Advertisement
Posted inଜାତୀୟ

୪ ହଜାର କି.ମି. ଯାତ୍ରା କରିବ ରିଭର୍‌ କ୍ରୁଜ୍‌

ଲକ୍ଷ୍ନୌ,୧୨ା୧୧: ଭାରତରେ ଜଳପଥର ଉନ୍ନତୀକରଣ ଲାଗି କେନ୍ଦ୍ର ସରକାର ବାରଣସୀରେ ବିଶ୍ୱର ଦୀର୍ଘତମ ରିଭର୍‌ କ୍ରୁଜ୍‌ ଯାତ୍ରା ଆରମ୍ଭ କରିବା ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହା ବାରାଣସୀଠାରୁ ଆସାମର ଦିବ୍ରୁଗଡ଼ ପର୍ଯ୍ୟନ୍ତ ପାଖାପାଖି ୪୦୦୦ କି.ମି ଦୂର ଅତିକ୍ରମ କରିବ। ଜାନୁୟାରୀ ୧୦ରୁ ଏହି ୫୦ ଦିବସୀୟ କ୍ରୁଜ୍‌ଯାତ୍ରା ଆରମ୍ଭ ହେବ। କୋଲକାତା, ଢାକା ଦେଇ ଗଙ୍ଗା ବିଳାଶ କ୍ରୁଜ୍‌ ଦିବ୍ରୁଗଡ଼ ଜିଲା ବୋଗିବିଲରେ ମାର୍ଚ୍ଚ ୧ ତାରିଖରେ ପହଞ୍ଚିବ। ୫୦ ଦିନିଆ ଯାତ୍ରାରେ ୨୭ ନଦୀ ସାଙ୍ଗକୁ ବିଶ୍ୱ ଐତିହ୍ୟକୁ ମିଶାଇ ପାଖାପାଖି ୫୦ ପର୍ଯ୍ୟଟନସ୍ଥଳ ଦେଇ ଏହି କ୍ରୁଜ୍‌ ଯିବ। ଯାତ୍ରାର ୨୦ ଦିନରେ ଏହା କୋଲକାତାରେ ପହଞ୍ଚତ୍ବ। ପରଦିନ କ୍ରୁଜ୍‌ ଯାତ୍ରୀଙ୍କୁ ନେଇ ବାଲାଂଦେଶ ବାଲି ସୀମାରେ ପ୍ରବେଶ କରିବ, ଯେଉଁଠାରେ ଏହା ୧୫ଦିନ ବିତାଇବ।
ଏହା ବିଶ୍ୱର ବସୁଠାରୁ ଦୀର୍ଘତମ ଜଳଯାତ୍ରା ହୋଇଥିବାବେଳେ ଭାରତ ଓ ବାଂଲାଦେଶକୁ ସଂଯୋଗ କରୁଥିବା ଜଳପଥ ଦେଇ ଏହି କ୍ରୁଜ୍‌ ଯିବ ବୋଲି ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ କହିଛନ୍ତି। ଦେଶରେ ଜଳପଥର ଉନ୍ନତୀକରଣ ଦ୍ୱାରା ବାଣିଜ୍ୟ ସାଙ୍ଗକୁ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ସମ୍ଭବ। ଇନ୍‌ଲାଣ୍ଡ ଓ୍ବାଟରଓ୍ବେ ଅଥରିଟି ଅଫ୍‌ ଇଣ୍ଡିଆ (ଆଇଡବ୍ଲ୍ୟୁଏଆଇ), ଅନ୍ତରା ଲଗ୍‌ଜୁରୀ ରିଭର୍‌ କ୍ରୁଜ୍‌ ଏବଂ ଜେ.ଏମ୍‌. ବକ୍ସି ରିଭର୍‌ କ୍ରୁଜ୍‌ ମିଳିତ ଭାବେ ପବ୍ଲିକ-ପ୍ରାଇଭେଟ୍‌ ପାର୍ଟନରଶିପ୍‌ (ପିପିପି) ମଡେଲ୍‌ ଦ୍ୱାରା ଏହି କ୍ରୁଜ୍‌ ବ୍ୟବସ୍ଥା କରାଯିବ। କ୍ରୁଜ୍‌ରେ ପର୍ଯ୍ୟଟକଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କବାଦୀଙ୍କ ଟାର୍ଗେଟରେ ଜମ୍ମୁ-କଶ୍ମୀର:ପୁଣି ମୋବାଇଲ, ଇଣ୍ଟରନେଟ ସେବା ବନ୍ଦ

ଶ୍ରୀନଗର, ୧୮।୮: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ହେବାର ସୂଚନା ମିଳିବା ପରେ ପୁଣି ଥରେ ମୋବାଇଲ-ଇଣ୍ଟରନେଟ ସେବା ଉପରେ ରୋକ ଲଗାଇଛି ପ୍ରଶାସନ। ସୀମାରେ ପାକିସ୍ତାନ...

ଏଏପି ଗୁଜରାଟରେ ନିଶ୍ଚିତ ବିଜୟ ହାସଲ କରିବ: କେଜିର୍‌ଓ୍ବାଲ

ନୂଆଦିଲ୍ଲୀ,୩।୧୧: ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏଏପିର ମୁଖ୍ୟ ଅରବିନ୍ଦ କେଜିର୍‌ଓ୍ବାଲ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଏଏପି ନିଶ୍ଚିତ...

ସୁରକ୍ଷାକର୍ମୀଙ୍କ ଉପରେ ଗ୍ରେନେଡ୍‌ ମାଡ଼: ୬ ଯବାନ ଆହତ

ଶ୍ରୀନଗର,୨୭।୧୦: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀମାନେ ଗ୍ରେନେଡ୍‌ ମାଡ଼ କରିଛନ୍ତି। ଏଥିରେ ୬ ଯବାନ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଚିକିତ୍ସା ପାଇଁ ଆର୍ମି ହସ୍ପିଟାଲରେ...

କୋର୍ଟ ରୁମ୍‌ରେ ରିଙ୍ଗ୍‌ ହେଲା ମୋବାଇଲ୍‌, ଫୋନ୍‌ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଜବତ କଲେ ହାଇକୋର୍ଟ…

ଗାନ୍ଧିନଗର,୧।୧୨: କୋର୍ଟ ରୁମ୍‌ରେ ଶୁଣାଣି ଚାଲିଥିବା ସମୟରେ ଜଣେ ବ୍ୟକ୍ତିଙ୍କ ମୋବାଇଲ୍‌ ଫୋନ୍‌ ରିିଙ୍ଗ୍‌ ହେବାରୁ ସେ ବସିବା ସ୍ଥାନରୁ ଉଠି ଚାଲିଯାଇଥିଲେ। ଏନେଇ ଉପସ୍ଥିତ...

ଧର୍ମନିରପେକ୍ଷ-ସାମ୍ପ୍ରଦାୟିକ ରାଜନୀତି ଦେଶ ପାଇଁ କ୍ଷତିକାରକ: ମୋଦି

ଗୁଆହାଟି,୩।୪: ଦେଶର ବିକାଶ ପଥରେ ଧର୍ମନିରପେକ୍ଷ ଏବଂ ସାମ୍ପ୍ରଦାୟିକ ରାଜନୀତି ବାଧା ସୃଷ୍ଟି କରୁଛି। ଏଭଳି ରାଜନୀତି ଖେଳ ଦେଶ ପାଇଁ କ୍ଷତିକାରକ। ଭାଜପା ସରକାର...

ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୭।୫: ସାରା ବିଶ୍ୱରେ କରୋନା ମହାମାରୀ ଏବେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହି ଯୁଦ୍ଧରେ ଆଗଧାଡିର ଯୋଦ୍ଧାଙ୍କୁ ସାରା ବିଶ୍ୱ ସମ୍ମାନ କରୁଛି। ଏହି...

ଅନ୍‌ଲାଇନରେ ପାଠ ପଢି ପାରୁ ନ ଥିବା ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି କନଷ୍ଟେବଳ

ନୂଆଦିଲ୍ଲୀ,୧୮ ।୧୦: କରୋନା ମହାମାରୀ ପରଠାରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏବେ ପିଲାମାନଙ୍କୁ ଅନ୍‌ଲାଇନରେ ପାଠପଢାଯାଉଛି । ଏତିକି ବେଳେ ଅନ୍ୟମାନଙ୍କ ପାଇଁ...

ଭାରତ ଫେରିଲେ ୧୪ଶହ

ନୂଆଦିଲ୍ଲୀ,୧।୩: ଯୁଦ୍ଧଭୂମି ୟୁକ୍ରେନ୍‌ରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି ଭାରତ ସରକାର। ବିନା ବିରତିରେ ଭାରତୀୟଙ୍କ ଉଦ୍ଧାର ଚାଲିଛି। ‘ମିଶନ ଗଙ୍ଗା’...

Advertisement
Archives

Model This Week