ଦାଦାବଟି ମାଗି ୬ ସାମ୍ବାଦିକ ଗିରଫ

ଭୁବନେଶ୍ୱର,୨୮ ା୧୦ (ବ୍ୟୁରୋ): ରାଜଧାନୀରେ ଛାଇ ଗଲେଣି ନକଲି ସାମ୍ବାଦିକ। ଛତୁ ଫୁଟିଲା ପରି ଓ୍ବେବ୍‌ ପୋଟାଲ ଖୋଲି ବସିଛନ୍ତି। ବେକରେ ଆଇକାର୍ଡ ପକାଇ, ଗାଡ଼ିର ଆଗ ପଛ ପ୍ରେସ୍‌ ଲେଖି ସହର ସାରା ପଇଁତରା ମାରୁଛନ୍ତି। ଲୋକଙ୍କୁ ବୁମ୍‌ର ଭୟ ଦେଖାଇ ଦାଦାବଟି ମାଗୁଛନ୍ତି। ବଟି ନ ଦେଲେ ଟିଭିରେ ଦେଖାଇ ସଂସ୍ଥା ବନ୍ଦ କରି ଦେବାକୁ ଧମକ ଦେଉଛନ୍ତି। ଏଭଳି ଏକ ରାକେର୍ଟର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ତମାଣ୍ଡୋ ଭଗବାନପୁରରେ ଥିବା ଜ୍ୟୋତି ଟ୍ରେଡର୍ସ ନାମକ ଘିଅ ଫ୍ୟାକ୍ଟ୍ରି ମାଲିକଙ୍କୁ ୭ଜଣ ନକଲି ସାମ୍ବାଦିକ ଦାଦାବଟି ମାଗୁଥିଲେ। ଏନେଇ ଅଭିଯୋଗ ହେବାପରେ କମିଶନରେଟ ପୋଲିସ ସ୍ପେଶାଲ ସ୍କ୍ବାର୍ଡ ସହାୟତାରେ ଦାଦାବଟି ମାଗୁଥିବା ଜଣେ କାର୍‌ ଡ୍ରାଇଭରଙ୍କ ସହ ୫ ଓ୍ବେବ୍‌ ପୋଟାଲର ସାମ୍ବାଦିକଙ୍କୁ ସୋମବାର ଗିରଫ କରିଛି। ସେମାନେ ହେଲେ ଓ୍ବେବ୍‌ ପୋର୍ଟାଲ ଟାଇମ୍‌ସ ଓଡ଼ିଆ’ର ରିପୋର୍ଟର କାହ୍ନୁଚରଣ ନାୟକ, ଟଙ୍କପାଣିରୋଡ଼ରେ ରହୁଥିବା ନୃସିଂହ ବେହେରା। ଆଇଏଓ୍ବାଇ ନ୍ୟୁଜର ସାମ୍ବାଦିକ କହୁଥିବା ବିନାୟକ ବେହେରା, ଭିଜନ ଟିଭିର ସାମ୍ବାଦିକ ବିଶ୍ୱରଞ୍ଜନ ମହାନ୍ତି, ଅନନ୍ୟା ନ୍ୟୁଜ୍‌ର ସାମ୍ବାଦିକ ଲକ୍ଷ୍ମୀକାନ୍ତ ସାହୁ ଓ ଗାଡ଼ି ଚାଳକ ତଥା ବଡ଼ଗଡ଼ର ବାସିନ୍ଦା ବଳରାମ ବେହେରା। ସେମାନଙ୍କ ନିକଟରୁ ୨୪ ହଜାର ୪୫୦ଟଙ୍କା, ଦୁଇଟି କାର,୧୧ଟି ମୋବାଇଲ୍‌, ୪ଟି ବାଇକ, ୬ଟି ନକଲି ସାମ୍ବାଦିକ ପରିଚୟପତ୍ର ଓ ବୁମ୍‌କୁ ଜବତ କରାଯାଇଛି। ସେମାନଙ୍କ ନାମରେ ପୋଲିସ ତମାଣ୍ଡୋ ପୋଲିସ ଆଇପିସି ଦଫା ୩୯୫,୪୫୫ରେ ଏକ ମାମଲା(ନଂ-୧୪୦/୨୦) ରୁଜୁ କରି ମଙ୍ଗଳବାର କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ଫେରାର ଥିବା ଅନ୍ୟ ଦୁଇ ସାମ୍ବାଦିକଙ୍କୁ ଗିରଫ ପାଇଁ ପୋଲିସ ଚଢାଉ ଜାରି ରଖିଛି।
ସୂଚନା ଅନୁଯାୟୀ, ତମାଣ୍ଡୋ ଭଗବାନପୁରରେ ଜ୍ୟୋତି ଟ୍ରେଡର୍ସ ନାମକ ଏକ ତେଲ ଫ୍ୟାକ୍ଟ୍ରି ରହିଛି। ଏହାକୁ ଆଲୋକ ପାଢୀ ଓ ତୋଫାନ ବାରିକ ପାର୍ଟନର ଭାବେ ଚଲାଉଛନ୍ତି। ଗତ ୨୪ ତାରିଖରେ ଆଲୋକ ଉକ୍ତ ଫ୍ୟାକ୍ଟ୍ରିରେ ଥିବା ବେଳେ ଅପରାହ୍ନ ୨.୫ ସମୟରେ ୭ଜଣ ଯୁବକ ନିଜକୁ ସାମ୍ବାଦିକ ପରିଚୟ ଦେଇ ପଶିଥିଲେ। ଆଲୋକ ଏବଂ ତୋଫାନ କିଛି ବୁଝିବା ପୂର୍ବରୁ ସେମାନେ ଫ୍ରାକ୍ଟ୍ରି ଭିତରେ ପଶି ଭିଡ଼ିଓ କରିବା ସହ ଏଠାରେ କ’ଣ କରାଯାଉଛି ବୋଲି ପଚାରିଥିଲେ। ଉକ୍ତ ଫ୍ୟାକ୍ଟ୍ରିରେ ଦୀପଜଳା ଘିଅ ପ୍ରସ୍ତୁତ କରାଯାଉଥିବା ଆଲୋକ କହିଥିଲେ। ହେଲେ ୭ସାମ୍ବାଦିକ ଏହାର କାଗଜପତ୍ର ମାଗିଥିଲେ। ଆଲୋକ ସମସ୍ତ କାଗଜପତ୍ର ଦେଖାଇଥିଲେ ମଧ୍ୟ ଅଭିଯୁକ୍ତମାନେ ଫିଙ୍ଗି ଦେଇଥିଲେ। ଏଠାରେ ନକଲି ଘିଅ ପ୍ରସ୍ତୁତ କରୁଛ, ଏହାକୁ ଆମେ ଟିଭିରେ ଦେଖାଇବୁ। ତେଣୁ ଟିଭିରେ ବାଜିବା ପୂର୍ବରୁ କମ୍ପରମାଇଜ୍‌ କରିବାକୁ କହିଥିଲେ। ଏପରି କି ଫ୍ୟାକ୍ଟ୍ରି ମାଲିକ ଆଲୋକଙ୍କୁ ଧକ୍କା ମାରି କ୍ୟାସ୍‌ କାଉଣ୍ଟରରୁ ନଗଦ ୩୪ ହଜାର ଟଙ୍କା ନେଇଯାଇଥିଲେ। ଏମାନଙ୍କ ଧମକରେ ମାଲିକ ଅଲୋକ ଭୟଭିତ ହୋଇଯାଇଥିଲେ। ପୋଲିସ ଫୋର୍ସ ଚଢାଉ କରିବାକୁ ଆସିବେ ବୋଲି ଭୟ ଦେଖାଇ ଫେନ୍‌ ପେ’ରେ ୩ଲକ୍ଷ ଦେବାକୁ କହିଲେ। ଆଲୋକେ ଭୟରେ ପ୍ରଥମେ ସେମାନଙ୍କୁ ଫୋନ୍‌ ପେ’ରେ ପ୍ରଥମେ ୯୯ ହଜାର ପରେ ଅନ୍ୟ ଏକ ନମ୍ବରକୁ ୩୧ ହଜାର ନେଇଥିଲେ। ଏହିଭଳି ଏକ ଲକ୍ଷ ୬୪ ହଜାର ଟଙ୍କା ନେଇଥିଲେ। ତମାଣ୍ଡୋ ଥାନାରେ ଆଲୋକ ପରେ ଅଭିଯୋଗ କରିବାକୁ ପୋଲିସ ୬ଅଭିଯୁକ୍ତଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

୩୬ ଘଣ୍ଟାରେ ଜ୍ଞାନେଶ କୁମାରଙ୍କୁ ୩ ବଡ଼ ଆଶ୍ୱସ୍ତି, ନୀରବ ରହି ମଜବୁତ କଲେ ନିଜ ସ୍ଥିତି

ନୂଆଦିଲ୍ଲୀ,୨୮।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଗତ କିଛି ଦିନ ହେବ ରାଜନୀତି ସରଗରମ ରହିଛି। ସେପ୍ଟେମ୍ବର ୨୩ରେ ପ୍ରକାଶିତ ଏକ ରିପୋର୍ଟରେ…

କଲେଜ ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ, ଧରାପଡ଼ିଲେ ଯୁବକ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକରେ ସୋମବାର ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ଜଣେ ଯୁବକଙ୍କ କଲେଜ ବ୍ୟାଗକୁ ପୋଲିସ ଯାଞ୍ଚ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ତେଜିଲା ଆନ୍ଦୋଳନ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୮।୯(ଦିଲ୍ଲୀପି ସାମଲ/ଦ୍ୱାରିକା ସାମଲ): ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଭୋଟ ଚୋରି ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ…

କାଠ ସଂଗ୍ରହ ବେଳେ ମହୁମାଛି ଆକ୍ରମଣ: ୪ ଜଣ ଆହତ, ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ

ତୁମୁଡ଼ିବନ୍ଧ, ୨୮୯ (ଦୀପକ କୁମାର ପରାସେଠ): ଜାଳେଣି କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବାବେଳେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ମଙ୍ଗଳ-ଚନ୍ଦ୍ରଙ୍କ ସଂଯୋଗରେ ମହାଲକ୍ଷ୍ମୀ ରାଜଯୋଗ: ୨୦୨୭ ପୂର୍ବରୁ କର୍କଟ ସମେତ ୪ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର!

ନଭେମ୍ବର ଆରମ୍ଭରେ ଗ୍ରହମାନଙ୍କ ସ୍ଥିତିରେ ଏକ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ। ପଞ୍ଚାଙ୍ଗ ଅନୁସାରେ, ୧ ନଭେମ୍ବର ୨୦୨୬ରେ ଚନ୍ଦ୍ର ଓ ମଙ୍ଗଳ ଏକାଠି କର୍କଟ ରାଶିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?