ସଂକ୍ରମିତ ଦେଶରୁ ଓଡ଼ିଶା ଆସିଛନ୍ତି ୩୮୦

ଭୁବନେଶ୍ୱର, ୩ା୧୨(ବ୍ୟୁରୋ):ସାରା ବିଶ୍ୱକୁ ଏବେ କରୋନାର ନୂଆ ଭୂତାଣୁ ‘ଓମିକ୍ରନ’ ଭୟ ଲାଗି ରହିଥିବାବେଳେ ଓଡ଼ିଶାକୁ ମଧ୍ୟ ଚିନ୍ତା ଘାରିଲାଣି। କାରଣ ଓମିକ୍ରନ ସଂକ୍ରମିତ ଦେଶରୁ ଓଡ଼ିଶାକୁ ଏ ପର୍ଯ୍ୟନ୍ତ ୩୮୦ଜଣ ଫେରିଛନ୍ତି। ଏ ନେଇ ଗୁରୁବାର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ସୂଚନା ଦେଇ କହିଛନ୍ତି, ନଭେମ୍ବର ୨୮ ସୁଦ୍ଧା ‘ଓମିକ୍ରନ୍‌ ରିସ୍କ’ ଦେଶରୁ ଓଡ଼ିଶାକୁ ୨୨୪ଜଣ ଆସିଥିବାବେଳେ କେବଳ ୨୯ ତାରିଖରେ ୧୫୬ଜଣ ପ୍ରବେଶ କରିଛନ୍ତି। ଏବେ ସୁଦ୍ଧା ଦୁଇଦିନର ଡାଟା ସରକାରଙ୍କ ପାଖରେ ପହଞ୍ଚତ୍ଛି। ଯେଉଁମାନେ ଏବେ ବିଦେଶରୁ ଫେରୁଛନ୍ତି ସମସ୍ତଙ୍କ ତାଲିକା ଜିଲା ପ୍ରଶାସନକୁ ଦିଆଯାଇଛି ବୋଲି ଡା. ମିଶ୍ର ସୂଚନା ଦେଇଛନ୍ତି।
ଆହୁରି ମଧ୍ୟ ସେ କହିଛନ୍ତି, ଏଥର କରୋନାକୁ ଚେକ୍‌ ଦେବାକୁ ଆରମ୍ଭରୁ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି। ବିଦେଶରୁ ଆସୁଥିବା ବ୍ୟକ୍ତି ସାଙ୍ଗରେ ନେଗେଟିଭ୍‌ ସାର୍ଟିଫିକେଟ୍‌ ଆଣିବା ବାଧ୍ୟତାମୂଳକ କରାଯାଇଛି। ଏୟାରପୋର୍ଟରେ ପହଞ୍ଚତ୍ବା ପରେ ବି ସେମାନଙ୍କର ପୁଣିଥରେ ଆର୍‌ଟି-ପିସିଆର୍‌ ଟେଷ୍ଟ କରାଯିବ। ରିପୋର୍ଟ ନେଗେଟିଭ୍‌ ଥିଲେ ରାଜ୍ୟରେ ପ୍ରବେଶ ଅନୁମତି ମିଳିବ। ସେମାନେ ୭ଦିନ ହୋମ୍‌ କ୍ୱାରାଣ୍ଟାଇନରେ ରହିବେ। ଅଷ୍ଟମ ଦିନ ତାଙ୍କର ପୁଣିଥରେ ଟେଷ୍ଟ କରାଯିବ। ଯେହେତୁ ବିଦେଶ ଫେରନ୍ତା ବିମାନବନ୍ଦରରେ ଟେଷ୍ଟ କରି ଆସୁଛନ୍ତି, ତେଣୁ ସେମାନଙ୍କୁ ଟ୍ରେସ୍‌ କରି ନିର୍ଦ୍ଧାରିତ ଦିନରେ ଆର୍‌ଟି-ପିସିଆର୍‌ ଟେଷ୍ଟ କରିବାକୁ ପଦକ୍ଷେପ ନିଆଯାଇଛି। ଯଦି ଅଷ୍ଟମ ଦିନ ତାଙ୍କର ପିଜିଟିଭ ଆସିଲା ତାଙ୍କୁ ତତ୍‌କ୍ଷଣାତ କ୍ୱାରାଣ୍ଟାଇନ୍‌ରେ ରଖାଯିବ। ଏଥିସହ ଆଉ ୭ଦିନ ତାଙ୍କୁ ସେଲ୍ଫ ଅବ୍‌ଜରଭେଶନରେ ରଖାଯିବ। ମୋଟ ୧୪ଦିନ ତାଙ୍କୁ ସଙ୍ଗରୋଧରେ ରହିବାକୁ ହେବ। ତେବେ ରିପୋର୍ଟ ପଜିଟିଭି ଥିଲେ ସେମାନଙ୍କୁ ତତ୍‌କ୍ଷଣାତ କ୍ୱାରାଣ୍ଟାଇନ୍‌ରେ ରଖାଯିବ। ସେମାନଙ୍କର ନମୁନା ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯିବ। ସେହିଭଳି ଯେଉଁ ଯାତ୍ରୀମାନେ ବାହାରୁ ଆସିବେ ସେମାନେ କେଉଁଠୁ ଆସିଲେ, କୁଆଡ଼େ ଯିବେ ଓ କେଉଁଠି ରହିବେ, ସେ ନେଇ ସେଲ୍ଫ ଡିକ୍ଲାରେଶନ ଦେବାକୁ ବାଧ୍ୟତାମୂଳକ କରାଯାଇଛି। ଏହା ଦ୍ୱାରା ସେମାନଙ୍କୁ ଖୋଜି ପୁଣି ପରୀକ୍ଷା କରାଯାଇପାରିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
ଓମିକ୍ରନ ସଂକ୍ରାନ୍ତରେ ସେ କହିଛନ୍ତି, ବର୍ତ୍ତମାନ ଏହି ନୂଆ ଭାରିଆଣ୍ଟ ୨୬ଟି ଦେଶକୁ ବ୍ୟାପିଲାଣି। ଓଡ଼ିଶାରେ ସବୁ ପରିସ୍ଥିତିକୁ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଆମେ ସ୍ବତନ୍ତ୍ର ଭାବେ ଭୁବନେଶ୍ୱର ବିଏମ୍‌ସି ଏବଂ ଝାରସୁଗୁଡ଼ା ଜିଲାପାଳଙ୍କୁ ଆଡ୍‌ଭାଇଜରି ଦେଇଛୁ। ଯଦି କାହାର ଘରେ କ୍ୱାରାଣ୍ଟାଇନ ପାଇଁ ବ୍ୟବସ୍ଥା ହେଉନି, ତାଙ୍କ ପାଇଁ କ୍ୱାରାଣ୍ଟାଇନ ବ୍ୟବସ୍ଥା କରିବେ। ଯଦି ସେମାନଙ୍କ ଭିତରୁ କେହି ପିଜିଟିଭ ବାହାରିଲେ, ତେବେ କିଛି ନିର୍ଦ୍ଦିଷ୍ଟ ମେଡିକାଲରେ ବ୍ୟବସ୍ଥା କରିବାକୁ ବନ୍ଦୋବସ୍ତ ଚାଲିଛି। କାରଣ ଏମାନେ ଅନ୍ୟ କୋଭିଡ୍‌ ରୋଗୀଙ୍କଠାରୁ ଅଲଗା ହୋଇ ଚିକିତ୍ସିତ ହେବେ। ଏବେଠାରୁ ସର୍ଭିଲାନ୍ସ ଆହୁରି ବଢ଼ିବ। ବିଶେଷକରି ବିଦେଶ ଫେରନ୍ତାଙ୍କ ଉପରେ ଆମେ ତୀକ୍ଷ୍‌ଣ ନଜର ରଖୁଛୁ ବୋଲି ଡା. ମିଶ୍ର କହିଛନ୍ତି।
ସେପଟେ କରୋନାର ଏହି ନୂଆ ଭୂତାଣୁ ସଂକ୍ରମଣ କରିବା ପୂର୍ବରୁ ସତର୍କ ରହିବା ସହ ଟିକାକରଣ କରିନେବା ଆବଶ୍ୟକ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪ କୋଟି ୩୮ ଲକ୍ଷ ୨୧ ହଜାର ୭୦୮ ଟିକା ଦିଆସରିଲାଣି। ଏଥିମଧ୍ୟରୁ ୮୬ ପ୍ରତିଶତ ଅର୍ଥାତ୍‌ ୨ କୋଟି ୭୯ ଲକ୍ଷ ୬ ହଜାର ୪୬୬ଜଣ ପ୍ରଥମ ଡୋଜ୍‌ ଟିକା ନେଇଛନ୍ତି ଓ ୪୯ ପ୍ରତିଶତ ଅର୍ଥାତ୍‌ ୧ କୋଟି ୫୯ ଲକ୍ଷ ୧୫ ହଜାର ୨୪୨ଜଣ ଦ୍ବିତୀୟ ଡୋଜ୍‌ ନେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୪୬ ଲକ୍ଷ ହିତାଧିକାରୀ ପ୍ରଥମ ଡୋଜ୍‌ ନେଇନାହାନ୍ତି। ସେହିପରି ୩୧ ଲକ୍ଷ ଲୋକ ଦ୍ବିତୀୟ ଡୋଜ୍‌ ଟିକା ନେଇନାହାନ୍ତି। ଯେଉଁମାନଙ୍କର ଟିକା ନେବାର ସମୟ ହୋଇଛି, ସେମାନେ ଯଥାଶୀଘ୍ର ଆସି ଟିକା ନେଇଯାଆନ୍ତୁ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ଥାୟୀ କର୍ମଚାରୀଙ୍କୁ ପିଏଚ୍‌ଡି ଦେଉଛି ଦୈନିକ ୭୪ ଟଙ୍କା ମଜୁରି : ଚାକିରି ୧୭ ବର୍ଷ, ଦରମା ୨ ହଜାର

ତାଳଚେର,୧୨ା୧(ମନୋଜ ନନ୍ଦ) ସରକାର ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରି ୨୯୮ ଟଙ୍କା ଧାର୍ଯ୍ୟ କରିଛନ୍ତି। ହେଲେ ତାଳଚେର ଜନସ୍ବାସ୍ଥ୍ୟ ବିଭାଗ (ପିଏଚ୍‌ଡି) ନିଜ ଅସ୍ଥାୟୀ କର୍ମଚାରୀଙ୍କୁ...

ଓଏଚ୍‌ପିସି ଜେନେରାଲ ମ୍ୟାନେଜରଙ୍କ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ଦାବି

ଧର୍ମଗଡ଼,୨୩।୧୩(ଡି.ଏନ.ଏ.):କଳାହାଣ୍ଡି ଜିଲା ମୁଖିଗୁଡା ଇନ୍ଦ୍ରାବତୀ ଓଏଚ୍‌ପିସିରେ କାର୍ଯ୍ୟରତ ଜେନେରାଲ ମ୍ୟାନେଜର ନାରାୟଣ ପ୍ରସାଦ ମେହେର ଗତ ୧୭ ତାରିଖରୁ ନିଖୋଜ ଥିବାବେଳେ ତାଙ୍କ ମୃତଦେହ ମୁଖିଗୁଡା...

ସରକାରଙ୍କ ନିୟମକୁ ବେଖାତିର: ବେଧଡ଼କ ଚାଲିଛି ପଲିଥିନ ବ୍ୟବହାର

ନରାଜ,୨୭ା୬(ଡି.ଏନ୍‌.ଏ.): ଅକ୍ଟୋବର ୨୦୧୮ରେ ସରକାର ପଲିଥିନ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇଥିଲେ। ହେଲେ ବାରଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଦୋକାନରେ ବ୍ୟବହାର...

ଦ୍ୱିତୀୟ ଦିନ ଲାଗି ବଢ଼ିଲା ତେଲ ଦର

ଭୁବନେଶ୍ୱର,ନୂଆଦିଲ୍ଲୀ,୬।୫:ଦେଶ ମଧ୍ୟରେ ଲଗାତର ଦ୍ୱିତୀୟ ଦିନ ଲାଗି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ଫଳରେ ଭୁବନେଶ୍ୱରରେ ବୁଧବାର ପେଟ୍ରୋଲ ଲିଟର ପିଛା ୧୭...

ବର୍ଷାକୁ ନେଇ ଚାଷୀଙ୍କ ଚିନ୍ତା: ନଷ୍ଟ ହେବାକୁ ବସିଛି ଧାନ ତଳି

ଚମ୍ପୁଆ,୧୭ା୭(ଡି.ଏନ.ଏ.)-ଚମ୍ପୁଆରେ ସ୍ବାଭାବିକ ବର୍ଷା ହେଉ ନ ଥିବାରୁ ଧାନତଳି ନଷ୍ଟ ହେବାକୁ ବସିଥିବା ବେଳେ ଚାଷୀଙ୍କ ଚିନ୍ତା ବଢିବାରେ ଲାଗିଛି। ମୌସୁମୀ ବର୍ଷାକୁ ଅପେକ୍ଷା କରି...

ପୂଜାଛୁଟି ପରେ କଲେଜ ଖୋଲିିପାରେ

ଭୁବନେଶ୍ୱର, ୧୦ । ୧୦(ବ୍ୟୁରୋ): ଦୁର୍ଗାପୁଜା ଛୁଟି ପରେ କଲେଜ ଖୋଲିପାରେ। ଏଥିପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି। ଏହାର ଅନୁଧ୍ୟାନ...

୧୦ହଜାର ଟଙ୍କା ଲାଞ୍ଚ ନେଇ ସେସୁ କିରାଣି ଗିରଫ: ସହଯୋଗ କରିଥିବା ପାନଦୋକାନୀ ମଧ୍ୟ ବନ୍ଧାହେଲେ

ପୁରୀ ଅଫିସ/କଣାସ, ୫ା୧୧(ଡି.ଏନ୍‌.ଏ):  ପୁରୀ ଜିଲା କଣାସ ବ୍ଲକ ବିଦ୍ୟୁତ୍‌ ବିଭାଗ ସେସୁ ଅଧୀନରେ କାର୍ଯ୍ୟରତ କିରାଣି ସୁରେନ୍ଦ୍ର ନାୟକ ସୋମବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି।...

ଚାଷୀଙ୍କ କାର୍ଯ୍ୟରେ ଲାଗୁନି ବାଉଁଶ ଯୋର

ନାଉଗାଁ ,୯ା୫(ସ୍ବ.ପ୍ର.): ନାଉଗାଁ  ବ୍ଲକର ବାଉଁଶ ଯୋର ଚାଷୀଙ୍କ କାମରେ ଲାଗୁନି। ଏନେଇ ସେମାନଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ଯୋର...

Advertisement
Archives

Model This Week