୩୯ କେଜି ଗଞ୍ଜେଇ ଜବତ, ୪ ଗିରଫ

କୋରୁକୋଣ୍ଡା,୧୧ା୧୧(ଡି.ଏନ.ଏ)-ବାଲିମେଳା ଅବକାରୀ ବିଭାଗ କର୍ମଚାରୀ ପାଟ୍ରୋଲିଂ କରୁଥିବା ସମୟରେ ଦ୍ରୁତ ଗତିରେ ଯାଉଥିବା ୨ଟି ମୋଟରସାଇକେଲ ଉପରେ ସନ୍ଦେହ କରି ଏହାକୁ ପିଛା କରିଥିଲେ। ପାଟଣାଗୁଡାର ମୁକା କବାସି(୩୩), ବାଟପାଲିଗୁଡ଼ାର ସନୁ ଗୋଲରି (୩୦), ଛତିଶଗଡ ଖଡକଘାଟର କରନ ନାଗ(୨୦) ଓ ବିହାର ଆଜମପୁରର ଅୟର୍ନ ଓଝାଙ୍କଠାରୁ କୋଟ ୩୯କେଜି ୬ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ମାଥିଲି ଓଆଇସି କହିଛନ୍ତି। ଅବକାରୀ ଅଧୀକ୍ଷକ ଅଶୋକ କୁମାର ସେଠ୍‌ଙ୍କ ନିର୍ଦ୍ଦେଶରେ ଅବକାରୀ ନିରୀକ୍ଷକ ଗଙ୍ଗାଧର ପାଇକରାୟଙ୍କ ନେତୃତ୍ୱରେ ବାଲିମେଳା ଭାରପ୍ରାପ୍ତ ଅବକାରୀ ଅଧିକାରୀ ଏଚ. ଜାଗା ରାଓ ଏବଂ ମାଥିଲି ଅବକାରୀ କର୍ମଚାରୀ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବ୍ୟବସାୟୀଙ୍କ ଘରୁ ଲୁଟ୍‌: ୫ ବର୍ଷ ପରେ ତାମିଲନାଡୁରୁ ଗିରଫ ହେଲେ ଦମ୍ପତି

ମାଲକାନଗିରି,୨୯ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସଦର ମହକୁମାର ଏକ ସୁନା ବ୍ୟବସାୟୀଙ୍କ ଘରୁ ଅଳଙ୍କାର ଚୋରି ମାମଲାରେ ତାମିଲନାଡୁର ଏକ ଦମ୍ପତି ଗିରଫ ହୋଇଛନ୍ତି।ଏନେଇ ମାଲକାନଗିରି ଏସ୍‌ପି ବିନୋଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri