୩୮ ଏମ୍‌ଓୟୁ ସ୍ବାକ୍ଷରିତ: ଓଡ଼ିଶାକୁ ୬୬,୩୯୨ କୋଟି ପୁଞ୍ଜିନିବେଶ ପ୍ରସ୍ତାବ

ଭୁବନେଶ୍ୱର,୯।୮(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଓଡ଼ିଶାର ଦୁଇ ଦିନିଆ ନିବେଶ ଅଭିଯାନ ଶନିବାର ବିପୁଳ ସମ୍ଭାବନା ସହିତ ସମାପ୍ତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୋଟ ୩୮ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। ଫଳରେ ଓଡ଼ିଶାକୁ ୬୬,୩୯୨ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିବା ସହିତ ୫୪,୧୩୫ଟି ନିଯୁକ୍ତି ସୁୟୋଗ ସୃଷ୍ଟି ହେବ ବୋଲି ଜଣାପଡ଼ିଛି। ଶୁକ୍ରବାର ‘ଓଡ଼ିଶା ଫୁଡ୍‌ ପ୍ରୋ-୨୦୨୬’ର ବ୍ୟାପକ ସଫଳତା ପରେ ଶନିବାର ମୁଖ୍ୟମନ୍ତ୍ରୀ ଦେଶର ବିଭିନ୍ନ କ୍ଷେତ୍ରର ପ୍ରମୁଖ ନିବେଶକ ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ସହିତ ଓ୍ବାନ୍‌ ଅନ୍‌ ଓ୍ବାନ୍‌ ବୈଠକ କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ନୋଏଡାସ୍ଥିତ ହାୟର କମ୍ପାନୀ ଉତ୍ପାଦନ କେନ୍ଦ୍ର ମଧ୍ୟ ପ୍ରଦର୍ଶନ କରିଛନ୍ତି। ଏହି ସମୟରେ ସେ ବରିଷ୍ଠ କମ୍ପାନୀ କର୍ମକର୍ତ୍ତା ଏବଂ ଇଞ୍ଜିନିୟରମାନଙ୍କ ସହ ଆଲୋଚନା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଏପରି ଏକ ଶିଳ୍ପ ବାତାବରଣ ସୃଷ୍ଟି କରୁଛି, ଯେଉଁଠାରେ ଶିଳ୍ପଗୁଡ଼ିକର ଅଭିବୃଦ୍ଧି ହୋଇପାରିବ, ନିଯୁକ୍ତି ସୃଷ୍ଟି ହେବ ଏବଂ ରାଜ୍ୟର ପ୍ରତ୍ୟେକ କ୍ଷେତ୍ରରେ ଭାଲ୍ୟୁ ଆଡିଶନ ହୋଇପାରିବ। ସରକାରଙ୍କ ଲକ୍ଷ୍ୟ କେବଳ ପୁଞ୍ଜିନିବେଶ ଆକର୍ଷିତ କରିବା ନୁହେଁ, ବରଂ ନିଯୁକ୍ତି ସୃଷ୍ଟି, ସ୍ଥାନୀୟ ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରିବା ଏବଂ ଓଡ଼ିଶାର ଯୁବତୀ, ଯୁବକଙ୍କ ପାଇଁ ନୂତନ ସୁଯୋଗ ଖୋଲିବା। ଅଭିବୃଦ୍ଧି ପାଇଁ ନିବେଶକମାନେ ଓଡ଼ିଶାକୁ ଏକ ଦୀର୍ଘକାଳୀନ ସହଯୋଗୀ ଭାବେ ଦେଖିବା ଦରକାର। ପ୍ରମୁଖ ଉତ୍ପାଦନ କ୍ଷେତ୍ରର ଶିଳ୍ପ ପ୍ରତିନିଧିମାନଙ୍କ ସହ ରାଉଣ୍ଡ ଟେବୁଲ ବୈଠକରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗଦେଇଛନ୍ତି। ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ୍‌ ଆସୋସିଏଷନ୍‌ ସହଯୋଗରେ ଆୟୋଜିତ ଇଞ୍ଜିନିୟରିଂ ସାମଗ୍ରୀ ଉତ୍ପାଦନ ରାଉଣ୍ଡ୍‌ ଟେବୁଲ ବୈଠକରେ ଓଡ଼ିଶାରେ ଉତ୍ପାଦନ,
ଶିଳ୍ପ, ଭିତ୍ତିଭୂମି, ଆନୁଷଙ୍ଗିକ ବିକାଶ ଏବଂ ଯୋଗାଣ ଶୃଙ୍ଖଳ ଏକତ୍ରୀକରଣ ନେଇ ଆଲୋଚନା ହୋଇଛି। ନୋଏଡା ଆପାରେଲ୍‌ ଏକ୍ସପୋର୍ଟ କ୍ଲଷ୍ଟର ସହଯୋଗରେ ନୋଏଡା ଶିଳ୍ପ ପ୍ରତିନିଧିମାନଙ୍କ ସହିତ ଟେକ୍ସଟାଇଲ୍‌ ଏବଂ ପୋଷାକ ସମ୍ପର୍କିତ ରାଉଣ୍ଡ୍‌ ଟେବୁଲରେ ବୟନଶିଳ୍ପ ଓ ପୋଷାକ ଉତ୍ପାଦନ, ରପ୍ତାନି ସୁଯୋଗ, ଦକ୍ଷ କର୍ମଚାରୀ ଓ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଅବସରରେ ମୋଟ୍‌ ୩୮ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଥିବାବେଳେ ଏହାଦ୍ୱାରା ୬୪,୭୦୩ କୋଟି ଟଙ୍କାର ନିବେଶ ସୁଯୋଗ ଆସିଛି ଏବଂ ୪୬,୦୭୧ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏହାସହ ୧,୬୮୯ କୋଟି ଟଙ୍କାର ଇନ୍‌ଭେଷ୍ଟମେଣ୍ଟ ଇଣ୍ଟେଣ୍ଟ ମଧ୍ୟ ମିଳିଛି, ଯଦ୍ଦ୍ବାରା ୮,୦୬୪ ନିଯୁକ୍ତିର ସମ୍ଭାବନା ସୃଷ୍ଟି ହୋଇଛି। ଏହି ଦୁଇ ଦିନରେ ଶିଳ୍ପ ଜଗତଠାରୁ ମିଳିଥିବା ପ୍ରତିଶ୍ରୁତି ଅତ୍ୟନ୍ତ ଉତ୍ସାହଜନକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି, ଦିଲ୍ଲୀ- ଏନ୍‌ସିଆର୍‌ରେ ଶିଳ୍ପଗୁଡ଼ିକରୁ ମିଳିଥିବା ପ୍ରତିକ୍ରିୟା ଓଡ଼ିଶାର ନିବେଶ ବାତାବରଣ ପ୍ରତି ବର୍ଦ୍ଧିତ ଆତ୍ମବିଶ୍ୱାସକୁ ପ୍ରତିଫଳିତ କରୁଛି। ସରକାରଙ୍କ ପ୍ରାଥମିକତା ହେଉଛି ନିବେଶକମାନଙ୍କୁ ସୁବିଧା ପ୍ରଦାନ କରିବା, କ୍ଷେତ୍ର ନିର୍ଦ୍ଦିଷ୍ଟ ମୂଲ୍ୟ ଶୃଙ୍ଖଳକୁ ସୁଦୃଢ଼ କରିବା ଏବଂ ଓଡ଼ିଶାର ଜନସାଧାରଣଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ବୋଲି ସେ କହିଛନ୍ତି। ଦୁଇଦିନିଆ କାର୍ଯ୍ୟକ୍ରମରେ ଓଡ଼ିଶା ଫୁଡ୍‌ ପ୍ରୋ ୨୦୨୬ ରୋଡ୍‌ ଶୋ ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ୪୬ ଉଚ୍ଚସ୍ତରୀୟ ବୈଠକ ଏବଂ ମୋଟ୍‌ ୨୦୮ଟି ଆଲୋଚନା ହୋଇପାରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ତରକାରୀ ମାଗିବା ବାହାନାରେ ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ବଳାତ୍କାର! ଦେଢ଼ଶୁର ଗିରଫ

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପବିତ୍ର ପାରିବାରିକ ସମ୍ପର୍କକୁ ନେଇ ଏକ ସଙ୍ଗିନ ଓ କଳଙ୍କିତ ଅଭିଯୋଗ ସାମ୍ନାକୁ…

କିଛି ଘଣ୍ଟାରେ ସ୍ଥଳଭାଗ ଛୁଇଁବ ଗଭୀର ଅବପାତ; ଏହି ସ୍ଥାନରେ ହେବ ଲ୍ୟାଣ୍ଡଫଲ୍! ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ବର,୨୩ା୯: ସ୍ଥଳଭାଗ ଆଡକୁ ମାଡ଼ିଆସୁଛି ଗଭୀର ଅବପାତ । ଗତ ୬ ଘଣ୍ଟା ଧରି ୭କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି । ଏପଟେ ବର୍ଷାର ପରିମାଣ…

ହୃଦୟବିଦାରକ! ଜନ୍ମ ଦେଇ କେନାଲରେ ଫିଙ୍ଗିଦେଲେ, ଧାନ ବିଲରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଅତାବିରା, ୨୩/୯ (ଯୁଧିଷ୍ଠିର ମହାପାତ୍ର): ପୁଣି ସାମ୍ନାକୁ ଆସିଛି ମାନବିକତାକୁ ଲଜ୍ଜିତ କଲା ଭଳି ଏକ କରୁଣ ଓ ହୃଦୟବିଦାରକ ଚିତ୍ର। ଧାନ ବିଲର ଅଳିଆ ଆବର୍ଜନା…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ଲଘୁଚାପ ବର୍ଷାରେ ସୃଷ୍ଟି ହେଲା ବନ୍ୟା ଆଶଙ୍କା: ଭଞ୍ଜନଗରରେ ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର, ସ୍ଥିତି ଉପରେ ନଜର ରଖିଛନ୍ତି ବିଧାୟକ

ଭଞ୍ଜନଗର, ୨୩।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ତୁହାକୁ ତୁହା ଲଗାଣ ବର୍ଷା ଜାରି ରହିଛି। ଫଳରେ…

ବଡ଼ ବିପଦ! ଭାରତରେ ଜୀବନ ନେଇପାରେ ତାତି, ଯାଇପାରେ ୪.୫ ଲକ୍ଷରୁ ଅଧିକ ଜୀବନ

ନୂଆଦିଲ୍ଲୀ,୨୩।୯: ଶକ୍ତିଶାଳୀ ଏଲ୍‌ ନିନୋକୁ ନେଇ ଜଳବାୟୁ ବିଶେଷଜ୍ଞମାନେ ବଡ଼ ଚେତାବନୀ ଦେଇଛନ୍ତି । ଏକ ନୂଆ ଆକଳନ ଅନୁସାରେ, ଆଗାମୀ ୬ ମାସରେ ଏହି କାରଣ…

‘ଯିଏ ରାମଙ୍କର ହେଲେନି, ସେ କୃଷ୍ଣଙ୍କର ହୋଇପାରିବେନି’: ଅଖିଳେଶଙ୍କୁ ଟାର୍ଗେଟ୍ କଲେ…

ଲକ୍ଷ୍ନୌ,୨୩।୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟା, କାଶୀ ଓ ମଥୁରାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହୋଇଛି। ଅଯୋଧ୍ୟାରେ ରାସ୍ତା ପ୍ରଶସ୍ତୀକରଣକୁ ନେଇ ସମାଜବାଦୀ…

ଲଗାଣ ବର୍ଷାରେ ବେହାଲ ଦିଗପହଣ୍ଡି: ମୁଖ୍ୟ ରାସ୍ତାରେ ୨ ଫୁଟର ପାଣି, ଦୋକାନ-ବ୍ୟାଙ୍କରେ ନର୍ଦ୍ଦମା ଜଳ, ଜଳବନ୍ଦୀ ବସଷ୍ଟାଣ୍ଡ ବାସିନ୍ଦା

ଦିଗପହଣ୍ଡି,୨୩।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘନୀଭୂତ ଲଘୁଚାପ ପ୍ରଭାବରେ ତୁହାକୁ ତୁହା ଲଗାଣ ବର୍ଷା ଯୋଗୁ ବୁଧବାର ଦିଗପହଣ୍ଡି ସହର ସମ୍ପୂର୍ଣ୍ଣ ଉବୁଟୁବୁ ହୋଇପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?