Posted inଜାତୀୟ

୪୧% ଆସନରେ ୩ ବା ତଦୂର୍ଦ୍ଧ୍ୱ ପ୍ରାର୍ଥୀଙ୍କ ନାଁରେ ଅପରାଧ ମାମଲା

ନୂଆଦିଲ୍ଲୀ,୯ା୪(ପି.ଟି.):ଆସନ୍ତା ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଲୋକ ସଭା ଆସନରେ ମତଦାନ ହେବାକୁ ଯାଉଥିବାବେଳେ ସେଥିରୁ ୪୨ ଆସନରେ ୩ କିମ୍ବା ତା’ଠାରୁ ଅଧିକ ପ୍ରାର୍ଥୀଙ୍କ ନାମରେ ଆପରାଧିକ ମାମଲା ରହିଛି। ନିର୍ବାଚନ ଅଧିକାର ସଂସ୍ଥା ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୧,୬୨୫ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବାବେଳେ ଏଡିଆର୍‌ ସେଥିରୁ ୧,୬୧୮ ପ୍ରାର୍ଥୀଙ୍କ ସତ୍ୟପାଠର ଅନୁଧ୍ୟାନ କରିଥିଲା। ସେମାନଙ୍କ ମଧ୍ୟରୁ ୧୬ ପ୍ରତିଶତ ବା ୨୫୨ ପ୍ରାର୍ଥୀଙ୍କ ନାଁରେ ଅପରାଧ ମାମଲା ରହିଥିବାବେଳେ ୧୦ ପ୍ରତିଶତ ବା ୧୬୧ ଜଣଙ୍କ ନାଁରେ ଗମ୍ଭୀର ଅପରାଧ ମାମଲା ଅଛି। ୭ ପ୍ରାର୍ଥୀଙ୍କ ନାଁରେ ହତ୍ୟା ମାମଲା ଏବଂ ୧୯ ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରହିଛି। ୧୮ ପ୍ରାର୍ଥୀଙ୍କ ନଁାରେ ମହିଳା ବିରୋଧୀ ଅପରାଧ ମାମଲା ଥିବାବେଳେ ସେମାନଙ୍କ ମଧ୍ୟରୁ ଜଣକ ନାଁରେ ବଳାତ୍କାର ମାମଲା ରହିଥିବା ସେମାନେ ସତ୍ୟପାଠରେ ଘୋଷଣା କରିଛନ୍ତି। ସେହିପରି ୩୫ ପ୍ରାର୍ଥୀଙ୍କ ନାଁରେ ଘୃଣିତ ଭାଷଣକୁ ନେଇ ମାମଲା ରହିଛି। ଯେଉଁ ନିର୍ବାଚନ ମଣ୍ଡଳୀରେ ୩ କିମ୍ବା ତା’ଠାରୁ ଅଧିକ ଆପରାଧିକ ମାମଲା ଥିବା ପ୍ରାର୍ଥୀ ଥାଆନ୍ତି, ତାକୁ ‘ରେଡ୍‌ ଆଲର୍ଟ’ ନିର୍ବାଚନ ମଣ୍ଡଳୀ ଘୋଷଣା କରାଯାଇଥାଏ।
ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)ର ସମସ୍ତ ୪ ପ୍ରାର୍ଥୀଙ୍କ ନାଁରେ ଅପରାଧ ମାମଲା ରହିଥିବାବେଳେ ଡିଏମ୍‌କେର ୨୨ ପ୍ରାର୍ଥୀଙ୍କୁ ୧୩ ଜଣ (୫୯%), ସମାଜବାଦୀ ପାର୍ଟିର ୭ରୁ ୩ ଜଣ (୪୩%), ଟିଏମ୍‌ସିର ୫ରୁ ୨ ଜଣ (୪୦%), ଭାଜପାର ୭୭ ପ୍ରାର୍ଥୀଙ୍କ ମଧ୍ୟରୁ ୨୮ ଜଣ (୩୬%) ଏବଂ କଂଗ୍ରେସର ୫୬ ପ୍ରାର୍ଥୀଙ୍କ ମଧ୍ୟରୁ ୧୯ ଜଣ (୩୪%)ଙ୍କ ନାଁରେ ଅପରାଧ ମାମଲା ରହିଛି। ସେହିପରି ଏଆଇଏଡିଏମ୍‌କେର ୩୬ ପ୍ରାର୍ଥୀଙ୍କ ମଧ୍ୟରୁ ୧୩ ଏବଂ ବିଏସ୍‌ପିର ୮୬ ପ୍ରାର୍ଥୀଙ୍କ ମଧ୍ୟରୁ ୧୧ ଜଣଙ୍କ ନାଁରେ ଆପରାଧିକ ମାମଲା ଥିବା ଜଣାପଡ଼ିଛି।
ପ୍ରଥମ ପର୍ଯ୍ୟାୟରେ କୋଟିପତି ପ୍ରାର୍ଥୀଙ୍କ ସଂଖ୍ୟା ୨୮ ପ୍ରତିଶତ, ଯେଉଁମାନଙ୍କ ସମ୍ପତ୍ତି ପରିମାଣ ୧ କୋଟି ଟଙ୍କାରୁ ଅଧିକ। ପ୍ରାର୍ଥୀମାନଙ୍କ ହାରାହାରି ସମ୍ପତ୍ତି ପରିମାଣ ୪.୫୧ କୋଟି ରହିଛି। ଆର୍‌ଜେଡିର ସମସ୍ତ ୪ ପ୍ରାର୍ଥୀ କୋଟିପତି ହୋଇଥିବାବେଳେ ଏଆଇଏଡିଏମ୍‌କେର ୩୫, ଡିଏମ୍‌କେର ୨୧, ଭାଜପାର ୬୯, କଂଗ୍ରେସର ୪୯, ଟିଏମ୍‌ସିର ୪ ଏବଂ ବିଏସ୍‌ପିର ୧୮ ପ୍ରାର୍ଥୀଙ୍କ ସମ୍ପତ୍ତି ୧ କୋଟିରୁ ଅଧିକ ବୋଲି ସତ୍ୟପାଠରେ ଦର୍ଶାଯାଇଛି। ମଧ୍ୟପ୍ରଦେଶର ଛିନ୍ଦଓ୍ବ୍‌ାରାରୁ କଂଗ୍ରେସ ପ୍ରାର୍ଥୀ ନକୁଲ ନାଥଙ୍କ ସମ୍ପତ୍ତି ପରିମାଣ ସର୍ବାଧିକ ୭୧୬ କୋଟି ହୋଇଥିବାବେଳେ ତାଙ୍କ ପଛକୁ ଏଆଇଏଡିଏମ୍‌କେର ଏରୋଡେ ପ୍ରାର୍ଥୀ ଅଶୋକ କୁମାରଙ୍କ ସମ୍ପତ୍ତି ୬୬୨ କୋଟି ଟଙ୍କା ବୋଲି ଜଣଶପଡ଼ିଛି। ଶିବଗଙ୍ଗାରୁ ଲଢ଼ୁଥିବା ଭାଜପା ପ୍ରାର୍ଥୀଙ୍କ ସମ୍ପତ୍ତି ୩୦୪ କୋଟି ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?