Posted inଜାତୀୟ

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା, ଓଏସ୍‌ଡିଙ୍କୁ ଇଡି ଜେରା

ରାୟପୁର,୨୯ା୮: ବେଆଇନ ବେଟିଂ ଓ ଗାମ୍ବ୍‌ଲିଂ ଆପ୍‌ ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ରାଜନୈତିକ ପରାମର୍ଶଦାତା ବିନୋଦ ବର୍ମା ଏବଂ ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି (ଓଏସ୍‌ଡି) ମନୀଷ ବନ୍‌ଛୋରଙ୍କୁ ଜେରା କରିଛି। ମନିଲଣ୍ଡରିଂ ପ୍ରତିକାର ଆଇନ (ପିଏମ୍‌ଏଲ୍‌ଏ)ର ବ୍ୟବସ୍ଥା ଅନୁଯାୟୀ ସେମାନଙ୍କ ବୟାନକୁ ରେକର୍ଡ କରାଯାଇଛି। ଗତ ସପ୍ତାହରେ ଇଡି ଉଭୟଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ାଉ କରିବା ସହ ସେମାନଙ୍କୁ ତଦନ୍ତରେ ସାମିଲ ହେବା ଲାଗି କହିଥିଲା। ‘ମହାଦେବ ଅନ୍‌ଲାଇନ ବୁକ୍‌’ ନାମରେ ଏହି ବେଆଇନ ବେଟିଂ ଆପ୍‌ ସହ ସମ୍ପୃକ୍ତି ନେଇ ପୋଲିସ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର ଚନ୍ଦ୍ରଭୂଷଣ ବର୍ମା, ହାଓ୍ବଲା ଅପରେଟର ଭ୍ରାତା ଅନିଲ ଓ ସୁନୀଲ ଡମନି ଏବଂ ସତୀଶ ଚନ୍ଦ୍ରାକରଙ୍କୁ ଇଡି ଗିରଫ କରିଛି। ଏଏସ୍‌ଆଇଙ୍କର ବର୍ମାଙ୍କ ସହ ସମ୍ପର୍କ ଥିଲା। ଛତିଶଗଡ଼ ସିଏମ୍‌ଓ କାର୍ଯ୍ୟାଳୟ ସହ ସମ୍ପୃକ୍ତ ଉଚ୍ଚ ପାହ୍ୟାର ଅଫିସର ଏବଂ ରାଜନେତାଙ୍କୁ ପ୍ରଭାବିତ କରିବା ଲାଗି ସେ ଦୁବାଇରୁ ହାଓ୍ବଲା ପାଣ୍ଠି ଗ୍ରହଣ କରୁଥିଲେ ବୋଲି ଇଡି କହିଛିି। ଅନ୍ୟପକ୍ଷରେ ଇଡି କାର୍ଯ୍ୟାନୁଷ୍ଠାନ ଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ବଘେଲ କହିଛନ୍ତି, ତାଙ୍କ ସରକାରଙ୍କୁ ବଦନାମ କରିବା ଓ ସ୍ବର ଚାପିଦେବା ଲାଗି ଏଭଳି ଦୁର୍ଭାବନାପୂର୍ଣ୍ଣ ଉଦ୍ୟମ କରାଯାଉଛି। ବେଆଇନ ଅର୍ଥ କାରବାରରୁ ସେ ଟଙ୍କାଟିଏ ମଧ୍ୟ ପାଇ ନ ଥିବା ବିନୋଦ ବର୍ମା ଗତ ୨୪ ତାରିଖରେ ଏକ ଖବରଦାତା ସମ୍ମିଳନୀକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୮ ଫୁଟ ଲମ୍ବର ଅଜଗର ଉଦ୍ଧାର: ଜମିରେ ଚାଷ କାମ କରୁଥିବାବେଳେ…

କେସିଙ୍ଗା,୧୦।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁସ୍ଥିତ ତେଳନଦୀ ଜମି ପାର୍ଶ୍ୱରୁ ସୋମବାର ୮ ଫୁଟ ଲମ୍ବର…

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ପରିବାର ଲୋକ ବେସାହାରା

ଖଡ଼ିଆଳ,୧୦ା୮ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ସାନମହେଶ୍ୱର ପଞ୍ଚାୟତ କୁଲିଗାଁ ଗ୍ରାମରେ ଲଗାଣ ବର୍ଷାରେ ଘର ଭାଙ୍ଗିବା ପରେ ଏକ ପରିବାର ବେସାହାରା…

ଦାଦନ ଖଟିବାକୁ ଯାଇ କେରଳରେ ଯୁବକ ମୃତ; ମୃତଦେହ ଗାଁକୁ ଆଣିବାକୁ ଜିଲାପାଳଙ୍କୁ ନିବେଦନ

ଜି.ଉଦୟଗିରି,୧୦।୮(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାରୁ ଦାଦନ ଖଟିବାକୁ କେରଳ ଯାଇଥିବା ଯୁବକଙ୍କ ମୃତ୍ୟୁ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା…

ଅମିତ ଶାହାଙ୍କୁ ଦେଖି ଦୌଡିଲେ କଲେକ୍ଟର: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ VIDEO

ଚେନ୍ନାଇ,୧୦।୮: ତାମିଲନାଡୁ ଏବଂ ପୁଡୁଚେରୀ ଗସ୍ତ ସମୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତିରୁଭନ୍ନାମଲାଇର ପ୍ରସିଦ୍ଧ ଅନ୍ନାମଲାଇର ମନ୍ଦିର ପରିଦର୍ଶନ କରି ବିଶେଷ ପ୍ରାର୍ଥନା କରିଥିଲେ।…

ଏମିତି କଥା କହିଲେ ବକ୍ସର, ହସି ହସି ଗଡ଼ିଲେ ମୋଦି: ପଛରେ ପାକିସ୍ତାନ କନେକ୍ସନ

ନୂଆଦିଲ୍ଲୀ,୧୦।୬: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଦର୍ଶନ ଐତିହାସିକ ଥିଲା। ଦେଶ ୧୩ଟି ସ୍ବର୍ଣ୍ଣ ସହିତ ମୋଟ ୩୯ଟି ପଦକ ହାସଲ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ମନ୍ଦିରର ଉନ୍ନୟନ କାର୍ଯ୍ୟ ପାଇଁ ସହଯୋଗର ହାତ ବଢ଼ାଇଲେ ଯୁବ ସମାଜସେବୀ ଦୀପକ ମୁଦୁଲି

ଛତ୍ରପୁର, ୧୦।୮ (ଦିଲ୍ଲୀପ ସାମଲ): ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ବ୍ୟାରେକସାହିସ୍ଥିତ ଶ୍ରୀ ସମ୍ପଦ ବିନାୟକ ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ଯୁବ…

ଝାରସୁଗୁଡାରେ ଅଜବ ଘଟଣା: ନାଗସାପକୁ କାମୁଡ଼ି ମାରିଦେଲେ ଯୁବକ, ପୂରା ଘଟଣା ଜାଣିଲେ…

ଝାରସୁଗୁଡା,ଲାଇକେରା, ୧୦।୮(ଆଶିଷ ରଞ୍ଜନ ଦାଶ/ରଞ୍ଜନ କୁମାର ମେହେର):ଗୁଣିଆର ଅନ୍ଧବିଶ୍ୱାସୀ କଥାରେ ପଡ଼ି ଜଣେ ଯୁବକ ନାଗସାପର ଫଣାକୁ ଦାନ୍ତରେ କାମୁଡ଼ି ଛିଣ୍ଡାଇ ମାରିଦେବା ଭଳି ଏକ ଅଜବ…

ସଞ୍ଜୀବ, ଯଶୋବନ୍ତଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ୱର,୧୦।୮: ରାଜ୍ୟରେ ନୂଆ ଡିଜିପି ନିଯୁକ୍ତି ଚର୍ଚ୍ଚା ଭିତରେ ସୋମବାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ପୋଲିସ ଅଧିକାରୀ ସଞ୍ଜୀବ ପଣ୍ଡା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri