Posted inଜାତୀୟ

ଭାରତୀୟ ବଂଶୋଦ୍ଭବ ୪ ପ୍ରାର୍ଥୀ ପୁନଃ ନିର୍ବାଚିତ

ନୂଆଦିଲ୍ଲୀ,୪।୧୧: ଆମେରିକା ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ପ୍ରାର୍ଥୀଙ୍କୁ ବିପୁଳ ସଫଳତା ମିଳିଛି। ଡେମୋକ୍ରାଟିକ୍‌ ପାର୍ଟିରୁ ପ୍ରତିନିଧିତ୍ୱ କରୁଥିବା ଡଃ ଆମି ବେରା, ପ୍ରମିଳା ଜୟପାଲ, ରୋ ଖାନ୍ନା ଓ ରାଜା କ୍ରିଷ୍ଣମୂର୍ତ୍ତି ଆମେରିକା ପ୍ରତିନିଧି ସଭାକୁ ପୁନଃ ନିର୍ବାଚିତ ହୋଇଛନ୍ତି। ଆମେରିକା ନିର୍ବାଚନ ଇତିହାସରେ ସମସ୍ତ ୪ ଭାରତୀୟ ବଂଶୋଦ୍ଭବ ବାଜିମାତ୍‌ କରିବା ପ୍ରଥମ ବୋଲି କୁହାଯାଉଛି। ଆମେରିକାର ଫ୍ଲୋରିଡା, ଜର୍ଜିଆ, ମିଚିଗାନ୍‌, ଉତ୍ତର କାରୋଲିନା, ପେନ୍‌ସିଲଭାନିଆ ଓ ଟେକ୍ସାସ ଆଦି ଅଞ୍ଚଳରେ ରହୁଥିବା ମୋଟ୍‌ ୧.୮ ନିୟୁତ ଭାରତୀୟ ବଂଶୋଦ୍ଭବଙ୍କୁ ପ୍ରଭାବିତ କରିବା ଲାଗି ଡେମୋକ୍ରାଟ୍‌ ଓ ରିପବ୍ଲିିକାନ୍‌ କ୍ୟାମ୍ପେନ୍‌ ଜୋର୍‌ ଧରିଥିଲା।
ରାଜା କ୍ରିଷ୍ଣମୂର୍ତ୍ତି (୪୭) ଲିବରଟାରିଆନ୍‌ ପାର୍ଟିର ପ୍ରାର୍ଥୀ ପ୍ରେଷ୍ଟନ୍‌ ନେଲ୍‌ସନ୍‌ଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। ଡଃ ଆମି ବେରା(୫୫) ପ୍ରତିଦ୍ୱନ୍ଦ୍ୱୀ ବୁଜ୍‌ ପାଟ୍ଟରସନ୍‌ଙ୍କୁ ପରାସ୍ତ କରିଛନ୍ତି। ଅନୁରୂପ ଭାବେ ରୋ ଖାନ୍ନା (୪୪) ଅନ୍ୟତମ ଭାରତୀୟ ବଂଶୋଦ୍ଭବ ତଥା ରିପବ୍ଲିକାନ୍‌ ପ୍ରାର୍ଥୀ ରୀତେଶ୍‌ ଟଣ୍ଡନ୍‌ଙ୍କୁ ସହଜରେ ପରାସ୍ତ କରିଥିଲେ। ୫୦%ରୁ ଊର୍ଦ୍ଧ୍ୱ ଭୋଟ ଖାନ୍ନାଙ୍କ ସପକ୍ଷରେ ପଡ଼ିଥିଲା। ସେହିଭଳି ପ୍ରମିଳା ଜୟପାଲ ମଧ୍ୟ ବାଜିମାତ୍‌ କରି ଡେମୋକ୍ରାଟ୍‌ ସଦସ୍ୟ ଭାବେ ପ୍ରତିନିଧି ସଭାକୁ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକ୍‌ର ଅସ୍ତ୍ରଭର୍ତ୍ତି ଡ୍ରୋନ୍‌କୁ ଖସାଇଲା ବିଏସ୍‌ଏଫ୍‌

ଜମ୍ମୁ,୨୧ା୬(ପି.ଟି.): ଅନ୍ତର୍ଜାତୀୟ ସୀମା ନିକଟବର୍ତ୍ତୀ ଜମ୍ମୁ-କଶ୍ମୀରର କଠୁଆ ଜିଲା ଉପରେ ଉଡ଼ୁଥିବା ପାକିସ୍ତାନର ଏକ ଡ୍ରୋନ୍‌କୁ ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଶନିବାର ଖସାଇଦେଇଛି।...

ପୁଣି ଫେରିଲା ଲକ୍‌ଡାଉନ

ରାୟପୁର,୭।୪: ଦେଶରେ କରୋନା ସଂକ୍ରମଣ ଆତଙ୍କ ଖେଳାଇ ଚାଲିଛି। ଛତିଶଗଡ଼ ରାଜଧାନୀ ରାୟପୁରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ତେବେ ବର୍ଦ୍ଧିତ କରୋନା...

ବୈବାହିକ ବଳାତ୍କାରକୁ ଅପବାଦ ଶ୍ରେଣୀଭୁକ୍ତ କରିବା ଗାରିମା-ଅଭିବ୍ୟକ୍ତିର ଉଲ୍ଲଂଘନ, ହାଇକୋର୍ଟରେ ପିଟିଶନ ଦାଖଲ…

ନୂଆଦିଲ୍ଲୀ, ୧୧।୧ : ବୈବାହିକ ଜୀବନରେ ବଳାତ୍କାରକୁ ଅପବାଦ ଶ୍ରେଣୀଭୁକ୍ତ କରିବା ମହିଳାଙ୍କ ଗାରିମା, ଅଭିବ୍ୟକ୍ତି, ବ୍ୟକ୍ତିଗତ ତଥା ଯୌନ ସ୍ବତନ୍ତ୍ରତାର ଅଧିକାରର ଉଲ୍ଲଂଘନ ବୋଲି...

ପ୍ରେମିକଙ୍କୁ ଧରିବା ପାଇଁ ୬ ଘଣ୍ଟା ଖଟ ତଳେ ଲୁଚିଥିଲେ ମହିଳାଙ୍କ ସ୍ବାମୀ, ଆଉ ତା’ ପରେ…

ବେଙ୍ଗାଲୁରୁ,୨୭।୩: ବେଙ୍ଗାଲୁରୁରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ପ୍ରେମିକଙ୍କୁ ଧରିବା ପାଇଁ ଖଟ ତଳେ ଦୀର୍ଘ ୬ ଘଣ୍ଟା ଲୁଚି ରହିଥିଲେ। ପରେ ଏଥିରେ ସେ...

ପଞ୍ଚତାରକା ହୋଟେଲରେ ମଡେଲଙ୍କୁ ବଳାତ୍କାର

ନୂଆଦିଲ୍ଲୀ,୨୫।୨: ରାଜଧାନୀ ଦିଲ୍ଲୀର ଜଣେ ମଡେଲଙ୍କୁ ଏକ ପଞ୍ଚତାରକା ହୋଟେଲରେ ବଳାତ୍କାର କରାଯାଇଥିବା ମାମଲା ସାମ୍ନାକୁ ଆସିଛି। ଏନେଇ ପୀଡ଼ିତା ଜଣକ ଥାନାରେ ମାମଲା ଦାୟର...

କେଜ୍‌ରିଓ୍ବାଲଙ୍କ ନାଁରେ ତ୍ରିରଙ୍ଗାକୁ ଅସମ୍ମାନ କରିଥିବା ଅଭିଯୋଗ ଆଣିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୨୮।୫: କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ତ୍ରିରଙ୍ଗାକୁ ଅସମ୍ମାନ କରିଥିବା ଅଭିଯୋଗ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ଏବଂ...

ଦିଲ୍ଲୀ, ପଶ୍ଚିମବଙ୍ଗ ପରେ ଏବେ କର୍ନାଟକରେ ବି ବିନା ବାଣରେ ପାଳନ ହେବ ଦୀପାବଳି: ମୁଖ୍ୟମନ୍ତ୍ରୀ ଲଗାଇଲେ ପ୍ରତିବନ୍ଧକ

ବେଙ୍ଗାଲୁରୁ,୬।୧୧: ଦେଶରେ ବଢ଼ୁଥିବା ପ୍ରଦୂଷଣ ଓ କରୋନା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଚଳିତ ଥର ଦୀପାବଳିରେ ବାଣ ନ ଫୁଟାଇବା ପାଇଁ ବିଭିନ୍ନ ରାଜ୍ୟର...

ସାନ ଭାଇଙ୍କୁ ଦେଖାଇ ବଡ଼ଙ୍କ ସହ କଲେ ବାହାଘର, ୪ ପୁଅଙ୍କ ସହ ସମ୍ପର୍କ ରଖିବାକୁ ଶାଶୁ କରୁଥିଲେ ବାଧ୍ୟ

ଲକ୍ଷ୍ନୌ,୧୦।୧: ଉତ୍ତରପ୍ରଦେଶର ଗାଜିଆବାଦରେ ଅନନ୍ୟ ବିବାହର ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ମଧ୍ୟସ୍ଥି ସାନ ଭାଇକୁ ଦେଖାଇ ଜଣେ କନ୍ୟାଙ୍କର ବଡ଼ଙ୍କ ସହ ବିବାହ...

Advertisement


Archives

Model This Week