ଭୁବନେଶ୍ୱର,୧୮ା୫(ବ୍ୟୁରୋ): ଓଡ଼ିଶାର ଐତିହ୍ୟ, କୀର୍ତ୍ତିରାଜି, ସଂସ୍କୃତି ଓ ପରମ୍ପରାର ମୁଖଶାଳା ପାଟିଛି ରାଜ୍ୟ ସଂଗ୍ରହାଳୟ। ସାଇତି ରଖିଛି କେତେ ସ୍ମୃତି, କେତେ ଗାଥା। କଳିଙ୍ଗ, ଉତ୍କଳରୁ ଓଡ଼ିଶା ଯାଏ, ପ୍ରାଚୀନରୁ ଅତି ପ୍ରାଚୀନତାର ତଥ୍ୟ, ପୋଥି, ଚିତ୍ର, ସାମଗ୍ରୀ ଅନେକ କିଛି ବଖାଣୁଛି। ରାଜ୍ୟ ସହ ଯୋଡ଼ି ହୋଇଥିବା ଅନେକ ଘଟଣା, ପ୍ରବାହର ସୂଚନା ମଧ୍ୟ ଏଠାରେ ରହିଛି। ପର୍ଯ୍ୟଟକ, ଛାତ୍ରୀଛାତ୍ର, ଅତିଥିଙ୍କୁ ଜ୍ଞାନ ବାଣ୍ଟୁଥିବା ରାଜ୍ୟ ସଂଗ୍ରହାଳୟର ବିକାଶ ଓ କାର୍ଯ୍ୟଧାରା ବୃଦ୍ଧି ପାଇଁ ପ୍ରତିବର୍ଷ କିଛି ନା କିଛି ଯୋଜନା ହେଉଛି। ଚଳିତବର୍ଷ ମଧ୍ୟ ପର୍ଯ୍ୟଟକଙ୍କ ଆଗ୍ରହକୁ ଦେଖି ନୂଆ ପଦକ୍ଷେପ ନେବାକୁ ରାଜ୍ୟ ସଂଗ୍ରହାଳୟ ଅଣ୍ଟା ଭିଡିଛି। ଗୁରୁବାର ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳନ ପରିପ୍ରେକ୍ଷୀରେ ସଂଗ୍ରହାଳୟର ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ କହିଛନ୍ତି, ଚଳିତବର୍ଷ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ପାଇଁ ସ୍ବତନ୍ତ୍ର କୋଠରି ସହ କିଭଳି ସୁବିଧାରେ ଯାଇ ସବୁ ଦେଖିପାରିବେ ସେ ଦିଗରେ ପଦକ୍ଷେପ ନିଆଯାଇଛି। ସାରଳା ମହାଭାରତର ବିଭିନ୍ନ ପର୍ବକୁ ନେଇ ଗବେଷଣାତ୍ମକ ୪ଟି ପୁସ୍ତକ ପ୍ରକାଶ ପାଇବ। ଏଥିସହ ଓଡ଼ିଶା ହିଷ୍ଟୋରିକାଲ ଜର୍ନାଲର ବିଶେଷ ସଂଖ୍ୟା ମଧ୍ୟ ଉନ୍ମୋଚନ ହେବ।
ଖୋଲିବ ନୂଆ ୪ ଗ୍ୟାଲେରି
ରାଜ୍ୟ ସଂଗ୍ରହାଳୟରେ ୪ଟି ନୂଆ ଗ୍ୟାଲେରି ଖୋଲାଯିବ। ଆଇଭରି ଗ୍ୟାଲେରି, ପ୍ରି ହିଷ୍ଟ୍ରି ଗ୍ୟାଲେରି, ଟେକ୍ସଟାଇଲ ଗ୍ୟାଲେରି ଓ ନାଚୁରାଲ ହିଷ୍ଟ୍ରି ଗ୍ୟାଲେରି ରହିବ। ଆଇଭରିରେ ହାତୀଦାନ୍ତ କାରୁକାର୍ଯ୍ୟ, ସିଂହାସନ ଆଦି ସ୍ଥାନିତ ହେବାକୁ ଥିବାବେଳେ ପ୍ରି ହିଷ୍ଟ୍ରିରେ ଆଦିମାନବ ସମ୍ପର୍କିତ ଜିନିଷ ରଖାଯିବ। ସେହିପରି ଟେକ୍ସଟାଇଲରେ ବହୁ ପୁରୁଣା ସାମଗ୍ରୀ ସହ ଆଦିବାସୀମାନେ ବ୍ୟବହାର କରୁଥିବା ବସ୍ତ୍ର ରହିବ। ଏଥିସହିତ ନାଚୁରାଲ ହିଷ୍ଟ୍ରିରେ ଗ୍ୟାଲେରିରେ ପ୍ରାଣୀ ସମ୍ବନ୍ଧିତ ତଥ୍ୟ ଓ ସାମଗ୍ରୀ ଉପଲବ୍ଧ ହେବ।
ବାଧକ ସାଜୁଛି କର୍ମଚାରୀ ଅଭାବ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ବିଭିନ୍ନ ଅନୁଷ୍ଠାନରେ ପଦବୀ ପୂରଣ ସମସ୍ୟା ଏକ ବଡ଼ ବାଧକ ସାଜିଛି। ଲୋକବଳ ବା କର୍ମଚାରୀ ଅଭାବରୁ ଯେତିକି କାମ ହେବା କଥା ତାହା ହୋଇପାରୁନି। ରାଜ୍ୟ ସଂଗ୍ରହାଳୟରେ ସଂଗ୍ରହାଧ୍ୟକ୍ଷ ଜଣେ ହିଁ ଅଛନ୍ତି। ସହ ସଂଗ୍ରହାଧ୍ୟକ୍ଷ ନାହାନ୍ତି। ସେହିପରି ଉପ ନିର୍ଦ୍ଦେଶକ ମଧ୍ୟ ନାହାନ୍ତି। ମୋଟ ୯ ସଂଗ୍ରହାଧ୍ୟକ୍ଷଙ୍କ ମଧ୍ୟରୁ ଜଣେ ହିଁ ଏକାଧିକ କାର୍ଯ୍ୟ ଚୁଲାଉଛନ୍ତି। ୧୧ ଅତିରିକ୍ତ ସଂଗ୍ରହାଧ୍ୟକ୍ଷ ପଦବୀ ଫାଙ୍କା ପଡିଛି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

