ଦିଆସିଲି କାଠିରେ ୪.୫ ଇଞ୍ଚର ରଥ ନିର୍ମାଣ

ଭୁବନେଶ୍ୱର,୧୦ା୭(ବ୍ୟୁରୋ): ଆଉ ୨ଦିନ ପରେ ରଥଯାତ୍ରା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିଜ ଭକ୍ତିଭାବ ସମର୍ପଣ କରି ଶିଳ୍ପୀ ଏଲ୍‌. ଈଶ୍ୱର ରାଓ ଦିଆସିଲି କାଠିରେ ରଥ ଓ ନିମ୍ବ କାଠରେ ଚତୁର୍ଦ୍ଧାମୂର୍ତ୍ତି ପ୍ରସ୍ତୁତ କରିଛନ୍ତି। ଏହି ତିନି ରଥ ନିର୍ମାଣରେ ସେ ମୋଟ୍‌ ୪୩୫ଟି ଦିଆସିଲି କାଠି ବ୍ୟବହାର କରିଛନ୍ତି। ୪.୫ ଇଞ୍ଚ ଉଚ୍ଚତା ବିଶିଷ୍ଟ ଏହି ରଥରେ ବସିଥିବା ତିନିଦିଅଁଙ୍କ ମୂର୍ତ୍ତି ନିମ୍ବ କାଠରେ ନିର୍ମିତ ହୋଇଛିି। ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭାଦ୍ରାଙ୍କ ମୂର୍ତ୍ତିଗୁଡ଼ିକର ଉଚ୍ଚତା ୧ ଇଞ୍ଚ ରହିଛି। ଶ୍ରୀକ୍ଷେତ୍ରର ରଥଯାତ୍ରା ପାଇଁ ନିର୍ମାଣ ହେଉଥିବା ରଥ ସଦୃଶ ଏହି ରଥ ପ୍ରସ୍ତୁତ କରାଯାଇଛି। ଅନୁରୂପ ଭାବେ ରଙ୍ଗ ମଧ୍ୟ କରାଯାଇଛି ଯାହାକି ଦର୍ଶକଙ୍କୁ ଆକୃଷ୍ଟ କରୁଛି। ତିନି ରଥ ଓ ଚତୁର୍ଦ୍ଧାମୂର୍ତ୍ତି ନିର୍ମାଣ ପାଇଁ ତାଙ୍କୁ ୯ ଦିନ ସମୟ ଲାଗିଥିଲା। ଏହାପୂର୍ବରୁ ଈଶ୍ୱର ୩ହଜାରରୁ ଊର୍ଦ୍ଧ୍ୱ ବହୁ ଛୋଟ ଛୋଟ କଳାକୃତିକୁ ବୋତଲ ଭିତରେ ପ୍ରସ୍ତୁତ କରିଛନ୍ତି। ଏଭଳି ନିଆରା କଳାକୃତିକୁ ନେଇ ସେ ଏକ ଛୋଟ ସଂଗ୍ରହାଳୟ ମଧ୍ୟ କରିଛନ୍ତି। ଯାହାର ନାମ ‘ୱାର୍ଲଡ ୱାଣ୍ଡର ମ୍ୟୁଜିୟମ୍‌’ ରଖାଯାଇଛି। ବିଭିନ୍ନ ପର୍ବପର୍ବାଣିରେ ସେ ଏପରି ସ୍ବତନ୍ତ୍ର କଳାକୃତି ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥାନ୍ତି। ଚଳିତବର୍ଷ ମହାଶିବରାତ୍ରି ଉପଲକ୍ଷେ ଏକ ଛୋଟ କାଚ ବୋତଲ ଭିତରେ ସେ ଏକ ପୂର୍ଣ୍ଣ ଶୈବପୀଠ ନିର୍ମାଣ କରିଥିଲେ। ଯେଉଁଥିରେ ଶିବଲିଙ୍ଗଠାରୁ ଆରମ୍ଭ କରି ନାଗ ସାପ, ବୃଷଭ ଆଦି ରହିଥିଲା। ଏହି ରଥ ନିର୍ମାଣ କରିବା ସହ ବିଶ୍ୱବାସୀଙ୍କୁ କରୋନା ମହାମାରୀରୁ ରକ୍ଷା କରିବା ପାଇଁ ମହାପ୍ରଭୁଙ୍କ ନିକଟରେ ଈଶ୍ୱର ପ୍ରାର୍ଥନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Asian Games: ପ୍ରଥମ ସେଟ ଜିତିବା ପରେ କ୍ୱାର୍ଟର ଫାଇନାଲରେ ପ୍ରଶଂସକଙ୍କୁ ନିରାଶ କଲେ ପି.ଭି. ସିନ୍ଧୁ

କାକାମିଗାହାରା,୨୨।୯: ୨୦୨୬ ଏସୀୟ କ୍ରୀଡ଼ାର ମହିଳା ବ୍ୟାଡମିଣ୍ଟନ ଦଳଗତ କ୍ୱାର୍ଟର ଫାଇନାଲରେ, ଭାରତୀୟ ଦଳ ଜାପାନ ବିପକ୍ଷ ପ୍ରାରମ୍ଭିକ ମ୍ୟାଚରେ ପରାଜିତ ହୋଇଛି। ୟାମାଗୁଚିଙ୍କ ବିପକ୍ଷ ମୁକାବିଲାରେ…

ହସ୍ପିଟାଲରେ ନିଆଁ, ଜଣେ ଶିଶୁ ମୃତ, ୨୮ ଉଦ୍ଧାର

ଆଦିଲାବାଦ,୨୨।୯: ତେଲଙ୍ଗାନାର ଆଦିଲାବାଦ ସ୍ଥିତ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ (RIMS) ହସ୍ପିଟାଲର ଶିଶୁ ବିଭାଗରେ ନିଆଁ ଲାଗିବା ଫଳରେ ଏକ ନବଜାତ ଶିଶୁର…

ଗଣମାଧ୍ୟମ ସହ ବିବାଦ ମଧ୍ୟରେ ବଡ଼ ପଦକ୍ଷେପ ନେଲେ ଟ୍ରମ୍ପ, ଲଞ୍ଚ କଲେ ନିଜର TV ଚ୍ୟାନେଲ

ଓ୍ବାଶିଂଟନ,୨୨।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଜଡ଼ିତ ‘ଟ୍ରମ୍ପ ଟିଭି’ (Trump TV) ବର୍ତ୍ତମାନ ଲାଇଭ ଷ୍ଟ୍ରିମିଂ ସୁବିଧା ଯୋଗାଇବ। ଏହି ପ୍ଲାଟଫର୍ମ ସପ୍ତାହର ସାତୋଟି…

୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା DJ ଗାଡ଼ି

ଜମନକିରା,୨୨।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଠିଆ ହୋଇଥିବା…

UPI Charges: ୟୁପିଆଇକୁ ନେଇ ବଡ଼ କଥା କହିଲେ ଅର୍ଥମନ୍ତ୍ରୀ ସୀତାରାମଣ

ନୂଆଦିଲ୍ଲୀ,୨୨।୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ UPI ପାଇଁ ଲାଗୁ ହେବାକୁ ଥିବା ନୂତନ ‘ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ସମ୍ବନ୍ଧୀୟ ସ୍ଥିତିକୁ ସ୍ପଷ୍ଟ କରିଛନ୍ତି। ସେ…

ଆଜି ସୁପ୍ରିମକୋର୍ଟରେ ଡିଜିପି ଚୟନ ଶୁଣାଣି

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାର ଡିଜିପି ଚୟନ ନେଇ ସୁପ୍ରିମକୋର୍ଟରେ ମଙ୍ଗଳବାର ଶୁଣାଣି ହେବ। ଏନେଇ ସୁପ୍ରିମକୋର୍ଟଙ୍କ ଲିଷ୍ଟିଂରେ ଓଡ଼ିଶା ଡିଜିପି ଚୟନ ପ୍ରସଙ୍ଗକୁ ସାମିଲ କରାଯାଇଛି।…

ONGCର ବଡ଼ ସଫଳତା, ଓଡ଼ିଶା ଉପକୂଳରେ ଗ୍ୟାସ୍‌ର ସନ୍ଧାନ

ନୂଆଦିଲ୍ଲୀ,୨୨।୯: ଓଡ଼ିଶା ଉପକୂଳରେ କୋଣାର୍କଠାରୁ ପ୍ରାୟ ୪୩ କି.ମି. ଦୂରରେ ଭାରତୀୟ ରାଷ୍ଟ୍ରାୟତ୍ତ କମ୍ପାନୀ ଅଏଲ୍‌ ଆଣ୍ଡ୍‌ ନ୍ୟାଚୁରାଲ ଗ୍ୟାସ୍‌ କର୍ପୋରେଶନ ଲିଃ (ଓଏନ୍‌ଜିସି) ଗ୍ୟାସ୍‌ର ସନ୍ଧାନ…

ବିଶିଷ୍ଟ ଅଭିନେତ୍ରୀ ମିଠୁ ମୁଖାର୍ଜୀଙ୍କ ଦେହାନ୍ତ

ମୁମ୍ବାଇ, ୨୨।୯: ୧୯୭୦ ଓ ୧୯୮୦ ଦଶକର ବଙ୍ଗଳା ଏବଂ ହିନ୍ଦୀ ସିନେମାକୁ ନିଜର ଦୀପ୍ତିମୟ ଅଭିନୟରେ ସମୃଦ୍ଧ କରିଥିବା ବିଶିଷ୍ଟ ଅଭିନେତ୍ରୀ ମିଠୁ ମୁଖାର୍ଜୀ ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?