Posted inଜାତୀୟ

୩୭୦ ଉଚ୍ଛେଦ ବିରୋଧରେ ବୟାନ: ଅଧ୍ୟାପକ ନିଲମ୍ବିତ

ନୂଆଦିଲ୍ଲୀ,୨୯ା୮: ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ବିରୋଧ କରି ସୁପ୍ରିମକୋର୍ଟରେ ଯୁକ୍ତି ରଖିଥିବା ଜଣେ ଅଧ୍ୟାପକଙ୍କୁ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ନିଲମ୍ବନ କରିଥିବାରୁ ଏହା ଉପରେ ସର୍ବୋଚ୍ଚ ଅଦାଲତ ପ୍ରଶ୍ନ ଉଠାଇଛନ୍ତି। ଘଟଣାର ଅନୁଧ୍ୟାନ କରିବା ଲାଗି ଶୀର୍ଷ ଅଦାଲତ ସୋମବାର ଆଟର୍ନି ଜେନେରାଲ ଆର୍‌. ଭେଙ୍କଟରମଣୀ ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ମାମଲାରେ ଆବେଦନକାରୀ ଅଧ୍ୟାପକ ଜହୁର ଅହମଦ ଭଟ୍ଟ ଗତ ୨୪ ତାରିଖରେ ସୁପ୍ରିମକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଯୁକ୍ତି ରଖିଥିଲେ। ତାଙ୍କୁ ନିଲମ୍ବନ କରାଯିବା ଘଟଣାକୁ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ଗମ୍ଭୀରତାର ସହ ନେଇଛନ୍ତି। ବେଞ୍ଚ୍‌ରେ ଜଷ୍ଟିସ୍‌ ସଞ୍ଜୟ କିଷନ କୌଲ, ସଞ୍ଜୀବ ଖାନ୍ନା, ବି.ଆର. ଗଭାଇ ଏବଂ ସୂର୍ଯ୍ୟ କାନ୍ତ ରହିଛନ୍ତି। କୋର୍ଟରେ ଶୁଣାଣି ଆରମ୍ଭ ହେବା କ୍ଷଣି ବରିଷ୍ଠ ଆଇନଜୀବୀ କପିଲ ସିବଲ ଏବଂ ରାଜୀବ ଧାଓ୍ବନ ଭଟ୍ଟଙ୍କ ନିଲମ୍ବନ ପ୍ରସଙ୍ଗ ଉଠାଇଥିଲେ। ଭଟ୍ଟ ଦୁଇଦିନ ଛୁଟିରେ ଥିଲେ। ସେ କଲେଜକୁ ଫେରିବା ବେଳକୁ ତାଙ୍କୁ ଜମ୍ମୁ-କଶ୍ମୀର ପ୍ରଶାସନ ନିଲମ୍ବନ କରିଥିଲା ବୋଲି ସିବଲ କହିଥିଲେ। ଏହା ଶୁଣିବା ପରେ ସାମ୍ବିଧାନିକ ପୀଠ ଆଟର୍ନି ଜେନେରାଲଙ୍କୁ ଜମ୍ମୁ-କଶ୍ମୀର ଉପରାଜ୍ୟପାଳଙ୍କ ସହ ଏନେଇ ଆଲୋଚନା କରିବା ସହ ଘଟଣାର ଅନୁଧ୍ୟାନ କରିବାକୁ କହିଥିଲେ। ଜଣେ ସର୍ବୋଚ୍ଚ ଅଦାଲତଙ୍କ ଆଗରେ ଯୁକ୍ତି ଉପସ୍ଥାପନ କରି ଚାକିରିରୁ ନିଲମ୍ବିତ ହେବ, ଏହା କେବେ ହୋଇ ନ ପାରେ ବୋଲି ଖଣ୍ଡପୀଠ ଟିପ୍ପଣୀ ଦେଇଥିଲେ।
ଘଟଣାର ଅନୁଧ୍ୟାନ କରିବେ ବୋଲି ଭେଙ୍କଟରମଣୀ ଅଦାଲତଙ୍କୁ କହିଥିବାବେଳେ ମେହେଟ୍ଟା କହିଥିଲେ ଭଟ୍ଟଙ୍କ ନିଲମ୍ବନ ସମ୍ପର୍କରେ ସେ ଖବରକାଗଜରୁ ଜାଣିବା ପରେ ପ୍ରଶାସନକୁ ପଚାରି ବୁଝିଥିଲେ। ଅଧ୍ୟାପକଙ୍କୁ ନିଲମ୍ବନ କରାଯିବା ପଛରେ ଅନେକ କାରଣ ଥିବା ତାଙ୍କୁ କୁହାଯାଇଥିଲା। ସେ ନିୟମିତ ଭାବେ ବିଭିନ୍ନ କୋର୍ଟରେ ପିଟିଶନ ଦାଏର କରୁଥିଲେ। ତାଙ୍କ ନିଲମ୍ବନ ସମ୍ପର୍କିତ ସମସ୍ତ ଦସ୍ତାବିଜ କୋର୍ଟରେ ଦାଖଲ କରିବେ ବୋଲି ସଲିସିଟର ଜେନେରାଲ କହିଥିଲେ। ଏହାର ଜବାବରେ ସିବଲ କହିଥିଲେ, ଯଦି ଭଟ୍ଟଙ୍କ ବିରୋଧରେ ଅଭିଯୋଗ ଥିଲା, ତେବେ ତାଙ୍କୁ ପୂର୍ବରୁ ନିଲମ୍ବନ କରାଯାଇପାରିଥାନ୍ତା, ଏବେ କାହିଁକି। ବରିଷ୍ଠ ଆଇନଜୀବୀ କହିଥିଲେ, ଭଟ୍ଟଙ୍କ ନିଲମ୍ବନ ନିର୍ଦ୍ଦେଶ ତାଙ୍କ ପାଖରେ ରହିଛି। କୋର୍ଟରେ ଯୁକ୍ତି ରଖିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ସେଥିରେ ସ୍ପଷ୍ଟ ଲେଖାଥିଲା। ଏହା ଠିକ୍‌ ନୁହେଁ। ଗଣତନ୍ତ୍ର କିପରି ଚାଲୁଛି, ତାହା ଏଥିରୁ ସ୍ପଷ୍ଟ ହେଉଛି ବୋଲି ସିବଲ କହିଥିଲେ। ଯଦି ଅନ୍ୟ କାରଣରୁ ନିଲମ୍ବନ କରାଯାଇଥାଏ, ତାହା ଭିନ୍ନ କଥା। କିନ୍ତୁ କୋର୍ଟରେ ଯୁକ୍ତି ଉପସ୍ଥାପନ ଲାଗି ନିଲମ୍ବିତ ହୋଇଥିଲେ, ତାହାକୁ ଅନୁଧ୍ୟାନ କରିବାକୁ ପଡ଼ିବ ବୋଲି ସାମ୍ବିଧାନିକ ପୀଠ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?