Posted inଫୁରସତ

ଓଓ୍ବେନ୍‌ଙ୍କର ୪ ଗୁଣ ଲମ୍ବା ଜିଭ, ଚିନ୍ତାରେ ମା’ବାପା

ପିଲାଙ୍କ ଦେହରେ ସାମାନ୍ୟ ଆଘାତ, ମା’ବାପାଙ୍କ ହୃଦୟ ଥରେଇଦିଏ। ଆଉ ଯଦି ପିଲା କୌଣସି ଦୁର୍ଲଭ ରୋଗରେ ଆକ୍ରାନ୍ତ ଥିବେ ତ ସେଇ ମା’ବାପାଙ୍କ ଅବସ୍ଥା କ’ଣ ହେଉଥିବ ବୁଝିପାରୁଥିବେ। ସେମିତି ଏକ ଦୁର୍ଲଭ ରୋଗରେ ଆକ୍ରାନ୍ତ ଅଟନ୍ତି ଆମେରିକାର ଓଓ୍ବେନ୍‌ ଥମାସ୍‌। ସେହି ରୋଗର ନାଁ ‘ବ୍ୟାକ୍‌ଓ୍ବିଥ୍‌ ଓ୍ବିଡମେନ୍‌ ସିଣ୍ଡ୍ରୋମ’। ଏହି ରୋଗ ପାଇଁ ଶରୀରର କିଛି ଅଂଶ ଲଗାତର ବଢ଼ିଚାଲେ। ଓଓ୍ବେନ୍‌ଙ୍କର ବି ଏକ ଅଙ୍ଗ ଅସ୍ବାଭାବିକ ଭାବେ ବୃଦ୍ଧି ପାଉଛି। ଆଉ ସେହି ଅଙ୍ଗଟି ହେଉଛି ତାଙ୍କ ଜିଭ। ଓଓ୍ବେନଙ୍କ ଜିଭ ସାମାନ୍ୟଠୁ ଚାରିଗୁଣ ଅଧିକ ବଡ଼ ହୋଇଯାଇଛି। ଜନ୍ମରୁ ତାଙ୍କଠାରେ ଏହି ରୋଗ ଦେଖାଦେଇଥିଲା। ଡାକ୍ତର ପରୀକ୍ଷା କରିବାରୁ ଜାଣିପାରିଲେ ଯେ, କେବଳ ତାଙ୍କର ଅଙ୍ଗ ବଢୁଛି ତାହା ନୁହେଁ, ତାଙ୍କଠାରେ ଶ୍ୱାସକ୍ରିୟା କରିବାରେ ବି ସମସ୍ୟା ରହିଛି। ଅନେକ ସମୟରେ ଓଓ୍ବେନ୍‌ ଶୋଇଥିବାବେଳେ ଶ୍ୱାସକ୍ରିୟା ବନ୍ଦ ହୋଇଯାଉଥିଲା। ତେଣୁ ଓଓ୍ବେନଙ୍କ ମା’ବାପା ଏକ ଡିଜିଟାଲ ମନିଟର ଆଣିଲେ; ଯେଉଁଥିରେ ଓଓ୍ବେନଙ୍କ ହୃଦୟର ଗତି ଓ ଅମ୍ଳଜାନ ସ୍ତର ମପା ଯାଇପାରିଲା। ଉକ୍ତ ଯନ୍ତ୍ର ପାଇଁ ଓଓ୍ବେନ ଅନେକ ଥର ମୃତ୍ୟୁ ମୁହଁରୁ ବଞ୍ଚତ୍ଛନ୍ତି। ଓଓ୍ବେନ ଏବେ ତିନି ବର୍ଷ ବୟସର ଅଟନ୍ତି। ଏହି ବଢୁଥିବା ଜିଭ କ୍ୟାନ୍ସର ଆଶଙ୍କା ସୃଷ୍ଟି କରିଥିଲା। ତେଣୁ ପରେ ଡାକ୍ତର ଓଓ୍ବେନଙ୍କ ଜିଭ ଅସ୍ତ୍ରୋପଚାର କରି କାଟିଦେଇଥିଲେ। କିନ୍ତୁ ଜିଭ ବଢିବା ସମସ୍ୟା କମିଲା ନାହିଁ। ତେଣୁ ଡାକ୍ତର କିଛି ସ୍ଥାୟୀ ସମାଧାନ ଖୋଜୁଛନ୍ତି। ଯେମିତି କି ଓଓ୍ବେନଙ୍କ ସମସ୍ୟା ସମ୍ପୂର୍ଣ୍ଣ ଦୂରେଇ ଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ iPhone ଧରିଥିଲା କୁନି ପୁଅ, ବୋଟିଂ ସମୟରେ କରିଦେଲା ଏମିତି କାଣ୍ଡ, ୟୁଜର୍ସ ଦେଖି…

ପିଲାମାନଙ୍କ ଦୁଷ୍ଟାମୀର ଭିଡିଓ ପ୍ରତିଦିନ ସୋସିଆଲ ମିଡିଆରେ ଭାଇରାଲ ହୁଏ, କିନ୍ତୁ ଏଥର ଜଣେ କୁନି ପିଲା ଏମିତି କାରନାମା କରିଛି ଯାହା ୟୁଜର୍ସଙ୍କୁ ଚକିତ କରିଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri