Posted inଖେଳ

ବୁଡ଼ିଯିବ ରୋଇଂ, କାୟାକିଂ, କାନୋଇଂ କ୍ରୀଡ଼ା

 

କଟକ ଅଫିସ,୩ା୭: ଜଗତପୁର ନିକଟସ୍ଥ ବିରୂପା ନଦୀ ପଠାରେ ରହିଛି ସାଇ ଜଳକ୍ରୀଡ଼ା କେନ୍ଦ୍ର। ଏହି କେନ୍ଦ୍ରରୁ ତିଆରି ହୋଇଛନ୍ତି ରାଜ୍ୟର ଅନେକ ପ୍ରତିଭା। ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗୀଙ୍କୁ ସୃଷ୍ଟି କରିବାରେ ମଧ୍ୟ ଏହି କେନ୍ଦ୍ରର ଅବଦାନ ରହିଛି। ଏବେ କେନ୍ଦ୍ରକୁ ଲାଗି ଗଢ଼ି ଉଠିଛି ଏକ ଜନବସତି। ଯେଉଁଠାରେ କଟକ ଜିଲା ପ୍ରଶାସନ ବିସ୍ଥାବିତ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିଛି। ତେବେ ଏହି ଜନବସତି ଯୋଗୁଁ ବିରୂପା ନଦୀ ପ୍ରଦୂଷିତ ହେଉଛି ବୋଲି ଅଭିଯୋଗ ହୋଇଛି। ସାଇ ଜଳକ୍ରୀଡ଼ା କେନ୍ଦ୍ର ଏବେ ସଙ୍କଟରେ। ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଆୟୋଜନ ପାଇଁ ଅଣ୍ଟା ଭିଡ଼ୁଥିବା ଓଡ଼ିଶା ଆସୋସିଏଶନ ଫର ରୋଇଂ ଆଣ୍ଡ ସ୍କଲିଂ(ଓଏଆର୍‌ଏସ) ଆଗାମୀ ଦିନରେ ଅନେକ ଅସୁବିଧାର ସମ୍ମୁଖୀନ ହେବ ବୋଲି ପୂର୍ବାନୁମାନ କରିଛି। ରୋଇଂ କାୟାକିଂ ଓ କାନୋଇଂ କ୍ରୀଡ଼ା ବୁଡ଼ିଯିବା ସମ୍ଭାବନା ସୃଷ୍ଟି ହୋଇଛି, ଯାହାକୁ ନେଇ ଓଏଆର୍‌ଏସ୍‌ର ସଭାପତି ବିନୋଦ ଦାଶ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି)ର ଦ୍ୱାରସ୍ଥ ହୋଇଛନ୍ତି।
୧୯୯୩ ମସିହାରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ(ସାଇ)ର ସ୍ପେସାଲ ଏରିଆ ଗେମ୍ସ(ଏସ୍‌ଏଜି) ଦ୍ୱାରା ବିରୂପାନଦୀ କୂଳରେ ଜଳକ୍ରୀଡ଼ା କେନ୍ଦ୍ର ଆରମ୍ଭ କରାଯାଇଥିଲା। ଖେଲୋ ଇଣ୍ଡିଆର ପ୍ରତିଯୋଗୀମାନେ ମଧ୍ୟ ଏଠାରେ ଅଭ୍ୟାସ କରୁଛନ୍ତି। ଦୁଇ ଜଣ ଅଲିମ୍ପିଆନ ପ୍ରଶିକ୍ଷଣ ଦାୟିତ୍ୱରେ ରହିଛନ୍ତି। ଏଠାରେ ୬ଥର ଜାତୀୟ ଚାମ୍ପିୟନଶିପ ଆୟୋଜିତ ହୋଇଥିବା ବେଳେ ଆଗାମୀ ଦିନରେ ଏସିଆନ ସିନିୟର ରୋଇଂ ଚାମ୍ପିୟନଶିପ ଆୟୋଜନ କରିବା ନେଇ ଗ୍ରୀନ ସିଗ୍ନାଲ ମିଳିଛି। ଏହି ଚାମ୍ପିୟନଶିପ ନିମନ୍ତେ ରାଜ୍ୟ ସରକାର ପକ୍ଷରୁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ତେବେ ଏସ୍‌ସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା ପରିପ୍ରେକ୍ଷୀରେ ସହରରୁ ବିଭିନ୍ନ ବସ୍ତିକୁ ଉଚ୍ଛେଦ କରାଯାଇଛି। ଏହି ବିସ୍ଥାପିତ ବସ୍ତିବାସିନ୍ଦାଙ୍କୁ ଜଳକ୍ରୀଡ଼ା କେନ୍ଦ୍ର ନିକଟରେ ଥଇଥାନ କରାଯାଇଛି । ୩୦୦ରୁ ଅଧିକ ପରିବାର ସ୍ଥାୟୀ ଭାବେ ଘର ନିର୍ମାଣ କରି ନଦୀପଠାରେ ରହୁଛନ୍ତି। ଏହି ବାସିନ୍ଦାମାନଙ୍କ ଯୋଗୁଁ ବିରୂପା ନଦୀ ପ୍ରଦୂଷିତ ହେବା ସହ ନଦୀପଠା ଆର୍ବଜନାରେ ଭର୍ତ୍ତି ହେଲାଣି ବୋଲି ଅଭିଯୋଗ ହୋଇଛି । ପରିମଳ ବ୍ୟବସ୍ଥା ନଷ୍ଟ ହେଉଥିବା ବେଳେ ଖେଳ ଭିତ୍ତିଭୂମି ଭୁଶୁଡ଼ିବା ଆରମ୍ଭ ହେଲାଣି। କୌଣସି ଯୋଜନା ନ କରାଯାଇ ତରବରିଆ ଭାବେ ଏମାନଙ୍କୁ ଏଠାରେ ଥଇଥାନ କରାଯାଇଛି। ଫଳରେ ରାଜ୍ୟର ଏହି ପ୍ରମୁଖ କ୍ରୀଡ଼ା କେନ୍ଦ୍ର ପ୍ରତି ବିପଦ ଘନେଇ ଲାଣି ବୋଲି ସଂଘ ପକ୍ଷରୁ କୁହାଯାଇଛି ।
ଏ ନେଇ ସଂଘ ଏନଜିଟିର ଦ୍ୱାରସ୍ଥ ହୋଇଛି । କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେବା ପାଇଁ ସଂଘ ଏନଜିଟି ନିକଟରେ ପ୍ରାର୍ଥନା କରିଛି। ଏନ୍‌ଜିଟି ପକ୍ଷରୁ ଜିଲାପାଳ, ସିଏମ୍‌ସି କମିଶନର ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ରିପୋର୍ଟ ତଲବ କରାଯାଇଛି। ରିପୋର୍ଟ ନ ମିଳିବା ପର୍ଯ୍ୟନ୍ତ କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ ବୋଲି ଏନଜିଟି ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ”ଏହାଦ୍ୱାରା ଖେଳ ପରିବେଶ ନଷ୍ଟ ହେଉଛି। ଏ ଦିଗରେ ଖୁବଶୀଘ୍ର ପଦକ୍ଷେପ ନିଆଯିବ ଉଚିତ୍‌। ନଚେତ ଏକ ଅଲିମ୍ପିକ ଖେଳ ପ୍ରତି ବିପଦ ସୃଷ୍ଟି ହେବ“ ବୋଲି ଓଏଆର୍‌ଏସ ସଭାପତି ବିନୋଦ ପ୍ରକାଶ କରିଛନ୍ତି।
୨୦ବର୍ଷରେ ୩୩୪ ପଦକ
ଗତ ୨୦ବର୍ଷରେ ଏହି ଜଳ କ୍ରୀଡ଼ା କେନ୍ଦ୍ର ୩୩୪ଟି ପଦକ ଜିତିଲାଣି। ଏହା ମଧ୍ୟରୁ ୨୩ଟି ପଦକ ଅନ୍ତର୍ଜାତୀୟ ସ୍ତରର ଟୁର୍ନାମେଣ୍ଟରୁ ମିଳିଥିବା ବେଳେ ଜାତୀୟ ଟୁର୍ନାମେଣ୍ଟରୁ ମିଳିଛି ୩୧୧ପଦକ। କେବଳ ରୋଇଂ କ୍ରୀଡ଼ାରେ ଏହି ପଦକ ହାସଲ ହୋଇଛି। ଏହାଛଡ଼ା କାୟାକିଂ ଓ କାନୋଇଂ କ୍ରୀଡ଼ାରେ ମଧ୍ୟ ଏହି କେନ୍ଦ୍ର ଅନେକ ପଦକ ଜିତିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର କ୍ରମାଗତ ଦ୍ୱିତୀୟ ବିଜୟ

ଜୟପୁର,୨୮ା୩: ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୯ତମ ଆଇପିଏଲ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୨ ରନ୍‌ରେ ହରାଇ କ୍ରମାଗତ ଦ୍ୱିତୀୟ ବିଜୟୀ ହୋଇଛି...

ଦିଲ୍ଲୀକୁ ୧୮୬ ରନର ଟାର୍ଗେଟ୍‌ ଦେଲା ରାଜସ୍ଥାନ

ଜୟପୁର,୨୮।୩: ଦିଲ୍ଲୀ କ୍ୟାପିଟାଲ ଏବଂ ରାଜସ୍ଥାନ ରୟାଲ ମଧ୍ୟରେ ଖେଳାଯାଉଥିବା ୯ମ ମ୍ୟାଚରେ ଦିଲ୍ଲୀକୁ ୧୮୬ ରନର ଲକ୍ଷ୍ୟ ଦେଇଛି ରାଜସ୍ଥାନ। ଏହି ମ୍ୟାଚ ଜୟପୁରର...

କେଶବ ମହାରାଜଙ୍କୁ ଦଳରେ ସାମିଲ କଲା ରାଜସ୍ଥାନ ରୟାଲ୍ସ, କେକେଆର ଆଣିଲା ୧୬ ବର୍ଷ ବୟସ୍କ ଆଫଗାନିସ୍ତାନ ସ୍ପିନର

ନୂଆଦିଲ୍ଲୀ ,୨୮।୩: ଆହତ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ରାଜସ୍ଥାନ ରୟାଲ୍ସ ଦକ୍ଷିଣ ଆଫ୍ରିକାର ସ୍ପିନର କେଶବ ମହାରାଜଙ୍କୁ ଦଳରେ ସାମିଲ କରିଛି।...

ଇତିହାସ ରଚିଲେ ରିଷଭ ପନ୍ତ, ଏଭଳି କରିବାରେ ହେଲେ ୭ମ ଖେଳାଳି

ଜୟପୁର,୨୮।୩: ୨୦୨୪ ଆଇପିଏଲର ୧୭ ତମ ସିଜନରେ ପ୍ରାୟ ପ୍ରତ୍ୟେକ ମ୍ୟାଚରେ ନୂଆ ରେକର୍ଡ ସୃଷ୍ଟି ହେଉଛି । ଜୟପୁରର ସୱାଇ ମାନ ସିଂ ଷ୍ଟାଡିୟମରେ...

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖରାପ ଖବର, ଏହି ଗୁରୁତ୍ୱପୂର୍ଣ୍ଣ ଖେଳାଳିଙ୍କ ଫେରିବା କଷ୍ଟକର

ନୂଆଦିଲ୍ଲୀ,୨୮।୩: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଉ ଏକ ଖରାପ ଖବର ଆସିଛି। ଦଳର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭିଲିଆନ୍‌ ସଜେଇଲେ ଏହି କ୍ରିକେଟର୍‌: କହିଦେଲେ ଏମିତି କଥା

ହାଇଦ୍ରାବାଦ୍‌,୨୮।୩: ମୁମ୍ବାଇ ଇଣ୍ଡିଆନ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଏଥି ସହ ବର୍ତ୍ତମାନ...

ରୋହିତଙ୍କୁ ସମ୍ଭାଳିବାକୁ ପଡିଲା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ! ପାଣ୍ଡ୍ୟାଙ୍କୁ କହିଲେ…

ନୂଆଦିଲ୍ଲୀ,୨୮।୩: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୩ ଉଇକେଟ୍‌ ହରାଇ ୨୭୭ ରନ୍‌ ସଂଗ୍ରହ କରିଥିଲା। ଆଇପିଏଲ ଇତିହାସରେ ଏହା ହେଉଛି...

ପାଣ୍ଡ୍ୟାଙ୍କୁ ଗାଳି, ଗାଏକଓ୍ବାଡଙ୍କ ପାଇଁ ତାଳି…ଅଧିନାୟକ ଦାୟିତ୍ୱ କିଭଳି ଦିଆଯାଏ ଧୋନୀଙ୍କଠାରୁ ଶିଖିବା ଉଚିତ

ନୂଆଦିଲ୍ଲୀ,୨୮।୩: ଆଇପିଏଲ୍‌ରେ ମାର୍ଚ୍ଚ ୨୪ ଏବଂ ୨୬ର ଦୃଶ୍ୟ ବହୁତ କିଛି ବୟାନ କରୁଛି। ପ୍ରଥମେ ମାର୍ଚ୍ଚ ୨୪ ବିଷୟରେ କଥା ହେବା। ଏହି ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri