ଯୁବତୀଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ୩୪ ଲକ୍ଷ ଠକେଇ, ଯୁବ ଇଞ୍ଜିନିୟର ଗିରଫ

ଭୁବନେଶ୍ୱର,୧୦ା୯(ସୂର୍ଯ୍ୟକାନ୍ତ ବେହେରା)ଜଣେ ଯୁବତୀଙ୍କ ନାଁରେ ନକଲି ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ବିଭିନ୍ନ ଆଳରେ ଯୁବକଙ୍କୁ ୩୪ ଲକ୍ଷ ଠକି ନେଇଛନ୍ତି ଜଣେ ଯୁବ ଇଞ୍ଜିନିୟର। ଏନେଇ ଅଭିଯୋଗ ହେବାପରେ ସାଇବର ଥାନା ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଗଞ୍ଜାମର ଶ୍ରୀଧର ମହାରଣା। ତାଙ୍କଠାରୁ ମୋବାଇଲ୍‌ ଫୋନ୍‌, ଲାପ୍‌ଟପ୍‌, ଡେବିଟ୍‌ କାର୍ଡ, ଆଇଡି କାର୍ଡ, ବ୍ୟାଙ୍କ ଖାତା ଆଦି ଜବତ କରାଯାଇଛି। ପଚରାଉଚରା ପରେ ଅଭିଯୁକ୍ତ ଶ୍ରୀଧରଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଙ୍କିତ ଗୁପ୍ତାଙ୍କ ଅଭିଯୋଗ ଆଧାରରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୋଳିସ ସୂଚନାନୁସାରେ, ଅଭିଯୁକ୍ତ ଶ୍ରୀଧର ଜଣେ ଯୁବତୀଙ୍କ ନାମରେ ଏକ ନକଲି ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲିବା ସହ ପ୍ରୋଫାଇଲ ତିଆରି କରିଥିଲେ। ସେଥିରେ ଜଣେ ସୁନ୍ଦରୀ ଯୁବତୀଙ୍କ ଫଟୋ ଦେବା ସହ ତାଙ୍କ ବାୟୋରେ ନିଜକୁ ଗୋଟିଏ ଘରୋଇ ମେଡିକାଲ କଲେଜର ତୃତୀୟ ବର୍ଷର ଏମ୍‌ବିବିଏସ୍‌ ଛାତ୍ରୀ ବୋଲି ଉଲ୍ଲେଖ କରିଥିଲେ। ଏଥିସହ ବିଭିନ୍ନ ଯୁବକଙ୍କ ପାଖକୁ ଫ୍ରେଣ୍ଡ୍‌ ରିକ୍ୟୁଏଷ୍ଟ୍‌ ପଠାଇ ଫସାଉଥିଲେ। ତେବେ ଠକେଇର ଶିକାର ହୋଇଥିବା ଅଙ୍କିତ ଗୁପ୍ତା ଉକ୍ତ ଫ୍ରେଣ୍ଡ୍‌ ରେକ୍ୟୁଏଷ୍ଟକୁ ଗ୍ରହଣ କରିବା ପରେ ଅଭିଯୁକ୍ତ ଶ୍ରୀଧର ଯୁବତୀଙ୍କ ନାମରେ ମେସେଞ୍ଜରରେ ଚାଟିଂ କରି ଫୋନ୍‌ ନମ୍ବର ବିନିମୟ କରିଥିଲେ। ପରେ ସେମାନେ ହ୍ବାଟ୍ସଆପ୍‌ ଓ ବିଭିନ୍ନ ମୋବାଇଲ ନମ୍ବରରେ ପରସ୍ପର ସହ ଚାଟିଂ ଆରମ୍ଭ କରିଥିଲେ। ଯୁବତୀଙ୍କ ନାମରେ ସମ୍ପର୍କ ବଢ଼ାଇବା ପରେ ଅଭିଯୁକ୍ତ ଶ୍ରୀଧର ନାନା ବାହାନା କରି ଅଙ୍କିତଙ୍କଠାରୁ ୩୪ ଲକ୍ଷ ୩୭ ହଜାର ୫୦୦ ଟଙ୍କା ଠକି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ପର୍ଯ୍ୟାୟ: ଲୋକ ସଭା ପାଇଁ ୭୫.୧୭%, ବିଧାନସଭା ପାଇଁ ୭୪.୬୫% ମତଦାନ

ଭୁବନେଶ୍ୱର,୧୪ା୫(ଅନିଲ ଦାସ)-ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ମତଦାନ କେନ୍ଦ୍ରରୁ ଇଭିଏମ୍‌ଗୁଡ଼ିକୁ ଅଣାଯାଇ କଡ଼ା ସୁରକ୍ଷା ବଳୟରେ ଷ୍ଟ୍ରଙ୍ଗ୍‌ରୁମ୍‌ରେ ରଖାଯାଇଛି। ସୋମବାର ଅନୁଷ୍ଠିତ ପ୍ରଥମ...

ଜମିବ ନିର୍ବାଚନୀ ପ୍ରଚାର, ଆସନ୍ତକାଲି ଓଡ଼ିଶା ଆସୁଛନ୍ତି ଶାହା-ନଡ୍ଡା-ରାହୁଲ

ଭୁବନେଶ୍ୱର,୧୪।୫: ଓଡ଼ିଶା ଆସୁଛନ୍ତି କେନ୍ଦ୍ରର ହେଭିଓ୍ବେଟ ନେତା। କରିବେ ମାରାଥନ ପ୍ରଚାର ଓ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ। ଓଡ଼ିଶା ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ...

ମୁଖ୍ୟମନ୍ତ୍ରୀଙ୍କ ଆସନରେ ପ୍ରଚାର କଲେ ସବ୍ୟ-ଅର୍ଚ୍ଚିତା

ହିଞ୍ଜିଳିକାଟୁ,୧୪।୫(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ବିଧାନସଭା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଓଡ଼ିଆ ସିନେ ତାରକା ସବ୍ୟସାଚୀ ଓ ଅର୍ଚ୍ଚିତା ମଙ୍ଗଳବାର ବିଜେଡ଼ି ପାଇଁ...

ଓଡ଼ିଶା ହାଇକୋର୍ଟର ୧୪୭ ଏଏସ୍‌ଓ ପଦବୀ ନିମନ୍ତେ ବିଜ୍ଞପ୍ତି, ମେ ୨୦ରୁ ଆବେଦନ

କଟକ,୧୪ା୫ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ ୧୪୭ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପଦବୀ ନିମନ୍ତେ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ତନ୍ମଧ୍ୟରୁ ୪୯ଟି ପଦବୀ...

ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ସୁଯୋଗ, ୮୧ ହଜାର ଯାଏଁ ଅଛି ଦରମା

ଭୁବନେଶ୍ୱର,୧୪।୫: ଓଡ଼ିଶା ହାଇକୋର୍ଟରେ ୩୫ଟି ଜୁନିୟର ଷ୍ଟେନୋଗ୍ରାଫର ପଦ ପୂରଣ ପାଇଁ ମଙ୍ଗଳବାର ପ୍ରକାଶ ପାଇଛି ବିଜ୍ଞପ୍ତି। ଆବେଦନକାରୀମାନେ ମେ’ ୨୦ ତାରିଖ ସକାଳ ୧୦ଟାରୁ...

ଆସୁଛି ବଡ଼ ଲଘୁଚାପ! ଆଲର୍ଟ କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧୪।୫: ଆସୁଛି ବଡ଼ ବର୍ଷା। ଆଗାମୀ ଦୁଇ ଦିନ ଘଡ଼ଘଡ଼ି ସହ ବର୍ଷା ପବନ ହେବା ସମ୍ଭାବନା ରହିଛି। ଏନେଇ କିଛି ଜିଲାକୁ ଆଞ୍ଚଳିକ ପାଣିପାଗ...

ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୧୪।୫: ମଇଦାନରେ ଶକ୍ତି ପ୍ରଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୬ତାରିଖରେ ରାଜଧାନୀ ଦେଖିବ ବିଜେଡି ସୁପ୍ରିମୋଙ୍କ ଶକ୍ତି ପ୍ରଦର୍ଶନ। କାରଣ ଗୁରୁବାର ଭୁବନେଶ୍ୱରରେ ମେଗା...

ଆସିଲା ଏଡିଆର ରିପୋର୍ଟ: ୩୪ ପ୍ରାର୍ଥୀ ମାଟ୍ରିକ ଫେଲ୍‌

ଭୁବନେଶ୍ୱର,୧୪।୫: ୨ୟ ପର୍ଯ୍ୟାୟ ନିର୍ବାଚନ ମେ’୨୦ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଏଡିଆର ରିପୋର୍ଟ ସାମ୍ନାକୁ ଆସିଛି। ୨ୟ ପର୍ଯ୍ୟାୟ ନିର୍ବାଚନରେ ୮୭ ପ୍ରାର୍ଥୀଙ୍କ ନାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri