ବିଦ୍ୟୁତ୍‌ ଆଘାତରେ ୪ ହାତୀ ମୃତ

ଗୁଣପୁର/ପାରଳାଖେମୁଣ୍ଡି,୧୩ା୫(ଡି.ଏନ୍‌.ଏ.): ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶ ପାର୍ବତୀପୁର ମାନ୍ୟମ ଜିଲା କାତ୍ରାଗାଡ଼ା ନିକଟରେ ଶୁକ୍ରବାର ୪ଟି ହାତୀଙ୍କ ମୃତଦେହ ଠାବ ହୋଇଛି। ହାତୀ ମୃତଦେହଗୁଡ଼ିକ ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ନିକଟରେ ପଡ଼ି ରହିଛି। ତେଣୁ ବିଦ୍ୟୁତ୍‌ ଆଘାତରେ ହାତୀ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି। ପଲରେ ଥିବା ଆଉ ଦୁଇଟି ହାତୀ ଜଙ୍ଗଲ ଭିତରକୁ ପଳାଇଥିବା ଆନ୍ଧ୍ର ବନ ବିଭାଗ ପକ୍ଷରୁ କୁହାଯାଇଛି। ଘଟଣାସ୍ଥଳରେ ଆନ୍ଧ୍ର ପୋଲିସ ଓ ବନ ବିଭାଗର ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଟ୍ରାନ୍ସଫର୍ମରଟି ଖୋଲାରେ ରହିଛି। ଚାରିପଟେ ତାରବାଡ଼ କିମ୍ବା ପାଚେରି କରାଯାଇନାହିଁ। ଆନ୍ଧ୍ର ସରକାର, ସ୍ଥାନୀୟ ପ୍ରଶାସନ, ବିଦ୍ୟୁତ୍‌ ବିଭାଗର ଖାମଖିଆଲ ଯୋଗୁ ଏଭଳି ଅଘଟଣ ଘଟିଥିବା ଆଲୋଚନା ହେଉଛି।
ସୂଚନାଯୋଗ୍ୟ, କିଛିମାସ ତଳେ ୬ ଟିକିଆ ହାତୀପଲ ରାୟଗଡ଼ା ଜିଲା ଗୁଣପୁର ଓ ଗଜପତି ଜିଲା ଅଞ୍ଚଳରେ ଥିଲେ। ଏଠାରେ ବ୍ୟାପକ ଫସଲ ନଷ୍ଟ କରିବାରୁ ଲୋକେ ଘଉଡ଼ାଇବାରୁ ହାତୀପଲ ଆନ୍ଧ୍ରମୁହାଁ ହୋଇଥିଲେ। ଗୁରୁବାର ରାତିରେ ଖାଦ୍ୟ ଅନ୍ବେଷଣରେ ଯାଉଥିବା ବେଳେ ଉଚ୍ଚକ୍ଷମତାସମ୍ପନ୍ନ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସିଯିବାରୁ ୪ ହାତୀଙ୍କ ଜୀବନ ଯାଇଛି। ସେଥିମଧ୍ୟରେ ୨ଟି ମାଈ ହାତୀ ରହିଥିବା ଜଣାପଡ଼ିଛି l ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ପାର୍ବତୀପୁରମ-ମାନ୍ୟମ୍‌ ଡିଏଫ୍‌ଓ ଜିଏପି ପ୍ରସନ୍ନା, ଶ୍ରୀକାକୁଲମ ଡିଏଫ୍‌ଓ ନିଶା କୁମାରୀ ଏବଂ ବନ ବିଭାଗର ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତଦେହ ଯାଞ୍ଚ କରିଥିଲେ। ପ୍ରାଣୀ ଚିକିତ୍ସକ ତଥା ଜଙ୍ଗଲର ମୁଖ୍ୟ ସଂରକ୍ଷଣକାରୀ, ବିଶାଖାପାଟଣାଙ୍କ ସହାୟତାରେ ବ୍ୟବଚ୍ଛେଦ କରାଯାଇଥିଲା। ଡିଏଫ୍‌ଓ ପ୍ରସନ୍ନା କହିଛନ୍ତି, ୪ ହାତୀଙ୍କ ମୃତ୍ୟୁ ବନ ବିଭାଗ ପାଇଁ ଏକ ବଡ଼ କ୍ଷତି। ବିଦ୍ୟୁତ୍‌ ଖୁଣ୍ଟକୁ ଉପାଡ଼ିବା ପାଇଁ
ହାତୀପଲ ଚେଷ୍ଟା କରିବା ବେଳେ ଏହି ଦୁର୍ଘଟଣା ଘଟିଥାଇପାରେ। ତଦନ୍ତ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?