Posted inଫୁରସତ

ପନିପରିବା ଦେଖିବା ମାତ୍ରେ ଝାଳରେ ଗାଧୋଇପଡ଼ନ୍ତି ଏହି ମହିଳା; ୩୪ ବର୍ଷ ହେଲାଣି…

ଦୁନିଆ ରହସ୍ୟରେ ଭରପୂର। ଅନେକ ସମୟରେ ଏପରି କିଛି ଦେଖିବା ଏବଂ ଶୁଣିବାକୁ ମିଳିଥାଏ, ଯାହାକୁ ବିଶ୍ୱାସ କରିବା କଷ୍ଟକର ହୋଇପଡେ। ସେଭଳି ଜଣେ ହେଲେ ଉତ୍ତର ୟର୍କଶାୟାର ୩୪ ବର୍ଷୀୟା ମହିଳା ଚାର୍ଲୋଟ ହ୍ବିଟଲ। ତାଙ୍କର ଫୁଡ୍‌ ଫୋବିଆ ରହିଛି। ସେ ପନିପରିବା ଦେଖିପାରନ୍ତି ନାହିଁ। କାରଣ ସେ ଡରି ଯାଇଥାନ୍ତି। ତାଙ୍କର ପ୍ରବଳ ଝାଳ ବୋହିଥାଏ। ଚକିତ ହୋଇଗଲେ ନା। ତେବେ କଥାଟି ସତ। ୩୪ ବର୍ଷ ଧରି ଚାର୍ଲୋଟ କେବଳ ଚିକେନ ନଗେଟ୍ସ ଏବଂ ଚାଉଳ ପିଠା ଖାଇ ଜୀବିତ ଅଛନ୍ତି।

ଚାର୍ଲୋଟ କୁହନ୍ତିି, ଯେତେବେଳେ ସେ ଦୋକାନ ବଜାରକୁ ଯାଆନ୍ତି, ସେତେବେଳେ ସେ ପନିପରିବା କାଉଣ୍ଟରଠାରୁ ଦୂରରେ ରୁହନ୍ତି। କାରଣ ସେ ପନିପରିବାକୁ ବହୁତ ଭୟ କରନ୍ତି। ଥରେ ସେ ବ୍ରୋକୋଲି ଦେଖିବା ମାତ୍ରେ ଝାଳରେ ବୁଡ଼ିଯାଇଥିଲେ। କେବଳ ଦେଖିବା ନୁହେଁ ସେ ପନିପରିବା ଖାଇବାକୁ ମଧ୍ୟ ଅସମର୍ଥ। ଏହାଛଡ଼ା ସେ ମିଲ୍କସେକ୍‌,ସସ୍‌ ଭଳି ମୋଟା ଜିନିଷକୁ ମଧ୍ୟ ଭୟ କରନ୍ତି। ଡାଇନିଂ ଟେବୁଲରେ ଏଭଳିି ଜିନିଷ ଦେଖିବା ମାତ୍ରେ ସେ ସେଠାରୁ ଦୂରେଇ ଯାଆନ୍ତି ନଚେତ ବାନ୍ତି କରନ୍ତି। ସ୍କୁଲରେ ପଢ଼ିବା ସମୟରେ ଯେତେବେଳେ ତାଙ୍କୁ ଖାଦ୍ୟ ଦିଆଯାଉଥିଲା, ସେ କାନ୍ଦୁଥିଲେ।

ଚାର୍ଲୋଟ ଆହୁରି ମଧ୍ୟ କୁହନ୍ତି, ୧୮ ବର୍ଷ ବୟସରେ ତାଙ୍କୁ ଚାକିରୀ ହେତୁ ଘରୁ ଦୂରରେ ରହିବାକୁ ପଡୁଥିଲା। ସେତେବେଳେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା। କାରଣ ସେ ସେଠାରେ ଉପଲବ୍ଧ ଖାଦ୍ୟ ଖାଇ ପାରି ନ ଥିଲେ। ତେଣୁ ସେ ନିଜେ ରାନ୍ଧିବା ଆରମ୍ଭ କରିଥିଲେ। ସେ କୌଣସି ରେଷ୍ଟୁରାଣ୍ଟକୁ ଯିବାକୁ ସକ୍ଷମ ନୁହଁନ୍ତି କିମ୍ବା ସେ ପାର୍ଟି-ଫଙ୍କସନକୁ ଯାଆନ୍ତି ନାହିଁ। ବେଳେବେଳେ ଲୋକମାନେ ଏଥିପାଇଁ ତାଙ୍କୁ ପରିହାସ କରନ୍ତି। ଖାଦ୍ୟ ଫୋବିଆ କାରଣରୁ ସେ ଏପର୍ଯ୍ୟନ୍ତ ଅବିବାହିତ ମଧ୍ୟ ଅଛନ୍ତି। ତାଙ୍କୁ କମ୍‌ ଭୋକ ଲାଗିଥାଏ। ଏଣୁ ବଞ୍ଚିବା ପାଇଁ ସେ କେବଳ ଥରଟିଏ, ସାରେ ଚିକେନ ନଗେଟ୍ସ କିମ୍ବା ଚାଉଳ ପିଠା ଖାଇଥାନ୍ତି। ଏବେ ସେ ନିଜର ଏଭଳି ଭୟକୁ ଦୂର କରିବାକୁ ଚେଷ୍ଟା କରୁଛନ୍ତି। ଭବିଷ୍ୟତରେ କିଛି ଉନ୍ନତି ଘଟିବ ଏବଂ ସେ ସାଧାରଣ ଜୀବନ ବିତାଇ ପାରିବେ ବୋଲି ଆଶାବାଦୀ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମୀଯୁଗଳଙ୍କୁ ମନା ଏହି ମନ୍ଦିର

ପ୍ରେମରେ ପଡ଼ିଥିବା ଝିଅ-ପୁଅ ସେମାନଙ୍କ ସମ୍ପର୍କ ଦୀର୍ଘସ୍ଥାୟୀ ହେବା ପାଇଁ ମନ୍ଦିର ଯାଇଥାନ୍ତି ପୂଜାର୍ଚ୍ଚନା କରିବାକୁ। ମାତ୍ର ଏମିତି ମନ୍ଦିର ଅଛି ଯେଉଁଠି ପ୍ରେମୀଯୁଗଳଙ୍କୁ ମନା...

ଗାଁଠୁ ଛୋଟ ଦେଶ

ଏଇ ପୃଥିବୀରେ ଏମିତି ବି ଦେଶ ରହିଛି ଯାହାର କ୍ଷେତ୍ରଫଳ ଗୋଟିଏ ଛୋଟ ଗାଁଠାରୁ ବି କମ୍‌। ସେଭଳି ଏକ ଦେଶ ହେଉଛି ମୋନାକୋ। ଜାଣିବା...

ଉଚ୍ଚଶିକ୍ଷିତ ହୋଇ ବି ରାସ୍ତାକଡ଼ରେ ଲଗାଇଛନ୍ତି ଷ୍ଟଲ

ଭଲ ପାଠ ପଢ଼ିଲେ, ବଡ଼ ଚାକିରି କରିବ। ଛୋଟବେଳୁ ପିଲାଙ୍କୁ ଏଇ କଥା ଶିଖାଯାଏ; ଯାହା ତା’ର ମନ ଭିତରେ ଘର କରିଯାଏ। ତେଣୁ ଅନେକ...

ଯେଉଁଠି ଲୋକେ ମ।ତା ସୀତାଙ୍କୁ ରାବଣର ଝିଅ ମାନନ୍ତି

କେଲଂ :ଭାରତରେ ଧର୍ମଶାସ୍ତ୍ରରେ ଯାହା ମାନ୍ୟତା ରହିଛି ତା’ର ବ୍ୟତିକ୍ରମ ପରିଲକ୍ଷିତ ହୁଏ ବିଭିନ୍ନ ସ୍ଥାନରେ। ରାମାୟଣକୁ ନେଇ ଏମିତି ଏକ ଭିନ୍ନ ମାନ୍ୟତା ରହିଛି...

ଅଜବ ଏହି ଗ୍ଲୋଭ୍ସ

ଶୀତଦାଉରୁ ରକ୍ଷା ପାଇବା ପାଇଁ ଦେହରେ ଯେମିତି ଶୀତବସ୍ତ୍ର ପିନ୍ଧାଯାଏ, ଠିକ୍‌ ସେମିତି ହାତରେ ବି ଗ୍ଲୋଭ୍ସ ପିନ୍ଧାଯାଇଥାଏ। କିନ୍ତୁ ଏଠାରେ ଯେଉଁ ଗୋଭ୍ସ କଥା...

ସମାଜଧର୍ମୀ କାର୍ଯ୍ୟ ଦେଉଛି ଆତ୍ମସନ୍ତୋଷ

ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ୍‌ର ୨୦ ଜଣ ଯୁବକ ସ୍ଥାନୀୟ ଅଞ୍ଚଳର ସାମାଜିକ ବିକାଶ ସହ ଉନ୍ନତି ଲକ୍ଷ୍ୟରେ ୨୦୧୭ ମସିହାରେ ଗଠନ କରିଥିଲେ ‘ପଠାଣି...

ଏତେ ତାରିଖ ଥାଇ ଜାନୁୟାରୀ ୧ରେ କାହିଁକି ପାଳନ କରାଯାଏ ନୂଆବର୍ଷ, ଜାଣନ୍ତୁ…

ଇଂରାଜୀ ନୂଆବର୍ଷ ପାଇଁ ପ୍ରସ୍ତୁତି ଜୋର୍‌ସୋରରେ ଚାଲିଛି କିନ୍ତୁ କରୋନା ମହାମାରୀ ଲୋକଙ୍କ ଉତ୍ସବରେ ଏକପ୍ରକାର ବାଧା ସୃଷ୍ଟି କରିଛି। ତଥାପି ଲୋକମାନେ ନୂତନ ବର୍ଷକୁ...

ଖୋଲିଲା ଦେଶର ପ୍ରଥମ ଡାଏନୋସର ପାର୍କ

ଗୁଜରାଟର ଖେଡ଼ା ଜିଲାରେ ପ୍ରଥମଥର ପାଇଁ ଖୋଲାଯାଇଛି ଦେଶର ପ୍ରଥମ ତଥା ବିଶ୍ୱର ତୃତୀୟ ଡାଏନୋସର ପାର୍କ। ରୟାଲି ଗାଁରେ ଥିବା ଏହି ପାର୍କଟି ୧୨୮...

Advertisement
Archives

Model This Week