ବିଦ୍ୟୁତ୍‌ ଆଘାତରେ ୪ ହାତୀ ମୃତ

ଗୁଣପୁର/ପାରଳାଖେମୁଣ୍ଡି,୧୩ା୫(ଡି.ଏନ୍‌.ଏ.): ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶ ପାର୍ବତୀପୁର ମାନ୍ୟମ ଜିଲା କାତ୍ରାଗାଡ଼ା ନିକଟରେ ଶୁକ୍ରବାର ୪ଟି ହାତୀଙ୍କ ମୃତଦେହ ଠାବ ହୋଇଛି। ହାତୀ ମୃତଦେହଗୁଡ଼ିକ ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ନିକଟରେ ପଡ଼ି ରହିଛି। ତେଣୁ ବିଦ୍ୟୁତ୍‌ ଆଘାତରେ ହାତୀ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି। ପଲରେ ଥିବା ଆଉ ଦୁଇଟି ହାତୀ ଜଙ୍ଗଲ ଭିତରକୁ ପଳାଇଥିବା ଆନ୍ଧ୍ର ବନ ବିଭାଗ ପକ୍ଷରୁ କୁହାଯାଇଛି। ଘଟଣାସ୍ଥଳରେ ଆନ୍ଧ୍ର ପୋଲିସ ଓ ବନ ବିଭାଗର ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଟ୍ରାନ୍ସଫର୍ମରଟି ଖୋଲାରେ ରହିଛି। ଚାରିପଟେ ତାରବାଡ଼ କିମ୍ବା ପାଚେରି କରାଯାଇନାହିଁ। ଆନ୍ଧ୍ର ସରକାର, ସ୍ଥାନୀୟ ପ୍ରଶାସନ, ବିଦ୍ୟୁତ୍‌ ବିଭାଗର ଖାମଖିଆଲ ଯୋଗୁ ଏଭଳି ଅଘଟଣ ଘଟିଥିବା ଆଲୋଚନା ହେଉଛି।
ସୂଚନାଯୋଗ୍ୟ, କିଛିମାସ ତଳେ ୬ ଟିକିଆ ହାତୀପଲ ରାୟଗଡ଼ା ଜିଲା ଗୁଣପୁର ଓ ଗଜପତି ଜିଲା ଅଞ୍ଚଳରେ ଥିଲେ। ଏଠାରେ ବ୍ୟାପକ ଫସଲ ନଷ୍ଟ କରିବାରୁ ଲୋକେ ଘଉଡ଼ାଇବାରୁ ହାତୀପଲ ଆନ୍ଧ୍ରମୁହାଁ ହୋଇଥିଲେ। ଗୁରୁବାର ରାତିରେ ଖାଦ୍ୟ ଅନ୍ବେଷଣରେ ଯାଉଥିବା ବେଳେ ଉଚ୍ଚକ୍ଷମତାସମ୍ପନ୍ନ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସିଯିବାରୁ ୪ ହାତୀଙ୍କ ଜୀବନ ଯାଇଛି। ସେଥିମଧ୍ୟରେ ୨ଟି ମାଈ ହାତୀ ରହିଥିବା ଜଣାପଡ଼ିଛି l ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ପାର୍ବତୀପୁରମ-ମାନ୍ୟମ୍‌ ଡିଏଫ୍‌ଓ ଜିଏପି ପ୍ରସନ୍ନା, ଶ୍ରୀକାକୁଲମ ଡିଏଫ୍‌ଓ ନିଶା କୁମାରୀ ଏବଂ ବନ ବିଭାଗର ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତଦେହ ଯାଞ୍ଚ କରିଥିଲେ। ପ୍ରାଣୀ ଚିକିତ୍ସକ ତଥା ଜଙ୍ଗଲର ମୁଖ୍ୟ ସଂରକ୍ଷଣକାରୀ, ବିଶାଖାପାଟଣାଙ୍କ ସହାୟତାରେ ବ୍ୟବଚ୍ଛେଦ କରାଯାଇଥିଲା। ଡିଏଫ୍‌ଓ ପ୍ରସନ୍ନା କହିଛନ୍ତି, ୪ ହାତୀଙ୍କ ମୃତ୍ୟୁ ବନ ବିଭାଗ ପାଇଁ ଏକ ବଡ଼ କ୍ଷତି। ବିଦ୍ୟୁତ୍‌ ଖୁଣ୍ଟକୁ ଉପାଡ଼ିବା ପାଇଁ
ହାତୀପଲ ଚେଷ୍ଟା କରିବା ବେଳେ ଏହି ଦୁର୍ଘଟଣା ଘଟିଥାଇପାରେ। ତଦନ୍ତ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri