ଦିଆସିଲି କାଠିରେ ୪.୫ ଇଞ୍ଚର ରଥ ନିର୍ମାଣ

ଭୁବନେଶ୍ୱର,୧୦ା୭(ବ୍ୟୁରୋ): ଆଉ ୨ଦିନ ପରେ ରଥଯାତ୍ରା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିଜ ଭକ୍ତିଭାବ ସମର୍ପଣ କରି ଶିଳ୍ପୀ ଏଲ୍‌. ଈଶ୍ୱର ରାଓ ଦିଆସିଲି କାଠିରେ ରଥ ଓ ନିମ୍ବ କାଠରେ ଚତୁର୍ଦ୍ଧାମୂର୍ତ୍ତି ପ୍ରସ୍ତୁତ କରିଛନ୍ତି। ଏହି ତିନି ରଥ ନିର୍ମାଣରେ ସେ ମୋଟ୍‌ ୪୩୫ଟି ଦିଆସିଲି କାଠି ବ୍ୟବହାର କରିଛନ୍ତି। ୪.୫ ଇଞ୍ଚ ଉଚ୍ଚତା ବିଶିଷ୍ଟ ଏହି ରଥରେ ବସିଥିବା ତିନିଦିଅଁଙ୍କ ମୂର୍ତ୍ତି ନିମ୍ବ କାଠରେ ନିର୍ମିତ ହୋଇଛିି। ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭାଦ୍ରାଙ୍କ ମୂର୍ତ୍ତିଗୁଡ଼ିକର ଉଚ୍ଚତା ୧ ଇଞ୍ଚ ରହିଛି। ଶ୍ରୀକ୍ଷେତ୍ରର ରଥଯାତ୍ରା ପାଇଁ ନିର୍ମାଣ ହେଉଥିବା ରଥ ସଦୃଶ ଏହି ରଥ ପ୍ରସ୍ତୁତ କରାଯାଇଛି। ଅନୁରୂପ ଭାବେ ରଙ୍ଗ ମଧ୍ୟ କରାଯାଇଛି ଯାହାକି ଦର୍ଶକଙ୍କୁ ଆକୃଷ୍ଟ କରୁଛି। ତିନି ରଥ ଓ ଚତୁର୍ଦ୍ଧାମୂର୍ତ୍ତି ନିର୍ମାଣ ପାଇଁ ତାଙ୍କୁ ୯ ଦିନ ସମୟ ଲାଗିଥିଲା। ଏହାପୂର୍ବରୁ ଈଶ୍ୱର ୩ହଜାରରୁ ଊର୍ଦ୍ଧ୍ୱ ବହୁ ଛୋଟ ଛୋଟ କଳାକୃତିକୁ ବୋତଲ ଭିତରେ ପ୍ରସ୍ତୁତ କରିଛନ୍ତି। ଏଭଳି ନିଆରା କଳାକୃତିକୁ ନେଇ ସେ ଏକ ଛୋଟ ସଂଗ୍ରହାଳୟ ମଧ୍ୟ କରିଛନ୍ତି। ଯାହାର ନାମ ‘ୱାର୍ଲଡ ୱାଣ୍ଡର ମ୍ୟୁଜିୟମ୍‌’ ରଖାଯାଇଛି। ବିଭିନ୍ନ ପର୍ବପର୍ବାଣିରେ ସେ ଏପରି ସ୍ବତନ୍ତ୍ର କଳାକୃତି ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥାନ୍ତି। ଚଳିତବର୍ଷ ମହାଶିବରାତ୍ରି ଉପଲକ୍ଷେ ଏକ ଛୋଟ କାଚ ବୋତଲ ଭିତରେ ସେ ଏକ ପୂର୍ଣ୍ଣ ଶୈବପୀଠ ନିର୍ମାଣ କରିଥିଲେ। ଯେଉଁଥିରେ ଶିବଲିଙ୍ଗଠାରୁ ଆରମ୍ଭ କରି ନାଗ ସାପ, ବୃଷଭ ଆଦି ରହିଥିଲା। ଏହି ରଥ ନିର୍ମାଣ କରିବା ସହ ବିଶ୍ୱବାସୀଙ୍କୁ କରୋନା ମହାମାରୀରୁ ରକ୍ଷା କରିବା ପାଇଁ ମହାପ୍ରଭୁଙ୍କ ନିକଟରେ ଈଶ୍ୱର ପ୍ରାର୍ଥନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri