ଗୋଟିଏ ଦିନରେ ଅବସର ନେଲେ ୪ ମୁଖ୍ୟ ଅଧିକାରୀ

ଏମ.ରାମପୁର,୩୦।୬(ଶଶୀଭୂଷଣ ପ୍ରହରାଜ): ଗୋଟିଏ ଦିନରେ ରବିବାର ଏକା ଥରକେ ୪ଜଣ ମୁଖ୍ୟ ଅଧିକାରୀ, ଅଧିକାରିଣୀ ଅବସର ନେଇଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା ଏମ.ରାମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ। ଅବସର ନେଇଥିବା ଅଧିକାରୀ, ଅଧିକାରିଣୀ ହେଲେ ବିଇଓ ସଙ୍ଗୀତା ମହାନ୍ତି, ଏବିଇଓ ବେଣୁ କୁମାର, ପ୍ରତିଷ୍ଠାନ ଅଧିକାରୀ ବିଶ୍ୱନାଥ ନାୟକ, ହିସାବ ରକ୍ଷକ ଜିତେନ୍ଦ୍ର ମହାନ୍ତି ପ୍ରମୁଖ। ଏହି ସମସ୍ତ ଅଧିକାରିଣୀ, ଅଧିକାରୀଙ୍କ ଚାକିରି କାଳ ରବିବାର ସମାପ୍ତ ହେଇଛି।
୨୦୨୩ ଅଗଷ୍ଟରେ ପଦୋନ୍ନତି ପାଇ ସଙ୍ଗୀତା ମହାନ୍ତି ଏଠାରେ ବିଇଓ ଭାବେ ଯୋଗଦାନ କରିଥିଲେ। ବିଶ୍ୱନାଥ ନାୟକ ମଧ୍ୟ ପଦୋନ୍ନତି ପାଇ ପ୍ରତିଷ୍ଠାନ ଅଧିକାରୀ ଭାବେ ଗତବର୍ଷ ଯୋଗଦାନ କରିଥିଲେ। ଜିତେନ୍ଦ୍ର ମହାନ୍ତି ମଧ୍ୟ ଗତବର୍ଷ ଏଠାରେ ଯୋଗଦାନ କରିଥିଲେ।
ଗତ ଦେଢ଼ ବର୍ଷ ଧରି ଏହି ବିଇଓ କାର୍ଯ୍ୟାଳୟରେ ପରିଚାଳନାଗତ ଅବ୍ୟବସ୍ଥା ଜାରି ରହିଥିଲ। ବୃତ୍ତିଗତ, ଆର୍ଥିକ, ପରିଚାଳନାଗତ, ସମନ୍ବୟଗତ ଅବ୍ୟବସ୍ଥା ଲାଗି ରହିଥିବାରୁ ଠିକଣା ସମୟେ ଶିକ୍ଷୟିତ୍ରୀ, ଶିକ୍ଷକ ସରକାରୀ ବ୍ୟବସ୍ଥାଗତ ଲାଭଠାରୁ ଦୂରେଇ ଯାଇଛନ୍ତି। ଅନ୍ୟ ବ୍ଲକରେ ଶିକ୍ଷକମାନଙ୍କୁ ଗ୍ରେଡ ପେ ବୃଦ୍ଧି ହୋଇ ଅନେକ ମାସ ବିତିଯିବା ପରେ ମଧ୍ୟ ଏମ. ରାମପୁରଠାରେ ବ୍ୟତିକ୍ରମ ଘଟିଛି। ସେହିଭଳି ଗତ ଦୁଇ ବର୍ଷ ଧରି ଶିକ୍ଷକଙ୍କ ସେବା ପୁସ୍ତିକା ପରିଚାଳନା ହୋଇନାହିଁ। ଗତବର୍ଷର ସମସ୍ତ ବିଦ୍ୟାଳୟର ପୋଷାକ ବିତରଣର ୪୦ପ୍ରତିଶତ ଅନୁଦାନ ଦିଆଯାଇନାହିଁ। କତ୍ତୃପକ୍ଷଙ୍କ ସହିତ ଶିକ୍ଷକ ସଂଘର ଗୋପନୀୟ ବୁଝାମଣା ହେତୁ ଶିକ୍ଷକ, ଶିକ୍ଷାନୁଷ୍ଠାନ ସମସ୍ୟାର ସମାଧାନ ବାଟ ବାହାରୁ ନାହିଁ। ନିୟମିତ ଅଧିକାରୀ ଥାଇ ସମସ୍ୟା ସମାଧାନ ହୋଇ ନ ଥିବା ବେଳେ ଆଗକୁ ଭାରପ୍ରାପ୍ତ ସୀମିତ ଅଧିକାରୀଙ୍କୁ ନେଇ ସମସ୍ୟା ସମାଧାନ ଆଶା କ୍ଷୀଣ। ତେଣୁ ଖାଲି ହୋଇଥିବା ୪ଟି ପଦବୀରେ ନିୟମିତ ଅଧିକାରୀ ନିଯୁକ୍ତ କରିବା ବାଞ୍ଛନୀୟ ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri