ରାଶନ କାର୍ଡ ହାତେଇଛନ୍ତି ୪ ଲକ୍ଷ ଆୟକରଦାତା

ଭୁବନେଶ୍ୱର,୧୯ା୧(ସୁନିତ୍‌ ମିଶ୍ର): ରାଶନକାର୍ଡ ତାଲିକାରେ ବଡ଼ ଧରଣର ଘୋଟାଲା ହୋଇଛି। ଆୟକର ଦାତାମାନେ ମଧ୍ୟ ହିତାଧିକାରୀ ସାଜି ରାଶନକାର୍ଡ ହାତେଇଛନ୍ତି। ଅଯୋଗ୍ୟ ହିତାଧିକାରୀମାନଙ୍କ ତାଲିକା ବଢ଼ିଚାଲିଛି। ଇ-କଓ୍ବୋଇସି କରିବା ଲାଗି ଧାର୍ଯ୍ୟ କରାଯାଇଥିବା ସମୟ ସରି ଆସୁଥିବାବେଳେ ଏପର୍ଯ୍ୟନ୍ତ ଆହୁରି ୪୧ ଲକ୍ଷ ହିତାଧିକାରୀ ବାକି ରହିଛନ୍ତି। ଯେଉଁ ହିତାଧିକାରୀ ତାଲିକାରେ ରହିଛନ୍ତି ସେମାନଙ୍କ ମଧ୍ୟରୁ ୪ ଲକ୍ଷ ଆୟକର ଭରୁଥିବା ଖୋଦ୍‌ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ୪୧ ଲକ୍ଷ ହିତାଧିକାରୀ ଇ-କଓ୍ବୋଇସି ଭରିନାହାନ୍ତି। ହେଲେ ଇ-କଓ୍ବୋଇସି ପ୍ରକ୍ରିୟା ଜାରି ରହିଛି। ବାସ୍ତବରେ ରାଜ୍ୟରେ କେତେ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି ତାହା ଇ-କଓ୍ବୋଇସି ପ୍ରକ୍ରିୟା ଶେଷ ହେବାପରେ ସ୍ପଷ୍ଟହେବ। କେତେଜଣ ଆୟକର ଭରି ମଧ୍ୟ ରାଶନ କାର୍ଡ ହାତେଇଛନ୍ତି ତା’ର ତଥ୍ୟ ଆସିଛି, ହେଲେ ଫିଲ୍ଡ ଭେରିଫିକେଶନ ସରିବା ପରେ ତାହା ଜଣାପଡ଼ିବ। ଯଦି ଫିଲ୍ଡ ଭେରିଫିକେଶନରୁ ଜଣାପଡେ ରାଶନ କାର୍ଡ ହାତେଇଥିବା ହିତାଧିକାରୀ ଆୟକର ଦେଉଥିବେ, ତେବେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ହେବ। ଯାହା ଦୁର୍ନୀତି ପୂର୍ବ ସରକାରରେ ହୋଇଥିଲା ସେ କଥା ବାରମ୍ବାର କହିଲେ ସେମାନଙ୍କୁ ଖରାପ ଲାଗୁଛି। ହେଲେ ପୂର୍ବ ସରକାର ସମୟରେ ସବୁକିଛି ସମ୍ଭବ ହେଇପାରୁଥିଲା। ସେମାନେ ଯାହାକୁ ପାରେ ତାକୁ ରାଶନକାର୍ଡ ଦେଇଦେଉଥିଲେ ବୋଲି ମନ୍ତ୍ରୀ କହିଛନ୍ତି।

ବିଜେଡି ବିଧାୟକ ସାରଦା ଜେନା ମନ୍ତ୍ରୀଙ୍କ ତଥ୍ୟକୁ କାଉଣ୍ଟର କରିବାକୁ ଯାଇ କହିଛନ୍ତି, ଯଦି ଆଧାର କାର୍ଡ ସତ ତା’ହେଲେ ଭୂତକାର୍ଡ କିପରି ଆସିବ। ତେଣୁ ଯୋଗାଣ ମନ୍ତ୍ରୀ ଏବଂ ଭାଜପା ସରକାର ରାଜ୍ୟର ଲୋକମାନଙ୍କୁ ଭୂତେଇବା ଲାଗି ୬ ମାସ ହେଲା ଗରିବ ଲୋକ ଯେଉଁମାନେ ରାଶନ କାର୍ଡ ପାଇବାକୁ ଯୋଗ୍ୟ ଏବଂ ଇଚ୍ଛୁକ ଅଛନ୍ତି ସେମାନଙ୍କୁ ବଞ୍ଚିତ କରିଛନ୍ତି। ଇ-କଓ୍ବୋଇସି ନାଁରେ ରାଜନୀତି କରି ପ୍ରସଙ୍ଗକୁ ବାଟବଣା କରୁଥିବା ସାରଦା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ ନିରଞ୍ଜନ ପୂଜାରୀଙ୍କ କାର୍‌କୁ ଅଣ୍ଡାମାଡ଼

ସୋନପୁର,୧୯ା୯(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କାର୍‌ ଉପରକୁ ଶୁକ୍ରବାର ସନ୍ଧ୍ୟାରେ ଅଣ୍ଡାମାଡ଼ ହୋଇଛି। ପ୍ରଥମେ ତରଭା ବ୍ଲକର ଦେଉଳପଦର ଛକରେ…

କଦଳୀ ଭେଳାରେ ମା’ ମନସାଙ୍କୁ ପୂଜା କରନ୍ତି ବଙ୍ଗୀୟ ସମ୍ପ୍ରଦାୟ, ଏହା ପଛର କାରଣ ଜାଣିଲେ…

ମହାକାଳପଡ଼ା, ୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଧି ଓ ପରମ୍ପରା ଅନୁସାରେ ବଙ୍ଗୀୟ ଶ୍ରଦ୍ଧାଳୁମାନେ କଦଳୀ ଭେଳାରେ ମା’ ମନସା ଦେବୀଙ୍କୁ ପୂଜା କଲେ ସନ୍ତୁଷ୍ଟ ହୋଇ ସର୍ପ…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

ଜାକର୍ତ୍ତା, ୧୯।୯: ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ…

ସହକର୍ମୀଙ୍କୁ ବଳାତ୍କାର ଅଭିଯୋଗ: ପରିବହନ ବିଭାଗର ଅତିରିକ୍ତ ସଚିବ ଗିରଫ

ଭୁବନେଶ୍ୱର,୧୯ା୯(ତ୍ରିନାଥ ମହାନ୍ତି): ମହିଳା ସହକର୍ମୀଙ୍କୁ ବଳାତ୍କାର କରିବା ଏବଂ ହତ୍ୟା ଧମକ ଦେବା ଅଭିଯୋଗରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର…

ସୁନ୍ଦରଗଡରେ ଲଜ୍ଜା: ୭ ବର୍ଷୀୟା ଶିଶୁକନ୍ୟାଙ୍କୁ ବଳାତ୍କାର କଲେ ମାମୁ

ସୁନ୍ଦରଗଡ,୧୯ା୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଗୁରୁଣ୍ଡିଆ ଥାନା ଅଞ୍ଚଳରେ ବୁଧବାର ଅପରାହ୍ନରେ ଜଣେ ୭ବର୍ଷୀୟା ଶିଶୁକନ୍ୟାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ମାମୁ ବଳାତ୍କାର କରିଥିବା ଅଭିଯୋଗ…

ନରାଜ ହେବ ବିଶ୍ୱସ୍ତରୀୟ ସେମି କଣ୍ଡକ୍ଟର ହବ୍‌: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୯ା୯(ସୁନିତ୍‌ ମିଶ୍ର): ଦେଶର ସେମିକଣ୍ଡକ୍ଟର ମାନଚିତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ହାସଲ କରୁଛି। ନୂଆଦିଲ୍ଲୀଠାରେ ଆୟୋଜିତ ‘ସେମିକନ୍‌ ଇଣ୍ଡିଆ ୨୦୨୬’ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ସାମାନ୍ୟ କଥା କଟାକଟିରୁ ଭୁଜାଲି-ଛୁରୀ ମାଡ଼; ୮ ଗୁରୁତର, ୨ ଜଣଙ୍କ ଅବସ୍ଥା…

ବରଗଡ଼,୧୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ସାମାନ୍ୟ କଥା କଟାକଟିକୁ କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?