ସଂକ୍ରମିତ ଦେଶରୁ ଓଡ଼ିଶା ଆସିଛନ୍ତି ୩୮୦

ଭୁବନେଶ୍ୱର, ୩ା୧୨(ବ୍ୟୁରୋ):ସାରା ବିଶ୍ୱକୁ ଏବେ କରୋନାର ନୂଆ ଭୂତାଣୁ ‘ଓମିକ୍ରନ’ ଭୟ ଲାଗି ରହିଥିବାବେଳେ ଓଡ଼ିଶାକୁ ମଧ୍ୟ ଚିନ୍ତା ଘାରିଲାଣି। କାରଣ ଓମିକ୍ରନ ସଂକ୍ରମିତ ଦେଶରୁ ଓଡ଼ିଶାକୁ ଏ ପର୍ଯ୍ୟନ୍ତ ୩୮୦ଜଣ ଫେରିଛନ୍ତି। ଏ ନେଇ ଗୁରୁବାର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ସୂଚନା ଦେଇ କହିଛନ୍ତି, ନଭେମ୍ବର ୨୮ ସୁଦ୍ଧା ‘ଓମିକ୍ରନ୍‌ ରିସ୍କ’ ଦେଶରୁ ଓଡ଼ିଶାକୁ ୨୨୪ଜଣ ଆସିଥିବାବେଳେ କେବଳ ୨୯ ତାରିଖରେ ୧୫୬ଜଣ ପ୍ରବେଶ କରିଛନ୍ତି। ଏବେ ସୁଦ୍ଧା ଦୁଇଦିନର ଡାଟା ସରକାରଙ୍କ ପାଖରେ ପହଞ୍ଚତ୍ଛି। ଯେଉଁମାନେ ଏବେ ବିଦେଶରୁ ଫେରୁଛନ୍ତି ସମସ୍ତଙ୍କ ତାଲିକା ଜିଲା ପ୍ରଶାସନକୁ ଦିଆଯାଇଛି ବୋଲି ଡା. ମିଶ୍ର ସୂଚନା ଦେଇଛନ୍ତି।
ଆହୁରି ମଧ୍ୟ ସେ କହିଛନ୍ତି, ଏଥର କରୋନାକୁ ଚେକ୍‌ ଦେବାକୁ ଆରମ୍ଭରୁ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି। ବିଦେଶରୁ ଆସୁଥିବା ବ୍ୟକ୍ତି ସାଙ୍ଗରେ ନେଗେଟିଭ୍‌ ସାର୍ଟିଫିକେଟ୍‌ ଆଣିବା ବାଧ୍ୟତାମୂଳକ କରାଯାଇଛି। ଏୟାରପୋର୍ଟରେ ପହଞ୍ଚତ୍ବା ପରେ ବି ସେମାନଙ୍କର ପୁଣିଥରେ ଆର୍‌ଟି-ପିସିଆର୍‌ ଟେଷ୍ଟ କରାଯିବ। ରିପୋର୍ଟ ନେଗେଟିଭ୍‌ ଥିଲେ ରାଜ୍ୟରେ ପ୍ରବେଶ ଅନୁମତି ମିଳିବ। ସେମାନେ ୭ଦିନ ହୋମ୍‌ କ୍ୱାରାଣ୍ଟାଇନରେ ରହିବେ। ଅଷ୍ଟମ ଦିନ ତାଙ୍କର ପୁଣିଥରେ ଟେଷ୍ଟ କରାଯିବ। ଯେହେତୁ ବିଦେଶ ଫେରନ୍ତା ବିମାନବନ୍ଦରରେ ଟେଷ୍ଟ କରି ଆସୁଛନ୍ତି, ତେଣୁ ସେମାନଙ୍କୁ ଟ୍ରେସ୍‌ କରି ନିର୍ଦ୍ଧାରିତ ଦିନରେ ଆର୍‌ଟି-ପିସିଆର୍‌ ଟେଷ୍ଟ କରିବାକୁ ପଦକ୍ଷେପ ନିଆଯାଇଛି। ଯଦି ଅଷ୍ଟମ ଦିନ ତାଙ୍କର ପିଜିଟିଭ ଆସିଲା ତାଙ୍କୁ ତତ୍‌କ୍ଷଣାତ କ୍ୱାରାଣ୍ଟାଇନ୍‌ରେ ରଖାଯିବ। ଏଥିସହ ଆଉ ୭ଦିନ ତାଙ୍କୁ ସେଲ୍ଫ ଅବ୍‌ଜରଭେଶନରେ ରଖାଯିବ। ମୋଟ ୧୪ଦିନ ତାଙ୍କୁ ସଙ୍ଗରୋଧରେ ରହିବାକୁ ହେବ। ତେବେ ରିପୋର୍ଟ ପଜିଟିଭି ଥିଲେ ସେମାନଙ୍କୁ ତତ୍‌କ୍ଷଣାତ କ୍ୱାରାଣ୍ଟାଇନ୍‌ରେ ରଖାଯିବ। ସେମାନଙ୍କର ନମୁନା ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯିବ। ସେହିଭଳି ଯେଉଁ ଯାତ୍ରୀମାନେ ବାହାରୁ ଆସିବେ ସେମାନେ କେଉଁଠୁ ଆସିଲେ, କୁଆଡ଼େ ଯିବେ ଓ କେଉଁଠି ରହିବେ, ସେ ନେଇ ସେଲ୍ଫ ଡିକ୍ଲାରେଶନ ଦେବାକୁ ବାଧ୍ୟତାମୂଳକ କରାଯାଇଛି। ଏହା ଦ୍ୱାରା ସେମାନଙ୍କୁ ଖୋଜି ପୁଣି ପରୀକ୍ଷା କରାଯାଇପାରିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
ଓମିକ୍ରନ ସଂକ୍ରାନ୍ତରେ ସେ କହିଛନ୍ତି, ବର୍ତ୍ତମାନ ଏହି ନୂଆ ଭାରିଆଣ୍ଟ ୨୬ଟି ଦେଶକୁ ବ୍ୟାପିଲାଣି। ଓଡ଼ିଶାରେ ସବୁ ପରିସ୍ଥିତିକୁ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଆମେ ସ୍ବତନ୍ତ୍ର ଭାବେ ଭୁବନେଶ୍ୱର ବିଏମ୍‌ସି ଏବଂ ଝାରସୁଗୁଡ଼ା ଜିଲାପାଳଙ୍କୁ ଆଡ୍‌ଭାଇଜରି ଦେଇଛୁ। ଯଦି କାହାର ଘରେ କ୍ୱାରାଣ୍ଟାଇନ ପାଇଁ ବ୍ୟବସ୍ଥା ହେଉନି, ତାଙ୍କ ପାଇଁ କ୍ୱାରାଣ୍ଟାଇନ ବ୍ୟବସ୍ଥା କରିବେ। ଯଦି ସେମାନଙ୍କ ଭିତରୁ କେହି ପିଜିଟିଭ ବାହାରିଲେ, ତେବେ କିଛି ନିର୍ଦ୍ଦିଷ୍ଟ ମେଡିକାଲରେ ବ୍ୟବସ୍ଥା କରିବାକୁ ବନ୍ଦୋବସ୍ତ ଚାଲିଛି। କାରଣ ଏମାନେ ଅନ୍ୟ କୋଭିଡ୍‌ ରୋଗୀଙ୍କଠାରୁ ଅଲଗା ହୋଇ ଚିକିତ୍ସିତ ହେବେ। ଏବେଠାରୁ ସର୍ଭିଲାନ୍ସ ଆହୁରି ବଢ଼ିବ। ବିଶେଷକରି ବିଦେଶ ଫେରନ୍ତାଙ୍କ ଉପରେ ଆମେ ତୀକ୍ଷ୍‌ଣ ନଜର ରଖୁଛୁ ବୋଲି ଡା. ମିଶ୍ର କହିଛନ୍ତି।
ସେପଟେ କରୋନାର ଏହି ନୂଆ ଭୂତାଣୁ ସଂକ୍ରମଣ କରିବା ପୂର୍ବରୁ ସତର୍କ ରହିବା ସହ ଟିକାକରଣ କରିନେବା ଆବଶ୍ୟକ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪ କୋଟି ୩୮ ଲକ୍ଷ ୨୧ ହଜାର ୭୦୮ ଟିକା ଦିଆସରିଲାଣି। ଏଥିମଧ୍ୟରୁ ୮୬ ପ୍ରତିଶତ ଅର୍ଥାତ୍‌ ୨ କୋଟି ୭୯ ଲକ୍ଷ ୬ ହଜାର ୪୬୬ଜଣ ପ୍ରଥମ ଡୋଜ୍‌ ଟିକା ନେଇଛନ୍ତି ଓ ୪୯ ପ୍ରତିଶତ ଅର୍ଥାତ୍‌ ୧ କୋଟି ୫୯ ଲକ୍ଷ ୧୫ ହଜାର ୨୪୨ଜଣ ଦ୍ବିତୀୟ ଡୋଜ୍‌ ନେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୪୬ ଲକ୍ଷ ହିତାଧିକାରୀ ପ୍ରଥମ ଡୋଜ୍‌ ନେଇନାହାନ୍ତି। ସେହିପରି ୩୧ ଲକ୍ଷ ଲୋକ ଦ୍ବିତୀୟ ଡୋଜ୍‌ ଟିକା ନେଇନାହାନ୍ତି। ଯେଉଁମାନଙ୍କର ଟିକା ନେବାର ସମୟ ହୋଇଛି, ସେମାନେ ଯଥାଶୀଘ୍ର ଆସି ଟିକା ନେଇଯାଆନ୍ତୁ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?