୪୦ ପ୍ରତିଶତ ଡାକ୍ତର ପଦବୀ ଖାଲି: କଂଗ୍ରେସ

ଭୁବନେଶ୍ୱର,୨୯ା୩(ବ୍ୟୁରୋ): ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନା ଓ ମେଡିକାଲ କଲେଜଗୁଡ଼ିକରେ ୪୦ ପ୍ରତିଶତରୁ ଅଧିକ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ସମେତ ଅନ୍ୟାନ୍ୟ ପଦବୀ ଖାଲି ପଡ଼ିଛି। ସ୍ବାସ୍ଥ୍ୟ ବିଭାଗ ଏହି ପଦବୀଗୁଡ଼ିକ ପୂରଣ ଦିଗରେ ସେପରି ଆଖିଦୃଶିଆ ପଦକ୍ଷେପ ନେଉନାହିଁ। ସରକାରୀ ମେଡିକାଲ କଲେଜ ଓ ଡାକ୍ତରଖାନାରେ ରୋଗୀ ହନ୍ତସନ୍ତ ହେଉଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଅର୍ଥ ହରିଲୁଟ ହେଉଛି। ମଙ୍ଗଳବାର ବିଧାନସଭାରେ ‘ରାଜ୍ୟରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଣି ବିରୋଧୀ ଦଳ ସଦସ୍ୟମାନେ ସରକାରଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି।
ମୁଲତବୀ ପ୍ରସ୍ତାବ ଆରମ୍ଭ କରି କଂଗ୍ରେସ ସଦସ୍ୟ ସିଏସ୍‌ ରାଜନ ଏକ୍କା କହିଥିଲେ, ସରକାରୀ ମେଡିକାଲ କଲେଜ ଓ ଅନ୍ୟ ଡାକ୍ତରଖାନାଗୁଡ଼ିକରେ ୪୦ ପ୍ରତିଶତ ଡାକ୍ତର ପଦବୀ ଖାଲିପଡ଼ିଛି। ସିଏଚ୍‌ସି, ପିଏଚ୍‌ସିରେ ୭ହଜାର ସ୍ବାସ୍ଥ୍ୟକର୍ମୀ, ୧୦ହଜାର ଷ୍ଟାଫ୍‌ନର୍ସ, ୬ ହଜାର ଫାର୍ମାସିଷ୍ଟ ପଦବୀ ଖାଲି ରହିଛି। ପଶ୍ଚିମ ଓଡ଼ିଶାର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ର ଭିମ୍‌ସାରରେ ୧୨ ପ୍ରଫେସର ପଦବୀ, ୩୦ ଆସୋସିଏଟ ପ୍ରଫେସର ପଦବୀ ଖାଲି ରହିଛି। ଭିମ୍‌ସାରରେ ସମୁଦାୟ ଶଯ୍ୟା ସଂଖ୍ୟା ୧୦୧୮। ସେହି ଅନୁସାରେ ୫ରୁ ୮ପ୍ରତିଶତ ଆଇସିୟୁ ବେଡ୍‌ ରହିବା କଥା। ମାତ୍ର ୨୦ ଶଯ୍ୟା ବିଶିଷ୍ଟ ଆଇସିୟୁ ରହିଛି। ସୁନ୍ଦରଗଡ଼ରେ ମେଡିକାଲ କଲେଜ ପ୍ରତିଷ୍ଠା ହେଲା। ପ୍ରଥମ ବ୍ୟାଚ୍‌ ଛାତ୍ରୀଛାତ୍ର ନାମଲେଖାଇଲେ। କିନ୍ତୁ ୫ ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଏଯାଏ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ଭାଜପା ସଭ୍ୟ ମୁକେଶ ମହାଲିଙ୍ଗ କହିଲେ, କଟକ ଜିଲା ବଡ଼ମ୍ବା ନରସିଂହପୁର ପରେ ବଲାଙ୍ଗୀର ଲୋଇସିଂହା ଏବେ କିଡ୍‌ନୀ ରୋଗର ହଟ୍‌ସ୍ପଟ୍‌ ପାଲଟିଛି। ସରକାର ସହାୟ ନାମରେ ମାଗଣା ଡାୟଲିସିସ ବ୍ୟବସ୍ଥା ହୋଇଛି। ହେଲେ ସବୁଆଡ଼େ ସେ ସୁବିଧା ନାହିଁ। ଶିଶୁ ମୃତ୍ୟୁହାର ହ୍ରାସ କରିଛନ୍ତି ବୋଲି ସରକାର ବାହାବା ନେଉଛନ୍ତି। ମାତ୍ର ୨୦୧୬-୧୭ରୁ ୨୦୨୧-୨୨ ମଧ୍ୟରେ ପାଞ୍ଚ ବର୍ଷରୁ କମ୍‌ ୯୨ହଜାର ଶିଶୁଙ୍କ ମୃତ୍ୟୁ ହୋଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଠକେଇ ର଼୍ୟାକେଟ ଚାଲିଛି। ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହେଉଛି। ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ଯୋଜନାରେ ୩ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ କାହିଁକି ଲାଗୁ ହେଉନି ବୋଲି ସେ ପ୍ରଶ୍ନ କରିଥିଲେ। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି କହିଲେ, ରାଜ୍ୟରେ ୭ଟି ମେଡିକାଲ କଲେଜ କରିବାକୁ ତତ୍କାଳୀନ ଉପା ସରକାର ନିଷ୍ପତ୍ତି ନେଇଥିଲେ। ରାଜ୍ୟକୁ ପ୍ରତି କଲେଜ ପାଇଁ ୧୦୦ କୋଟି ଲେଖାଏ ଦେଇଥିଲେ। ତ୍‌ସେ ପଇସା କୁଆଡ଼େ ଗଲା। ରାଜ୍ୟର ବିଭିନ୍ନ ମେଡିକାଲରେ ୧୦ ହଜାର ପଦବୀ ଖାଲି ପଡ଼ିଛି ବୋଲି ବାହିନୀପତି ପ୍ରଶ୍ନ କରିଥିଲେ। ସେହିପରି ଭାଜପା ସଭ୍ୟ ବୁଢ଼ାନ ମୁର୍ମୁ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବାକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ। ଅନ୍ୟପକ୍ଷରେ ଶାସକ ଦଳର ସଦସ୍ୟ ନୃସିଂହ ସାହୁ, ପ୍ରମୋଦ ମଲ୍ଲିକ ଏବଂ ଧ୍ରୁବଚରଣ ସାହୁ ରାଜ୍ୟ ସରକାର ସ୍ବାସ୍ଥ୍ୟସେବାକୁ ବ୍ୟାପକ କରିବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାଠାରୁ ଆରମ୍ଭ କରି ଅନେକ ଯୋଜନା କରିଥିବା କହିଥିଲେ।
ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଉତ୍ତର ରଖି କହିଥିଲେ, ଗୁଣାତ୍ମକ ସ୍ବାସ୍ଥ୍ୟ ସେବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶା ସରକାର ସ୍ବାସ୍ଥ୍ୟସେବା ପାଇଁ ସର୍ବଭାରତୀୟ ସ୍ତରରେ ଆଦୃତ ହୋଇଛନ୍ତିି। ସ୍ବାସ୍ଥ୍ୟ ବଜେଟର ୩୦ ପ୍ରତିଶତ ଔଷଧ ବାବଦରେ ଖର୍ଚ୍ଚ ହେଉଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ୯୬.୫ ଲକ୍ଷ ପରିବାର ଲାଭବାନ ହେଉଛନ୍ତି। ୮ଲକ୍ଷ ୨୫ ହଜାର ୩୪୨ ହିତାଧିକାରୀ ଚିକିତ୍ସିତ ହୋଇଛନ୍ତି। ଚିକିତ୍ସା ବାବଦରେ ସରକାର ୧୪୪୩.୭୮କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସରକାରୀ ଚିକିତ୍ସାଳୟ ଉନ୍ନତି ପାଇଁ ଆମ ହସ୍ପିଟାଲ ଯୋଜନା ଆରମ୍ଭ ହୋଇଛି। ୯ମାସ ମଧ୍ୟରେ ୧୪୭ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ରୂପାନ୍ତରଣ ହେବ। ଆୟୁଷ ଚିକିତ୍ସାକୁ ମୁଖ୍ୟ ସ୍ରୋତରେ ସାମିଲ ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଏବେ ରାଜ୍ୟରେ ୨୧୨୫ ମେଡିକାଲ ସିଟ୍‌ ଥିବାବେଳେ ଆସନ୍ତା ବର୍ଷ ୨୫ ଶହକୁ ବୃଦ୍ଧି କରାଯିବ। ଚଳିତ ବର୍ଷ ୨୭୪ଟି ଆସିଷ୍ଟାଣ୍ଟ ପ୍ରଫେସର ପଦ ପୂରଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତର ସଂଖ୍ୟା ୧୦,୭୭୪ ଥିବାବେଳେ ସେଥିରୁ ୭୧୮୦ ପଦବୀ ପୂରଣ ହୋଇଛି। ଖାଲି ପଦବୀଗୁଡ଼ିକରେ ଆଡ୍‌ହକ ଡାକ୍ତର ନିଯୁକ୍ତି ଦିଆଯାଇଥିବା ବେଳେ ୯୧୮ ଜଣ ଡାକ୍ତରଙ୍କୁ କଣ୍ଟ୍ରାକ୍‌ଚୁଆଲ ନିଯୁକ୍ତି ଦିଆଯାଇଛି। ସେହିପରି ୭ ଜଣ ଡାକ୍ତରଙ୍କୁ କର୍ପସ ଫଣ୍ଡ ଓ ୭୧ ଜଣ ଡାକ୍ତରଙ୍କୁ ଡିଏମ୍‌ଏଫ୍‌ ଫଣ୍ଡରେ ନିଯୁକ୍ତି ଦିଆଯାଇଛି। ଅର୍ଥ ବିଭାଗର ମଞ୍ଜୁରୀ ପରେ ୨ ହଜାର କନିଷ୍ଠ ଡାକ୍ତର ପଦବୀ ସୃଷ୍ଟି କରି ଚଳିତ ବର୍ଷ ୩୪୮୧ ପଦବୀ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗଙ୍କୁ ଅନୁରୋଧ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri