ରାଜ୍ୟରେ ଖସୁଛି କରୋନା ଗ୍ରାଫ୍‌: ଆଜି ୩୬୮ ପଜିଟିଭ୍‌ ଚିହ୍ନଟ, ୭ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,୭ା୧୨(ବ୍ୟୁରୋ): ସୋମବାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି। ଆଜି ୩୬୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୧,୫୬୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୧୨ ଜଣ ଚିହ୍ନଟ ହୋଇଥିବା ବେଳେ ୧୫୬ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୪୫ ଏବଂ ଅନୁଗୋଳରୁ ୩୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱରରୁ ୧୬, ବରଗଡ଼ ୧୯, ଭଦ୍ରକ ୧୯, ବଲାଙ୍ଗୀର ୧୮, କଟକ ୨୬, ଦେବଗଡ଼ ୧, ଢେଙ୍କାନାଳ ୪, ଗଞ୍ଜାମ ୬, ଜଗତସିଂହପୁର ୮, ଯାଜପୁର ୬, ଝାରସୁଗୁଡ଼ା ୬, କଳାହାଣ୍ଡି ୬, କନ୍ଧମାଳ ୨, କେନ୍ଦ୍ରାପଡ଼ା ୫, କେନ୍ଦୁଝର ୨୨, କୋରାପୁଟ ୪, ମାଲକାନଗିରି ୧, ମୟୂରଭଞ୍ଜ ୨୪, ନୟାଗଡ଼ ୫, ନୂଆପଡ଼ା ୫, ପୁରୀ ୧୮, ରାୟଗଡ଼ା ୨ ଏବଂ ସମ୍ବଲପୁରରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୋଲ୍‌ ସଂଖ୍ୟା ରହିଛ ୧୦।

ସେହିପରି ଆଜି ରାଜ୍ୟରେ ୭ ଜଣଙ୍କ ଜୀବନ ନେଇଛି କରୋନା। ମୃତକମାନଙ୍କ ମଧ୍ୟରେ କଟକ ଜିଲାରୁ ସର୍ବାଧିକ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ୱର, ପୁରୀ, ସୁନ୍ଦରଗଡ଼ ଏବଂ ଜଗତସିଂହପୁର ଜିଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନାରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୧,୫୬୪ରେ ପହଞ୍ଚିଥିବା ବେଳେ ୩,୧୫,୮୪୦ଜଣ ସୁସ୍ଥ ହୋଇଛନ୍ତି। ୩୮୯୩ ଜଣ ଚିକିତ୍ସିତ ହେଉଛନ୍ତି। ୧୭୭୮ ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପ୍ଲବ କୁମାର ଦେବ କରୋନା ପଜିଟିଭ୍‌

ଅଗରତାଲା,୭।୪: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେ ହୋମ୍‌ ଆଇସୋଲେଶନରେ ରହିଛନ୍ତି। ଏସମ୍ପର୍କରେ ବିପ୍ଲବ ନିଜ...

ନଜର ଆଢୁଆଳରେ ଶ୍ରୀଦଧିବାମନଜୀଉ ମନ୍ଦିର

କେନ୍ଦ୍ରାପଡ଼ା ଅଫିସ, ୪ା୭: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଚଉଦକୁଲାଟସ୍ଥିତ ତମାଳ କ୍ଷେତ୍ରାଧିପତି ଶ୍ରୀଦଧିବାମନଜୀଉ ମନ୍ଦିରକୁ ୨୦୧୬ରୁ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ମିଳିଛି। ୧୮୦...

୬ ସ୍ଥାନରେ ଖୋଲିଲା କୋର୍ଟ

କଟକ ଅଫିସ,୧୯ା୧: ରାଜ୍ୟର ୬ଟି ସ୍ଥାନରେ ନୂତନ କୋର୍ଟ ବୁଧବାର ଉଦ୍‌ଘାଟିତ ହୋଇଛି। ସେଗୁଡିକ ହେଲା ମାଲକାନଗିରି ଜିଲା କୁଡୁମୁଲୁଗୁମାଠାରେ ସିଭିଲ ଜଜ ତଥା ଜେଏମ୍‌ଏଫ୍‌ସି,...

ରାଜ୍ୟରେ ଆଉ ୭୫୬ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୧ା୮(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୭୫୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୬୨ ଜଣ ରହିଛନ୍ତି। ସେହିପରି ଗଞ୍ଜାମରୁ ୧୩୯ ଜଣ...

୧.୨୯ କୋଟି ଲୁଟ୍‌: ଅଧଘଣ୍ଟାରେ ଲୁଟେରାଙ୍କୁ ଧରିଲା ପୋଲିସ

ଢେଙ୍କାନାଳ ଅଫିସ/ଆଠଗଡ଼,୧୧।୧୦(ଡି.ଏନ୍‌.ଏ.): ଏଟିଏମ୍‌ କ୍ୟାସ ଭ୍ୟାନରୁ ଟଙ୍କା ଲୁଟି କରି ଫେରାର ହେଉଥିବା ୩ ଲୁଟେରାଙ୍କୁ ପୋଲିସ ଘଟଣାର ଅଧଘଣ୍ଟା ମଧ୍ୟରେ ଧରିବାରେ ସଫଳ ହୋଇଛି।...

ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼, କ୍ୟାମେରା ଭାଙ୍ଗିଲେ

ପୁରୀ ଅଫିସ,୪ା୫: ପ୍ରେସ୍‌ ସ୍ବାଧୀନତା ଦିବସରେ ରବିବାର ପୁରୀରେ କର୍ତ୍ତବ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ମରାଯିବା ସହ ଗାଳିଗୁଲଜ କରାଯାଇଛି। ବାଲୁଖଣ୍ଡ ଅଭୟାରଣ୍ୟର ପ୍ରକୃତି ନିବାସରେ...

ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ଯୋଡ଼ା, ୩ା୧(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ତଥା ୫୨୦ ନଂ. ଜାତୀୟ ରାଜପଥ କଣ୍ଡରା ଛକଠାରେ ନିର୍ମାଣ ହେଉଥିବା ଟୋଲଗେଟ୍‌...

କ୍ୟାବିନେଟ୍‌ ନିଷ୍ପତ୍ତି: ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ମିଳିବ ଟଙ୍କା, ଧାନ କିଣା ଟାର୍ଗେଟ କମିଲା

ଭୁବନେଶ୍ୱର,୨୬।୯(ବ୍ୟୁରୋ): ଧାନ ବିକୁଥିବା ଚାଷୀଙ୍କୁ ଏଣିକି ୨୪ରୁ ୪୮ ଘଣ୍ଟା ମଧ୍ୟରେ ସେମାନଙ୍କର ପ୍ରାପ୍ୟ ମିଳିବ। ପୂର୍ବରୁ ସେମାନଙ୍କୁ ୨୪ରୁ ୭୨ ଘଣ୍ଟା ମଧ୍ୟରେ ଧାନ...

Advertisement
Archives

Model This Week