ନିଖୋଜ ୮ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା କୋଷ୍ଟଗାର୍ଡ

ପାରାଦୀପ,୮ା୭(ସ୍ବ.ପ୍ର.): ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ) ଦୀର୍ଘ ୧୧ ଦିନ ଧରି ସମୁଦ୍ରରେ ନିଖୋଜ ଥିବା ୮ ମତ୍ସ୍ୟଜୀବୀଙ୍କ ସହ ଏକ ମାଛଧରା ବୋଟକୁ ଉଦ୍ଧାର କରିଛି। ୟୋହନ ଡେଭୁଡୁ ନାମକ ଏହି ମାଛଧରା ବୋଟ୍‌ (ରେଜିଷ୍ଟ୍ରେଶନ ନଂ.ଆଇଏନ୍‌ଡି-ଏପି-ଇ୨-ଏମଏମ-୭୩୫)ରେ ୮ଜଣ ମତ୍ସ୍ୟଜୀବୀ ଗତ ଜୁନ୍‌ ୨୧ ତାରିଖରେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ। ତେବେ ଜୁନ୍‌ ୨୬ ତାରିଖରୁ ସେମାନଙ୍କ ସହ ବୋଟ୍‌ ମାଲିକଙ୍କ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଉକ୍ତ ବୋଟ୍‌ର ଇଞ୍ଜିନ ଖରାପ ହୋଇଯିବାରୁ ତାହା ଅଚଳ ହୋଇପଡିଥିଲା। ଏ ସମ୍ପର୍କରେ ବୋଟ୍‌ ମାଲିକ ମତ୍ସ୍ୟ ବିଭାଗ ସହକାରୀ ନିର୍ଦ୍ଦେଶକଙ୍କୁ ଜଣାଇବା ପରେ ଗତ ୫ ତାରିଖରେ ଭାରତୀୟ ତଟରକ୍ଷୀ ବାହିନୀ ପାରାଦୀପ ମୁଖ୍ୟାଳୟକୁ ଅବଗତ କରାଯାଇଥିଲା। ଏହା ପରେ ଉକ୍ତ ମାଛଧରା ବୋଟକୁ ଠାବ କରାଯିବା ସହ ୬ ତାରିଖରେ ତଟରକ୍ଷୀ ବାହିନୀର ପାଟ୍ରୋଲିଂ ଜାହାଜ ଆଇସିଜିଏସ୍‌ ସରୋଜିନୀ ନାଇଡୁ ଯାଇ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ଔଷଧ, ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଇଥିଲା। କୂଳରେ ପହଞ୍ଚତ୍ବା ପରେ ରବିବାର ସେମାନଙ୍କୁ ମତ୍ସ୍ୟ ବିଭାଗ ସହକାରୀ ନିର୍ଦ୍ଦେଶକଙ୍କୁ ହସ୍ତାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳ ହେବ ତ ଏମିତି: ବୌଦ୍ଧରେ ଧାନ ରୋଇଲେ, ଦାରିଙ୍ଗବାଡିରେ ଚର୍ଚ୍ଚା, ଦେଖନ୍ତୁ VIDEO

ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ମାଟିର ପୁଅ ଯେତେବେଳେ କିଛି ଭଲ କାର୍ଯ୍ୟ କରି ଲୋକଲୋଚନକୁ ଆସେ, ସେତେବେଳେ କେବଳ ସେ ମାଟିର ସୁନା ପୁଅ ପାଇଁ ତାଙ୍କ ପରିବାର…

ସରକାରଙ୍କ ବଡ଼ ପଦକ୍ଷେପ: ବଦଳିଲା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାଁ

ଭୁବନେଶ୍ୱର,୨୧।୭: ରାଜ୍ୟ ସରକାର ଆଞ୍ଚଳିକ ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ରାଜ୍ୟ ସରକାର ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ‘ଆଞ୍ଚଳିକ ଶିକ୍ଷା…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ମେଧାବୀ ଛାତ୍ରୀଙ୍କୁ ସ୍କୁଟି ସହ ମିଳିବ ପେଟ୍ରୋଲ

ଲକ୍ଷ୍ନୌ,୨୧।୭: ଉତ୍ତର ପ୍ରଦେଶର ଯୋଗୀ ସରକାର ଖୁବ୍ ଶୀଘ୍ର ରାଜ୍ୟର ମେଧାବୀ ଛାତ୍ରୀମାନଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି । ମେଧାବୀ ଛାତ୍ରୀମାନଙ୍କୁ ସ୍କୁଟି ଦେବା…

ଧର୍ମେନ୍ଦ୍ରଙ୍କ ଇସ୍ତଫା କାହିଁକି ନେଉନାହାନ୍ତି ମୋଦି ସରକାର? ଭିତିରି ରହସ୍ୟ ଖୋଲିଦେଲେ ଅଖିଲେଶ, ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ସିଜେପିର (CJP) ପ୍ରଦର୍ଶନ ସମୟରେ ହୋଇଥିବା ଲାଠିଚାର୍ଜ ଏବଂ ପୋଲିସ ହିଂସାରେ ଅନେକ ଛାତ୍ରୀଛାତ୍ର ଆହତ ହୋଇଥିଲେ। ଏହି ପ୍ରଦର୍ଶନକାରୀମାନେ NEET ପ୍ରଶ୍ନପତ୍ର ଲିକ୍‌…

ସରକାରଙ୍କ ଉପରେ ବଢ଼ିଲା ଚାପ, ଶେଷରେ ନେଲେ ଏହି ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୭: କକ୍ରୋଚ୍ ଜନତା ପାର୍ଟିର ପ୍ରତିବାଦ ସମୟରେ ଅନେକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏହି ଘଟଣାରେ ଅନେକ ଯୁବକ ମଧ୍ୟ ଆହତ ହୋଇଥିଲେ। କେନ୍ଦ୍ରୀୟ…

ଜଣେ ଶିକ୍ଷକରେ ଚାଲିଛି ୧୪୫୮ ସ୍କୁଲ

ଭୁବନେଶ୍ୱର,୨୧।୭: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ UDISE+(Unified District Information System for Education Plus (UDISE+) ରିପୋର୍ଟରେ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ତଥ୍ୟ ମୁତାବକ,…

‘ହୁଏତ ଶିକ୍ଷାମନ୍ତ୍ରୀଙ୍କୁ ଲେଖି ଆସେନି…’; ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟାକ୍ଷ କରି ମହୁଆ କହିଲେ…

ନୂଆଦିଲ୍ଲୀ,୨୧।୭: ନିଟ୍‌ (NEET) ପେପର ଲିକ୍‌ ମାମଲାକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କ୍ରମାଗତ ଭାବରେ ଉଠୁଛି। ଏହି ପ୍ରସଙ୍ଗରେ କକ୍ରୋଚ ଜନତା ପାର୍ଟି…

୧୬ କେଜି ଗଞ୍ଜେଇ ଜବତ, ୨ ଗିରଫ

ନୂଆପଡ଼ା,୨୧।୭ (ମକାରୁ ବେମାଲ): ନୂଆପଡ଼ା ଜିଲା ଅବକାରୀ ବିଭାଗ କର୍ମଚାରୀ ସୋମବାର ପୃଥକ୍‌ ସ୍ଥାନରେ ଚଢ଼ାଉ କରି ୧୬ କେଜି ଗଞ୍ଜେଇ ଜବତ ସହ ୨ଜଣଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri