Posted inଜାତୀୟ

୨୦୨୦ରେ ଦୈନିକ ୩୧ ପିଲାଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ, ୧।୧୧(ପି.ଟି.): ଭାରତରେ ୨୦୨୦ରେ ଦୈନିକ ହାରାହାରି ୩୧ ଜଣ ପିଲା ଆତ୍ମହତ୍ୟା କରିଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। କୋଭିଡ୍‌ ମହାମାରୀ ଯୋଗୁ ପିଲାମାନଙ୍କ ମନସ୍ତାତ୍ତ୍ୱିକ ଆଘାତ ବୃଦ୍ଧି ପାଇଥାଇପାରେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଅନୁଯାୟୀ ୨୦୨୦ରେ ୧୧,୩୯୬ ପିଲା ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରେ ୫,୩୯୨ ଜଣ ବାଳକ ହୋଇଥିବାବେଳେ ୬,୦୦୪ ଜଣ ବାଳିକା। ଏହା ୨୦୧୯ ତୁଳନାରେ ୧୮ ପ୍ରତିଶତ ଏବଂ ୨୦୧୮ ତୁଳନାରେ ୨୧% ଅଧିକ। ୨୦୧୯ରେ ୯,୬୧୩ ଏବଂ ୨୦୧୮ରେ ୯,୪୧୩ ପିଲାଙ୍କର ଆତ୍ମହତ୍ୟା ମୃତ୍ୟୁ ଘଟିଥିଲା। ୧୮ ବର୍ଷରୁ କମ୍‌ ପିଲାଙ୍କ ମଧ୍ୟରୁ ପାରିବାରିକ ସମସ୍ୟାକୁ ନେଇ ୪,୦୦୬ ପିଲା ଆତ୍ମହତ୍ୟା କରିଥିବାବେଳେ ୧,୩୩୭ ଜଣ ପ୍ରେମ ବ୍ୟାପାରକୁ ନେଇ ଏବଂ ୧,୩୨୭ ଜଣ ଅସୁସ୍ଥତାକୁ ନେଇ ଜୀବନ ହାରିଛନ୍ତି। ଅନ୍ୟ ପିଲାମାନେ ନୀତିଗତ କାରଣ, ବେରୋଜଗାର, ଦେବାଳିଆ, ନପୁଂସକତା, ଡ୍ରଗ୍ସ ସେବନ ଆଦି କାରଣରୁ ଚରମ ପଦକ୍ଷେପ ନେଇଥିବା ତଥ୍ୟରୁ ଜଣାପଡ଼ିଛି।
ଶିଶୁ ସୁରକ୍ଷା, ଶିଶୁ ବଞ୍ଚାଅ ସଂସ୍ଥାର ଉପନିର୍ଦ୍ଦେଶକ ପ୍ରଭାତ କୁମାରଙ୍କ ମତରେ କୋଭିଡ-୧୯ର ପ୍ରଭାବ, ଶିକ୍ଷାନୁଷ୍ଠାନ ବନ୍ଦ ରହିବା ଯୋଗୁ ପିଲାମାନେ ନିଜକୁ ଏକୁଟିଆ ଅନୁଭବ କରିବା, ଅବସାଦ ଆଦି ଆତ୍ମହତ୍ୟା ପ୍ରବଣତା ବଢ଼ାଇଥିଲା। ମାନବ ସମ୍ବଳର ବିକାଶ ପାଇଁ ଶିକ୍ଷା ଓ ସ୍ବାସ୍ଥ୍ୟ ଅତି ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ମନସ୍ତାତ୍ତ୍ୱିକ-ସାମାସିକ ସମର୍ଥନ ମଧ୍ୟ ଆବଶ୍ୟକ। ଆତ୍ମହତ୍ୟା ପ୍ରବଣତା ବଢ଼ୁଥିବାରୁ ଏହା ବ୍ୟବସ୍ଥାଗତ ବିଫଳତାକୁ ସୂଚାଉଛି ବୋଲି ପ୍ରଭାତ କହିଛନ୍ତି। ଉପଯୁକ୍ତ ବାତାବରଣ ଯୋଗାଇବାରେ ବିଫଳ ହୋଇଥିବାରୁ ଏଥିପାଇଁ ପିଲାଙ୍କ ମାତାପିତା, ପରିବାର, ପଡୋଶୀ ଏବଂ ସରକାର ମିଳିତ ଭାବେ ଦାୟୀ। କୋଭିଡ୍‌ର ପ୍ରଭାବ ପିଲାମାନଙ୍କ ମାନସିକ ସ୍ବାସ୍ଥ୍ୟ, ମନସ୍ବାତ୍ତ୍ୱିକ-ସାମାଜିକ ସୁସ୍ଥତା ଉପରେ ପଡ଼ିବ ବୋଲି ମହାମାରୀ ଆରମ୍ଭରୁ ଆଶଙ୍କା କରାଯାଉଥିଲା ବୋଲି ଅଜ୍ୟ ଜଣେ ଶିଶୁ ବିଶେଷଜ୍ଞ ପ୍ରୀତି ମାହାରା କହିଛନ୍ତି। ଏନ୍‌ସିଆର୍‌ବି ତଥ୍ୟ ଏହାକୁ ପ୍ରମାଣିତ କରିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

CJPକୁ କେଉଁଠୁ ମିଳୁଛି ପାଣ୍ଠି? ଦୀପକେ କହିଲେ, ‘ମୁଁ ୩୦ ହଜାର ଟଙ୍କାର ଜୋତା…’

ନୂଆଦିଲ୍ଲୀ,୧।୧୦: ଗୁରୁବାର (ଅକ୍ଟୋବର ୧) ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ କୋକରୋଚ ଜନତା ପାର୍ଟି(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ସମ୍ବୋଧିତ କରିଥିଲେ। ସେ କହିଛନ୍ତି ଯେ ମୁଖ୍ୟ…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?