୭ ରାଜ୍ୟରେ ୩୭ ଓମିକ୍ରନ୍‌ ଆକ୍ରାନ୍ତ, ଘନେଇଲା ସଙ୍କଟ…

ନୂଆଦିଲ୍ଲୀ, ୧୨।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦେଶର ୭ଟି ରାଜ୍ୟରେ ଇତିମଧ୍ୟରେ ୩୭ ଜଣ ଓମିକ୍ରନ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଫଳରେ ପୁଣି ସଙ୍କଟ ଘନେଇବାରେ ଲାଗିଛି। ମହାରାଷ୍ଟ୍ରରେ ସର୍ବାଧିକ ମାମଲା ରହିଛି। ରବିବାର ନାଗପୁରରେ ଜଣେ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଫଳରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା୧୮କୁ ବୃଦ୍ଧି ପାଇଛି। ସେହିପରି ରାଜସ୍ଥାନରେ ୯ ଜଣଙ୍କ ନମୁନା ଓମିକ୍ରନ୍‌ ପିଜିଟିଭ୍‌ ଆସିଛି।

ରବିବାର ନାଗପୁର, ଚଣ୍ଡିଗଡ଼, ଆନ୍ଧ୍ରପ୍ରଦେଶ ଏବଂ କର୍ନାଟକରେ ୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।  ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମରେ ଜଣେ ଓମିକ୍ରନ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ନିକଟରେ ସେ ମୁମ୍ବାଇ ଦେଇ ଆୟର୍ଲାଣ୍ଡରୁ ଏଠାକୁ ଆସିଥିଲେ। ପଞ୍ଜାବର ଚଣ୍ଡିଗଡ଼ରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଇଟାଲୀରୁ ଆସିଛନ୍ତି। ଏଥି ସହିତ କର୍ନାଟକରେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଜଣେ ୩୪ ବର୍ଷ ବୟସ୍କା ମହିଳା ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଛନ୍ତି।

ଆନ୍ଧ୍ରପ୍ରଦେଶରେ ୧୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତିବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି। ସମସ୍ତ ନମୁନା ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ହିଁ ଜଣା ପଡିବ ଯେ କେତେଜଣ ଓମିକ୍ରନ୍‌ରେ ଆକ୍ରାନ୍ତ।

ସମ୍ପ୍ରତି ଦେଶର ୩୭ ଜଣ ଓମିକ୍ରନ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୧୮ ଜଣ, ରାଜସ୍ଥାନରେ ୯ ଜଣ, ଗୁଜରାଟରେ ୩, ଦିଲ୍ଲୀରେ ୨ ଜଣ, କର୍ନାଟକରେ ୩ ଜଣ, ଚଣ୍ଡିଗଡ଼ରେ ଜଣେ ଆନ୍ଧ୍ରପ୍ରଦେଶରେ ଜଣେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଭାଜପା ରାଜ୍ୟ ଅଧ୍ୟକ୍ଷଙ୍କ ପରିବର୍ତ୍ତନ

ନୂଆଦିଲ୍ଲୀ, ୨।୬: ଦିଲ୍ଲୀ, ଛତିଶଗଡ଼ ଏବଂ ମଣିପୁର ଆଦି ୩ ରାଜ୍ୟର ଭାଜପା ରାଜ୍ୟ ଅଧ୍ୟକ୍ଷଙ୍କୁ ପରିବର୍ତ୍ତନ କରାଯାଇଛି। ଦିଲ୍ଲୀ ଭାଜପା ଅଧ୍ୟକ୍ଷ ପଦରୁ ମନୋଜ...

ବଜେଟ ୨୦୨୧: ସାଧାରଣ ଲୋକଙ୍କ ଉପରେ ପଡିବ ପ୍ରଭାବ, ବଢିପାରେ ମୋବାଇଲ ଦାମ୍‌

ନୂଆଦିଲ୍ଲୀ,୧ ।୨: ମୋବାଇଲ୍ ଫୋନ୍ ପାର୍ଟସ ଏବଂ ଚାର୍ଜର ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ସ୍ଥାନୀୟ ମୂଲ୍ୟ...

ତିସ୍ତାଙ୍କ ବିରୋଧରେ ଚାର୍ଜଶିଟ୍‌

ଅହମଦାବାଦ, ୨୨ା୯: ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ବୁଧବାର ଆକ୍ଟିଭିଷ୍ଟ ତିସ୍ତା ସିତଲଭାଡ୍‌ଙ୍କ ସମେତ ୩ ଅଭିଯୁକ୍ତଙ୍କ ବିରୋଧର...

ଗୋଟିଏ କାନ୍ଥକୁ ଲାଗି ରହିଛି ମନ୍ଦିର-ମସଜିଦ

ଚଣ୍ଡିଗଡ଼,୧୯।୫: ପଞ୍ଜାବର ମୁସଲିମ ବହୁଳ ସହର ମାଲେରକୋଟଲା ହିନ୍ଦୁ-ମୁସଲମାନଙ୍କ ଏକତାର ଉଦାହରଣ ସୃଷ୍ଟି କରିଥାଏ। ଏଠାରେ ଗୋଟିଏ କାନ୍ଥ ମଧ୍ୟରେ ଏକାଠି ରହିଛି ମନ୍ଦିର ଓ...

ଦୁନିଆର ସବୁଠାରୁ ମହଙ୍ଗା ଚକୋଲେଟ୍‌: ଦାମ ଶୁଣିଲେ ଉଡ଼ିଯିବ ହୋସ୍‌

ନୂଆଦିଲ୍ଲୀ,୨୩।୧୦: ଯଦି ଆପଣ ଚକୋଲେଟ୍‌ର ବହୁତ ବଡ଼ ଫ୍ୟାନ୍‌, ତେବେ ଏହା ଆପଣଙ୍କୁ ପ୍ରଲୋଭିତ କରିବ। କାରଣ ଦେଶର ଅନ୍ୟତମ ଅଗ୍ରଣୀ କମ୍ପାନୀ ଆଇଟିସି ଦୁନିଆର...

ଲକ୍‌ଡାଉନ୍‌ ଉଦ୍ଦେଶ୍ୟ ହୋଇନି ସଫଳ: ପ୍ରତିଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା !

ନୂଆଦିଲ୍ଲୀ, ୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେତେକ ସଂସ୍ଥା ଭାରତରେ କରୋନା...

ଗାଡ଼ି ଖରାପ ହୋଇଗଲା, ବରଗଡ଼ରେ ଅଟକିଲେ ପ୍ରବାସୀ ଶ୍ରମିକ

ବରଗଡ଼ ଅଫିସ୍‌,୧୫।୫: ଅଧାବାଟରେ ଗାଡ଼ି ଅଚଳ ହୋଇଯିବାରୁ ପ୍ରବାସୀ ଶ୍ରମିକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ବରଗଡ଼ ସହର ଉପକଣ୍ଠ ହଳଦୀପାଲି ଛକରେ ଶୁକ୍ରବାର ଏଭଳି...

୧୩ ରାଜ୍ୟ ସଭା ଆସନ ପାଇଁ ମାର୍ଚ୍ଚ ୩୧ରେ ହେବ ନିର୍ବାଚନ

ନୂଆଦିଲ୍ଲୀ,୭।୩: ବିଧାନସଭା ନିର୍ବାଚନ ପରେ ଏବେ ଦେଶର କେତେକ ରାଜ୍ୟରେ ରାଜ୍ୟ ସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟରେ ଖାଲିହେବାକୁ ଥିବା ରାଜ୍ୟ ସଭାର ୧୩ଟି...

Advertisement
Archives

Model This Week