ଉତ୍ତର ପ୍ରଦେଶରୁ ଆସୁଛି ୩୦୦ ଟ୍ରକ୍‌ ଆଳୁ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୨।୧୨(ସୁନିତ୍‌ ମିଶ୍ର): ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ଛାଡ଼ିବା ଲାଗି ମନା କରିବା ପରେ ରାଜ୍ୟରେ ବର୍ତ୍ତମାନ ସାଧାରଣ ଖାଉଟିଙ୍କ ହାଣ୍ଡିଶାଳ ଉପରେ ମାଡ଼ ହୋଇଛି। ଆଳୁ ଯୋଗାଣରେ ବାଧା ସୃଷ୍ଟି ହେବାପରେ ଖାଉଟିଙ୍କୁ ଅନେକ ସ୍ଥାନରେ ଏବେ ଆଳୁ କେଜି ୫୦ରୁ ୬୦ ଟଙ୍କାରେ କିଣିବାକୁ ପଡୁଛି, ଯାହାକୁ ନେଇ ସରକାର ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। ତେବେ ଏଭଳି ସ୍ଥିତିରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, ଉତ୍ତର ପ୍ରଦେଶରୁ ୩୦୦ ଟ୍ରକ୍‌ ଆଳୁ ଆସୁଛି। ସୋମବାର ସୁଦ୍ଧା ଏହି ଆଳୁ ଓଡ଼ିଶାରେ ପହଞ୍ଚିବ। ଫଳରେ ରାଜ୍ୟରେ ଆଉ ଆଳୁ ସଙ୍କଟ ରହିବନି ବୋଲି ମନ୍ତ୍ରୀ ପାତ୍ର କହିଛନ୍ତି।
ଏହା ସହିତ ମନ୍ତ୍ରୀ ପାତ୍ର ଅସାଧୁ ବ୍ୟବସାୟୀଙ୍କୁ ଚେତାବନୀ ଦେଇ କହିଛନ୍ତି, ଏବେ ଆଳୁ କିଲୋ ୩୫ ଟଙ୍କାରେ ବିକ୍ରି ହେଉଛି। କେଉଁଠି କେଉଁଠି ଅତି ବେଶିରେ ୪୦ ଟଙ୍କାରେ ବିକ୍ରି ହେଉଛି। ଏନଫୋର୍ସମେଣ୍ଟ ଟିମ୍‌ ଗଠନ କରାଯାଇଛି। ଯଦି କୌଣସି ବ୍ୟବସାୟୀ ଅଧିକ ଦରରେ ଆଳୁ ବିକ୍ରି କରିବେ, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମଙ୍ଗଳବାରଠୁ ପଶ୍ଚିମବଙ୍ଗର ଆଳୁ ବ୍ୟବସାୟୀମାନେ ଆନ୍ଦୋଳନ ଡାକରା ଦେଇଥିବା ବେଳେ ମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗରେ ବର୍ତ୍ତମାନ ୭ ଲକ୍ଷ ମେଟ୍ରିକ ଟନ୍‌ ଆଳୁ ଗଚ୍ଛିତ ଅଛି। ତାଙ୍କର ଚାହିଦା ଅତି ବେଶିରେ ୫ ଲକ୍ଷ ମେଟ୍ରିକ ଟନ୍‌ ହେବ। ତେଣୁ ବାକି ୨ ଲକ୍ଷ ମେଟ୍ରିକ ଟନ୍‌ ଆଳୁ ସେମାନେ ଅନ୍ୟ ରାଜ୍ୟକୁ ଦେଇପାରିବେ। ପଶ୍ଚିମବଙ୍ଗ ବ୍ୟବସାୟୀମାନେ ଓଡ଼ିଶାକୁ ଆଳୁ ପଠାଇବା ପାଇଁ ଚାହୁଁଛନ୍ତି। କାରଣ ବେଶି ଦିନ ଆଳୁ ରହିଲେ ପଚିଯିବ। କିନ୍ତୁ ପଶ୍ଚିମବଙ୍ଗ ସରକାର ଅନୁମତି ଦେଉ ନ ଥିବାରୁ ବ୍ୟବସାୟୀ କ୍ଷତି ସହିବେ। ସେଥିପାଇଁ ପଶ୍ଚିମବଙ୍ଗର ଆଳୁ ବ୍ୟବସାୟୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ଯେଉଁ ରାଜ୍ୟରେ ଯାହାସବୁ ସାମଗ୍ରୀ ଅଧିକ ଉତ୍ପାଦନ ହୁଏ, ସେ ରାଜ୍ୟ ଅନ୍ୟ ରାଜ୍ୟକୁ ରପ୍ତାନି କରେ। ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଦ୍ୱାରା ଏହି ଭଲ ବାତାବରଣ ଉପରେ ଭଟ୍ଟା ପଡୁଛି। ଅନ୍ୟ ରାଜ୍ୟକୁ ଆଳୁ ଦେବେନି ବୋଲି ସେ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା ଠିକ୍‌ ନୁହେଁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସବୁ ରାଜ୍ୟ ପ୍ରତି ସମଭାବନା ରଖିବା ଦରକାର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗେଷ୍ଟ୍‌ ହାଉସ୍‌ରେ ଚାଲିଥିଲା ସେକ୍ସ ର଼୍ୟାକେଟ୍‌: ଜଣେ ଯୁବତୀଙ୍କ ସହ ୩ ଗ୍ରାହକଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର,୧୩ା୨(ସୁନୀଲ ମହାନ୍ତି): ବଲାଙ୍ଗୀର ସହର ଭିତରେ ସେକ୍ସ ର଼୍ୟାକେଟ୍‌ ଠାବ ହୋଇଛି। ରାଜେନ୍ଦ୍ର ପାର୍କ ନିକଟରେ ଥିବା ତିରୁପତି ଗେଷ୍ଟ ହାଉସ୍‌ରେ ସେକ୍ସ ର଼୍ୟାକେଟ୍‌ ଚାଲିଥିବା...

ଭାଜପାରେ ମିଶିବା ଚର୍ଚ୍ଚା ମଧ୍ୟରେ ସନାଙ୍କ ବିସ୍ଫୋରକ ବୟାନ: ଖୋଲାଖୋଲି କହିଦେଲେ ଏମିତି, ରାଜନୀତିରେ ଚହଳ

ଭୁବନେଶ୍ୱର, ୧୩।୨: ବିଜେଡି ବିଧାୟକ ସନାତନ ମହାକୁଡ଼ ଭାଜପା ମିଶିବା ଚର୍ଚ୍ଚା ମଧ୍ୟରେ ବିଧାୟକ ବିସ୍ଫୋରକ ବୟାନ ଦେଇଛନ୍ତି। ସନା ମହାକୁଡ କହିଛନ୍ତି, ମୁଁ ବିଜେଡିରେ...

କଉଡ଼ିଆ ଗାଁରେ ଲୋକଙ୍କୁ ମିଳୁନି ପାନୀୟ ଜଳ, ପ୍ରତିବାଦରେ ରାସ୍ତା ଅବରୋଧ କଲେ ମହିଳା

ଦିଗପହଣ୍ଡି,୧୩ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ପାନୀୟ ଜଳ ପାଇଁ ଲୋକେ ନାହିଁ ନ...

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଆରମ୍ଭ ହେଲା କେନାଲ ଘାଇ ମରାମତି କାର୍ଯ୍ୟ

ବରଗଡ଼,୧୩ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଶାଖା କେନାଲର ସ୍ଥାନୀୟ ବ୍ରାହ୍ମଣ ଆମ୍ବବୁରେଇ ନିକଟରେ ସୋମବାର ବିଳମ୍ବିତ ରାତିରେ ଘାଇ ସୃଷ୍ଟି ହୋଇଥିଲା। ଏଥିରେ...

ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି କରିଥିବା ଡକାୟତ ଗିରଫ, ଜାଣନ୍ତୁ କେମିତି ଧରିଲା ପୋଲିସ

ଭୁବନେଶ୍ୱର,୧୨ା୨: ଓଡ଼ିଶା କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଭୁବନେଶ୍ୱରସ୍ଥିତ ବାସଭବନରୁ ଡକାୟତି ଘଟଣାରେ କମିଶନରେଟ୍ ପୋଲିସ ଜଣେ ଡକାୟତଙ୍କୁ ଗିରଫ କରିଛି। ଅଭିଯୁକ୍ତକୁ ବୁଧବାର ପଡ଼ୋଶୀ...

ବାବୁସାନ୍‌ଙ୍କୁ ଭିଡିଓ କଲ୍‌ କରି ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରିଲେ ନବୀନ, ହସ୍ପିଟାଲରେ ପହଞ୍ଚିଲେ ଅନୁଭବ

ଭୁବନେଶ୍ୱର,୧୩ା୨: ଓଲିଉଡ୍‌ର ୮୦ ଦଶକର ସୁପରଷ୍ଟାର ଉତ୍ତମ ମହାନ୍ତି ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା...

ପ୍ରୟାଗରାଜ ଯାଉଥିବା ବସ୍‌ ଦୁର୍ଘଟଣା: ୨୫ ଆହତ, ୩ ଗୁରୁତର

ଭୋଗରାଇ,୧୩ା୨(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱରରୁ ପ୍ରୟାଗରାଜ ମହାକୁମ୍ଭକୁ ବୁଡ଼ ଦେବାଲାଗି ଯାଉଥିବା ଶ୍ରୀରାମଜୀ ବସ୍‌ ବିହାର ୟୁପି ସୀମାନ୍ତ ମଥାନୀଠାରେ ଗତ...

ବିଧାନସଭାରେ ସନାଙ୍କୁ ତେରଛା ବାଣ ମାରିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୧୩।୨: ଗୁରୁବାର ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେଉଥିଲା ବେଳେ ଆରମ୍ଭରୁ ସକ୍ରିୟ ହୋଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଧାନସଭା ଗୃହରେ ପ୍ରବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri