ଓଡ଼ିଶାର ଏମ୍‌ପି, ବିଧାୟକଙ୍କ ନାମରେ ୩୨୩ ମାମଲା ବିଚାରାଧୀନ

ନୂଆଦିଲ୍ଲୀ,୧୫ା୯:ଏମ୍‌ପି ଏବଂ ବିଧାୟକମାନଙ୍କ ବିରୋଧରେ ମାମଲା ୫ ବର୍ଷରୁ ଊର୍ଦ୍ଧ୍ୱ ବିଚାରାଧୀନ ରହିବାରେ ଦେଶର ଶୀର୍ଷ ୩ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ଏହି ରାଜ୍ୟରେ ଆଇନ ପ୍ରଣେତାମାନଙ୍କ ବିରୋଧରେ ୩୨୩ ମାମଲା ୫ ବର୍ଷରୁ ଅଧିକ ସମୟ ହେଲା ବିଚାର ଅପେକ୍ଷାରେ ପଡ଼ିରହିଛି। ଉତ୍ତରପ୍ରଦେଶରେ ଏଭଳି ମାମଲା ସଂଖ୍ୟା ୭୧୯ ହୋଇଥିବାବେଳେ ବିହାରରେ ୩୮୧ ରହିଛି। ସୁପ୍ରିମକୋର୍ଟରେ ବରିଷ୍ଠ ଆଇନଜୀବୀ ତଥା ଆମିକସ୍‌ କ୍ୟୁରି ବିଜୟ ହଂସାରିଆ ଦାଖଲ କରିଥିବା ୧୯ତମ ରିପୋର୍ଟରୁ ଏହା ଜଣାପଡ଼ିଛି। ହାଇକୋର୍ଟଗୁଡ଼ିକରୁ ବିଚାରାଧୀନ ମାମଲା ସମ୍ପର୍କିତ ତଥ୍ୟ ସଂଗ୍ରହ କରି ହଂସାରିଆ ଉକ୍ତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି।
ଉକ୍ତ ରିପୋର୍ଟ ଅନୁଯାୟୀ ଗତବର୍ଷ ନଭେମ୍ବର ପର୍ଯ୍ୟନ୍ତ ଓଡ଼ିଶାରେ ଏମ୍‌ପି ଏବଂ ବିଧାୟକମାନଙ୍କ ବିରୋଧରେ ୪୫୪ ମାମଲା ରୁଜୁ ହୋଇଛି। ପଞ୍ଜୀକୃତ ମାମଲା ଦୃଷ୍ଟିରୁ ବିଚାର କଲେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି। ଉତ୍ତରପ୍ରଦେଶରେ ଏମ୍‌ପି ଓ ବିଧାୟକମାନଙ୍କ ବିରୋଧରେ ଏହି ସମୟ ମଧ୍ୟରେ ୧,୩୭୭ ମାମଲା ରୁଜୁ ହୋଇଥିବାବେଳେ ବିହାରରେ ୫୪୬ ଏବଂ ମହାରାଷ୍ଟ୍ରରେ ୪୮୨ ମାମଲା ରୁଜୁ ହୋଇଛି। ଓଡ଼ିଶାରେ ପ୍ରତି ବିଚାରପତି ପିଛା ଶୂନରୁ ୩୦ ମାମଲାର ବୋଝ ରହୁଛି। ଗତବର୍ଷ ନଭେମ୍ବର ସୁଦ୍ଧା ଦେଶର ଆଇନ ପ୍ରଣେତାମାନଙ୍କ ବିରୋଧରେ ମୋଟ ୫,୧୭୫ ମାମଲା ପଞ୍ଜୀକୃତ ହୋଇଥିବାବେଳେ ସେଥିମଧ୍ୟରୁ ୪୦ ପ୍ରତିଶତ (୨,୧୧୬ ମାମଲା) ୫ ବର୍ଷରୁ ଅଧିକ ସମୟ ହେଲା ବିଚାରାଧୀନ ରହିଛି। ନୈତିକ ଅଧମତାରେ ସମ୍ପୃକ୍ତ ଏମ୍‌ପି ଏବଂ ବିଧାୟକ ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କୁ ୬ ବର୍ଷ ପରିବର୍ତ୍ତେ ଆଜୀବନ ନିର୍ବାଚନ ଲଢ଼ିବାରୁ ଅଯୋଗ୍ୟ ଘୋଷଣା କରାଯିବା ଉଚିତ ବୋଲି ଆମିକସ୍‌ କ୍ୟୁରି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ନୀତିଭ୍ରଷ୍ଟ ସଦସ୍ୟ ବୈଧାନିକ ପଦବୀ ପାଇଁ ସ୍ଥାୟୀ ଭାବେ ଅଯୋଗ୍ୟ ଘୋଷିତ ହେବେ ବୋଲି ବିଭିନ୍ନ ବୈଧାନିକ ସଂସ୍ଥାରେ ବ୍ୟବସ୍ଥା ରହିଥିବା ସେ ଦର୍ଶାଇଛନ୍ତି। ସାଂସଦ ଏବଂ ବିଧାୟକମାନେ ଜନସାଧାରଣଙ୍କ ସାର୍ବଭୌମ ଇଚ୍ଛାର ପ୍ରତିନିଧିତ୍ୱ କରିଥାନ୍ତି। ସେ ନୈତିକ ନୀତି ଭ୍ରଷ୍ଟତାରେ ସମ୍ପୃକ୍ତ ଅପରାଧ କରିଥିବା ପ୍ରମାଣିତ ହେଲେ ସବୁଦିନ ପଇଁ ଏହି ପଦବୀରୁ ଅଯୋଗ୍ୟ ଘୋଷିତ ହେବା ଆବଶ୍ୟକ। ଅଯୋଗ୍ୟ ଘୋଷଣା ସମୟସୀମାକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସୀମିତ ରଖିବା ସମ୍ବିଧାନର ଅନୁଚ୍ଛେଦ ୧୪ରେ ଥିବା ସମାନତା ଧାରାର ଖୋଲା ଉଲ୍ଲଂଘନ ବୋଲି ହଂସାରିଆ ତଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ନିର୍ଦ୍ଦିଷ୍ଟ ଦୋଷୀସାବ୍ୟସ୍ତ ସମୟସୀମା ଶେଷ ହେବା ପରେ ଉକ୍ତ ବ୍ୟକ୍ତି ପୁଣିଥରେ ସର୍ବୋଚ୍ଚ ବ୍ୟବସ୍ଥାପିକାରେ ସ୍ଥାନ ପାଇବା ସ୍ପଷ୍ଟ ଭାବେ ମନମାନି ବୋଲି ସେ କହିଛନ୍ତି। ଦୋଷୀସାବ୍ୟସ୍ତ ଏମ୍‌ପି ଏବଂ ବିଧାୟକମାନେ ୬ ବର୍ଷ ଯାଏ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୮ରେ ରହିଥିବା ବ୍ୟବସ୍ଥାର ସାମ୍ବିଧାନିକ ବୈଧତାକୁ ଭାଜପା ନେତା ଅଶ୍ୱିନୀ ଉପାଧ୍ୟାୟ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହା ଉପରେ ରିପୋର୍ଟ ଦେବା ଲାଗି ହଂସାରିଆଙ୍କୁ ଆମିକସ୍‌ କ୍ୟୁରି ନିଯୁକ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri