Posted inଖେଳ

୩୭ ତମ ଜାତୀୟ କ୍ରୀଡା: ଶ୍ରାବଣୀଙ୍କୁ ସ୍ବର୍ଣ୍ଣ, ଅନିମେଶଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର,୨ା୧୧ (ସରୋଜ ଜେନା): ଗୋଆରେ ଅନୁଷ୍ଠିତ ୩୭ ତମ ଜାତୀୟ କ୍ରୀଡାରେ ଗୁରୁବାର ଓଡ଼ିଶାକୁ ଆଉ ଏକ ସ୍ବର୍ଣ୍ଣିମ ସଫଳତା। ଗୁରୁବାର ଆଥଲେଟିକ୍ସରୁ ଓଡ଼ିଶା ଗୋଟିଏ ଲେଖାଏ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ପଦକ ହାସଲ କରିଛି। ୨୦୦ ମିଟର ମହିଳା ସ୍ପ୍ରିଣ୍ଟରେ ଶ୍ରାବଣୀ ନନ୍ଦ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ପୁରୁଷ ବର୍ଗରେ ଅନିମେଶ କୁଜୁର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଓଡ଼ିଆ ସାଇକ୍ଲିଷ୍ଟ ସ୍ବସ୍ତି ସିଂ ଦୁଇଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୧୦ କି.ମି. ସ୍କ୍ରାଚ୍‌ ରେସ୍‌ରେ ସ୍ବସ୍ତି ଓ ବର୍ଷାରାଣୀ ବାରିକ ଏକ ବ୍ରୋଞ୍ଜ ପଦକ ହାତେଇଥିବା ବେଳେ ବ୍ୟକ୍ତିଗତ ପର୍ସୁଟ ଇଭେଣ୍ଟରେ ସ୍ବସ୍ତି ଦ୍ୱିତୀୟ ବ୍ରୋଞ୍ଜ ହାସଲ କରିଥିଲେ। ଏହାକୁ ମିଶାଇ ୬ ସ୍ବର୍ଣ୍ଣ, ୧୦ ରୌପ୍ୟ ଓ ୧୫ ବ୍ରୋଞ୍ଜ ସହିତ ଓଡ଼ିଶା ସମୁଦାୟ ୩୧ ପଦକ ହାସଲ କରିଛି। ଏହା ସହ ଆଥଲେଟିକ୍ସରେ ଗୋଟିଏ ସ୍ବର୍ଣ୍ଣ, ୩ ରୌପ୍ୟ ଓ ଦୁଇ ବ୍ରୋଞ୍ଜ ସହିତ ସଡ଼ିଶା ୬ ପଦକ ହାସଲ କରିଛି।

ଗୁରୁବାର ଓଡ଼ିଶା ପୁରୁଷ ହକି ଦଳ ଏହାର ପ୍ରଥମ ବିଜୟ ରେକର୍ଡ କରିଛି। ଅଭିଷେକ ରାଣା(୨୮, ୫୫ ମିନିଟ)ଙ୍କ ଡବଲ୍‌ ଗୋଲ ଓ କ୍ରିଷ୍ଣା ପନଓ୍ବର(୨୩ ମିନିଟ) ଗୋଟିଏ ଗୋଲ୍‌ ଦେଇଥିବା ବେଳେ ଦଳ ୩-୨ରେ ଦିଲ୍ଲୀକୁ ପରାସ୍ତ କରିଛି।ଆସନ୍ତା ୪ ତାରିଖରେ ଓଡ଼ିଶା ପଶ୍ଚିମବଙ୍ଗକୁ ଭେଟିବ। ୬୨ତମ ଜାତୀୟ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଅନିମେଶ ମିଟ୍‌ ରେକର୍ଡ କରିଥିବା ବେଳେ ସେ ଓଡ଼ିଶାର ଅନ୍ୟତମ ଶ୍ରେଷ୍ଠ ପ୍ରତିଭା ବୋଲି ଓଡ଼ିଶା ରିଲାଏନ୍ସ ଆଥଲେଟିକ୍ସ ହାଇ ପର୍ଫମାନ୍ସ ମୁଖ୍ୟ କୋଚ୍‌ ମାର୍ଟିନ୍‌ ଓଏନ୍ସ କହିଛନ୍ତି। ସାଇକ୍ଲିଂ ଦଳର କୋଚ୍‌ ସମ୍ବ୍ରିତି ମହାନ୍ତି ଉଭୟ ସାଇକ୍ଲିଷ୍ଟଙ୍କ ପ୍ରଦର୍ଶନକୁ ନେଇ ଖୁସି ଜାହିର କରିଥିବା ବେଳେ ଆମେ ଅଳ୍ପକେ ସ୍ବର୍ଣ୍ଣ ଓ ରୌପ୍ୟରୁ ବଞ୍ଚିତ ହେଲୁ ବୋଲି କହିଛନ୍ତି। ଏହା ସହ ଆଗାମୀ ଦିନରେ ଦଳ ସଫଳତା ହାସଲ କରିବା ନେଇ ସେ ଆଶାବାଦୀ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୋଷୀ ସାବ୍ୟସ୍ତ ହେବା ପରେ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, କଟିଯିବ…

କଲମ୍ବୋ,୧୭।୬: ଶ୍ରୀଲଙ୍କାରେ ଚାଲିଥିବା ତ୍ରିଦେଶୀୟ (ଟ୍ରାଇ) ସିରିଜ ଦରମ୍ୟାନ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ଇଣ୍ଡିଆ ‘ଏ’ ପକ୍ଷରୁ ଖେଳୁଥିବା ଯୁବ ବାମହାତୀ ବ୍ୟାଟ୍ସମ୍ୟାନ ବୈଭବ…

ଅଧା ରହିଗଲା ବିଜୟର ଖୁସି! ସିରାଜ, ତିଳକଙ୍କ ସମେତ ୩ କ୍ରିକେଟରଙ୍କୁ ଲିଗାଲ ନୋଟିସ୍‌, ବଢ଼ିଲା… 

ହାଇଦ୍ରାବାଦ,୧୭।୬: ଶ୍ରୀଲଙ୍କାରେ ଖେଳାଯାଉଥିବା ତ୍ରିଦେଶୀୟ ସିରିଜ୍‌ର ଫାଇନାଲ୍‌ରେ ପ୍ରବେଶ କରି ଭାରତୀୟ ଏ-ଦଳ (India A) ଉତ୍ସବ ମନାଉଥିବା ବେଳେ ଅଧିନାୟକ ତିଲକ ବର୍ମାଙ୍କୁ ଏକ ବଡ଼…

ଗର୍ଜିଲା ଶୁଭମନଙ୍କ ବ୍ୟାଟ୍‌; ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ କଲେ ଏମିତି କାରନାମା, ସବୁ ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୧୭।୬: ଲକ୍ଷ୍ନୌରେ ଖେଳାଯାଉଥିବା ଭାରତ ବନାମ ଆଫଗାନିସ୍ତାନ ଦ୍ୱିତୀୟ ଦିନିକିଆ (ODI) ମ୍ୟାଚରେ ଶୁଭମନ ଗିଲ ଏକ ଚମତ୍କାର ଶତକ ହାସଲ କରିଛନ୍ତି। ସେ ୭୭ ବଲରେ…

ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଲା କେପ୍‌ ଭର୍ଡେ

ଆଟଲାଣ୍ଟା,୧୫ା୬- ବିଶ୍ୱ ମାନ୍ୟତାର ୬୭ତମ ସ୍ଥାନରେ ଥିବା କେପ ଭର୍ଡେ ତା’ର ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଛି। ଟୁର୍ନାମେଣ୍ଟର ଅନ୍ୟତମ ଫେଭରିଟ ସ୍ପେନ ବିପକ୍ଷରେ ଖେଳାଯାଇଥିବା…

Vaibhav Sooryavanshi: ବୈଭବଙ୍କ ଜେଜେ ଲେଖନ୍ତି ସିଂହ, ହେଲେ କାହିଁକି ନିଜର ସରନେମ ‘ସୂର୍ଯ୍ୟବଂଶୀ’ ବାଛିଲେ କ୍ରିକେଟର? ଜେଜେ କହିଲେ…

ନୂଆଦିଲ୍ଲୀ,୧୬।୬: ସମସ୍ତିପୁରର ତାଜପୁର ନଗର ପରିଷଦ ଅଞ୍ଚଳର ମୋତିପୁର ନିବାସୀ ବୈଭବ ସୂର୍ଯ୍ୟବଂଶୀଙ୍କ ଲୋକପ୍ରିୟତା ବଢ଼ିବା ସହିତ, ଲୋକଙ୍କ ମଧ୍ୟରେ ପ୍ରାୟତଃ ଏକ ପ୍ରଶ୍ନ ଉଠୁଥିଲା: ତାଙ୍କ…

ମେସି-ରୋନାଲ୍ଡୋ ଯଦି ଏକାଠି ହୁଅନ୍ତି ତେବେ ଫିକା ପଡିଯିବ BCCI! ଏମାନଙ୍କ ନେଟ ଓ୍ବର୍ଥ ଶୁଣିଲେ ହୋସ ଉଡିଯିବ

ନୂଆଦିଲ୍ଲୀ,୧୬।୬: ଫୁଟବଲ ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳ, ପ୍ରାୟ ପ୍ରତ୍ୟେକ ଦେଶରେ ଖେଳାଯାଏ। କ୍ରିକେଟ ଦ୍ୱିତୀୟ ସ୍ଥାନରେ ଅଛି ଏବଂ ବିଶ୍ୱ ଦର୍ଶକଙ୍କ ଉପରେ ଏହାର କବଜାକୁ…

ଆଉ ଖେଳିପାରିବେନି ବୈଭବ ସୂର୍ଯ୍ୟବଂଶୀ? ଶ୍ରୀଲଙ୍କା ଖେଳାଳିଙ୍କ ସହ ଝଗଡ଼ା ପରେ ବଡ଼ କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା! ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ,୧୬।୬: ଆୟରଲ୍ୟାଣ୍ଡ ଗସ୍ତ ପୂର୍ବରୁ ଶ୍ରୀଲଙ୍କାରେ ଖେଳୁଥିବା ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବେ ଶିରୋନାମାରେ ସ୍ଥାନ ପାଇଛନ୍ତି। ପୂର୍ବରୁ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଦୃଷ୍ଟି…

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri