ଭୁବନେଶ୍ୱର, ୨୮।୧୦(ବ୍ୟୁରୋ): ଓଡ଼ିଶା ପରିବେଶ ସମିତିର ୩୯ତମ ପ୍ରତିଷ୍ଠା ଦିବସ ଏବଂ ପୁରସ୍କାର ପ୍ରଦାନ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ସମିତିର ସଭାପତି ସୁନ୍ଦର ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍ଫରେନ୍ସ ଜରିଆରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପରିବେଶ ସୁରକ୍ଷା ନିମନ୍ତେ ଜନସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଭାରତ ସରକାରଙ୍କ ପୂର୍ବତନ ଏଡିଜି (ବ୍ୟାଘ୍ର ପ୍ରକଳ୍ପ) ତଥା ଏନ୍ଟିସିଏର ସଦସ୍ୟ ସଚିବ ଡ. ଅନୁପ କୁମାର ନାୟକ ଯୋଗଦେଇଥିଲେ। ସେ ‘ଭାରତରେ ବ୍ୟାଘ୍ର ସଂରକ୍ଷଣର ଦୃଶ୍ୟପଟ୍ଟ’ ଉପରେ ଆଲୋକପାତ କରିଥିଲେ। ଫ୍ଲାଗ୍ଶିପ୍ ଜାତି ବା ମୁଖ୍ୟ ପ୍ରାଣୀ ଭାବେ ବାଘ ଜଙ୍ଗଲ ପରିସଂସ୍ଥାର ସନ୍ତୁଳନ ବଜାୟ ରଖିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ବିଶ୍ୱ ବ୍ୟାଘ୍ର ସଂଖ୍ୟାର ୭୦% ଭାରତରେ ରହିଛି। ଏମାନଙ୍କ ବାସସ୍ଥଳୀଗୁଡ଼ିକୁ ସଂଯୋଗ କରି ସେମାନଙ୍କ ଯାତାୟାତକୁ ସୁଗମ କରିବା ପାଇଁ ଦେଶର ୩୨ଟି ପ୍ରମୁଖ ବ୍ୟାଘ୍ର କରିଡରକୁ ସମୃଦ୍ଧ କରାଯିବା ଆବଶ୍ୟକ ବୋଲି ଅନୁପ ନାୟକ କହିଛନ୍ତି।
ଏହି ଅବସରରେ ପରିବେଶ, ବିଜ୍ଞାନ ଏବଂ ବନ୍ୟଜୀବ କ୍ଷେତ୍ରକୁ ଅବଦାନ ନିମନ୍ତେ ତିନିଜଣ ବ୍ୟକ୍ତିଙ୍କୁ ବିଭିନ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପୂର୍ବତନ ଅତିରିକ୍ତ ପିସିସିଏଫ୍ ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସରୋଜ କୁମାର ପଟ୍ଟନାୟକଙ୍କୁ ‘ଜୀବନବ୍ୟାପୀ କୃତି ପୁରସ୍କାର’, କିଟ୍ ସ୍କୁଲ୍ ଅଫ୍ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂର ପୂର୍ବତନ ନିର୍ଦ୍ଦେଶକ ଇଂ ମାୟାଧର ସ୍ବାଇଁଙ୍କୁ ପରିବେଶ ଏବଂ ବିଜ୍ଞାନ ଜନପ୍ରିୟକରଣ ପାଇଁ ‘ଡକ୍ଟର ବି.ସି. ପଣ୍ଡା ପୁରସ୍କାର’ ପ୍ରଦାନ କରାଯାଇଥିଲା। ୪ଜଣଙ୍କୁ ଓଇଏସ୍ର ଫେଲୋ ସମ୍ମାନ ପ୍ରଦାନ କରାଯାଇଥିଲା। ସମିତିର ବାର୍ଷିକ ପ୍ରକାଶନ ‘ପରିବେଶ ଏବଂ ବିଜ୍ଞାନ ଉପରେ ବକ୍ତବ୍ୟ’ ପୁସ୍ତକ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ସମ୍ପାଦକ ଡ. ଜୟକୃଷ୍ଣ ପାଣିଗ୍ରାହୀ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଉପସଭାପତି ଡ. ଲାଲା ଏ.କେ. ସିଂହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ସହ-ସମ୍ପାଦକ ଡ. ପ୍ରକାଶ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ପରିବେଶବିତ୍, ଶିକ୍ଷାବିତ୍ ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

ଭିଡିଓ କନଫରେନ୍ସିଂରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ
ପୁରୀ ଅଫିସ, ୩୦।୫: ଆଗକୁ ଆସୁଛି ସ୍ନାନ ଯାତ୍ରା ଓ ରଥଯାତ୍ରା। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଶନିବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ...

ବାପ-ପୁଅଙ୍କୁ ହତ୍ୟା
ବରଗଡ଼ ଅଫିସ୍,୨୧।୪: ବରଗଡ଼ ଟାଉନ ଥାନା ଅଧୀନ ରୁହୁଣିଆ ଗ୍ରାମରେ ଗୁରୁବାର ଏକ ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡରେ ବାପପୁଅଙ୍କ ମୃତ୍ୟୁ ହୋଇଛି । ମୃତକ...

ଧୂଳିଝଡ଼ ସହ ବର୍ଷା: ୯ ଜିଲାକୁ ସତର୍କ ସୂଚନା
ଭୁବନେଶ୍ୱର, ୧୫।୬(ବ୍ୟୁରୋ): ରାଜ୍ୟର ୯ ଜିଲାରେ ଶନିବାର ଧୂଳିଝଡ଼ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ...

ଜବରଦଖଲକୁ ବିରୋଧ, ରାସ୍ତାକୁ ଓହ୍ଲାଇବେ ୫୦୦ ପରିବାର
ଭୁବନେଶ୍ୱର, ୬ା୨(ବ୍ୟୁରୋ): ପାଇକନଗରରେ ଚାଲିଥିବା ଜମି ବିବାଦ ଘଟଣାର ସମାଧାନ ଏ ପର୍ଯ୍ୟନ୍ତ ହୋଇପାରୁନାହିଁ। ୫୦୦ରୁ ଊର୍ଦ୍ଧ୍ୱ ପରିବାର ଉକ୍ତ ସରକାରୀ ଜମି ଉପରେ ନିର୍ଭର...

ଜୋତାରୁ ବାହାରିଲା ତମ୍ପ ଛୁଆ
ଭୁବନେଶ୍ୱର, ୧୪।୮(ବ୍ୟୁରୋ): ଭୁବନେଶ୍ୱର ପଞ୍ଚସଖା ନଗର ପ୍ଲଟ ନମ୍ବର ଏଲ୍-୨୧/୪୯ରେ ରହୁଥିବା ରବୀନ୍ଦ୍ର ନାଥ ଦାଶଙ୍କ ପୁଅ ରାକେଶଙ୍କ ଜୋତାରୁ ବୁଧବାର ସକାଳେ ଏକ ସାପ...

‘ଫେବୃୟାରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ରାଜ୍ୟରେ କରୋନାର ଭଲ ସ୍ଥିତି ରହିବ’
ଭୁବନେଶ୍ୱର,୩୦।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। କିଛି ଦିନ ରାଜ୍ୟରେ କରୋନା ସଂକ୍ରମଣ ୧୦ ହଜାର ଉପରେ ରହିବା ପରେ ଏବେ କ୍ରମଶଃ ହ୍ରାସ...

କମିଲାନି ବିଦ୍ୟୁତ୍ ଯାତନା
ପୁରୀ ଅଫିସ/ନିମାପଡ଼ା,୩ା୬(ଡି.ଏନ.ଏ.): ୨୦୧୯ ମେ ୩ ତାରିଖ ଥିଲା ଉପକୂଳବର୍ତ୍ତୀ ପୁରୀ ଜିଲା ପାଇଁ ଅଭିଶପ୍ତ ଦିନ। ସେହିଦିନ ପୂର୍ବାହ୍ନରେ ତାଣ୍ଡବ ରଚାଇଥିଲା ବାତ୍ୟା ଫନୀ।...

କିଟ୍-କିସ୍ ଓ ଏନ୍ଜିଏମ୍ଏ ମଧ୍ୟରେ ବୁଝାମଣା
ଭୁବନେଶ୍ୱର, ୩୦।୧୧(ବ୍ୟୁରୋ): କିଟ୍-କିସ୍ ଓ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟ (ଏନ୍ଜିଏମ୍ଏ) ମଧ୍ୟରେ ନୂଆଦିଲ୍ଲୀଠାରେ ସୋମବାର ଏକ...