୪ ବର୍ଷର ଶିଶୁ ପ୍ୟାଣ୍ଟରେ ଝାଡ଼ା କରିଦେବାରୁ ଏମିତି ଦଣ୍ଡ ଦେଲେ ବାପା: ଯାହା କେବେ ଶୁଣି ନ ଥିବେ

ମା’ବାପାଙ୍କ ପାଇଁ ସେମାନଙ୍କ ପିଲାମାନେ ସବୁବେଳେ ଗୁରୁତ୍ୱପୁର୍ଣ୍ଣ। ମା’ ୯ ମାସ ପର୍ଯ୍ୟନ୍ତ ନିଜ ସନ୍ତାନକୁ ଗର୍ଭରେ ରଖୁଥିବା ବେଳେ ବାବା ବଡ଼ ହେବା ପର୍ଯ୍ୟନ୍ତ ନିଜ ପିଲାର ଯତ୍ନ ନେଇଥାନ୍ତି। ହେଲେ କିଛି ଲୋକ ଏହାକୁ ଭୁଲ ବୋଲି ପ୍ରମାଣିତ କରିଥାନ୍ତି। ସେମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଜଣେ ୪ ବର୍ଷର ଶିଶୁପୁତ୍ର ନିଜ ପ୍ୟାଣ୍ଟରେ ଝାଡା କରିଦେବାରୁ ନିଜ ବାପା ପିଟିପିଟି ହତ୍ୟା କରିଛନ୍ତି। ଘଟଣାଟି ହେଉଛି ଲସ୍‌ ଆଞ୍ଜେଲ୍‌ସର ପାମଡେଲର।


୫ ଜୁଲାଇ, ୨୦୧୯ର ଏହି ଘଟଣା। ଜୋଶ ମାରିୟା(୨୮) ଏବଂ ବେବି ଉର୍ସୁଲା(୨୬)ଙ୍କ ୪ ବର୍ଷର ଶିଶୁପୁତ୍ର ହେଉଛନ୍ତି ନୋହା କତରୋ। ଜୁଲାଇ ୫ରେ ବାପା-ମା’ ନୋହାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନେଇଥିଲେ। ସୁଇମିଂ ପୁଲ୍‌ରେ ବୁଡିଯାଇ ପୁଅ ଗୁରୁତର ହୋଇଥିବା ସେମାନେ ଡାକ୍ତରଙ୍କୁ କହିଥିଲେ। କିନ୍ତୁ ଶିଶୁର ଶରୀରରେ ଅନେକ କ୍ଷତ ଚିହ୍ନ ଥିବା ଡାକ୍ତର ଦେଖିବାକୁ ପାଇଥିଲେ। ମାତ୍ର ଏହାର ଦିନକ ପରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ଘଟିଥିଲା। ଏ ନେଇ ପୋଲିସ ଏକ ମାମଲା ରୁଜୁ କରାଯାଇଥିଲା। ପୋଲିସର ତଦନ୍ତ ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା। ଚଳିତବର୍ଷ ଜାନୁୟାରୀରେ ଜୋଶ ଓ ବେବିଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ମୃତ୍ୟୁ ପୂର୍ବରୁ ନୋହାଙ୍କୁ ୪ ମାସ ଧରି ନିର୍ଯାତନା ଦିଆଯାଉଥିଲା। ନୋହା ଅନେକ ଥର ନିଜ ପ୍ୟାଣ୍ଟରେ ଝାଡା କରିଦେଉଥିଲେ। ଏଥିପାଇଁ ତାଙ୍କ ମା’ବାପା ତାଙ୍କୁ ଅନେକ ମାସ ହେବ ଅତି ନିର୍ମମ ଭାବେ ମାରି ଚାଲିଥିଲେ। ଏହି ମାମଲାର ତଦନ୍ତ ଏବେ ବି ଜାରି ରହିଛି।

ଏହି ଅଭିଯୋଗ ପ୍ରମାଣିତ ହେବା ପରେ ବାପାଙ୍କୁ ୪୭ ଏବଂ ମା’ଙ୍କୁ ୩୨ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ପୂର୍ବତନ ଅଧିନାୟକ

ଇସଲାମାବାଦ୍‌,୨୫।୪: ପାକିସ୍ତାନ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିସ୍‌ମାହ ମାରୋଫ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ସେ ହଠାତ୍‌ ଅବସର ଘୋଷଣା କରି ସମସ୍ତଙ୍କୁ...

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ସ୍ତ୍ରୀଙ୍କ ବିରୋଧରେ ଆସିଲା ଦୁର୍ନୀତି ଅଭିଯୋଗ, ପଦ ଛାଡିବାର ସଙ୍କେତ ଦେଲେ ସ୍ପେନ୍‌ ପ୍ରଧାନମନ୍ତ୍ରୀ

ମାଦ୍ରିଦ୍‌,୨୫।୪: ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି। ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ କରି ଦେଇଛନ୍ତି ଏବଂ...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ମିଳିତ ଜାତିସଂଘରେ ଆମେରିକା-ରୁଷିଆ ମୁହାଁମୁହିଁ

ଓ୍ବାଶିଂଟନ,୨୫ା୪: ମିଳିତ ଜାତିସଂଘରେ ଆମେରିକା ଏବଂ ରୁଷିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ...

ଆମେରିକା ଉପରେ ରାଗିଗଲେ ନେତାନ୍ୟାହୁ: କହିଲେ ଏମିତି କଥା

ଜେରୁଜେଲମ,୨୫।୪: ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲର ଯୁଦ୍ଧ ଜାରି ରହିଛି ଏବଂ ଇରାନ ସହିତ ଯୁଦ୍ଧ ପରି ପରିସ୍ଥିତି ଅଛି। ଏହି ସମୟରେ ବେଞ୍ଜାମିନ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri