Posted inଜାତୀୟ

୩୪ ବର୍ଷ ପରେ ବଦଳିଲା ଭାରତର ଶିକ୍ଷାନୀତି: ସ୍କୁଲ, କଲେଜ ବ୍ୟବସ୍ଥାରେ ହେଲା ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୨୯।୭: ଭାରତରେ ପ୍ରଥମ ଥର ପାଇଁ ୩୪ ବର୍ଷ ପରେ  ଶିକ୍ଷାନୀତିରେ ପରିବର୍ତ୍ତନ ଅଣାଯାଇଛି। ମୋଦି ସରକାର ଏହି ନୂଆ ଶିକ୍ଷାନୀତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ନୂଆ ଶିକ୍ଷା ନୀତି ୨୦୨୦କୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏଥିସହ ସ୍କୁଲ ଓ କଲେଜ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି। ଆଧୁନିକ ସମୟ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଶିକ୍ଷାନୀତି ପ୍ରସ୍ତୁତ କରାଯାଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଓ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ନୂଆ ଶିକ୍ଷାନୀତିରେ ୨୦୩୫ ସୁଦ୍ଧା ମୋଟ ନାମଲେଖା ଅନୁପାତକୁ ୫୦ ପ୍ରତିଶତକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଶିକ୍ଷାରେ ଦକ୍ଷତା ବିକାଶ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ନୂଆ ଶିକ୍ଷାନୀତିର କେତେକ ମୁଖ୍ୟ ବିଷୟ:
୧. ଜାତୀୟ ଶିକ୍ଷାନୀତିରେ ବିଷୟଗୁଡ଼ିକର ନମନୀୟତା ଦୃଷ୍ଟିରୁ ସାମଗ୍ରିକ ଓ ବହୁମୁଖୀ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି।
୨. ଏମ୍‌ଫିଲ୍‌ ପାଠ୍ୟକ୍ରମ ନୂଆ ଶିକ୍ଷାନୀତି ଅନୁସାରେ ଚାଲୁ ରହିବ। ଅଣ୍ଡରଗ୍ରାଜୁଏଟ୍‌, ପୋଷ୍ଟ ଗ୍ରାଜୁଏଟ ଏବଂ ପିଏଚ୍‌ଡି ଇଣ୍ଟରଡିସିପ୍ଲିନାରି ସ୍ତରରେ ରହିବ।
୩. ଆଇନ ଓ ଡାକ୍ତରୀ ବ୍ୟତୀତ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଏକମାତ୍ର ରେଗୁଲେଟର (ନିୟନ୍ତ୍ରକ) ଦ୍ୱାରା ପରିଚାଳିତ ହେବେ।
୪. କେନ୍ଦ୍ର ସରକାରଙ୍କ ନୂଆ ଶିକ୍ଷାନୀତିରେ ଘରୋଇ ଓ ସରକାରୀ ଉଚ୍ଚ ଶିକ୍ଷା ଅନୁଷ୍ଠାନ କ୍ଷେତ୍ରରେ ସାଧାରଣ ନିୟମ ଲାଗୁ ରହିବ।
୫. ଅନ୍ୟ ବୈଶିଷ୍ଟ୍ୟ ମଧ୍ୟରେ ରହିଛି ଶିକ୍ଷାନୁଷ୍ଠାନଗୁଡ଼ିକୁ ଶୈକ୍ଷିକ, ପ୍ରଶାସନିକ ଓ ଆର୍ଥିକ ସ୍ବାୟତ୍ତତା ପ୍ରଦାନ, ସମସ୍ତ ଉଚ୍ଚଶିକ୍ଷା ପାଇଁ ଜଣେ ରେଗୁଲେଟର, ଇନ୍ସପେକ୍ସନ ଲାଗି ଏକ ଆତ୍ମପ୍ରକଟୀକରଣ ଭିତ୍ତିକ ସ୍ବଚ୍ଛ ବ୍ୟବସ୍ଥା ଅଧୀନରେ କାର୍ଯ୍ୟ କରିବା।
୬. ଇ-କୋର୍ସଗୁଡ଼ିକୁ ଆଞ୍ଚଳିକ ଭାଷାରେ ବିକଶିତ କରାଯିବ। ଭର୍ଚୁଆଲ ଲ୍ୟାବ୍‌ ବିକଶିତ କରାଯିବା ସହ ଏକ ନ୍ୟାଶନାଲ ଏଜୁକେଶନାଲ ଟେକ୍ନୋଲୋଜି ଫୋରମ୍‌ (ଏନ୍‌ଇଟିଏଫ୍‌) ପ୍ରତିଷ୍ଠା କରାଯିବ।
୭. ଆମ ଦେଶରେ ୪୫,୦୦୦ରୁ ଊର୍ଦ୍ଧ୍ୱ ସହଅନୁବନ୍ଧିତ ମହାବିଦ୍ୟାଳୟ ରହିଛି। ଏହି କଲେଜଗୁଡ଼ିକୁ ସେମାନଙ୍କ ଆକ୍ରେଡିଶନ ସ୍ଥିତି ଅନୁସାରେ ସ୍ବାୟତ୍ତତା, ପ୍ରଶାସନିକ ଓ ଆର୍ଥିକ ନିଷ୍ପତ୍ତିଗତ କ୍ଷମତା ପ୍ରଦାନ କରାଯିବ।
୮. ବୋର୍ଡ ପରୀକ୍ଷା ବୋଝ କମିଯିବ ଏବଂ ଘୋଷା ଶିକ୍ଷା ବଦଳରେ ପ୍ରକୃତ ଜ୍ଞାନର ପରୀକ୍ଷା ହେବ।
୯. ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷାରେ ଶିକ୍ଷାଦାନ କରାଯିବ।
୧୦. ରିପୋର୍ଟ କାର୍ଡ ମାର୍କ ଓ ଷ୍ଟେଟମେଣ୍ଟ ବଦଳରେ ଦକ୍ଷତା ଓ ସାମର୍ଥ୍ୟର ଏକ ବିସ୍ତୃତ ରିପୋର୍ଟ ହେବ।
୧୧. ମୌଳିକ ସାକ୍ଷରତା ଓ ମୌଳିକ ସଂଖ୍ୟା ଉପରେ ଜାତୀୟ ମିଶନ ଗୁରୁତ୍ୱ ଦେବ।
୧୨. ଶିକ୍ଷଣୀୟ ଢାଞ୍ଚାର ପାଠ୍ୟକ୍ରମରେ କେତେକ ବଡ଼ ପରିବର୍ତ୍ତନର ଘୋଷଣା କରାଯାଇଛି। ଷ୍ଟ୍ରିମ୍‌ଗୁଡ଼ିକ ମଧ୍ୟରେ ପୃଥକୀକରଣ ଜଟିଳ ହେବ ନାହିଁ। ଧନ୍ଦାମୂଳକ, ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ଓ ଅତିରିକ୍ତ ପାଠ୍ୟକ୍ରମକୁ ମଧ୍ୟ ହଟାଇ ଦିଆଯିବ।
୧୩. ଛାତ୍ରୀଛାତ୍ରଙ୍କ ଯୋଗ୍ୟତା ମାପିବା ପାଇଁ ନ୍ୟାଶନାଲ ଆସେସ୍‌ମେଣ୍ଟ ସେଣ୍ଟର ‘ପ୍ରକାଶ’ ପ୍ରତଷ୍ଠା କରାଯିବ।
୧୪. ପ୍ରଚଳିତ ଏନ୍‌ଇପି ୧୯୮୬ରେ ପ୍ରଣୟନ ହୋଇଥିଲା। ୧୯୯୨ରେ ଏହାକୁ ରିଭାଇଜ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?