ଦାଦାବଟି ମାଗି ୬ ସାମ୍ବାଦିକ ଗିରଫ

ଭୁବନେଶ୍ୱର,୨୮ ା୧୦ (ବ୍ୟୁରୋ): ରାଜଧାନୀରେ ଛାଇ ଗଲେଣି ନକଲି ସାମ୍ବାଦିକ। ଛତୁ ଫୁଟିଲା ପରି ଓ୍ବେବ୍‌ ପୋଟାଲ ଖୋଲି ବସିଛନ୍ତି। ବେକରେ ଆଇକାର୍ଡ ପକାଇ, ଗାଡ଼ିର ଆଗ ପଛ ପ୍ରେସ୍‌ ଲେଖି ସହର ସାରା ପଇଁତରା ମାରୁଛନ୍ତି। ଲୋକଙ୍କୁ ବୁମ୍‌ର ଭୟ ଦେଖାଇ ଦାଦାବଟି ମାଗୁଛନ୍ତି। ବଟି ନ ଦେଲେ ଟିଭିରେ ଦେଖାଇ ସଂସ୍ଥା ବନ୍ଦ କରି ଦେବାକୁ ଧମକ ଦେଉଛନ୍ତି। ଏଭଳି ଏକ ରାକେର୍ଟର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ତମାଣ୍ଡୋ ଭଗବାନପୁରରେ ଥିବା ଜ୍ୟୋତି ଟ୍ରେଡର୍ସ ନାମକ ଘିଅ ଫ୍ୟାକ୍ଟ୍ରି ମାଲିକଙ୍କୁ ୭ଜଣ ନକଲି ସାମ୍ବାଦିକ ଦାଦାବଟି ମାଗୁଥିଲେ। ଏନେଇ ଅଭିଯୋଗ ହେବାପରେ କମିଶନରେଟ ପୋଲିସ ସ୍ପେଶାଲ ସ୍କ୍ବାର୍ଡ ସହାୟତାରେ ଦାଦାବଟି ମାଗୁଥିବା ଜଣେ କାର୍‌ ଡ୍ରାଇଭରଙ୍କ ସହ ୫ ଓ୍ବେବ୍‌ ପୋଟାଲର ସାମ୍ବାଦିକଙ୍କୁ ସୋମବାର ଗିରଫ କରିଛି। ସେମାନେ ହେଲେ ଓ୍ବେବ୍‌ ପୋର୍ଟାଲ ଟାଇମ୍‌ସ ଓଡ଼ିଆ’ର ରିପୋର୍ଟର କାହ୍ନୁଚରଣ ନାୟକ, ଟଙ୍କପାଣିରୋଡ଼ରେ ରହୁଥିବା ନୃସିଂହ ବେହେରା। ଆଇଏଓ୍ବାଇ ନ୍ୟୁଜର ସାମ୍ବାଦିକ କହୁଥିବା ବିନାୟକ ବେହେରା, ଭିଜନ ଟିଭିର ସାମ୍ବାଦିକ ବିଶ୍ୱରଞ୍ଜନ ମହାନ୍ତି, ଅନନ୍ୟା ନ୍ୟୁଜ୍‌ର ସାମ୍ବାଦିକ ଲକ୍ଷ୍ମୀକାନ୍ତ ସାହୁ ଓ ଗାଡ଼ି ଚାଳକ ତଥା ବଡ଼ଗଡ଼ର ବାସିନ୍ଦା ବଳରାମ ବେହେରା। ସେମାନଙ୍କ ନିକଟରୁ ୨୪ ହଜାର ୪୫୦ଟଙ୍କା, ଦୁଇଟି କାର,୧୧ଟି ମୋବାଇଲ୍‌, ୪ଟି ବାଇକ, ୬ଟି ନକଲି ସାମ୍ବାଦିକ ପରିଚୟପତ୍ର ଓ ବୁମ୍‌କୁ ଜବତ କରାଯାଇଛି। ସେମାନଙ୍କ ନାମରେ ପୋଲିସ ତମାଣ୍ଡୋ ପୋଲିସ ଆଇପିସି ଦଫା ୩୯୫,୪୫୫ରେ ଏକ ମାମଲା(ନଂ-୧୪୦/୨୦) ରୁଜୁ କରି ମଙ୍ଗଳବାର କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ଫେରାର ଥିବା ଅନ୍ୟ ଦୁଇ ସାମ୍ବାଦିକଙ୍କୁ ଗିରଫ ପାଇଁ ପୋଲିସ ଚଢାଉ ଜାରି ରଖିଛି।
ସୂଚନା ଅନୁଯାୟୀ, ତମାଣ୍ଡୋ ଭଗବାନପୁରରେ ଜ୍ୟୋତି ଟ୍ରେଡର୍ସ ନାମକ ଏକ ତେଲ ଫ୍ୟାକ୍ଟ୍ରି ରହିଛି। ଏହାକୁ ଆଲୋକ ପାଢୀ ଓ ତୋଫାନ ବାରିକ ପାର୍ଟନର ଭାବେ ଚଲାଉଛନ୍ତି। ଗତ ୨୪ ତାରିଖରେ ଆଲୋକ ଉକ୍ତ ଫ୍ୟାକ୍ଟ୍ରିରେ ଥିବା ବେଳେ ଅପରାହ୍ନ ୨.୫ ସମୟରେ ୭ଜଣ ଯୁବକ ନିଜକୁ ସାମ୍ବାଦିକ ପରିଚୟ ଦେଇ ପଶିଥିଲେ। ଆଲୋକ ଏବଂ ତୋଫାନ କିଛି ବୁଝିବା ପୂର୍ବରୁ ସେମାନେ ଫ୍ରାକ୍ଟ୍ରି ଭିତରେ ପଶି ଭିଡ଼ିଓ କରିବା ସହ ଏଠାରେ କ’ଣ କରାଯାଉଛି ବୋଲି ପଚାରିଥିଲେ। ଉକ୍ତ ଫ୍ୟାକ୍ଟ୍ରିରେ ଦୀପଜଳା ଘିଅ ପ୍ରସ୍ତୁତ କରାଯାଉଥିବା ଆଲୋକ କହିଥିଲେ। ହେଲେ ୭ସାମ୍ବାଦିକ ଏହାର କାଗଜପତ୍ର ମାଗିଥିଲେ। ଆଲୋକ ସମସ୍ତ କାଗଜପତ୍ର ଦେଖାଇଥିଲେ ମଧ୍ୟ ଅଭିଯୁକ୍ତମାନେ ଫିଙ୍ଗି ଦେଇଥିଲେ। ଏଠାରେ ନକଲି ଘିଅ ପ୍ରସ୍ତୁତ କରୁଛ, ଏହାକୁ ଆମେ ଟିଭିରେ ଦେଖାଇବୁ। ତେଣୁ ଟିଭିରେ ବାଜିବା ପୂର୍ବରୁ କମ୍ପରମାଇଜ୍‌ କରିବାକୁ କହିଥିଲେ। ଏପରି କି ଫ୍ୟାକ୍ଟ୍ରି ମାଲିକ ଆଲୋକଙ୍କୁ ଧକ୍କା ମାରି କ୍ୟାସ୍‌ କାଉଣ୍ଟରରୁ ନଗଦ ୩୪ ହଜାର ଟଙ୍କା ନେଇଯାଇଥିଲେ। ଏମାନଙ୍କ ଧମକରେ ମାଲିକ ଅଲୋକ ଭୟଭିତ ହୋଇଯାଇଥିଲେ। ପୋଲିସ ଫୋର୍ସ ଚଢାଉ କରିବାକୁ ଆସିବେ ବୋଲି ଭୟ ଦେଖାଇ ଫେନ୍‌ ପେ’ରେ ୩ଲକ୍ଷ ଦେବାକୁ କହିଲେ। ଆଲୋକେ ଭୟରେ ପ୍ରଥମେ ସେମାନଙ୍କୁ ଫୋନ୍‌ ପେ’ରେ ପ୍ରଥମେ ୯୯ ହଜାର ପରେ ଅନ୍ୟ ଏକ ନମ୍ବରକୁ ୩୧ ହଜାର ନେଇଥିଲେ। ଏହିଭଳି ଏକ ଲକ୍ଷ ୬୪ ହଜାର ଟଙ୍କା ନେଇଥିଲେ। ତମାଣ୍ଡୋ ଥାନାରେ ଆଲୋକ ପରେ ଅଭିଯୋଗ କରିବାକୁ ପୋଲିସ ୬ଅଭିଯୁକ୍ତଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବକେୟା ଦରମା ଦାବିରେ ଛଟେଇ ଶ୍ରମିକଙ୍କ ଧାରଣା

କାଳିଆପାଣି,୮ା୬(ଡି.ଏନ୍‌.ଏ.): ଇଡ଼କଲ ତୈଳଙ୍ଗୀ ଖଣି କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ବେକୟାଦରମା ପ୍ରଦାନ ଦାବିରେ ଛଟେଇ ଶ୍ରମିକମାନେ ଧାରଣା ଦେଇଛନ୍ତି। ଦୀର୍ଘ ସମୟଧରି ଧାରଣା ଜାରି ରହିଥିଲେ...

ଡେଲି ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ୩୦ରୁ ଊର୍ଦ୍ଧ୍ୱ ଦୋକାନ

କେନ୍ଦୁଝର,୩ା୪(ସ୍ବ.ପ୍ର.): କେନ୍ଦୁଝର ସହର ଡେଲି ମାର୍କେଟରେ ସୋମବାର ସକାଳୁ ଅଗ୍ନିକାଣ୍ଡ ଘଟି ୩୦ରୁ ଊର୍ଦ୍ଧ୍ୱ ଦୋକାନ ଜଳିଯାଇଛି। ଶଟ୍‌ସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ନିଆଁର...

ପିଜି ବଳକା ସିଟ୍‌ ନାମଲେଖା: ଆବେଦନ ଆରମ୍ଭ

ଭୁବନେଶ୍ୱର, ୨।୧୧(ବ୍ୟୁରୋ): ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକରେ ଖାଲିପଡ଼ିଥିବା ପିଜି ସିଟ୍‌ରେ ନାମଲେଖା ପାଇଁ ମଙ୍ଗଳବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଯେଉଁମାନେ ଏକକ...

ଅର୍ଥନୈତିକ ସର୍ଭେ ରିପୋର୍ଟରେ ବିଫଳତା ଲୁଚାଯାଇଛି: ଭାଜପା

ଭୁବନେଶ୍ବର,୨୫ା୨(ବ୍ୟୁରୋ): ମିଥ୍ୟା ତଥ୍ୟର ଦସ୍ତାବିଜ ହେଉଛି ଗୁରୁବାର ଉପସ୍ଥାପିତ ହୋଇଥିବା ୨୦୨୨-୨୩ର ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ। ଅର୍ଦ୍ଧସତ୍ୟ, ଗୋଲାପୀ ସ୍ବପ୍ନ ଆଧାରିତ ଏହି ରିପୋର୍ଟରେ...

ନେଇଛି ୧୪୦ ହଜାର କୋଟି, ଦେଇଛି ୧୪ ହଜାର କୋଟି

ଭୁବନେଶ୍ୱର,୬।୨(ବ୍ୟୁରୋ): ୨୦୨୧-୨୨ ଆର୍ଥିକବର୍ଷ ପାଇଁ କେନ୍ଦ୍ରରେ ଭାଜପା ପରିଚାଳିତ ଏନ୍‌ଡିଏ ସରକାର ଆଣିଥିବା ରେଳ ବଜେଟରେ ଓଡ଼ିଶା ପ୍ରତି ହୋଇଥିବା ଅଣଦେଖାକୁ ନେଇ ବିଜେଡି ଭାଜପାକୁ...

କାଳିଆ ଆବେଦନ ଖୋଲାଥିବା କହି ଚାଷୀଙ୍କୁ ଭୁଆଁ ବୁଲାଉଛନ୍ତି ସରକାର

ଭୁବନେଶ୍ୱର,୪ା୯(ବ୍ୟୁରୋ):କାଳିଆ ଯୋଜନାକୁ ନେଇ ସରକାର ରାଜ୍ୟବାସୀଙ୍କୁ ଅନେକ ମିଛ କହିଛନ୍ତି। ୨୦୧୯ ନିର୍ବାଚନ ଜିତିବା ପରଦିନ କାଳିଆ ଅର୍ଥ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ପ୍ରାଥମିକ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ଗ୍ରାମବାସୀ

ପଟ୍ଟାମୁଣ୍ଡାଇ,୧୨।୩(ସ୍ବ.ପ୍ର.): ସରକାର ଗ୍ରାମପଞ୍ଚାୟତ ଲୋକମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଏଏନ୍‌ଏମ୍‌ କେନ୍ଦ୍ର ସ୍ଥାପନ କରିଛନ୍ତି। ଲୋକଙ୍କୁ ନିଜ ଘର ପାଖରେ...

ଟ୍ୟୁମର ପୀଡ଼ିତଙ୍କୁ ସହଯୋଗର ହାତ ବଢ଼ାଇଲେ ଇଟାଲୀୟ

ପୁରୀ ଅଫିସ, ୬।୧୦: ଦୀର୍ଘଦିନ ଧରି ମସ୍ତିଷ୍କଜନିତ ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ଗରିବ ଅସହାୟ ଯୁବକଙ୍କ ଚିକିତ୍ସା...

Advertisement
Archives

Model This Week