ନିଖୋଜ ୮ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା କୋଷ୍ଟଗାର୍ଡ

ପାରାଦୀପ,୮ା୭(ସ୍ବ.ପ୍ର.): ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ) ଦୀର୍ଘ ୧୧ ଦିନ ଧରି ସମୁଦ୍ରରେ ନିଖୋଜ ଥିବା ୮ ମତ୍ସ୍ୟଜୀବୀଙ୍କ ସହ ଏକ ମାଛଧରା ବୋଟକୁ ଉଦ୍ଧାର କରିଛି। ୟୋହନ ଡେଭୁଡୁ ନାମକ ଏହି ମାଛଧରା ବୋଟ୍‌ (ରେଜିଷ୍ଟ୍ରେଶନ ନଂ.ଆଇଏନ୍‌ଡି-ଏପି-ଇ୨-ଏମଏମ-୭୩୫)ରେ ୮ଜଣ ମତ୍ସ୍ୟଜୀବୀ ଗତ ଜୁନ୍‌ ୨୧ ତାରିଖରେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ। ତେବେ ଜୁନ୍‌ ୨୬ ତାରିଖରୁ ସେମାନଙ୍କ ସହ ବୋଟ୍‌ ମାଲିକଙ୍କ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଉକ୍ତ ବୋଟ୍‌ର ଇଞ୍ଜିନ ଖରାପ ହୋଇଯିବାରୁ ତାହା ଅଚଳ ହୋଇପଡିଥିଲା। ଏ ସମ୍ପର୍କରେ ବୋଟ୍‌ ମାଲିକ ମତ୍ସ୍ୟ ବିଭାଗ ସହକାରୀ ନିର୍ଦ୍ଦେଶକଙ୍କୁ ଜଣାଇବା ପରେ ଗତ ୫ ତାରିଖରେ ଭାରତୀୟ ତଟରକ୍ଷୀ ବାହିନୀ ପାରାଦୀପ ମୁଖ୍ୟାଳୟକୁ ଅବଗତ କରାଯାଇଥିଲା। ଏହା ପରେ ଉକ୍ତ ମାଛଧରା ବୋଟକୁ ଠାବ କରାଯିବା ସହ ୬ ତାରିଖରେ ତଟରକ୍ଷୀ ବାହିନୀର ପାଟ୍ରୋଲିଂ ଜାହାଜ ଆଇସିଜିଏସ୍‌ ସରୋଜିନୀ ନାଇଡୁ ଯାଇ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ଔଷଧ, ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଇଥିଲା। କୂଳରେ ପହଞ୍ଚତ୍ବା ପରେ ରବିବାର ସେମାନଙ୍କୁ ମତ୍ସ୍ୟ ବିଭାଗ ସହକାରୀ ନିର୍ଦ୍ଦେଶକଙ୍କୁ ହସ୍ତାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଗତ୍‌ସିଂହପୁର, ବାଲିକୁଦା-ଏରସମାରେ ଝଡ଼ ପୂର୍ବର ନୀରବତା

ଜଗତ୍‌ସିଂହପୁର,୧୫ା୪ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାରେ ଜଗତ୍‌ସିଂହପୁର ଓ ବାଲିକୁଦା-ଏରସମା ବିଧାନସଭା ଆସନରେ ଟିକେଟରୁ ବଞ୍ଚତ୍ତ କେତେଜଣ ନେତା ଅନ୍ୟ ଦଳ କିମ୍ବା ସ୍ବାଧୀନ...

୬୧ ଦିନ ଯାଏ ମାଛ ଧରିବା ମନା

ପାରାଦୀପ,୧୫।୪(ଶରତ ରାଉତ): ପାରାଦୀପ ମାଛଧରା ବନ୍ଦର ସମେତ ରାଜ୍ୟର ସମସ୍ତ ଉପକୂଳ ଜିଲାରେ ସୋମବାରଠାରୁ ୬୧ ଦିନ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି।...

ଭାଜପା ଭୋଟ ହାତେଇବାକୁ ବିଜେଡି, କଂଗ୍ରେସର ପ୍ରୟାସ

ଜଗତ୍‌ସିଂହପୁର, ୧୪ା୪ (ପ୍ରମୋଦ କୁମାର ନାୟକ)ରାଜ୍ୟରେ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ବତନ୍ତ୍ରତା ରହିଛି। କାରଣ ଏହି ନିର୍ବାଚନମଣ୍ଡଳୀରୁ ନିଶାମଣି ଖୁଣ୍ଟିଆ, ପ୍ରତାପ ଚନ୍ଦ୍ର ମହାନ୍ତି...

ବିକ୍ରି ହେଉଛି ନିଷେଧ ଔଷଧ

ଜଗତ୍‌ସିଂହପୁର,୧୪।୪ (ପ୍ରମୋଦ କୁମାର ନାୟକ)ଅନେକ ସମୟରେ ଦେଖାଯାଉଛି ରୋଗୀ ଠିକ୍‌ ଔଷଧ ସେବନ କରିପାରୁନାହାନ୍ତି। ଏନେଇ ଯେଉଁସବୁ କାରଣ ଥାଉ ନା କାହିଁକି ଭୁଲ୍‌ ଓ...

ପାରାଦୀପରୁ ଲଢ଼ିବେ ଗୀତାଞ୍ଜଳି ରାଉତରାୟ, ସମ୍ବିତଙ୍କୁ ମିଳିଲାନି ଟିକେଟ୍

ଭୁବନେଶ୍ୱର,୧୧।୪: ଗୁରୁବାର ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ପାରାଦୀପ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି...

ଶଙ୍ଖ ଭବନରେ ସମ୍ବିତଙ୍କ ସହ ଅସନ୍ତୁଷ୍ଟଙ୍କ ଯୁକ୍ତିତର୍କ

ଜଗତ୍‌ସିଂହପୁର, ୧୧ା୪ (ପ୍ରମୋଦ କୁମାର ନାୟକ)ପାରାଦୀପ ନିର୍ବାଚନମଣ୍ଡଳୀ ବିଜେଡି କଳି ଛିଡିବା ପରିବର୍ତ୍ତେ ଦିନକୁଦିନ ବଢ଼ିବାରେ ଲାଗିଛି। ଏହି କଳି ଏବେ ପାରାଦୀପରୁ ଶଙ୍ଖ ଭବନରେ...

୧୬ ମାଛର ଓଜନ ୨୧୫ କେଜି

ପାରାଦୀପ,୧୦।୪(ଶରତ ରାଉତ):ପାରାଦୀପ ମାଛଧରା ବନ୍ଦରକୁ ମଙ୍ଗଳବାର ପାର୍ବତୀ ନାମକ ବୋଟ୍‌ରେ ୧୬ଟି ତେଲିଆ ବୋରେଇ ମାଛ ଆସିଥିଲା। ସେଗୁଡ଼ିକର ଓଜନ ୨୧୫ କେଜି ରହିଛି। ଉକ୍ତ...

୬ ମାସ ହେବ ଶୀତଳୀକରଣ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ,୯ା୪ (ସୁଧା ବେହୁରା):ଦିନକୁ ଦିନ ଗ୍ରୀଷ୍ଟ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ପାନୀୟ ଜଳ  ସମସ୍ୟା ମଧ୍ୟ ଉତ୍କଟ ହେବାରେ ଲାଗିଛି। ଏଭଳିସ୍ଥିତିରେ ନାଉଗାଁ ବସ୍‌ଷ୍ଟାଣ୍ଡରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri