛି। ଅନୁରୂପଭାବେ ୨୦୩୫ ସୁଦ୍ଧା ଦେଶରେ ଜନସଂଖ୍ୟାର ପ୍ରାୟ ୧୧% ମେଦବହୁଳତାର ଶିକାର ହୋଇପାରନ୍ତି। ୨୦୨୦ରୁ ୨୦୩୫ ମଧ୍ୟରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଏହି ମାତ୍ରା ବାର୍ଷିକ ୫.୨% ହିସାବରେ ବଢ଼ିବ। ଏହା ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଉପରେ ୧.୮% ପ୍ରଭାବ ପକାଇବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?