Posted inଜାତୀୟ

୪୨% ଯୁବ ଗ୍ରାଜୁଏଟ୍‌ ବେରୋଜଗାର

ନୂଆଦିଲ୍ଲୀ,୨୧।୯: ଭାରତର ଦ୍ରୁତ ଅଭିବୃଦ୍ଧି ସହ ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ହୋଇଥିବାବେଳେ ଦେଶର ପ୍ରାୟ ୪୨% ଯୁବ ଗ୍ରାଜୁଏଟ ବେରୋଜଗାର ରହିଥିବା ଅଜିମ୍‌ ପ୍ରେମ୍‌ଜୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। କୋଭିଡ୍‌ ପରବର୍ତ୍ତୀ ସ୍ଥିତିରେ ଦେଶରେ ବେକାରି ହାର କୋଭିଡ୍‌ ପୂର୍ବବର୍ତ୍ତୀ ସ୍ଥିତି ଅପେକ୍ଷା କମ୍‌ ରହିଛି। କିନ୍ତୁ କୋଭିଡ୍‌ ପରବର୍ତ୍ତୀ ସ୍ଥିତିରେ ୪୨% ଯୁବ ଗ୍ରାଜୁଏଟ୍‌ କାମ ନ ପାଇ ବେରୋଜଗାର ରହିଛନ୍ତି। ୧୯୮୦ ପରେ ଦିନ ମଜୁରିଆ ଓ ମାସିକ ଦରମା ସୂତ୍ରରେ କାମ କରୁଥିବା ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ଘଟିଥିଲା। ୨୦୦୪ ବେଳକୁ ପୁରୁଷ ଶ୍ରମିକଙ୍କ ସଂଖ୍ୟା ୧୮ରୁ ୨୫% ଓ ମହିଳାଙ୍କ ସଂଖ୍ୟା ୧୦ ରୁ ୨୫%କୁ ବୃଦ୍ଧି ଘଟିଥିଲା। ୨୦୦୪ରୁ ୨୦୦୭ ମଧ୍ୟରେ ବାର୍ଷିକ ୩ ନିୟୁତ ଲୋକ କର୍ମନିଯୁ୍‌କ୍ତି ପାଇଥିଲେ।

ଏହା ୨୦୧୭ରୁ ୨୦୧୯ ମଧ୍ୟରେ ୫ ନିୟୁତକୁ ବୃଦ୍ଧି ଘଟିଥିଲା। ତେବେ କୋଭିଡ୍‌ ମହାମାରୀ କାରଣରୁ ୨୦୧୯ରୁ ଦିନ ମଜୁରିଆମାନେ କାମ ହରାଇ ବସିଥିଲେ। ଅର୍ଥନୈତିକ ଅଭିବୃଦ୍ଧି ଓ କର୍ମନିଯୁକ୍ତି ସୃଷ୍ଟି କରିବା ମଧ୍ୟରେ ଥିବା ଗୁରୁତ୍ୱ ବିଷୟରେ ଏହି ରିପୋର୍ଟରେ କୁହାଯାଇଛି। ୧୯୯୦ରୁ ଅଣକୃଷି ଜିଡିପି ଓ ଅଣକୃଷି ନିଯୁକ୍ତି କ୍ଷେତ୍ରରେ ଅଭିବୃଦ୍ଧି ଘଟି ନ ଥିବା ଏହି ରିପୋର୍ଟରେ କୁହାଯାଇଛି।

ଅପରପକ୍ଷେ ୨୦୦୪ରୁ ୨୦୧୯ ମଧ୍ୟରେ ନିଯୁକ୍ତି କ୍ଷେତ୍ରରେ ହ୍ରାସ ଘଟିଥିଲା। ୨୦୧୭ରୁ ନିଯୁ୍‌କ୍ତି କ୍ଷେତ୍ରରେ ଲିଙ୍ଗଗତ ଅସମାନତା ବ୍ୟବଧାନ ବଢ଼ିଥିଲା। ୨୦୦୪ରେ ମହିଳାମାନେ ପୁରୁଷମାନଙ୍କ ଆୟର ୭୦% ରୋଜଗାର କରୁଥିଲେ। ଏହା ୨୦୧୭ ବେଳକୁ ହ୍ରାସ ଘଟିଥିଲା ବୋଲି ରିପୋର୍ଟରେ କୁହାଯାଇଛି। କୋଭିଡ୍‌ ପରେ ୬୦% ମହିଳା ଆତ୍ମନିଯୁକ୍ତି ପାଇଥିଲେ, ଏହା କୋଭିଡ୍‌ ପୂର୍ବରୁ ୫୦% ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ଝାଡଖଣ୍ଡକୁ କାହିଁକି ଗଲେନି ରାହୁଲ ଗାନ୍ଧୀ? ସିଧା ସିଧା ଉତ୍ତର ଦେଲେ ପ୍ରିୟଙ୍କା

ନୂଆଦିଲ୍ଲୀ, ୧୧।୮: ମୌସୁମୀ ଅଧିବେଶନ ଚାଲିଥିବା ସମୟରେ ମଙ୍ଗଳବାର ଦିନ ସଂସଦ ପରିସର ବାହାରେ NDA ଏବଂ ବିରୋଧୀ ଦଳର ସାଂସଦମାନେ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ପଟେ…

ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ…

Blinkit ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ସସ୍‌ପେଣ୍ଡ ହେଲା ଲାଇସେନ୍ସ; ସାମ୍ନାକୁ ଆସିଲା ଗୁରୁତର ତ୍ରୁଟି

ନୂଆଦିଲ୍ଲୀ, ୧୧।୮: ମହାରାଷ୍ଟ୍ରରେ IAS ଅଧିକାରୀ ତୁକାରାମ ମୁଣ୍ଡେଙ୍କ ଖରାପ ଓ ଅସୁରକ୍ଷିତ ଖାଦ୍ୟ ପଦାର୍ଥ ବିରୋଧୀ ଅଭିଯାନ ଜାରି ରହିଛି। ଦେଶର ପ୍ରସିଦ୍ଧ କମ୍ପାନୀ Blinkit…

ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ: ଆସିଥିଲା ସାଂଘାତିକ ଅଭିଯୋଗ

ଡାମସକସ୍‌,୧୧।୮: ସିରିଆର ଏକ କୋର୍ଟ ମଙ୍ଗଳବାର ଦେଶର ପୂର୍ବତନ ରାଷ୍ଟ୍ରପତି ବଶର ଅଲ-ଆସାଦ ଏବଂ ତାଙ୍କ ସାନ ଭାଇ ମାହେର ଅଲ-ଆସାଦଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri