ନୂଆ ରୂପ ନେବ ୬ ମାଛ ମାର୍କେଟ

ଭୁବନେଶ୍ୱର,୨୭ ।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଥିବା ୬ ମାଛ ମାର୍କେଟ ନୂଆ ରୂପ ନେବ। ସେଠାରେ ବ୍ୟାପକ ଉନ୍ନତୀକରଣ କରାଯିବା ସହ ଅତ୍ୟାଧୁନିକ କୋଠା ନିର୍ମାଣ କରାଯିବ। ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପ୍ରକ୍ରିୟା ଆରମ୍ଭ କରିଛି। ବିଏମ୍‌ସି ଅତିରିକ୍ତ ଆୟୁକ୍ତ ଲକ୍ଷ୍ମୀକାନ୍ତ ସେଠୀଙ୍କ ସୂଚନା ମୁତାବକ, ରାଜ୍ୟ ସରକାରଙ୍କ ମତ୍ସ୍ୟ ନିର୍ଦ୍ଦେଶାଳୟଙ୍କ ପକ୍ଷରୁ ଏ ନେଇ ଚିଠି ହୋଇଛି। ଡମଣା, ନୀଳାଦ୍ରି ବିହାର, ଭିଏସ୍‌ଏସ୍‌ ନଗର, ପଳାଶୁଣୀ, ବଡ଼ଗଡ଼ ଓ ୟୁନିଟ୍‌-୪ ମାଛ ମାର୍କେଟର ପୁନରୁଦ୍ଧାର କରାଯିବା ସହ ନୂଆ ଢାଞ୍ଚା ହେବ। ଫଳରେ ସେଠାରେ ଗନ୍ଧମୟ ପରିବେଶ ଦୂର ହେବ ବୋଲି ସେ କହିଛନ୍ତି।
ମାର୍କେଟରେ ଥିବା ହୋଲ୍‌ସେଲ୍‌ ଓ ରିଟେଲ୍‌ ବ୍ୟବସାୟକୁ ପୃଥକ କରାଯିବ। ବଡ଼ଗଡ଼, ପଳାଶୁଣୀ ଓ ୟୁନିଟ୍‌-୪ରେ ହୋଲ୍‌ସେଲ୍‌ ମାର୍କେଟ ରଖାଯିବାବେଳେ ଅନ୍ୟ ସବୁଠି ରିଟେଲ୍‌ ପଏଣ୍ଟ ରହିବ। ଏହାଦ୍ୱାରା ମାର୍କେଟରେ ଭିଡ଼ କମିବା ସହ ବ୍ୟବସାୟ ପ୍ରକ୍ରିୟା ସୁଗମ ହୋଇପାରିବ। ୟୁନିଟ୍‌-୪ ମାଛ ମାର୍କେଟରେ ଶୀତତାପ ନିୟନ୍ତ୍ରିତ ୫ମହଲା ବିଶିଷ୍ଟ କୋଠା ନିର୍ମାଣ ହେବ। ସେହିପରି ପଳାଶୁଣୀରେ ନିର୍ମାଣ ହେବାକୁ ଥିବା ମାଛ ମାର୍କେଟ ପାଇଁ ପୁରୀ ବାଇପାସ୍‌ ନିକଟରେ ୧୦ହଜାର ବର୍ଗଫୁଟ୍‌ର ସ୍ଥାନ ଚିହ୍ନଟ ହୋଇଛି। ସାଧାରଣ ପ୍ରଶାସନ ବିଭାଗ ସହ ଆଲୋଚନା ପରେ ସେଠାରେ ମତ୍ସ୍ୟ ନିର୍ଦ୍ଦେଶାଳୟ ଓ ବିଏମ୍‌ସିର ମିଳିତ ସହଯୋଗରେ କୋଠା ନିର୍ମାଣ ହେବ। ଏଯାବତ୍‌ ମତ୍ସ୍ୟ ନିର୍ଦ୍ଦେଶାଳୟ ଚିଠିକୁ ଆଧାର କରି ବିଏମ୍‌ସି ମାଛ ମାର୍କେଟ ପାଇଁ ସ୍ଥାନ ଓ ବେପାରୀଙ୍କ ତାଲିକା ପ୍ରସ୍ତୁତ କରିଛି। ପ୍ରାଥମିକ ପର୍ଯ୍ୟାୟରେ ୩ଟି ହୋଲ୍‌ସେଲ ମାଛ ମାର୍କେଟ୍‌ ଖୋଲିବାକୁ ସ୍ଥିର ହୋଇଛି। ପରେ ଆବଶ୍ୟକତା ଦେଖି ଅଧିକ ଖୋଲାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏହି ବଜାରର ସମସ୍ତ ନିର୍ମାଣ ଖର୍ଚ୍ଚ ମତ୍ସ୍ୟ ନିର୍ଦ୍ଦେଶାଳୟ ବହନ କରିବ ଓ ବିଏମ୍‌ସି ବିଭିନ୍ନ ସୁବିଧା ଯୋଗାଇଦେବ। ନୂଆ ବଜାର ପାଇଁ ପଳାଶୁଣୀ, ବଡ଼ଗଡ଼ ଓ ୟୁନିଟ୍‌-୪ ଅଞ୍ଚଳରେ ଜାଗା ଚିହ୍ନଟ ହୋଇଛି। ଗୋଟିଏ ବଜାରରେ ୧୦୦ରୁ ଊଦ୍ଧର୍‌ବ ବ୍ୟବସାୟୀ ବସିପାରିବେ। ସେହିଭଳି ପୁରୁଣା ବଜାରଗୁଡ଼ିକର ଉନ୍ନତୀକରଣ କରାଯିବ। ନୂଆ ବଜାର ତିଆରି ପୂୂର୍ବରୁ ପୁରୁଣା ବଜାରରେ ଅତ୍ୟାବଶ୍ୟକ ସୁବିଧା ଉପଲବ୍ଧ କରାଇବାକୁ ସ୍ଥିର କରାଯାଇଛି। ପୁରୁଣା ବଜାରରେ ନିରବଚ୍ଛିନ୍ନ ପାଣି ଯୋଗାଣ, ବର୍ଜ୍ୟବସ୍ତୁ ପରିଚାଳନା, ଉନ୍ମୁକ୍ତ ଡ୍ରେନେଜ୍‌ ବ୍ୟବସ୍ଥା, ଗ୍ରାହକ ଚଲାବୁଲା କରିବା ପାଇଁ ଉନ୍ମୁକ୍ତ ଜାଗା ପାଇଁ ବ୍ୟବସ୍ଥା ହେବ। ବେପାରୀମାନେ ବଜାର ଛାଡ଼ି ଗଛମୂଳେ, ରାସ୍ତା କଡ଼ରେ, ଜନବସତି ପାଖରେ ନ ବସିବେ ସେଥିପ୍ରତି ବିଏମ୍‌ସି ନଜର ରଖିବ। ସେଭଳି କଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ଉପରେ ବିଏମ୍‌ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri