Posted inଫୁରସତ

ସୌନ୍ଦର୍ଯ୍ୟପୂର୍ଣ୍ଣ ନଗରକୋଏଲ

ତାମିଲନାଡ଼ୁସ୍ଥିତ କନ୍ୟାକୁମାରୀର ଖୁବ୍‌ ନିକଟରେ ରହିଛି ଏହି ସହରଟି । ପର୍ଯ୍ୟଟନ ଦୃଷ୍ଟି କୋଣରୁ ଦେଖିଲେ ଏହା ଅତ୍ୟନ୍ତ ସମୃଦ୍ଧ। କୁହାଯାଏ, ଏହି ସହର ଉପରେ କୁଆଡ଼େ ପ୍ରକୃତି ମାତାଙ୍କର ଖୁବ୍‌ ଆଶୀର୍ବାଦ ରହିଛି। କାରଣ ଏଠାରେ ଦେଖିବାକୁ ମିଳୁଥିବା ଦର୍ଶନୀୟ ସ୍ଥାନଗୁଡ଼ିକ ହୋଇଥାଏ ଖୁବ୍‌ ମନଛୁଆଁ ତଥା ଆଖିଦୃଶିଆ..

ନଗରକୋଏଲ ତାମିଲନାଡ଼ୁସ୍ଥିତ ଏକ ସହର, ଯାହା କନ୍ୟାକୁମାରୀର ଖୁବ୍‌ ନିକଟରେ ରହିଛି। ପର୍ଯ୍ୟଟନ ଦୃଷ୍ଟି କୋଣରୁ ଏହି ସହର ଯେତିକି ସମୃଦ୍ଧ ସେତିକି ଶାନ୍ତିପ୍ରିୟ ଏଠାକାର ବାସିନ୍ଦା। ବ୍ୟସ୍ତମୟ ଜୀବନରୁ ଟିକେ କ୍ଷାନ୍ତ ପାଇବାକୁ ଇଚ୍ଛୁକ ଥିବା ପର୍ଯ୍ୟଟକଙ୍କ ନିମନ୍ତେ ଏହା ହେଉଛି ଏକ ଆକର୍ଷଣୀୟ ସ୍ଥାନ। କୁହାଯାଏ, ପ୍ରକୃତି ମାତାଙ୍କର ବି ଆଶୀର୍ବାଦ ରହିଛି ଏହି ସହର ଉପରେ। ସେଥିପାଇଁ ତ ଏଠାରେ ଦେଖିବାକୁ ମିଳିଥାଏ ଅନେକ ଆକର୍ଷଣୀୟ ଦର୍ଶନୀୟ ସ୍ଥାନ।
ସହରକୁ ନେଇ ଇତିହାସ
କିମ୍ବଦନ୍ତୀ ଅନୁସାରେ, ଏହି ସହରର ଏପରି ନାମକରଣ ସହରର ମଧ୍ୟ ଭାଗରେ ଥିବା ନାଗରାଜ ମନ୍ଦିରର ନାମାନୁସାରେ ହୋଇଛି ବୋଲି ବିଶ୍ୱାସ କରାଯାଏ। ତେବେ ଏହି ମନ୍ଦିରଟି କୁଆଡ଼େ ସେଠାରେ ଖୁବ୍‌ ଲୋକପ୍ରିୟ। ମୁଖ୍ୟତଃ ହିନ୍ଦୁଧର୍ମାବଲମ୍ବୀ ଲୋକଙ୍କର ଏଠାରେ ପ୍ରବଳ ଭିଡ଼ ଲାଗିଥାଏ। ସେହିପରି ଏହି ସହରର ବାସିନ୍ଦା ନିଜର ସମୃଦ୍ଧ ଇତିହାସ ଉପରେ ମଧ୍ୟ ଖୁବ୍‌ ଗର୍ବ ଅନୁଭବ କରିଥାନ୍ତି; ଯାହା ଥିଲା ବେଶ୍‌ ବୈଭବ ଓ ସାହସରେ ଭରା। ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ, ତ୍ରାଓଣକୋର ସାମ୍ରାଜ୍ୟର ଶାସନ ଚାଲିଥିବା ସମୟରେ ଏହି ସହରଟି ତା’ର ଏକ ମସଲା ବ୍ୟାପର କେନ୍ଦ୍ର ଥିଲା। କାରଣ ଚାଷବାସ କ୍ଷେତ୍ରରେ ଏହି ସହରଟି ଥିଲା ବେଶ୍‌ ଉନ୍ନତ। ବିଶେଷକରି ବିଭିନ୍ନ ପ୍ରକାରର ମସଲା ଦ୍ରବ୍ୟର ଭଲ ଆମଦାନୀ ହେଉଥିଲା ଏଠାରୁ। ସେଥିପାଇଁ ଏହି ସହରକୁ ନିଜ ଅକ୍ତିଆରକୁ ନେବା ପାଇଁ ପୂର୍ବେ ବିଭିନ୍ନ ରାଜବଂଶର ରାଜାମାନଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା ବୋଲି ସୂଚନା ରହିଛି। ସେହିପରି ଜନଶ୍ରୁତିରୁ ଜଣାଯାଏ ଯେ, ନଗରକୋଏଲରେ ଥିବା ନାଗରାଜ ମନ୍ଦିରକୁ ବି ନିଜ ଅଧିନକୁ ନେଇ ବଳଶାଳୀ ହେବାପାଇଁ ବି ଅନେକ ରାଜା ଚାହୁଁଥିଲେ। ସେଥିପାଇଁ ସେମାନଙ୍କର ଏହି ସହର ଉପରେ ବହୁତ ଲୋଭ ରହୁଥିଲା।
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା
ଚାଷବାସ କ୍ଷେତ୍ରରେ ଯେ କେବଳ ନଗରକୋଏଲ ଉନ୍ନତ ତାହା ନୁହେଁ ପର୍ଯ୍ୟଟନ ଦୃଷ୍ଟି କୋଣରୁ ବି ଏହି ସହର ବେଶ୍‌ ସମୃଦ୍ଧ। ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ସହରରେ ଦେଖିବାକୁ ମିଳିଥାଏ ଅନେକ ପାହାଡ଼, ଝରଣା ଓ ସବୁଜ କ୍ଷେତ। ତା’ଛଡ଼ା ଏହି ସହରରେ ବି ରହିଛି ଅନେକ ଧାର୍ମିକ ପୀଠ। ସେଥିପାଇଁ ଦେଶବିଦେଶରୁ କନ୍ୟାକୁମାରୀକୁ ବୁଲି ଆସୁଥିବା ପର୍ଯ୍ୟଟକ ନିଟକରେ ଥିବା ଏହି ନଗରକୋଏଲ ସହରକୁ ବୁଲି ଆସିଥାନ୍ତି ପ୍ରକୃତିର କିଛି ନିଆରା ସୌନ୍ଦର୍ଯ୍ୟକୁ ମନଭରି ଦେଖିବାକୁ ତଥା ନିରୋଳାରେ ଶାନ୍ତ ବାତାବରଣକୁ ଉପଭୋଗ କରିବାକୁ।
ନଗରକୋଏଲର ଅର୍ଥନୀତି
ନଗରକୋଏଲର ବାସିନ୍ଦା ମୁଖ୍ୟତଃ ଚାଷବାସ ଉପରେ ନିର୍ଭର କରି ଚଳିଥାନ୍ତି। ଏଠାରେ ବିଭିନ୍ନ ପ୍ରକାର ମସଲା ଦ୍ରବ୍ୟ ବିଶେଷକରି ଅଳେଇଚ ଭଲ ଚାଷ ହୋଇଥାଏ ବୋଲି ସୂଚନା ରହିଛି। ତା’ଛଡ଼ା ଗହଣା ତିଆରି, ମାଛଧରା ଜାଲ ତିଆରି ଉପରେ ବି ସ୍ଥାନୀୟ ଲୋକଙ୍କର ରହିଛି ଅନେକ ଜ୍ଞାନ। କେବଳ ସେତିକି ନୁହେଁ, ଏହି ସହରରେ ଅନେକ ଛୋଟବଡ଼ ଇଣ୍ଡଷ୍ଟ୍ରି ବି ରହିଛି; ଯାହାକୁ ପର୍ଯ୍ୟଟକ ଚାହିଁଲେ ମଧ୍ୟ ବୁଲି ଦେଖିପାରିବେ।
କେବେ ଓ କେମିତି ଯିବେ
କୁହାଯାଏ, ଖରାଦିନେ ନଗରକୋଏଲରେ କୁଆଡ଼େ ପ୍ରବଳ ଗରମ ହୋଇଥାଏ। ତେଣୁ ଖରାଦିନ ଏବଂ ବର୍ଷାଦିନକୁ ଛାଡ଼ି ବାକି ଅନ୍ୟ ସମୟରେ ଏଠାକୁ ଯିବାକୁ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ର ତରଫରୁ କୁହାଯାଇଥାଏ। ତେବେ ଅଧିକାଂଶ ପର୍ଯ୍ୟଟକ ଡିସେମ୍ବରରୁ ଜାନୁୟାରୀ ଭିତରେ ଏହି ସ୍ଥାନକୁ ବୁଲିଯିବାକୁ ପସନ୍ଦ କରିଥାନ୍ତି। ସେହିପରି ନଗରକୋଏଲକୁ ଯିବା ପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ପର୍ଯ୍ୟଟକ ଉଭୟ ରେଳ ହେଉ ଅବା ସଡ଼କପଥରେ ଯାଇ ଏହି ସହରରେ ଆରାମରେ ପହଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri