୩,୨୬୬ କୋଟି ଟଙ୍କାର ୧୧ଟି ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ବର, ୧୧ା୭(ସୁନିତ୍‌ ମିଶ୍ର):ଓଡ଼ିଶା ରାଜ୍ୟ ସରକାରଙ୍କ ୧୧୯ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ) ବୈଠକ ସୋମବାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ପ୍ରାୟ ୩୨୬୬ କୋଟି ଟଙ୍କାର ୧୧ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଫଳରେ ୯,୧୪୬ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ୨୦୨୩ ଆର୍ଥିକ ବର୍ଷରେ ଚାଲିଥିବା ପୁଞ୍ଜିନିବେଶକୁ ଆକୃଷ୍ଟ କରିବାରେ ରାଜ୍ୟଗୁଡିକ ମଧ୍ୟରେ ଓଡ଼ିଶାର ୨ୟ ସ୍ଥାନକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ଉଦ୍ଦେଶ୍ୟକୁ ଏହା ଦର୍ଶାଉଛି। ଧାତବ ଡାଉନଷ୍ଟ୍ରିମ ଏବଂ ଆନୁଷଙ୍ଗିକ କ୍ଷେତ୍ର, ରାସାୟନିକ ପଦାର୍ଥ, ଖାଦ୍ୟ ପ୍ରକ୍ରିୟାକରଣ, କୃଷି ପ୍ରକ୍ରିୟାକରଣ, ପ୍ଲାଷ୍ଟିକ, ବୟନ, ଆଇଟି ଏବଂ ଇଏସ୍‌ଡିଏମ ଏବଂ ଅକ୍ଷୟ ଶକ୍ତି ଭଳି ବିଭିନ୍ନ କ୍ଷେତ୍ରରେ ଥିବା ପ୍ରକଳ୍ପଗୁଡ଼ିକୁ ୧୧୯ତମ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିରେ ଅନୁମୋଦନ ମିଳିଛି।
ଅନୁମୋଦିତ ପ୍ରକଳ୍ପଗୁଡ଼ିକ ବାଲେଶ୍ୱର, ବଲାଙ୍ଗୀର, କଳାହାଣ୍ଡି, ଖୋର୍ଦ୍ଧା ଓ ଯାଜପୁର ଜିଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରାଯିବ। ରାଜ୍ୟରେ ପ୍ରାକୃତିକ ସମ୍ପଦର ସୁବିଧାଜନକ ଉପଲବ୍ଧି ନେଇ ଖଣି ଓ ଧାତୁ ବିଜ୍ଞାନ କ୍ଷେତ୍ରରେ ଓଡ଼ିଶା କ୍ରମାଗତଭାବେ ଅଗ୍ରଣୀ ରହିଛି। ତେବେ ଗତ କିଛିବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସ ଯୋଗୁ ଓଡ଼ିଶା ଏହାର ଶିଳ୍ପ ଇକୋସିଷ୍ଟମକୁ ବ୍ୟାପକ କରିବାରେ ସକ୍ଷମ ହୋଇଛି। ‘ନେସ୍‌ଲେ ଇଣ୍ଡିଆ ଲିମିଟେଡ୍‌’ ଭଳି ଅନ୍ୟତମ ଅଗ୍ରଣୀ ବହୁରାଷ୍ଟ୍ରୀୟ କମ୍ପାନୀକୁ ଆମ ରାଜ୍ୟ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଆକର୍ଷିତ କରିଛି। ୮୯୦ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ନେସ୍‌ଲେ ଏକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନ କରିବ, ଯାହା ୮୦୦ରୁ ଅଧିକ ଲୋକଙ୍କୁ ରୋଜଗାର ପ୍ରଦାନ କରିବ। ବୟନଶିଳ୍ପ ଏବଂ ପୋଷାକ ପ୍ରସ୍ତୁତି କ୍ଷେତ୍ରରେ ଭାରତର ୨ୟ ବୃହତ୍ତମ ବେବି-ୱିୟର ନିର୍ମାତା ‘ମେସର୍ସ କଲରଟୋନ୍‌ ଗାର୍ମେଣ୍ଟସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’(ଫାଷ୍ଟ ଷ୍ଟେପ୍‌ ବେବି-ୱିୟରର ସହାୟକ ସଂସ୍ଥା) ୨୦୦ କୋଟି ଟଙ୍କାରୁ ଅଧିକ ବିନିଯୋଗରେ ୧.୨ ମେଗାୱାଟ୍‌ ରୁଫ୍‌ ଟପ୍‌ କ୍ୟାପ୍ଟିଭ୍‌ ସୋଲାର ପାୱାର ପ୍ଲାଣ୍ଟ ସହିତ ଏକ ସମନ୍ବିତ ପୋଷାକ ଉତ୍ପାଦନ କାରଖାନା ସ୍ଥାପନ କରୁଛି, ଯାହା ୪୮୨୦ରୁ ଅଧିକ ଲୋକଙ୍କୁ ରୋଜଗାର ପ୍ରଦାନ କରିବ। ସେହିପରି ରସାୟନ କ୍ଷେତ୍ରର ପ୍ରମୁଖ ନାମ ‘ହିମାଦ୍ରି ସ୍ପେଶାଲିଟି କେମିକାଲ ଲିମିଟେଡ୍‌’ ମଧ୍ୟ ୯୮୦ କୋଟି ଟଙ୍କା ବିନିଯୋଗରେ ଓଡ଼ିଶାରେ ନିଜର ପ୍ରଥମ ରାସାୟନିକ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରିବାକୁ ଅନୁମୋଦନ ଲାଭକରିଛି। ପ୍ଲାଷ୍ଟିକ କ୍ଷେତ୍ରରେ କମ୍ପାନୀଗୁଡିକ ପାଇଁ ଓଡ଼ିଶା ଏକ ପ୍ରମୁଖ ପୁଞ୍ଜିନିବେଶ ସ୍ଥଳରେ ପରିଣତ ହେଉଛି ଏବଂ ୧୧୯ତମ ଏସଏଲଏସଡବ୍ଲ୍ୟୁସିଏ ବୈଠକରେ ଏହି କ୍ଷେତ୍ରରେ ୩ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ‘ଆଇଡିଭିବି ରିସାଇକ୍ଲିଂ ଅପରେସନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌’ ୩୧୮ କୋଟି ଟଙ୍କା ବିନିଯୋଗରେ ୬୩ ହଜାର ମେଟ୍ରିକ୍‌ ଟନ୍‌ କ୍ଷମତା ବିଶିଷ୍ଟ ରିସାଇକ୍ଲି୍‌ଂ ହୋଇଥିବା ପେଟ୍‌ ଫ୍ଲେକ୍ସ ଏବଂ ରେଜିନ୍‌ ଉତ୍ପାଦର ପୁନଃବ୍ୟବହାର ହେଉଥିବା ଏକ ନୂତନ ୟୁନିଟ୍‌ ସ୍ଥାପନ କରୁଛି, ଯାହା ୨୪୦ରୁ ଅଧିକ ଲୋକଙ୍କୁ ରୋଜଗାର ପ୍ରଦାନ କରିବ। ‘ପୂର୍ବ ପ୍ୟାକେଜିଂ ପ୍ରାଇଭେଟ୍‌ ଲିମିଟେଡ୍‌’ ପ୍ଲାଷ୍ଟିକ୍‌ କ୍ୟାପ୍‌ , ପେଟ୍‌ ପ୍ରିଫର୍ମ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଉତ୍ପାଦ ପାଇଁ ଏକ ନୂତନ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରୁଛି, ଯାହାର ବାର୍ଷିକ କ୍ଷମତା ୧,୦୧୭.୭୦ ନିୟୁତ ଏବଂ ଏହା ୧୫୨ କୋଟି ଟଙ୍କା ବିନିଯୋଗରେ ୧୩୩ରୁ ଅଧିକ ଲୋକଙ୍କୁ ରୋଜଗାର ପ୍ରଦାନ କରୁଛି। ଆର୍ଡିବି ରାସାୟନ୍‌ସ ଲିଃ. ୫୯ କୋଟି ଟଙ୍କା ବିନିଯୋଗରେ ୬ ହଜାର ମେଟ୍ରିକ୍‌ ଟନ୍‌ ବାର୍ଷିକ କ୍ଷମତା ବିଶିଷ୍ଟ ଫ୍ଲେକ୍ସିବଲ୍‌ ଇଣ୍ଟରମିଡିଏଟ୍‌ ବଲ୍କ କଣ୍ଟେନର୍‌ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଉତ୍ପାଦ ପାଇଁ ଏକ ନୂତନ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରିବାକୁ ଯାଉଛି, ଯାହାଦ୍ୱାରା ୩୯୦ କର୍ମ ନିଯୁକ୍ତି ମିଳିବ। ମେଟାଲ ଡାଉନଷ୍ଟ୍ରିମ୍‌ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ୨ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ବିକେ ଉତ୍କଳ ଷ୍ଟିଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ଆଇଏଫ୍‌ ଜିଏଲ୍‌ ରିଫ୍ରାକ୍ଟୋରିଜ୍‌ ଲିମିଟେଡ୍‌ର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏଥିରେ ୨୬୦ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶରେ ଓଡ଼ିଶାର ୩୫୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଦେଶର ଅନ୍ୟତମ ଅଗ୍ରଣୀ ରିଫ୍ରାକ୍ଟରୀ ନିର୍ମାତା ଆଇଏଫଜିଏଲ୍‌ ରିଫ୍ରାକ୍ଟୋରିଜ୍‌ ଲିମିଟେଡ୍‌ ରାଜ୍ୟରେ ଏହାର ୨ୟ ୟୁନିଟ୍‌ ସ୍ଥାପନ କରୁଥିବା ବେଳେ ଅଗ୍ରଣୀ ଧାତବ କ୍ଷେତ୍ରର କମ୍ପାନୀ ବିକେ ଉତ୍କଳ ଷ୍ଟିଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ରାଜ୍ୟରେ ଏହାର ୩ୟ ୟୁନିଟ୍‌ ସ୍ଥାପନ କରୁଛି। ଆଇଟି ଏବଂ ଇଏସଡିଏମ କ୍ଷେତ୍ରରେ କମିଟି ‘ନିସୁମ କନସଲଟିଂ ପ୍ରାଇଭେଟ ଲିମିଟେଡ’ ଦ୍ୱାରା ଅଥରିଟି ୨୦୦ କୋଟି ଟଙ୍କା ନିବେଶରେ ଗୋଟିଏ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଗୋଟିଏ ସଫ୍ଟୱେର ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା ପାଇଁ କମ୍ପାନୀ ପ୍ରସ୍ତାବ ଦେଇଛି, ଯାହା ଓଡିଶାରେ ୬୪୦ରୁ ଅଧିକ ଲୋକଙ୍କୁ ରୋଜଗାର ସୁଯୋଗ ପ୍ରଦାନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?