ଜୁନ୍‌ରେ ୩୬% ଅଧିକ ବର୍ଷା, ଜୁଲାଇରେ ୨%

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ଭୁବନେଶ୍ୱର,୧୩ା୭(ବ୍ୟୁରୋ)-ଦକ୍ଷିଣ ପଶ୍ଚିମ ମୌସୁମୀ ରାଜ୍ୟକୁ ପ୍ରବେଶ କରିବାର ମାସେ ବିତିଗଲାଣି। ହେଲେ ଆଶାନୁରୂପ ବର୍ଷା ମିଳିପାରୁ ନାହିଁ। ଜୁନ୍‌ରେ ମୌସୁୀମ ବର୍ଷା ସ୍ବାଭାବିକଠାରୁ ୩୬ ପ୍ରତିଶତ ଅଧିକ ହୋଇଥିବା ବେଳେ ଜୁଲାଇରେ ତାହା ୨ ପ୍ରତିଶତକୁ ଖସି ଆସିଛି। ଦୁର୍ବଳ ମୌସୁମୀ ଯୋଗୁ ରାଜ୍ୟରେ ବର୍ଷା ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇଛି। ପାଣି ଅଭାବରୁ ଧାନଚାଷରେ ଗୁରୁତର ବାଧା ସୃଷ୍ଟି ହେଲାଣି। ରୁଆ ବେଉଷଣ ବଡ଼ ବର୍ଷାକୁ ଅନାଇ ରହିଛି। ଆସନ୍ତା ୮ ଦିନ ମଧ୍ୟରେ ସେଭଳି ବର୍ଷା ହେବା ସମ୍ଭାବନା ନ ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଭଲ ବର୍ଷା ନ ହେଲେ ଆଗାମୀ ଦିନରେ ଚାଷକାର୍ଯ୍ୟ ଗୁରୁତର ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି।
ରାଜ୍ୟକୁ ଜୁନ୍‌ ୧୧ରେ ମୌସୁମୀ ପ୍ରବେଶ କରିଥିଲା। ଜୁନ୍‌ ମାସ ଶେଷ ସୁଦ୍ଧା ସ୍ବାଭାବିକଠାରୁ ୩୬ ପ୍ରତିଶତ ବର୍ଷା ହୋଇଥିଲା। ଅଧିକାଂଶ ଜିଲାରେ ଭଲ ବର୍ଷା ହୋଇଥିଲା। କେତେକ ଜିଲାରେ ମାତ୍ରାଧିକ ବର୍ଷା ମଧ୍ୟ ରେକର୍ଡ କରାଯାଇଥିଲା। ତେବେ ଜୁଲାଇ ମାସରେ ମୌସୁମୀ ଧୋକା ଦେଇଛି। ଗତ ୧୩ ଦିନ ହେବ ବର୍ଷା ହେଉ ନ ଥିବାରୁ ରାଜ୍ୟର ୧୫ ଜିଲାରେ ମରୁଡ଼ି ଆଶଙ୍କା ସୃଷ୍ଟି ହେଲାଣି। ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଅନୁଗୋଳ ଜିଲାରେ ଜୁନ୍‌ରେ ଭଲ ବର୍ଷା ହୋଇଥିବା ବେଳେ ଜୁଲାଇ ଦ୍ୱିତୀୟ ସପ୍ତାହରେ ୩୨ ପ୍ରତିଶତ କମ୍‌ ବର୍ଷା ହୋଇଛି। ସେହିପରି ବଲାଙ୍ଗୀର ଜିଲାରେ ୨୪ ପ୍ରତିଶତ କମ୍‌ ବର୍ଷା ହୋଇଥିବା ବେଳେ ବରଗଡ଼ ୨୪, ବାଲେଶ୍ୱର ୨୯, କଟକ ୪୮, ଦେବଗଡ଼ ୫୦, ଢେଙ୍କାନାଳ ୩୩, କଳାହାଣ୍ଡି ୨୧, ଖୋର୍ଦ୍ଧା ୩୯, କେନ୍ଦୁଝର ୩୫, ମୟୂରଭଞ୍ଜ ୨୮, ନୂଆପଡ଼ା ୩୩, ପୁରୀ ୩୭, ସମ୍ବଲପୁର ୩୨ ଏବଂ ସୁବର୍ଣ୍ଣପୁର ୪୫ ପ୍ରତିଶତ କମ୍‌ ବର୍ଷା ହୋଇଛି। ତେବେ ଜୁନ୍‌ ପହିଲାରୁ ଜୁଲାଇ ୧୩ ତାରିଖ ମଧ୍ୟରେ ରାଜ୍ୟରେ ୩୪୭.୧ ମିଲିମିଟର ବର୍ଷା ହେବାକୁ ଥିବା ବେଳେ ହୋଇଛି ୩୫୫.୪ ମିଲିମିଟର। ତେବେ ଚଳିତ ବର୍ଷ ମାତ୍ର ଗୋଟିଏ ଲଘୁଚାପ ଜୁନ୍‌ ମାସରେ ହୋଇଥିଲା। ଜୁଲାଇ ଅଧା ହେବାକୁ ବସିଥିବା ବେଳେ ଲଘୁଚାପର କୌଣସି ଆକାର ଜଣାପଡୁ ନାହିଁ। ତେବେ ବଙ୍ଗୋପସାଗରରୁ ଜଳୀୟ ବାଷ୍ପ ସ୍ଥଳଭାଗକୁ ଆସୁଥିବାରୁ ରାଜ୍ୟର କେତେକ ସ୍ଥାନରେ ବର୍ଷାହେବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ପ୍ରସ୍ତୁତି ବୈଠକ:‘ଅବହେଳାର ଶିକାର କଳାକାର’

ଅନୁଗୋଳ ଅଫିସ, ୨୦।୮ ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ପାଇଁ ଅନୁଗୋଳ ଜିଲାର ବିଭିନ୍ନ ବ୍ଲକର କଳାକାରମାନଙ୍କ ଉପସ୍ଥିତିରେ ସୋମବାର କଣିହାଁ ବ୍ଲକ ଟାକୁଆ ଗ୍ରାମସ୍ଥିତ ଶିବ...

କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ବିକଳ ଚିତ୍ର: ସ୍ବାସ୍ଥ୍ୟସେବା ସମୁଦ୍ରକୁ ଶଙ୍ଖେ

କାମାକ୍ଷାନଗର, ୨୫।୧୦(ଡି.ଏନ୍‌.ଏ.)-ବିଗିଡ଼ିଯାଇଛି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ସ୍ବାସ୍ଥ୍ୟସେବା। ମେଡିକାଲ ଭିତରକୁ ପଶିବା କ୍ଷଣି ଶୁଣିବାକୁ ମିଳୁଛି କେବଳ ‘ନାହିଁ’। ବାରଣ୍ଡାରେ ପଡ଼ି ରୋଗୀ ଛଟପଟ ହେଉଥିବାବେଳେ...

ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବି: ପିଆଇସିଟି ବର୍ଥ ଟର୍ମିନାଲ ସମ୍ମୁଖରେ ଧାରଣା

ପାରାଦୀପ,୧୧ା୧(ସ୍ବ.ପ୍ର.): ପାରାଦୀପ ବନ୍ଦରର ପିଆଇସିଟି ବର୍ଥ ଟର୍ମିନାଲ ସମ୍ମୁଖରେ ଶୁକ୍ରବାର ପାରାଦୀପ ପୋର୍ଟ ଆଣ୍ଡ ଡକ୍‌ ମଜଦୁର ୟୁନିୟନ ପକ୍ଷରୁ ଧାରଣା ଦିଆଯାଇଛି। ଉକ୍ତ ପ୍ରକଳ୍ପରେ...

ପ୍ରାଥମିକ ବିଦ୍ୟାଳୟକୁ ଆଉ ଆସୁନି ପାଠ୍ୟୋପକରଣ : ସରକାରଙ୍କ ଅଜବ ନୀତିରେ ନିରାଶ ଛାତ୍ରୀଛାତ୍ର

ଜଗତ୍‌ସିଂହପୁର ଅଫିସ,୧୧ା୮: ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରତି ପିଲାମାନଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ମାଗଣା ବହି, ପୋଷାକ ସାଙ୍ଗକୁ...

ଜବରଦଖଲକାରୀ ମାଡ଼ି ବସିଛନ୍ତି ଜମି: ୬୦ ବର୍ଷର ହାଟର ମିଳୁନି ଚିହ୍ନବର୍ଣ୍ଣ

ବଅଁରପାଳ, ୨୮।୧୨ (ଡି.ଏନ୍‌.ଏ.) ବଅଁରପାଳ ବ୍ଲକ ବଳରାମପ୍ରସାଦ ଠାରେ ଥିବା ପ୍ରାୟ ୬୦ ବର୍ଷର ଏକ ପୁରାତନ ହାଟର ଆଉ ଚିହ୍ନବର୍ଣ୍ଣ ନାହିଁ। ଏହାର ଜମି...

ରସୁଲଗଡ଼ ଓଭରବ୍ରିଜ୍‌ରେ ଝୁଲିଥିଲା କଂକ୍ରିଟ୍‌ ଖଣ୍ଡ

ଭୁବନେଶ୍ୱର,୨୭ା୨ (ବ୍ୟୁରୋ): ରସୁଲଗଡ଼ ଓଭରବ୍ରିଜ୍‌ରେ ଝୁଲି ରହିଥିଲା ବଡ଼ କଂକ୍ରିଟ୍‌ ଖଣ୍ଡ। ତଳେ ଯାତାୟାତ ଚାଲିଥିବାବେଳେ ମୁଣ୍ଡ ଉପରେ ଚାହିଁ ରହିଥିଲା ବଡ଼ ବିପଦ। ନା...

ସ୍ବତନ୍ତ୍ର ସଂକଳ୍ପକୁ କ୍ୟାବିନେଟ ମୋହର: ରାଜ୍ୟରେ ହେବ ଜାତିଭିତ୍ତିକ ଜନଗଣନା

ଭୁବନେଶ୍ୱର,୧୨ା୧(ବ୍ୟୁରୋ): ରାଜ୍ୟରେ ସାମାଜିକ, ଆର୍ଥିକ ଏବଂ ଜାତିଭିତ୍ତିକ ଜନଗଣନା ହେବ। ୨୦୨୧ ଜନସଂଖ୍ୟା ଗଣନା ବେଳେ ଏକା ସାଙ୍ଗରେ ଏହି ଗଣନା କରାଯିବ। ସାମାଜିକ, ଆର୍ଥିକ...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ହାବିଲଦାରଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

କେନ୍ଦୁଝର/ପାଟଣା,୫।୧୨(ଡି.ଏନ୍‌.ଏ./ସ୍ବ.ପ୍ର.): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର କେନ୍ଦୁଝର ରିଜର୍ଭ ପୋଲିସରେ କାର୍ଯ୍ୟରତ ହାବିଲଦାର ବିଶ୍ୱନାଥ ମହାନ୍ତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। କେନ୍ଦୁଝର...

Coronavirus Update

Archives

Model This Week

Why Dharitri