Posted inଫୁରସତ

ପନିପରିବା ଦେଖିବା ମାତ୍ରେ ଝାଳରେ ଗାଧୋଇପଡ଼ନ୍ତି ଏହି ମହିଳା; ୩୪ ବର୍ଷ ହେଲାଣି…

ଦୁନିଆ ରହସ୍ୟରେ ଭରପୂର। ଅନେକ ସମୟରେ ଏପରି କିଛି ଦେଖିବା ଏବଂ ଶୁଣିବାକୁ ମିଳିଥାଏ, ଯାହାକୁ ବିଶ୍ୱାସ କରିବା କଷ୍ଟକର ହୋଇପଡେ। ସେଭଳି ଜଣେ ହେଲେ ଉତ୍ତର ୟର୍କଶାୟାର ୩୪ ବର୍ଷୀୟା ମହିଳା ଚାର୍ଲୋଟ ହ୍ବିଟଲ। ତାଙ୍କର ଫୁଡ୍‌ ଫୋବିଆ ରହିଛି। ସେ ପନିପରିବା ଦେଖିପାରନ୍ତି ନାହିଁ। କାରଣ ସେ ଡରି ଯାଇଥାନ୍ତି। ତାଙ୍କର ପ୍ରବଳ ଝାଳ ବୋହିଥାଏ। ଚକିତ ହୋଇଗଲେ ନା। ତେବେ କଥାଟି ସତ। ୩୪ ବର୍ଷ ଧରି ଚାର୍ଲୋଟ କେବଳ ଚିକେନ ନଗେଟ୍ସ ଏବଂ ଚାଉଳ ପିଠା ଖାଇ ଜୀବିତ ଅଛନ୍ତି।

ଚାର୍ଲୋଟ କୁହନ୍ତିି, ଯେତେବେଳେ ସେ ଦୋକାନ ବଜାରକୁ ଯାଆନ୍ତି, ସେତେବେଳେ ସେ ପନିପରିବା କାଉଣ୍ଟରଠାରୁ ଦୂରରେ ରୁହନ୍ତି। କାରଣ ସେ ପନିପରିବାକୁ ବହୁତ ଭୟ କରନ୍ତି। ଥରେ ସେ ବ୍ରୋକୋଲି ଦେଖିବା ମାତ୍ରେ ଝାଳରେ ବୁଡ଼ିଯାଇଥିଲେ। କେବଳ ଦେଖିବା ନୁହେଁ ସେ ପନିପରିବା ଖାଇବାକୁ ମଧ୍ୟ ଅସମର୍ଥ। ଏହାଛଡ଼ା ସେ ମିଲ୍କସେକ୍‌,ସସ୍‌ ଭଳି ମୋଟା ଜିନିଷକୁ ମଧ୍ୟ ଭୟ କରନ୍ତି। ଡାଇନିଂ ଟେବୁଲରେ ଏଭଳିି ଜିନିଷ ଦେଖିବା ମାତ୍ରେ ସେ ସେଠାରୁ ଦୂରେଇ ଯାଆନ୍ତି ନଚେତ ବାନ୍ତି କରନ୍ତି। ସ୍କୁଲରେ ପଢ଼ିବା ସମୟରେ ଯେତେବେଳେ ତାଙ୍କୁ ଖାଦ୍ୟ ଦିଆଯାଉଥିଲା, ସେ କାନ୍ଦୁଥିଲେ।

ଚାର୍ଲୋଟ ଆହୁରି ମଧ୍ୟ କୁହନ୍ତି, ୧୮ ବର୍ଷ ବୟସରେ ତାଙ୍କୁ ଚାକିରୀ ହେତୁ ଘରୁ ଦୂରରେ ରହିବାକୁ ପଡୁଥିଲା। ସେତେବେଳେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା। କାରଣ ସେ ସେଠାରେ ଉପଲବ୍ଧ ଖାଦ୍ୟ ଖାଇ ପାରି ନ ଥିଲେ। ତେଣୁ ସେ ନିଜେ ରାନ୍ଧିବା ଆରମ୍ଭ କରିଥିଲେ। ସେ କୌଣସି ରେଷ୍ଟୁରାଣ୍ଟକୁ ଯିବାକୁ ସକ୍ଷମ ନୁହଁନ୍ତି କିମ୍ବା ସେ ପାର୍ଟି-ଫଙ୍କସନକୁ ଯାଆନ୍ତି ନାହିଁ। ବେଳେବେଳେ ଲୋକମାନେ ଏଥିପାଇଁ ତାଙ୍କୁ ପରିହାସ କରନ୍ତି। ଖାଦ୍ୟ ଫୋବିଆ କାରଣରୁ ସେ ଏପର୍ଯ୍ୟନ୍ତ ଅବିବାହିତ ମଧ୍ୟ ଅଛନ୍ତି। ତାଙ୍କୁ କମ୍‌ ଭୋକ ଲାଗିଥାଏ। ଏଣୁ ବଞ୍ଚିବା ପାଇଁ ସେ କେବଳ ଥରଟିଏ, ସାରେ ଚିକେନ ନଗେଟ୍ସ କିମ୍ବା ଚାଉଳ ପିଠା ଖାଇଥାନ୍ତି। ଏବେ ସେ ନିଜର ଏଭଳି ଭୟକୁ ଦୂର କରିବାକୁ ଚେଷ୍ଟା କରୁଛନ୍ତି। ଭବିଷ୍ୟତରେ କିଛି ଉନ୍ନତି ଘଟିବ ଏବଂ ସେ ସାଧାରଣ ଜୀବନ ବିତାଇ ପାରିବେ ବୋଲି ଆଶାବାଦୀ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

ମାଳିକାରେ ବଡ଼ ଚେତାବନୀ! ଆସୁଛି ଭୟଙ୍କର ପ୍ରଳୟ, ଓଡ଼ିଶାରେ…

୬୦୦ ବର୍ଷ ପୂର୍ୱେ ରଚିତ ଭବିଷ୍ୟବାଣୀ ଗ୍ରନ୍ଥ ‘ମାଳିକା’କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି। ବିଶ୍ୱରେ ଚାଲିଥିବା ଯୁଦ୍ଧ ପରିସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ…

ପୁରୁଷୋତ୍ତମପୁରରେ ଭାଜପା ଦୁଇ ଫାଳ: MPଙ୍କ ନାଁ ନ ଥିବାରୁ ଫଳକ ଭାଙ୍ଗିଲେ ସମର୍ଥକ, ଫ୍ଲେକ୍ସି ଲଗାଇ ଶିଳାନ୍ୟାସ କଲେ…

ପୁରୁଷୋତ୍ତମପୁର, ୨୬।୫ (ସବିତା ମିଶ୍ର):  ରାଜ୍ୟରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଠନ ହେବାର ଦୁଇ ବର୍ଷ ମଧ୍ୟରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦଳ…

କର୍ନାଟକ ରାଜନୀତିରେ ଭୂକମ୍ପ! ପଦ ଛାଡ଼ିବେ ସିଦ୍ଧାରାମୈୟା; ଡି.କେ ଶିବକୁମାରଙ୍କ ହାତକୁ ଯିବ କ୍ଷମତାର ଚାବିକାଠି?

ବେଙ୍ଗାଲୁରୁ,୨୬।୫: କର୍ନାଟକ ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ମିଳିଥିବା ସୂଚନା ଅନୁଯାୟୀ, କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୈୟା ନିଜ ପଦରୁ ଇସ୍ତଫା ଦେଇପାରନ୍ତି। ତାଙ୍କ ସ୍ଥାନରେ…

ଲେବାନନ୍‌ରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ବେରୁଟ୍‌,୨୬ା୫: ଲେବାନନ୍‌ର ଏକ ଗ୍ରାମ ଉପରେ ଇସ୍ରାଏଲୀ ସେନା ଏୟାରଷ୍ଟ୍ରାଇକ୍‌ କରିବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସେଠାର ସରକାରୀ ଗଣମାଧ୍ୟମ ପ୍ରକାଶ କରିଛି। ଲେବାନନ୍‌କୁ ଇସ୍ରାଏଲ…

ଭାରତ ହାତରେ ଲାଗିଲା ‘କୁବେର ଭଣ୍ଡାର’, ମାଟିତଳୁ ମିଳିଲା କୋଟି କୋଟି ଟଙ୍କାର… ଚୀନର ଉଡ଼ିଗଲା ନିଦ!

ନୂଆଦିଲ୍‌ଲୀ,୨୬।୫: ପଶ୍ଚିମ ରାଜସ୍ଥାନର ବାଲୋତ୍ରା ଜିଲାରେ ପ୍ରାୟ ୭୫୦ ବର୍ଗ କିଲୋମିଟର ପତିତ ଜମି ତଳେ ବିପୁଳ ପରିମାଣର ‘ରେୟାର୍‌ ଆର୍ଥ ଏଲିମେଣ୍ଟସ’ (Rare Earth Elements…

ମିଥୁନ ରାଶିରେ ବୁଧଙ୍କ ଗୋଚର: ମେ’ ୨୯ରୁ ଜୁଲାଇ ୨୨ ଯାଏ ଏହି ୪ଟି ରାଶି ରୁହନ୍ତୁ ସାବଧାନ! ନଚେତ…

ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ବୁଦ୍ଧି, ବାଣୀ, ତର୍କ, ଯୋଗାଯୋଗ, ବ୍ୟାପାର ଏବଂ ନିଷ୍ପତ୍ତି ନେବାର କ୍ଷମତାର କାରକ ବୋଲି ମାନାଯାଏ। ସେଥିପାଇଁ ବୁଧ ଗ୍ରହଙ୍କର ଯେକୌଣସି…

ନାବାଳିକାକୁ ଅପହରଣ କରି ବଳାତ୍କାର

ବଲାଙ୍ଗୀର,୨୬।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅଞ୍ଚଳରେ ଏକ ଲଜ୍ଜା ଜନକ ଘଟଣା ଘଟିଛି। ଜଣେ ନାବାଳିକାକୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri